Posted inଫୁରସତ

ଅଣ୍ଡା ବିକି କୋଟିପତି

ବେଙ୍ଗାଲୁରୁ: ସାଧାରଣତଃ କୁକୁଡ଼ା ଫାର୍ମଗୁଡ଼ିକରେ ବଡ଼ ବଡ଼ ପିଞ୍ଜରା ମଧ୍ୟରେ ବହୁ ଶହ କୁକୁଡ଼ାଙ୍କୁ ବନ୍ଦ କରି ରଖାଯାଇଥାଏ। ତେବେ ଏହି ପାରମ୍ପରିକ ପଦ୍ଧତି ପରିବର୍ତ୍ତେ ଏକ ନୂତନ ଢଙ୍ଗରେ କୁକୁଡ଼ା ଚାଷ କରି ମଞ୍ଜୁନାଥ ମାରାପନ୍‌ ଏବଂ ଅଶୋକ କନ୍ନନ୍‌ ନାମକ ୨ ଜଣ କନ୍ନଡ଼ ଚାଷୀ କୋଟିପତି ହୋଇ ପାରିଛନ୍ତି।
ଅର୍ଗାନିକ ଏଗ୍‌ (ଜୈବିକ ଅଣ୍ଡା) ବିକ୍ରି କରି ଉଭୟ ମଞ୍ଜୁନାଥ ଓ ଅଶୋକ ବହୁ କୋଟି ଟଙ୍କା ରୋଜଗାର କରୁଛନ୍ତି। ୨୦୧୪ରେ କର୍ନାଟକର ବେଙ୍ଗାଲୁରୁରେ ଉଭୟେ ହାପି ହେନ୍ସ ନାମରେ ଏକ ଦେଶୀ କୁକୁଡ଼ା ଫାର୍ମ ଖୋଲିଥିଲେ। ଏହା ଏକ ମୁକ୍ତ ପରିସରର କୁକୁଡ଼ା ଫାର୍ମ ହୋଇଥିବା ମଞ୍ଜୁନାଥ କହିଛନ୍ତି। ଏଠାରେ କୁକୁଡ଼ାମାନଙ୍କୁ ପିଞ୍ଜରା ମଧ୍ୟରେ ରଖାଯିବା ବଦଳରେ ଖୋଲା ସ୍ଥାନରେ ଛଡ଼ା ଯାଇଥାଏ। ସମ୍ପ୍ରତି ଏହି ଫାର୍ମରେ ଥିବା କୁକୁଡ଼ାମାନେ ପ୍ରତିଦିନ ପ୍ରାୟ ୨୦ ହଜାର ଅଣ୍ଡା ଦେଉଛନ୍ତି, ଯାହାର ଦାମ ଅଣ୍ଡା ପିଛା ୨୫ ଟଙ୍କା ରହିଛି। ଏହି ପୁଷ୍ଟିକର ଜୈବିକ ଅଣ୍ଡାରେ ଓମେଗା, ପ୍ରୋଟିନ୍‌ ଏବଂ ଭିଟାମିନ୍‌ ଭରପୂର ମାତ୍ରାରେ ରହିଥାଏ ବୋଲି ମଞ୍ଜୁନାଥ କହିଛନ୍ତି।

ସେ ଆହୁରି କହିଛନ୍ତି, ସେମାନେ ଫ୍ରାଞ୍ଚାଇଜ୍‌ ମଡେଲରେ କାମ କରନ୍ତି। ମହାରାଷ୍ଟ୍ରର ନାଶିକ୍‌, ତେଲଙ୍ଗାନାର ହାଇଦ୍ରାବାଦ ଏବଂ ତାମିଲନାଡୁର ତ୍ରିଚି ଓ ପେରମ୍ବାଲୁରର ୧୧ ଜଣ କ୍ଷୁଦ୍ର କୁକୁଡ଼ା ଚାଷୀଙ୍କ ସହଭାଗିତାରେ ତାଙ୍କ କୁକୁଡ଼ା ହାପି ହେନ୍ସ କାର୍ଯ୍ୟ କରୁଛି। କୌଣସି ଆଣ୍ଟିବାୟୋଟିକ୍‌ ନ ଦେଇ କିପରି କୁକୁଡ଼ାମାନଙ୍କଠାରୁ ଜୈବିକ ଅଣ୍ଡା ଉତ୍ପାଦନ କରିହେବ ସେ ସମ୍ବନ୍ଧରେ ସେ ଏବଂ ଅଶୋକ କ୍ଷୁଦ୍ର ଚାଷୀମାନଙ୍କୁ ତାଲିମ ଦିଅନ୍ତି ବୋଲି ମଞ୍ଜୁନାଥ କହିଛନ୍ତି।

ଉଭୟ ମଞ୍ଜୁନାଥ ଓ ଅଶୋକ ଏହି ବ୍ୟବସାୟରୁ ବାର୍ଷିକ ପ୍ରାୟ ୮ କୋଟି ଟଙ୍କା ରୋଜଗାର କରୁଛନ୍ତି। ମଞ୍ଜୁନାଥ କହିଛନ୍ତି, ବେଙ୍ଗାଲୁରୁରେ ଛଅଟି ସାଧାରଣ ଅଣ୍ଡାର ପ୍ୟାକେଟର ଦାମ ୬୦ରୁ ୭୦ ଟଙ୍କା ରହିଥିବାବେଳେ ହାପି ହେନ୍ସର ୬ଟିକିଆ ଅଣ୍ଡା ପ୍ୟାକେଟର ଦାମ ୧୫୦ ଟଙ୍କା ରହିଛି। ଯଦି କୌଣସି ଗ୍ରାହକ ହାପି ହେନ୍ସର ସଦସ୍ୟତା ନିଅନ୍ତି, ତେବେ ତାଙ୍କୁ ୪୦ ପ୍ରତିଶତ ରିହାତି ଦିଆଯାଉଛି ବୋଲି ମଞ୍ଜୁନାଥ କହିଛନ୍ତି। ଏହି ଅଣ୍ଡାକୁ ହାପି ହେନ୍ସ ପକ୍ଷରୁ ସମଗ୍ର ବେଙ୍ଗାଲୁରୁରେ ବିତରଣ କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ୨ଟା ପହଞ୍ଚିବା ପରେ ହରମୁଜରେ ଫସିଲା ୧୯ ଜାହାଜ, LPG ଜାହାଜକୁ ଘେରିଗଲେ…

ନୂଆଦିଲ୍‌ଲୀ,୧୭।୩: ଚାଲିଥିବା ବିବାଦ ମଧ୍ୟରେ, ଇରାନ ହରମୁଜରେ ଜାହାଜ ଚଳାଚଳ ରାସ୍ତା ଅବରୋଧ କରିଛି। ଆମେରିକା ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଜାହାଜଗୁଡ଼ିକ ହରମୁଜରେ ଫସି ରହିଥିବା…

ରୁଷିକୂଲ୍ୟାରେ ବୁଡ ପକାଇଲେ ହଜାର ହଜାର ଭକ୍ତ: ପିତୃପୁରୁଷଙ୍କୁ ପିଣ୍ଡ ଦାନ

ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀପୂର୍ଣ୍ଣ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ଉତ୍ତରବାଙ୍କ ତୁମ୍ବେଶ୍ବର ଘାଟରେ ମହାବାରୁଣୀ ସ୍ନାନ ଅବସରରେ ମଙ୍ଗଳବାର ହଜାର…

ଯୁଦ୍ଧ ଭିତରେ ଚାଇନା ପାଇଁ ବଡ଼ ଘୋଷଣା କଲା ଭାରତ, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଉତ୍ତେଜନା ଜାରି ରହିଛି। ଆମେରିକା ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ କରୁଛନ୍ତି, ଯେତେବେଳେ ଇରାନ ସେନା ଡ୍ରୋନ ଆକ୍ରମଣ…

ଏକୁଟିଆ ପଡ଼ିଗଲେ ଟ୍ରମ୍ପ: ସାହାଯ୍ୟ କରିବାକୁ ସିଧା ସିଧା ମନା କରିଦେଲେ ଏସବୁ ଦେଶ

ଓ୍ବାଶିଂଟନ୍‌,୧୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଇରାନ ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ହର୍ମୁଜ ଷ୍ଟ୍ରେଟ୍‌କୁ ସୁରକ୍ଷିତ…

ଦୁଇ ଭାଇଙ୍କ ଝଗଡ଼ାରୁ ବଳି ପଡିଲେ ଶାଶୁ, ସାନଭାଇର କାଠ ଫାଳିଆ ମାଡ଼ରେ…

ବ୍ରହ୍ମଗିରି,୧୭।୩(ସ୍ୱାଧୀନ ଚମ୍ପତିରାୟ): ପୁରୀ ଜିଲା ଆରଖକୁଦ ମେରାନି ଥାନା ଅନ୍ତର୍ଗତ ପାଣ୍ଡାପୋଖରୀ ଗ୍ରାମରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ହୋଇଛି । ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର…

ସ୍ତ୍ରୀଙ୍କୁ ତଣ୍ଟି ଚିପି ମାରିବାକୁ ହତ୍ୟା ଉଦ୍ୟମ, ସ୍ବାମୀଙ୍କୁ ବାନ୍ଧି କୋର୍ଟଚାଲାଣ କଲା ପୋଲିସ

ଦିଗପହଣ୍ଡି,୧୭ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ବୁଡୁ ବେହେରା ତାଙ୍କ ସ୍ତ୍ରୀ ସୁଶୀଳା ବେହେରାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା…

ସୋଫିଆ ଫିର୍ଦ୍ଦୋସ କଂଗ୍ରେସରୁ ନିଲମ୍ବିତ ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ: ମୋ ଝିଅକୁ କରାଯାଉଥିଲା…

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ସନରାଇଜର୍ସ ହାଇଦ୍ରାବାଦର ନେତୃତ୍ୱ ନେଇପାରନ୍ତି ଇଶାନ କିଶନ

ନୂଆଦିଲ୍ଲୀ,୧୭ା୩: ଭାରତର ବାମହାତୀ ବିସ୍ଫୋରକ ବ୍ୟାଟର ଇଶାନ କିଶନ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ୱ ନେଇପାରନ୍ତି। ନିୟମିତ ଅଧିନାୟକ ପ୍ୟାଟ କୁମିନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri