ବିଦ୍ୟୁତ୍‌ ଆଘାତରେ ଦନ୍ତାର ଜୀବନ ଗଲା, ବର୍ତ୍ତିଗଲେ ଆଉ ୩ ହାତୀ

କେନ୍ଦୁଝର,୧୯ା୩(ସ୍ବ.ପ୍ର.): ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ ବସନ୍ତପୁର ନିକଟ ଜଡ଼ିପଦା ସାହି ନିକଟରେ ବିଦ୍ୟୁତ୍‌ ଆଘାତରେ ଏକ ଦନ୍ତାହାତୀର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟୁତ୍‌ ଓ ବନ ବିଭାଗର ଦାୟିତ୍ୱହୀନତା ପାଇଁ ଏଭଳି ଘଟଣା ଘଟିଥିବା କୁହାଯାଉଛି। ରବିବାର ଭୋର୍‌ ସମୟରେ ଏହି ଘଟଣା ଘଟିଥିବା ବେଳେ ନିକଟରେ ଥିବା ଅନ୍ୟ ୩ ହାତୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳକୁ ବନ ବିଭାଗ କର୍ମଚାରୀ ଯାଇଥିଲେ ହେଁ ଉତ୍ତେଜନା ପରିସ୍ଥିତି ଲାଗିରହିଛି। ହାତୀର ବୟସ ପାଖାପାଖି ୨୦ ହେବ।