Categories: ଫୁରସତ

ଗରମ ହେବାରୁ ହାତୀ କରୁଛି ଏପରି, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ହାତୀ ଛୁଆ ଟବ୍‌ରେ ପଶି ଗାଧୋଉଥିବା ଦେଖିବାକୁ ମିଳୁଛି। ଯେପରି ଲାଗୁଛି ଗରମ ନ ସହି ପାରି ହାତୀ ଗାଧୋଇବାରେ ଳାଗିପଡ଼ିଛି। ସେ ତାହାର ସମ୍ପୂର୍ଣ୍ଣ ଶରୀରକୁ ଭିଜେଇବା ପାଇଁ ଟବ୍‌ ଭିତରେ ଏପଟ ସେପଟ ହେଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।

Share