Categories: ଫୁରସତ

ଜଙ୍ଗଲରେ ଦୋଳି ଖେଳୁଥିଲା ହାତୀ… ପରେ ଘଟିଲା କିଛି ଏମିତି

ସୋସିଆଲ ମିଡିଆରେ ଅନେକ ପ୍ରକାର ଭିଡିଓ ଭାଇରାଲ ହେଉଛି। ସେଥି ମଧ୍ୟରୁ ପଶୁ ପକ୍ଷୀଙ୍କ ଭିଡିଓ ଅନ୍ୟତମ। କେତେବେଳେ ମାଙ୍କଡମାନଙ୍କ ଦୁଷ୍ଟାମି ତ କେତେବେଳେ ସେମାନଙ୍କ ଆଶ୍ଚର୍ଯ୍ୟ କାର୍ଯ୍ୟ। ସେହି ଭଳି ବର୍ତ୍ତମାନ ଏକ ହାତୀର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଏଥିରେ ଆପଣ ଦେଖିପାରିବେ ଯେ ହାତୀଟି ଜଙ୍ଗଲରେ ଜଙ୍ଗଲରେ ବୁଲୁଥିବା ସମୟରେ ଦୋଳିଖେଳିବାକୁ ଚେଷ୍ଟା କରିଛିା। ଏପରି କରିବା ସମୟରେ ତାର ଗୋଡ ଏକ କାଠ ଭିତରେ ପଶି ଯାଇଛି। ଏହା ପରେ ହାତୀଟି ଗୋଡ଼କୁ ବାହାର କରିବା ପାଇଁ ବହୁତ ଚେଷ୍ଟା କରୁଛି।

ଏହି ଭିଡିଓକୁ ଭାରତୀୟ ବନ ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ସୁଶାନ୍ତ କ୍ୟାପଶନରେ ଲେଖିଛନ୍ତି, ଶରୀରକୁ ଝୁଲାଇବା ଅତ୍ୟଧିକ ଭାରୀ । ପୋଷ୍ଟ ହେବା ମାତ୍ରେ ଭିଡିଓଟି ଭାଇରାଲ ହେବାରେ ଲାଗିଛି।

ଏଯାବ୍‌ତ ଏହି ଭିଡିଓକୁ ୩୩ ହଜାରରୁ ଅଧିକ ଥର ଦେଖାଯାଇଛି। ୩୦୦ରୁ ଅଧିକ ଟୁଇଟ୍‌ ୨.୫ ହଜାରରୁ ଅଧିକ ଲାଇକ୍‌ ହୋଇଛି।

ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ଏହି ଭିଡିଓ ଉପରେ ଆକର୍ଷଣୀୟ ମନ୍ତବ୍ୟ ଦେଉଛନ୍ତି। ସେ ଭଳି ଆଉ ଜଣେ ଲେଖିଛନ୍ତି ଯେ ହାତୀ ଶ୍ରାବଣରେ ଦୋଳି ଖେଳିବାକୁ ଚେଷ୍ଟା କରୁଛି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି ହାତୀଟି ଦୋଳି ଖେଳୁଥିବା ଦେଖି ବହୁତ ମଜା ଲାଗିଲା।

Share