ଛିଣ୍ଡିପଡ଼ିଲା ବିଦ୍ୟୁତ୍‌ ତାର:ବିଲରେ ଜଳିଗଲେ ଚାଷୀ

ଚାନ୍ଦବାଲି,୨୮।୧୨(କିଷାନ ପାତ୍ର):ଚାଷଜମିରେ ଛିଣ୍ଡି ପଡ଼ିଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀ ଜଳି ଯାଇଛନ୍ତି। ଏଥିସହ ଚାଷୀଙ୍କ ୨ ଏକର ଜମିର ଧାନ ପୋଡ଼ି ପାଉଁଶ ହୋଇଯାଇଛି। ଶୁକ୍ରବାର ପୂର୍ବାହ୍ନରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସି ଅଧୀନ ବାଲିଗଁା ନରସିଂହପୁର ଗ୍ରାମରେ। ମୃତ ଚାଷୀ ହେଲେ ଗ୍ରାମର ପ୍ରମୋଦ ଦାସ(୨୯)। ବିଦ୍ୟୁତ୍‌ ବିଭାଗର ଖାମଖିଆଲି ନୀତି ଯୋଗୁ ପ୍ରମୋଦଙ୍କ ଜୀବନ ଯାଇଥିବା ଅଭିଯୋଗ କରି ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। କ୍ଷତିପୂରଣ ଦାବିରେ ପରିବାର ସହ ଉତ୍ତ୍ୟକ୍ତ ଲୋକେ ସ୍ଥାନୀୟ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ।
ସୂଚନା ଅନୁଯାୟୀ, ପ୍ରମୋଦ ନିଜ ବିଲ କୁଞ୍ଜକାଲିକା ନିକଟକୁ ଧାନ କାଟିବାକୁ ଯାଇଥିଲେ। ବିଲ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର ହଠାତ୍‌ ଛିଣ୍ଡି ତାଙ୍କ ଉପରେ ପଡ଼ିଥିଲା। ବିଦ୍ୟୁତ୍‌ ଆଘାତରେ ଜଳିଯାଇ ସେଠାରେ ପ୍ରମୋଦଙ୍କ ମୃତ୍ୟୁ ଘଟିଥିଲା। ପ୍ରମୋଦଙ୍କ ଜମି ସହ ଆଖପାଖରେ ୨ରୁ ୩ ଏକର ଚାଷଜମିରେ ନିଅଁା ଲାଗିଯାଇଥିଲା। ପାଖରେ ଧାନ କାଟୁଥିବା ଅନ୍ୟ ଚାଷୀମାନେ ପ୍ରମୋଦଙ୍କ ଦେହରେ ବିଦ୍ୟୁତ୍‌ ତାର ଲାଗିଥିବାରୁ ତାଙ୍କ ପାଖକୁ ଆସିବାକୁ ସାହସ କରିପାରି ନ ଥିଲେ। ଦମକଳ ବାହିନୀ ଓ ବିଦ୍ୟୁତ୍‌ ଅଫିସକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚତ୍ ନିଅଁାକୁ ଆୟତ୍ତ କରିଥିଲା। ଘଟଣା ପରେ ସେଠାରେ ଉତ୍ତେଜନା ଲାଗି ରହିଥିଲା। ଚାନ୍ଦବାଲି ପୋଲିସ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା। ପ୍ରମୋଦ ଘରେ ଏକମାତ୍ର ରୋଜଗାରିଆ ପୁଅ ଥିଲେ। ତାଙ୍କର ଅନ୍ୟ ଦୁଇଭାଇ ମାନସିକ ବିକାରଗ୍ରସ୍ତ ଥିବାବେଳେ ପ୍ରମୋଦଙ୍କ ଉପରେ ସମ୍ପୂର୍ଣ୍ଣ ପରିବାର ନିର୍ଭର କରୁଥିଲା। ମୃତକଙ୍କ ପରିବାର ଲୋକଙ୍କ ସହ ବାଲିଗଁା ଅଞ୍ଚଳର ବିଶ୍ୱନାଥ ଦାଶ, ଚିନ୍ତାମଣି ସାହୁ, ସୁଶାନ୍ତ ସାହୁ, ଜନ୍ମେଞ୍ଜୟ ରାଉଳ, ଦୀପକ ଦାଶ, ଅର୍ଜୁନ ସାହୁଙ୍କ ସମେତ ଶତାଧିକ ଚାଷୀ ପ୍ରମୋଦଙ୍କ ମୃତଦେହ ଚାନ୍ଦବାଲି ବସ୍‌ଷ୍ଟାଣ୍ଡ ନିକଟରେ ଥିବା ବିଦ୍ୟୁତ୍‌ କାର୍ଯ୍ୟାଳୟ ଆଗରେ ରଖି ଟାୟାର ଜାଳି ମୁଖ୍ୟରାସ୍ତା ଅବରୋଧ କରି ବସି ରହିଥିଲେ। ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୫ଟା ଯାଏ ରାସ୍ତାରୋକୋ ଜାରି ରହିଥିଲା। ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ଭାଗୀରଥି ପଣ୍ଡା, ତହସିଲଦାର ଭବତୋଷ ମଲ୍ଲିକ ଓ ବିଡିଓ ଅସିତ କୁମାର ମହାନ୍ତି ପହଞ୍ଚତ୍ ଲୋକଙ୍କ ସହ ଆଲୋଚନା କରିଥିଲେ। ରେଡ୍‌କ୍ରସ ପାଣ୍ଠିରୁ ୩୦ ହଜାର ଓ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ୩୦ ହଜାର ଟଙ୍କା କ୍ଷତିପୂରଣ ସହ ମୃତକଙ୍କ ସାନଭାଇଙ୍କୁ ବିଭାଗରେ ନିଯୁକ୍ତି ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିଲା। ପରେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri