ହୀନସ୍ତା କରୁଛନ୍ତି ହାତୀପଲ

ରାସୋଳ: ଜଙ୍ଗଲରେ ଖାଦ୍ୟ ଅଭାବ। ହାତୀ ଭଳି ବିଶାଳକାୟ ପ୍ରାଣୀଙ୍କ ଅପୂରା ରହୁଛି ପେଟ। ଖାଦ୍ୟ ଆଶାରେ ସେମାନେ ଏବେ ଜନବସତି ମୁହଁା ହେଉଛନ୍ତି। ଅଧରାତିରେ ଗଁାରେ ପଶୁଛନ୍ତି। ଝାଟିମାଟି ଘର ଭାଙ୍ଗି ଆତଙ୍କ ସୃଷ୍ଟି କରୁଛନ୍ତି। ଗରିବ ଲୋକେ ସାଇତିଥିବା ଧାନଚାଉଳ ଖାଇଯାଉଛନ୍ତି। ମାତ୍ର କେଇ ଘଣ୍ଟାରେ ଉଜାଡ଼ି ଦେଉଛନ୍ତି ବାଡ଼ିବଗିଚା। ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକର ହାତୀ ଉପଦ୍ରୁତ ରାସୋଳ ସେକ୍ସନରେ ଏଭଳି ଘଟଣା ନିତିଦିନିଆ ହୋଇଛି। ବମ୍ପା ରଗଡ଼ି ଜଙ୍ଗଲରେ ଡେରା ପକାଇଥିବା ୩୪ ହାତୀଙ୍କ ଉପଦ୍ରବ ଚରମସୀମାରେ ପହଞ୍ଚତ୍ଥିବାବେଳେ ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛି ବୁହାଳିପାଳ ପଞ୍ଚାୟତର ୫ ଗଁା। ବର୍ଷାରାତିରେ ହାତୀପଲ ହୀନସ୍ତା କରୁଥିବାବେଳେ ଜୀବନ ବିକଳରେ ଛୋଟଛୋଟ ପିଲାଙ୍କୁ ନେଇ ପର ଦୁଆରେ ଆଶ୍ରା ଖୋଜୁଛନ୍ତି ଗରିବ ପରିବାର। କର୍ମଚାରୀ ଅଭାବରୁ ହାତୀ ଘଉଡ଼ାଇବାକୁ ଯାଇ ବନ ବିଭାଗ ନୟାନ୍ତ ହେଉଥିବାବେଳେ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ପୁଞ୍ଜୀଭୂତ ଅସନ୍ତୋଷ ଦାନାବାନ୍ଧିବା ଆରମ୍ଭ କଲାଣି।
ହିନ୍ଦୋଳ ବନାଞ୍ଚଳର ଦଣ୍ଡିରି, ରାସୋଳ, ଖଲିବୋରେଇ ଏବଂ ବାବନ୍ଧ ସେକ୍ସନ ସର୍ବାଧିକ ହାତୀ ଉପଦ୍ରୁତ ଅଞ୍ଚଳ ଭାବେ ପରିଚିତ। ହେଲେ ହାତୀଙ୍କ ମୁକାବିଲା ଲାଗି ବନ କର୍ମଚାରୀଙ୍କ ଅଭାବ ଅନୁଭୂତ ହେଉଛି। ଦଣ୍ଡିରି ଓ ରାସୋଳ ଦାୟିତ୍ୱରେ ଜଣେ ଫରେଷ୍ଟର ରହିଥିବାବେଳେ ଖଲିବୋରେଇ ଏବଂ ବାବନ୍ଧ ଲାଗି ଅନ୍ୟ ୨ ଜଣ ଅଛନ୍ତି। ଦଣ୍ଡିରି ସେକ୍ସନର ପରିସୀମା ବ୍ୟାପକ। ତେଣୁ ଜଣେ ଫରେଷ୍ଟରଙ୍କ ପକ୍ଷେ ଉଭୟ ସେକ୍ସନ୍‌ର ଦାୟିତ୍ୱ ତୁଲାଇବା କଷ୍ଟକର ହୋଇପଡୁଛି। ସେହିପରି ସମୁଦାୟ ୪ଜଣ ଗାର୍ଡଙ୍କ ମଧ୍ୟରୁ ୨ଜଣ ଦଣ୍ଡିରିରେ ମୁତୟନ ଅଛନ୍ତି। ଅନ୍ୟ ୨ଜଣଙ୍କ ଭିତରୁ ଜଣଙ୍କୁ ରାସୋଳ ଏବଂ ହାତୀ ଉପଦ୍ରବ ବଢୁଥିବାରୁ ଅନ୍ୟ ଜଣଙ୍କୁ ବୁହାଳିପାଳର ଦାୟିତ୍ୱ ଦିଆଯାଇଛି। ହାତୀଙ୍କ ଉପରେ ନଜର ରଖିବାକୁ ସମୁଦାୟ ୮ ସ୍କ୍ବାଡ୍‌ କର୍ମଚାରୀ ବିଭିନ୍ନ ସ୍ଥାନରେ ନିୟୋଜିତ ଅଛନ୍ତି। ଦଣ୍ଡିରିରୁ ବୁହାଳିପାଳର ଦୂରତା ୧୫ କି.ମି। ଏକାସଙ୍ଗରେ ଉଭୟ ପାର୍ଶ୍ୱରେ ହାତୀ ଉପଦ୍ରବ କଲେ ବନ କର୍ମଚାରୀ ଉପାୟଶୂନ୍ୟ ହୋଇପଡୁଛନ୍ତି। ଗତ ୪ଦିନ ହେଲା ବୁହାଳିପାଳ ପଞ୍ଚାୟତର ଅଁଳାବେଡ଼ା, ବୁହାଳିପାଳ, ପଶାସିଂ, ଭାଲିଆଗୋଠ, ବିଦ୍ୟାଧରପୁର ଗ୍ରାମରେ ହାତୀ ଉପଦ୍ରବ ଚରମ ସୀମାରେ ପହଞ୍ଚତ୍ଛି। ଏକ ପଲରେ ୩୪ ହାତୀ ଆତଙ୍କ ସୃଷ୍ଟି କରି ଚାଲିଛନ୍ତି। ବନ ବିଭାଗ ପାଖରେ ଆବଶ୍ୟକ କର୍ମଚାରୀ, ଆନୁଷଙ୍ଗିକ ଉପକରଣ ନ ଥିବାରୁ ହାତୀଙ୍କୁ ଘଉଡ଼ାଇବାରେ ସମସ୍ୟା ସୃଷ୍ଟି ହେଉଛି। ହାତୀ ପାଇଁ ବ୍ୟାପକ ଧନଜୀବନ ହାନି ହେଲାଣି। ତେଣୁ ଜିଲା ବନ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେବାକୁ ଉପଦ୍ରୁତ ଅଞ୍ଚଳବାସୀ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ରାସୋଳ ଫରେଷ୍ଟର ସୁଦର୍ଶନ ଦେହୁରୀ କୁହନ୍ତି, ହାତୀପଲ ଉପରେ ବନ ବିଭାଗ ସତର୍କ ନଜର ରଖିଛି। କର୍ମଚାରୀ ଅଭାବରୁ ସମସ୍ୟା ଉପୁଜୁଛି। ତଥାପି ସ୍ବଳ୍ପସଂଖ୍ୟକ କର୍ମଚାରୀଙ୍କୁ ନେଇ ହାତୀ ଘଉଡ଼ାଇବାକୁ ଉଦ୍ୟମ କରାଯାଉଛି। କ୍ଷତିଗ୍ରସ୍ତ ପରିବାରକୁ ମିଳୁଥିବା ସହାୟତା ପ୍ରଦାନ ପ୍ରକ୍ରିୟାରେ ସରକାର ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ବନ ବିଭାଗ ପକ୍ଷରୁ ସିଧାସଳଖ କ୍ଷତିପୂରଣ ଦିଆଯାଉଥିଲା। ଏବେ ଜନସେବା କେନ୍ଦ୍ରରେ ଆବଶ୍ୟକ କାଗଜପତ୍ର ଦାଖଲ ପରେ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ଆସୁଥିବା ସେ ସୂଚନା ଦେଇଛନ୍ତି।

ପର ଦୁଆରେ ମୁଣ୍ଡ ଗୁଞ୍ଜୁଛୁ
ଗଁା ମୁଣ୍ଡରେ ଥିବା ଗୋଟିକିଆ ଘରଗୁଡ଼ିକୁ ହାତୀପଲ ବେଶି ଭାଙ୍ଗୁଛନ୍ତି। ଭାତ, ଧାନ, ଚାଉଳ ଖାଇବା ଆଶାରେ ସେମାନେ ରାତି ଅଧରେ ଉପଦ୍ରବ କରୁଛନ୍ତି। ହାତୀ ପାଇଁ ଝାଟିମାଟି କୁଡ଼ିଆରେ ବାସ କରୁଥିବା ଗରିବ ପରିବାର ସବୁଠାରୁ ବେଶି ପ୍ରଭାବିତ ହେଉଛନ୍ତି। ବର୍ଷା ରାତିରେ ଘରଦ୍ୱାର, ଆସବାବପତ୍ର ଛାଡ଼ି ପର ଦୁଆରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ କରୋନା ସମୟରେ ମିଳିଥିବା ଚାଉଳ ହାତୀ ଖାଇଯାଇଛନ୍ତି। ଖାଇବାକୁ ନ ଥିବାରୁ ଅନ୍ୟ ଉପରେ ନିର୍ଭର କରିବାକୁ ପଡୁଛି।
-ସଂଘମିତ୍ରା ସାହୁ, ଅଁଳାବେଡ଼ା

ବର୍ଷା ରାତିରେ ହଟହଟା ହେଉଛୁ
ସଞ୍ଜ ଗଡ଼ିଲେ ହାତୀଭୟ ଲାଗିରହୁଛି। ରାତି ଅଧରେ ହାତୀ ବାହାରି ଘରଦ୍ୱାରା ଭାଙ୍ଗି ପକାଉଛନ୍ତି। ଜୀବନ ବିକଳରେ ପିଲାଛୁଆଙ୍କୁ ଧରି ଗ୍ରାମର କୋଠାଘରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛୁ। ସରକାରୀ କ୍ଷତିପୂରଣ ଲାଗି ଦୀର୍ଘଦିନ ଅପେକ୍ଷା କରିବାକୁ ପଡୁଛି। ହାତୀଙ୍କୁ ଘଉଡ଼ାଇବା ଲାଗି ଆବଶ୍ୟକ ପଦକ୍ଷେପ ନିଆ ନ ଗଲେ କେତେବେଳେ ଜୀବନ ଯିବ ତାହା କହିହେଉନି। ହାତୀ ଉପଦ୍ରବ କରୁଥିବା ଅଞ୍ଚଳର ଗରିବ ଲୋକଙ୍କ ତାଲିକା ପ୍ରସ୍ତୁତ କରି ଆବାସ ଯୋଜନାରେ ସାମିଲ କରାଗଲେ ସମସ୍ୟାର ସମାଧାନ ହୋଇପାରନ୍ତା।
-ଧନେଶ୍ୱର ପଧାନ, ବୁହାଳିପାଳ

ଜୀବନ ପ୍ରତି ବିପଦ ବଢୁଛି
ହାତୀ ଉପଦ୍ରବରେ ଗଁା ମୁଣ୍ଡରେ ଥିବା ବଖରାଏ କୁଡ଼ିଆ ଘର ଭାଙ୍ଗିଯାଇଛି। ବର୍ଷାଦିନେ ବାସହରା ହୋଇଯିବା ପରେ କଷ୍ଟ ବଢିଛି। ବର୍ଷକ ପାଇଁ ସାଇତି ରଖାଯାଇଥିବା ସବୁ ଖାଦ୍ୟଶସ୍ୟ, ଧାନଚାଉଳ ହାତୀ ଖାଇଦେଇଛନ୍ତି। ଘରେ ଖାଇବାକୁ ଆଉ କିଛି ନାହିଁ। କରୋନା ମହାମାରୀ ସମୟରେ ରୋଜଗାର ନ ଥିବାବେଳେ ଏଭଳି ସମସ୍ୟା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ସରକାର ଆମ ଭଳି ଗରିବ ପରିବାରକୁ ସହାୟତାର ହାତ ବଢ଼ାଇଲେ ଭଲ ହୁଅନ୍ତା।
-କବିତା ପଧାନ, ବୁହାଳିପାଳ


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri