ନିଶ୍ଚିହ୍ନହେବାକୁ ବସିଛି ଇକୋଲୋଜିକାଲ ପାର୍କ

ଭବାନୀପାଟଣା,୧୨ା୧(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଋଷିଗାଁ ୨୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ଜିଲାର ପ୍ରଥମ ଇକୋଲୋଜିକାଲ ପାର୍କ ରକ୍ଷଣାବେକ୍ଷଣ ଅଭାବରୁ ନିଶ୍ଚିହ୍ନ ହେବାକୁ ବସିଛି। ଜିଲା ପ୍ରଶାସନ ପକ୍ଷରୁ ୨୦୦୭-୦୮ ଆର୍ଥିକ ବର୍ଷରେ ଏହାକୁ ସ୍ଥାପନ କରାଯାଇଥିଲା। କୋଟିକୋଟି ଟଙ୍କା ବ୍ୟୟରେ ପ୍ରାୟ ୫ ଏକର ପରିବ୍ୟାପ୍ତ ଅଞ୍ଚଳକୁ ଉଦ୍ୟାନର ରୂପ ଦିଅଯାଇଥିଲା। ଏହାର ଚତୁଃପାର୍ଶରେ ସୁରକ୍ଷା ବାଡ଼, ପାର୍କରେ ପ୍ରାୟ ଶହେରୁ ଅଧିକ ବିଭିନ୍ନ ପ୍ରଜାତିର ଔଷଧୀୟ ଫୁଲ ଓ ଫଳଗଛ ରୋପଣ କରି ଆଡ଼ମ୍ବର ସହକାରେ ଉଦ୍‌ଘାଟନ କରାଯାଇଥିଲା। ସେହିପରି ୨୦୧୩ରେ ସେହି ସ୍ଥାନରେ ଶାନ୍ତି ବନ ସ୍ଥାପନ କରାଯାଇଥିଲା। ଜିଲାର ଲାଞ୍ଜିଗଡଠାରେ ଅବସ୍ଥାପିତ ବେଦାନ୍ତ ଆଲୁମିନା ପକ୍ଷରୁ ମଧ୍ୟ ଏହି ଇକୋଲାଜିକାଲ ପାର୍କର ନିର୍ମାଣ ପାଇଁ ସେ ସମୟରେ କୋଟିଏରୁ ଅଧିକ ଟଙ୍କାର ସହଯୋଗ କରାଯାଇଥିଲା। ଇତିମଧ୍ୟରେ ଦୀର୍ଘ ୧୨ ବର୍ଷ ଅତିକ୍ରାନ୍ତ ହୋଇଥିବାବେଳେ ଏବେ ଏହି ପାର୍କ ନିଶ୍ଚିହ୍ନ ପ୍ରାୟ। କେବଳ ସନ୍ତକ ଭାବେ ଶାନ୍ତି ବନ ଫଳକ ଓ ଭଙ୍ଗା ବାଡ଼ ରହିଯାଇଛି। କେବଳ ସେତିକି ନୁହଁ, ପରବର୍ତ୍ତୀ ସମୟରେ ପାର୍କ ପରିସରରେ କାର୍‌ଗିଲ ଶହୀଦଙ୍କ ଉଦ୍ଦେଶ୍ୟରେ ସ୍ଥାପନ କରାଯାଇଥିବା ଶହୀଦ ସ୍ତମ୍ଭ ଏବେ ଆବର୍ଜନାମୟ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ଏହା ଶହୀଦଙ୍କ ପ୍ରତି ଅସମ୍ମାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଇକୋଲୋଜିକାଲ ପାର୍କର ପୁନରୁଦ୍ଧାର ପାଇଁ ଦାବି କରିଆସୁଥିବାବେଳେ ପ୍ରଶାସନ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହେଉଛି। ଏହି ପାର୍କର ପୁନରୁଦ୍ଧାର ସହ ରକ୍ଷଣାବେକ୍ଷଣ ଓ ଶହୀଦ ସ୍ତମ୍ଭ ପ୍ରତି ପ୍ରଶାସନ ସମ୍ମାନ ପ୍ରଦର୍ଶନ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri