Categories: ବାଣିଜ୍ୟ

ଜରୁରୀକାଳୀନ ଋଣ ଗ୍ୟାରେଣ୍ଟି ଯୋଜନା ମିଆଦ ମାସେ ବଢିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜରୁରୀକାଳୀନ ଋଣ ଗ୍ୟାରେଣ୍ଟି ଯୋଜନା(ଇସିଏଲ୍‌ଜିଏସ୍‌)ର ମିଆଦକୁ ଆଉ ମାସେ ବଢାଇଛନ୍ତି। ଏହା ଚଳିତ ମାସ ୩୦ ତାରିଖ ଯାଏ କିମ୍ବା ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ମଞ୍ଜୁର ହେବା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏକ୍ଷେତ୍ରରେ ପରିବର୍ତ୍ତିତ ସମୟର ମିଆଦ ଓ ଋଣ ମଞ୍ଜୁରୀ ମଧ୍ୟରୁ ଯେଉଁଟି ଆଗ ହେବ ତାହାକୁ ଗ୍ରହଣ କରାଯିବ। ବର୍ତ୍ତମାନ ଅର୍ଥ ବ୍ୟବସ୍ଥା ଟ୍ରାକ୍‌କୁ ଫେରୁଥିବା ବେଳେ ଋଣ ଚାହିଦା ବଢୁଛି। ଏହାକୁ ଧ୍ୟାନରେ ରଖି ସରକାର ମିଆଦକୁ ବଢାଇଥିବା ଜଣାପଡିଛି।

Share