ହୀନସ୍ତା କରୁଛନ୍ତି ହାତୀପଲ

ରାସୋଳ: ଜଙ୍ଗଲରେ ଖାଦ୍ୟ ଅଭାବ। ହାତୀ ଭଳି ବିଶାଳକାୟ ପ୍ରାଣୀଙ୍କ ଅପୂରା ରହୁଛି ପେଟ। ଖାଦ୍ୟ ଆଶାରେ ସେମାନେ ଏବେ ଜନବସତି ମୁହଁା ହେଉଛନ୍ତି। ଅଧରାତିରେ ଗଁାରେ ପଶୁଛନ୍ତି। ଝାଟିମାଟି ଘର ଭାଙ୍ଗି ଆତଙ୍କ ସୃଷ୍ଟି କରୁଛନ୍ତି। ଗରିବ ଲୋକେ ସାଇତିଥିବା ଧାନଚାଉଳ ଖାଇଯାଉଛନ୍ତି। ମାତ୍ର କେଇ ଘଣ୍ଟାରେ ଉଜାଡ଼ି ଦେଉଛନ୍ତି ବାଡ଼ିବଗିଚା। ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକର ହାତୀ ଉପଦ୍ରୁତ ରାସୋଳ ସେକ୍ସନରେ ଏଭଳି ଘଟଣା ନିତିଦିନିଆ ହୋଇଛି। ବମ୍ପା ରଗଡ଼ି ଜଙ୍ଗଲରେ ଡେରା ପକାଇଥିବା ୩୪ ହାତୀଙ୍କ ଉପଦ୍ରବ ଚରମସୀମାରେ ପହଞ୍ଚତ୍ଥିବାବେଳେ ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛି ବୁହାଳିପାଳ ପଞ୍ଚାୟତର ୫ ଗଁା। ବର୍ଷାରାତିରେ ହାତୀପଲ ହୀନସ୍ତା କରୁଥିବାବେଳେ ଜୀବନ ବିକଳରେ ଛୋଟଛୋଟ ପିଲାଙ୍କୁ ନେଇ ପର ଦୁଆରେ ଆଶ୍ରା ଖୋଜୁଛନ୍ତି ଗରିବ ପରିବାର। କର୍ମଚାରୀ ଅଭାବରୁ ହାତୀ ଘଉଡ଼ାଇବାକୁ ଯାଇ ବନ ବିଭାଗ ନୟାନ୍ତ ହେଉଥିବାବେଳେ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ପୁଞ୍ଜୀଭୂତ ଅସନ୍ତୋଷ ଦାନାବାନ୍ଧିବା ଆରମ୍ଭ କଲାଣି।
ହିନ୍ଦୋଳ ବନାଞ୍ଚଳର ଦଣ୍ଡିରି, ରାସୋଳ, ଖଲିବୋରେଇ ଏବଂ ବାବନ୍ଧ ସେକ୍ସନ ସର୍ବାଧିକ ହାତୀ ଉପଦ୍ରୁତ ଅଞ୍ଚଳ ଭାବେ ପରିଚିତ। ହେଲେ ହାତୀଙ୍କ ମୁକାବିଲା ଲାଗି ବନ କର୍ମଚାରୀଙ୍କ ଅଭାବ ଅନୁଭୂତ ହେଉଛି। ଦଣ୍ଡିରି ଓ ରାସୋଳ ଦାୟିତ୍ୱରେ ଜଣେ ଫରେଷ୍ଟର ରହିଥିବାବେଳେ ଖଲିବୋରେଇ ଏବଂ ବାବନ୍ଧ ଲାଗି ଅନ୍ୟ ୨ ଜଣ ଅଛନ୍ତି। ଦଣ୍ଡିରି ସେକ୍ସନର ପରିସୀମା ବ୍ୟାପକ। ତେଣୁ ଜଣେ ଫରେଷ୍ଟରଙ୍କ ପକ୍ଷେ ଉଭୟ ସେକ୍ସନ୍‌ର ଦାୟିତ୍ୱ ତୁଲାଇବା କଷ୍ଟକର ହୋଇପଡୁଛି। ସେହିପରି ସମୁଦାୟ ୪ଜଣ ଗାର୍ଡଙ୍କ ମଧ୍ୟରୁ ୨ଜଣ ଦଣ୍ଡିରିରେ ମୁତୟନ ଅଛନ୍ତି। ଅନ୍ୟ ୨ଜଣଙ୍କ ଭିତରୁ ଜଣଙ୍କୁ ରାସୋଳ ଏବଂ ହାତୀ ଉପଦ୍ରବ ବଢୁଥିବାରୁ ଅନ୍ୟ ଜଣଙ୍କୁ ବୁହାଳିପାଳର ଦାୟିତ୍ୱ ଦିଆଯାଇଛି। ହାତୀଙ୍କ ଉପରେ ନଜର ରଖିବାକୁ ସମୁଦାୟ ୮ ସ୍କ୍ବାଡ୍‌ କର୍ମଚାରୀ ବିଭିନ୍ନ ସ୍ଥାନରେ ନିୟୋଜିତ ଅଛନ୍ତି। ଦଣ୍ଡିରିରୁ ବୁହାଳିପାଳର ଦୂରତା ୧୫ କି.ମି। ଏକାସଙ୍ଗରେ ଉଭୟ ପାର୍ଶ୍ୱରେ ହାତୀ ଉପଦ୍ରବ କଲେ ବନ କର୍ମଚାରୀ ଉପାୟଶୂନ୍ୟ ହୋଇପଡୁଛନ୍ତି। ଗତ ୪ଦିନ ହେଲା ବୁହାଳିପାଳ ପଞ୍ଚାୟତର ଅଁଳାବେଡ଼ା, ବୁହାଳିପାଳ, ପଶାସିଂ, ଭାଲିଆଗୋଠ, ବିଦ୍ୟାଧରପୁର ଗ୍ରାମରେ ହାତୀ ଉପଦ୍ରବ ଚରମ ସୀମାରେ ପହଞ୍ଚତ୍ଛି। ଏକ ପଲରେ ୩୪ ହାତୀ ଆତଙ୍କ ସୃଷ୍ଟି କରି ଚାଲିଛନ୍ତି। ବନ ବିଭାଗ ପାଖରେ ଆବଶ୍ୟକ କର୍ମଚାରୀ, ଆନୁଷଙ୍ଗିକ ଉପକରଣ ନ ଥିବାରୁ ହାତୀଙ୍କୁ ଘଉଡ଼ାଇବାରେ ସମସ୍ୟା ସୃଷ୍ଟି ହେଉଛି। ହାତୀ ପାଇଁ ବ୍ୟାପକ ଧନଜୀବନ ହାନି ହେଲାଣି। ତେଣୁ ଜିଲା ବନ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେବାକୁ ଉପଦ୍ରୁତ ଅଞ୍ଚଳବାସୀ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ରାସୋଳ ଫରେଷ୍ଟର ସୁଦର୍ଶନ ଦେହୁରୀ କୁହନ୍ତି, ହାତୀପଲ ଉପରେ ବନ ବିଭାଗ ସତର୍କ ନଜର ରଖିଛି। କର୍ମଚାରୀ ଅଭାବରୁ ସମସ୍ୟା ଉପୁଜୁଛି। ତଥାପି ସ୍ବଳ୍ପସଂଖ୍ୟକ କର୍ମଚାରୀଙ୍କୁ ନେଇ ହାତୀ ଘଉଡ଼ାଇବାକୁ ଉଦ୍ୟମ କରାଯାଉଛି। କ୍ଷତିଗ୍ରସ୍ତ ପରିବାରକୁ ମିଳୁଥିବା ସହାୟତା ପ୍ରଦାନ ପ୍ରକ୍ରିୟାରେ ସରକାର ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ବନ ବିଭାଗ ପକ୍ଷରୁ ସିଧାସଳଖ କ୍ଷତିପୂରଣ ଦିଆଯାଉଥିଲା। ଏବେ ଜନସେବା କେନ୍ଦ୍ରରେ ଆବଶ୍ୟକ କାଗଜପତ୍ର ଦାଖଲ ପରେ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ଆସୁଥିବା ସେ ସୂଚନା ଦେଇଛନ୍ତି।

ପର ଦୁଆରେ ମୁଣ୍ଡ ଗୁଞ୍ଜୁଛୁ
ଗଁା ମୁଣ୍ଡରେ ଥିବା ଗୋଟିକିଆ ଘରଗୁଡ଼ିକୁ ହାତୀପଲ ବେଶି ଭାଙ୍ଗୁଛନ୍ତି। ଭାତ, ଧାନ, ଚାଉଳ ଖାଇବା ଆଶାରେ ସେମାନେ ରାତି ଅଧରେ ଉପଦ୍ରବ କରୁଛନ୍ତି। ହାତୀ ପାଇଁ ଝାଟିମାଟି କୁଡ଼ିଆରେ ବାସ କରୁଥିବା ଗରିବ ପରିବାର ସବୁଠାରୁ ବେଶି ପ୍ରଭାବିତ ହେଉଛନ୍ତି। ବର୍ଷା ରାତିରେ ଘରଦ୍ୱାର, ଆସବାବପତ୍ର ଛାଡ଼ି ପର ଦୁଆରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ କରୋନା ସମୟରେ ମିଳିଥିବା ଚାଉଳ ହାତୀ ଖାଇଯାଇଛନ୍ତି। ଖାଇବାକୁ ନ ଥିବାରୁ ଅନ୍ୟ ଉପରେ ନିର୍ଭର କରିବାକୁ ପଡୁଛି।
-ସଂଘମିତ୍ରା ସାହୁ, ଅଁଳାବେଡ଼ା

ବର୍ଷା ରାତିରେ ହଟହଟା ହେଉଛୁ
ସଞ୍ଜ ଗଡ଼ିଲେ ହାତୀଭୟ ଲାଗିରହୁଛି। ରାତି ଅଧରେ ହାତୀ ବାହାରି ଘରଦ୍ୱାରା ଭାଙ୍ଗି ପକାଉଛନ୍ତି। ଜୀବନ ବିକଳରେ ପିଲାଛୁଆଙ୍କୁ ଧରି ଗ୍ରାମର କୋଠାଘରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛୁ। ସରକାରୀ କ୍ଷତିପୂରଣ ଲାଗି ଦୀର୍ଘଦିନ ଅପେକ୍ଷା କରିବାକୁ ପଡୁଛି। ହାତୀଙ୍କୁ ଘଉଡ଼ାଇବା ଲାଗି ଆବଶ୍ୟକ ପଦକ୍ଷେପ ନିଆ ନ ଗଲେ କେତେବେଳେ ଜୀବନ ଯିବ ତାହା କହିହେଉନି। ହାତୀ ଉପଦ୍ରବ କରୁଥିବା ଅଞ୍ଚଳର ଗରିବ ଲୋକଙ୍କ ତାଲିକା ପ୍ରସ୍ତୁତ କରି ଆବାସ ଯୋଜନାରେ ସାମିଲ କରାଗଲେ ସମସ୍ୟାର ସମାଧାନ ହୋଇପାରନ୍ତା।
-ଧନେଶ୍ୱର ପଧାନ, ବୁହାଳିପାଳ

ଜୀବନ ପ୍ରତି ବିପଦ ବଢୁଛି
ହାତୀ ଉପଦ୍ରବରେ ଗଁା ମୁଣ୍ଡରେ ଥିବା ବଖରାଏ କୁଡ଼ିଆ ଘର ଭାଙ୍ଗିଯାଇଛି। ବର୍ଷାଦିନେ ବାସହରା ହୋଇଯିବା ପରେ କଷ୍ଟ ବଢିଛି। ବର୍ଷକ ପାଇଁ ସାଇତି ରଖାଯାଇଥିବା ସବୁ ଖାଦ୍ୟଶସ୍ୟ, ଧାନଚାଉଳ ହାତୀ ଖାଇଦେଇଛନ୍ତି। ଘରେ ଖାଇବାକୁ ଆଉ କିଛି ନାହିଁ। କରୋନା ମହାମାରୀ ସମୟରେ ରୋଜଗାର ନ ଥିବାବେଳେ ଏଭଳି ସମସ୍ୟା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ସରକାର ଆମ ଭଳି ଗରିବ ପରିବାରକୁ ସହାୟତାର ହାତ ବଢ଼ାଇଲେ ଭଲ ହୁଅନ୍ତା।
-କବିତା ପଧାନ, ବୁହାଳିପାଳ


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri