Categories: ଫୁରସତ

ଆଙ୍ଗୁଠିରୁ କାଦୁଅ ଛଡାଇବା ପାଇଁ ଏପରି ଉପାୟ ଆପଣାଇଲା ହାତୀ ଛୁଆ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ଛୁଆ ହାତୀ ତାର ଗୋଡ ଆଙ୍ଗୁଠିରୁ କାଦୁଅ ଛଡାଉ ଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଛୁଆ ହାତୀର ଗୋଡରେ କାଦୁଅ ଲାଗିଯାଇଛି। ପରେ ଛୁଆ ହାତୀଟି ଆଗ ଦୁଇ ଗୋଡକୁ ଘସୁଛି। ପରେ ଶୁଣ୍ଢ ସାହାଯ୍ୟରେ କାଦୁଅ ଛଡାଉଥିବା ଦେଖାଯାଇଛି। ଏହି ଭିଡିଓକୁ ଆଇଏଫଏସ ସୁଶାନ୍ତ ନନ୍ଦ ଟୁଇଟ କରି ଶେୟାର କରିଛନ୍ତି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍‌ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।

Share