କୂଅରେ ପଡ଼ିଥିଲା ହାତୀ: ମାଈ ହାତୀକୁ ଘଉଡାଇ ଉଦ୍ଧାର କଲା ବନ ବିଭଗ

ଦେବଗଡ,୫।୧୧(ଶଶାଙ୍କ ଶେଖର ଝାଙ୍କର): କୂଅରେ ପଡ଼ିଥିବା ହାତୀ ଶାବକକୁ ସୁରକ୍ଷିତ ଉଦ୍ଧାର କରିବାରେ ସଫଳ ହେଲା ବନ ବିଭଗ। ଦେବଗଡ଼ ବନଖଣ୍ଡ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଖଳିପୋଷି ଗ୍ରାମରେ ଥିବା ଏକ କୂଅ ଭିତରେ ପଡ଼ି ଯାଇଥିଲା ହାତୀ ଶାବକ। ହାତୀପଲରେ ୧୦ ରୁ ଅଧିକ ହାତୀ ଥିବା ବେଳେ ସୋମବାର ରାତି ପ୍ରାୟ ୧୧ଟାରେ ହାତୀ ଶାବକଟି ପଡିଯାଇଥିଲା। ବନବିଭାଗ ହାତୀପଲକୁ ଟ୍ରାକିଂ କରୁଥିବାରୁ ହାତୀ ଶାବକକୁ ଉଦ୍ଧାର ପାଇଁ ତୁରନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାତ୍ର ରାତି ହୋଇଥିବାରୁ ମାଈ ହାତୀ ବାରମ୍ବାର ଆକ୍ରମଣ କରିଥିଲା ଫଳରେ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଥିଲା। ଆଜି ସକାଳ ହେବା ପରେ ମାଈ ହାତୀକୁ ଘଉଡାଇବା ସହିତ ହାତୀ ଶାବକକୁ ଉଦ୍ଧାର କରିଥିଲା। ଦୀର୍ଘ ସମୟ ପ୍ରୟାସ ପରେ ସୁରକ୍ଷିତ ଉଦ୍ଧାର କରିବାରେ ବନବିଭାଗ ସଫଳ ହୋଇଛି । ବନବିଭାଗର ଏକ ଜେସିବି ଯୋଗେ ଗାତ ଖୋଲି ହାତୀ ଶାବକକୁ ଉଦ୍ଧାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ଅଫିସକୁ ଚାଲି ଚାଲି ଆସିଲେ ସିଡିଓ, ବନ୍ଦ ଡାକରା ଯୋଗୁ…

କୋରାପୁଟ,୨୮।୧(ଅମିତାଭ ବେହେରା ): କୋରାପୁଟରେ ବନ୍ଦ ଡାକରାର ପଡ଼ିଛି ପ୍ରଭାବ। ଏଥିଯୋଗୁ ଗାଡି ମୋଟର ବନ୍ଦ ରହିଥିଲା। ଫଳରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ(ସିଡିଓ) ବେଣୁଧର ଶବର…

ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…

ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ  ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…

ଅରିଜିତଙ୍କ ଅବସର ପରେ ଏମିତି କହିଲେ ଶ୍ରେୟା ଘୋଷାଲ, ସବୁଠି ଚର୍ଚ୍ଚା

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ଏହି ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ସହକର୍ମୀମାନେ…

ରାୟଗଡା ସହରରେ ଜଣ୍ଡିସ ଆଶଙ୍କା, ସ୍ୱାସ୍ଥ୍ୟ ବିଭାଗର ତନାଘନା

ରାୟଗଡା,୨୮ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଇନ୍ଦିରା ନଗର ଷଷ୍ଠ ଲେନ, କସ୍ତୁରୀ ନଗର ପ୍ରମଥ ଲେନ ଏବଂ କତୁରୁ ବସ୍ତିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଅରିଜିତଙ୍କୁ ନେଇ ବଡ଼ ଖବର! ରାଜନୈତିକ ଦଳ କରିବାକୁ ଅବସର…ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ… 

ମୁମ୍ବାଇ: ଆଜିକାଲି ଅଭିନୟ ଜୀବନ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ଖ୍ୟାତନାମା ଗାୟକ ଅରିଜିତ ସିଂ। ଦିନକ ପୂର୍ବେ ସେ ହଠାତ…

ସରକାରୀ ଜମି ଜବରଦଖଲକୁ ନେଇ ଉତ୍ତେଜନା, ଦିଗପହଣ୍ଡି ଥାନାରେ ହୋହଲ୍ଲା  

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମର ଏକାଧିକ ଏକର ସରକାରୀ ଜମି ଜବରଦଖଲକୁ କେନ୍ଦ୍ରକରି ଗତ ଦୁଇଦିନ ହେଲା ଗାଁରେ ଚାପା…

ପତ୍ନୀଙ୍କଠାରୁ ଅଲଗା ହେବେ ଗୌରବ ଖନ୍ନା! ପ୍ରଶଂସକଙ୍କ ବଢ଼ିଲା ଚିନ୍ତା 

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ବିଜେତା ତଥା ଅଭିନେତା ଗୌରବ ଖନ୍ନା। ଶୋ’ରେ ପତ୍ନୀଙ୍କ ପ୍ରତି ଥିବା ଭଲପାଇବାକୁ ନେଇ ସେ ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri