ଅକ୍ଟୋବର ପହିଲାରୁ ଖୋଲିବ ଇକୋ-ଟୁର୍‌ ସେଣ୍ଟର

ଭୁବନେଶ୍ୱର,୧୧। ୯(ବ୍ୟୁରୋ): କରୋନା କଟକଣା ପାଇଁ ୬ମାସ ଧରି ବନ୍ଦ ରହିଥିବା ରାଜ୍ୟର ପରିବେଶ ପର୍ଯ୍ୟଟନସ୍ଥଳୀ ବା ଇକୋ-ଟୁରିଜମ୍‌ ସେଣ୍ଟର ଅକ୍ଟୋବର ୧ରୁ ଖୋଲିବ। ପ୍ରଥମ ପର୍ଯ୍ୟାୟରେ ୮ଟି ସେଣ୍ଟର ଖୋଲାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ପର୍ଯ୍ୟାୟକ୍ରମେ ଅନ୍ୟ ସମସ୍ତ ପରିବେଶ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ। ତେବେ ରାଜ୍ୟ ସରକାର ଅନୁମତି ଦେବାପରେ ଏନେଇ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।
ରାଜ୍ୟର ପରିବେଶ ପର୍ଯ୍ୟଟନସ୍ଥଳୀଗୁଡିକୁ ପର୍ଯ୍ୟାୟକ୍ରମେ ଖୋଲିବା ପାଇଁ ଅନୁମତି ଦେବାକୁ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ଜଙ୍ଗଲ ଓ ପରିବେଶ ବିଭାଗକୁ ଅନୁରୋଧ କରାଯାଇଥିଲା। ଇକୋ-ରିଟ୍ରିଟ ଆୟୋଜନ ପାଇଁ ଗତ ମାସରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଏହି ଅନୁମତି ଲୋଡାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଭିତରକନିକାର ଡାଙ୍ଗମାଳ, ଚନ୍ଦକାର ଡେରାଶ, ଚିଲିକାସ୍ଥିତ ମଙ୍ଗଳାଯୋଡି, ସାତକୋଶିଆର ବଡମୂଳ, ହୀରାକୁଦର ଦେବ୍ରୀଗଡ, ବାଲିଗୁଡାର ମଣ୍ଡାସାରୁ ଓ ସାତକୋଶିଆର ଛୋଟେଲ, ତରଭା ଏବଂ ବାଘମୁଣ୍ଡ ଭଳି ଇକୋ-ଟୁରିଜମ୍‌ ସେଣ୍ଟର ଖୋଲିବାକୁ ଅନୁରୋଧ କରାଯାଇଥିଲା।
ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ପରିଚାଳିତ ଏହି ଇକୋ-ଟୁରିଜମ୍‌ ସେଣ୍ଟରଗୁଡ଼ିକ ରାଜ୍ୟ ପର୍ଯ୍ୟଟନ ଶିଳ୍ପ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ୨୦୧୮ ତୁଳନାରେ ୨୦୧୯ରେ ଇକୋ-ଟୁରିଜମ୍‌ରୁ ଆଖିଦୃଶିଆ ରାଜସ୍ବ ମିଳିଥିବାବେଳେ ଅଧିକାଂଶ ସେଣ୍ଟର ଲାଭରେ ଚାଲିଥିଲା। ରାଜ୍ୟ ତଥା ଦେଶ ବାହାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏସବୁ ପ୍ରାକୃତିକ ପରିବେଶରେ ରହଣି ପାଇଁ ବିଶେଷ ଆଗ୍ରହ ଦେଖାଇଥିଲେ। ୨୦୧୯ରେ ୩୦ ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ବିଭିନ୍ନ ଇକୋ-ଟୁରିଜମ୍‌ ସେଣ୍ଟରରେ ରାତ୍ର ରହଣି କରିଥିବାବେଳେ ଏଥିରୁ ବିଭାଗକୁ ୬.୬ କୋଟିର ରାଜସ୍ବ ମିଳିଥିଲା। ବିଶେଷକରି ଶିମିଳିପାଳ ଓ ସାତକୋଶିଆ ବଡ଼ମୂଳ ନେଚର କ୍ୟାମ୍ପ୍‌ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିଲା। ତେଣୁ ଏହିସବୁ ପରିବେଶ ପର୍ଯ୍ୟଟନସ୍ଥଳୀ ଖୋଲିଲେ ଏଠାକୁ ଦେଶୀୟ ପର୍ଯ୍ୟଟକମାନେ ଅଧିକ ସଂଖ୍ୟାରେ ଆସିବେ ଓ ରାଜସ୍ବ ଆସିବା ପରେ ପର୍ଯ୍ୟଟନ ଶିଳ୍ପ ଧୀରେ ଧୀରେ ଦୃଢ଼ ହେବ ବୋଲି ଆଶା କରାଯାଉଛି। କରୋନା ପରବର୍ତ୍ତୀ ସମୟରେ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ସଜାଡିବା ପାଇଁ ସରକାର ପଡୋଶୀ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ସମେତ ରାଜ୍ୟର ପର୍ଯ୍ୟଟକଙ୍କ ଉପରେ ଫୋକସ୍‌ କରୁଛନ୍ତି। ଏହି ଯୋଜନାରେ ପର୍ଯ୍ୟଟକଙ୍କୁ ପରିବେଶ ପର୍ଯ୍ୟଟନ ଓ ରାସ୍ତାପାର୍ଶ୍ୱ ପର୍ଯ୍ୟଟନ ପ୍ରତି ଆକୃଷ୍ଟ କରିବା ଲାଗି ପଦକ୍ଷେପ ନିଆଯାଉଛି। ଏପଟେ ରାଜ୍ୟ ସରକାର ହୋଟେଲ, ବାର୍‌ ଓ ରେଷ୍ଟୁରାଣ୍ଟ ଖୋଲିବା ପାଇଁ ଅନୁମତି ଦେଇଥିବାବେଳେ ଏସବୁ ପର୍ଯ୍ୟଟନସ୍ଥଳୀ ଖୋଲିଗଲେ ପର୍ଯ୍ୟଟକଙ୍କ ଆଗମନ ଆରମ୍ଭ ହୋଇଯିବ ବୋଲି ଟୁର୍‌ ଅପରେଟର ଓ ଗାଇଡ୍‌ମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri