Posted inଜାତୀୟ

ପ୍ରତ୍ୟେକ ଭୋଟ୍‌ର ହିସାବ ଦେଲେ ନିର୍ବାଚନ ଆୟୋଗ, କହିଲେ ତଥ୍ୟରେ ପରିବର୍ତ୍ତନ ଅସମ୍ଭବ

ନୂଆଦିଲ୍ଲୀ,୨୫ା୫: ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ଶନିବାର ଦେଶର ୫୭ଟି ଆସନରେ ମତଦାନ ଚାଲିଥିଲା। ଏହି ସମୟରେ ନିର୍ବାଚନ ଆୟୋଗ ଗତ ପାଞ୍ଚଟି ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନର ଅନ୍ତିମ ତଥ୍ୟ ପ୍ରକାଶ କରିଛନ୍ତି। କୁହାଯାଇଛି, ଏହି ପାଞ୍ଚଟି ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନମଣ୍ଡଳୀରେ କେତେ ପ୍ରତିଶତ ଲୋକ ଭୋଟ୍‌ ଦେଇଛନ୍ତି। ଏହି ସମୟରେ ନିର୍ବାଚନ ଆୟୋଗ ଏହା ମଧ୍ୟ କହିଛନ୍ତି ଯେ, ଭୋଟ ପ୍ରତିଶତକୁ ନେଇ କିଛି ଭୁଲ କଥା କୁହାଯାଉଛି।

ନିର୍ବାଚନ ଆୟୋଗ କହିଛନ୍ତି, ନିର୍ବାଚନ ପ୍ରକ୍ରିୟାକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ଏଭଳି ମିଥ୍ୟା କଥା ପ୍ରଚାର ହୋଇଛି। ଇସିଆଇ ଅନୁଯାୟୀ, ପ୍ରତ୍ୟେକ ପର୍ଯ୍ୟାୟର ନିର୍ବାଚନ ଦିନ ସକାଳ ୯.୩୦ରୁ ସେମାନଙ୍କ ଆପ୍‌ ମାଧ୍ୟମରେ ଭୋଟ୍‌ ତଥ୍ୟ ଉପଲବ୍ଧ। ମତଦାନରେ କୌଣସି ପରିବର୍ତ୍ତନକୁ ଅସ୍ବୀକାର କରି ନିର୍ବାଚନ ଆୟୋଗ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି।

ପ୍ରଥମ ପର୍ଯ୍ୟାୟ: ୬୬.୧୪ ପ୍ରତିଶତ
ଦ୍ୱିତୀୟ ପର୍ଯ୍ୟାୟ: ୬୬.୭୧. ପ୍ରତିଶତ
ତୃତୀୟ ପର୍ଯ୍ୟାୟ: ୬୫.୬୮ ପ୍ରତିଶତ
ଚତୁର୍ଥ ପର୍ଯ୍ୟାୟ ୬୯.୧୬ ପ୍ରତିଶତ
ପଞ୍ଚମ ପର୍ଯ୍ୟାୟ ୬୨.୨୦ ପ୍ରତିଶତ

ନିର୍ବାଚନ ଆୟୋଗ ଭୋଟ୍‌ ପ୍ରତିଶତ ତଥ୍ୟ ପ୍ରକାଶ କରିବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ୨୪ ତାରିଖ ଶୁକ୍ରବାର ଏକ ଏନ୍‌ଜିଓ ସୁପ୍ରିମକୋର୍ଟରେ ଏକ ଆବେଦନ କରି ଲୋକ ସଭା ନିର୍ବାଚନ ସମୟରେ ମତଦାନ କେନ୍ଦ୍ରର ତଥ୍ୟକୁ ନିଜ ଓ୍ବେବ୍‌ସାଇଟରେ ଅପଲୋଡ୍‌ କରିବାକୁ ଦାବି କରିଥିଲେ। ତେବେ ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କୁ କୌଣସି ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। କହିଛନ୍ତି ଯେ, ନିର୍ବାଚନ ପ୍ରକ୍ରିୟାରେ କୋର୍ଟ ହସ୍ତକ୍ଷେପ କରିବେ ନାହିଁ।

ସାଧାରଣ ନିର୍ବାଚନ ମଧ୍ୟରେ ଏହା ନିର୍ବାଚନ ପରିବେଶକୁ ନଷ୍ଟ କରିଦେବ ଏବଂ ନିର୍ବାଚନ ଯନ୍ତ୍ରରେ ବିଶୃଙ୍ଖଳା ସୃଷ୍ଟି କରିବ ବୋଲି ଯୁକ୍ତି ଦର୍ଶାଇ ନିର୍ବାଚନ ଆୟୋଗ ଏନ୍‌ଜିଓର ଦାବିକୁ ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri