Posted inଫୁରସତ

ଅଣ୍ଡା ବିକି କୋଟିପତି

ବେଙ୍ଗାଲୁରୁ: ସାଧାରଣତଃ କୁକୁଡ଼ା ଫାର୍ମଗୁଡ଼ିକରେ ବଡ଼ ବଡ଼ ପିଞ୍ଜରା ମଧ୍ୟରେ ବହୁ ଶହ କୁକୁଡ଼ାଙ୍କୁ ବନ୍ଦ କରି ରଖାଯାଇଥାଏ। ତେବେ ଏହି ପାରମ୍ପରିକ ପଦ୍ଧତି ପରିବର୍ତ୍ତେ ଏକ ନୂତନ ଢଙ୍ଗରେ କୁକୁଡ଼ା ଚାଷ କରି ମଞ୍ଜୁନାଥ ମାରାପନ୍‌ ଏବଂ ଅଶୋକ କନ୍ନନ୍‌ ନାମକ ୨ ଜଣ କନ୍ନଡ଼ ଚାଷୀ କୋଟିପତି ହୋଇ ପାରିଛନ୍ତି।
ଅର୍ଗାନିକ ଏଗ୍‌ (ଜୈବିକ ଅଣ୍ଡା) ବିକ୍ରି କରି ଉଭୟ ମଞ୍ଜୁନାଥ ଓ ଅଶୋକ ବହୁ କୋଟି ଟଙ୍କା ରୋଜଗାର କରୁଛନ୍ତି। ୨୦୧୪ରେ କର୍ନାଟକର ବେଙ୍ଗାଲୁରୁରେ ଉଭୟେ ହାପି ହେନ୍ସ ନାମରେ ଏକ ଦେଶୀ କୁକୁଡ଼ା ଫାର୍ମ ଖୋଲିଥିଲେ। ଏହା ଏକ ମୁକ୍ତ ପରିସରର କୁକୁଡ଼ା ଫାର୍ମ ହୋଇଥିବା ମଞ୍ଜୁନାଥ କହିଛନ୍ତି। ଏଠାରେ କୁକୁଡ଼ାମାନଙ୍କୁ ପିଞ୍ଜରା ମଧ୍ୟରେ ରଖାଯିବା ବଦଳରେ ଖୋଲା ସ୍ଥାନରେ ଛଡ଼ା ଯାଇଥାଏ। ସମ୍ପ୍ରତି ଏହି ଫାର୍ମରେ ଥିବା କୁକୁଡ଼ାମାନେ ପ୍ରତିଦିନ ପ୍ରାୟ ୨୦ ହଜାର ଅଣ୍ଡା ଦେଉଛନ୍ତି, ଯାହାର ଦାମ ଅଣ୍ଡା ପିଛା ୨୫ ଟଙ୍କା ରହିଛି। ଏହି ପୁଷ୍ଟିକର ଜୈବିକ ଅଣ୍ଡାରେ ଓମେଗା, ପ୍ରୋଟିନ୍‌ ଏବଂ ଭିଟାମିନ୍‌ ଭରପୂର ମାତ୍ରାରେ ରହିଥାଏ ବୋଲି ମଞ୍ଜୁନାଥ କହିଛନ୍ତି।

ସେ ଆହୁରି କହିଛନ୍ତି, ସେମାନେ ଫ୍ରାଞ୍ଚାଇଜ୍‌ ମଡେଲରେ କାମ କରନ୍ତି। ମହାରାଷ୍ଟ୍ରର ନାଶିକ୍‌, ତେଲଙ୍ଗାନାର ହାଇଦ୍ରାବାଦ ଏବଂ ତାମିଲନାଡୁର ତ୍ରିଚି ଓ ପେରମ୍ବାଲୁରର ୧୧ ଜଣ କ୍ଷୁଦ୍ର କୁକୁଡ଼ା ଚାଷୀଙ୍କ ସହଭାଗିତାରେ ତାଙ୍କ କୁକୁଡ଼ା ହାପି ହେନ୍ସ କାର୍ଯ୍ୟ କରୁଛି। କୌଣସି ଆଣ୍ଟିବାୟୋଟିକ୍‌ ନ ଦେଇ କିପରି କୁକୁଡ଼ାମାନଙ୍କଠାରୁ ଜୈବିକ ଅଣ୍ଡା ଉତ୍ପାଦନ କରିହେବ ସେ ସମ୍ବନ୍ଧରେ ସେ ଏବଂ ଅଶୋକ କ୍ଷୁଦ୍ର ଚାଷୀମାନଙ୍କୁ ତାଲିମ ଦିଅନ୍ତି ବୋଲି ମଞ୍ଜୁନାଥ କହିଛନ୍ତି।

ଉଭୟ ମଞ୍ଜୁନାଥ ଓ ଅଶୋକ ଏହି ବ୍ୟବସାୟରୁ ବାର୍ଷିକ ପ୍ରାୟ ୮ କୋଟି ଟଙ୍କା ରୋଜଗାର କରୁଛନ୍ତି। ମଞ୍ଜୁନାଥ କହିଛନ୍ତି, ବେଙ୍ଗାଲୁରୁରେ ଛଅଟି ସାଧାରଣ ଅଣ୍ଡାର ପ୍ୟାକେଟର ଦାମ ୬୦ରୁ ୭୦ ଟଙ୍କା ରହିଥିବାବେଳେ ହାପି ହେନ୍ସର ୬ଟିକିଆ ଅଣ୍ଡା ପ୍ୟାକେଟର ଦାମ ୧୫୦ ଟଙ୍କା ରହିଛି। ଯଦି କୌଣସି ଗ୍ରାହକ ହାପି ହେନ୍ସର ସଦସ୍ୟତା ନିଅନ୍ତି, ତେବେ ତାଙ୍କୁ ୪୦ ପ୍ରତିଶତ ରିହାତି ଦିଆଯାଉଛି ବୋଲି ମଞ୍ଜୁନାଥ କହିଛନ୍ତି। ଏହି ଅଣ୍ଡାକୁ ହାପି ହେନ୍ସ ପକ୍ଷରୁ ସମଗ୍ର ବେଙ୍ଗାଲୁରୁରେ ବିତରଣ କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri