ଦୀର୍ଘାୟୁ ହେବାର ସରଳ ଉପାୟ

ଆମ ଭାରତୀୟ ସଂସ୍କୃତି, ପରମ୍ପରା ଅତି ମହାନ୍‌। ଆମ ପୂର୍ବ ପୁରୁଷମାନେ ନିଜ ନିଜର କୌଳିକ, ଆଧ୍ୟାତ୍ମିକ ଚିନ୍ତାଧାରା ସହ ଦୈନନ୍ଦିନ ନିଜ ସ୍ବାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ଆମ ଭାରତୀୟ ଆୟୁର୍ବେଦରେ ଉଲ୍ଲେଖ କରାଯାଇଥିବା ବିଭିନ୍ନ ବୃକ୍ଷଲତା, ଗୁଳ୍ମର ଚେର, ଡାଳ, ପତ୍ର, ଫୁଲ, ଫଳ, ବୃକ୍ଷର ଛାଲିକୁ ଔଷଧ ଭାବେ ବ୍ୟବହାର କରୁଥିଲେ। ଫଳରେ ସେମାନେ ସୁସ୍ଥ, ଆରୋଗ୍ୟ ରହିବା ସହ ଦୀର୍ଘାୟୁ ହୋଇ ପାରୁଥିଲେ। କେବଳ ସେତିକି ନୁହେଁ, ଦୈନନ୍ଦିନ ପରିଶ୍ରମ କରିବା ସହ ବିନା ରାସାୟନିକ ସାର ପ୍ରୟୋଗରୁ ଉତ୍ପାଦିତ ଧାନ, ମୁଗ, ବିରି, କୋଳଥ, କାନ୍ଦୁଲ ଏବଂ ବିଭିନ୍ନ ପନିପରିବାକୁ ଖାଇ ବହୁବର୍ଷ ଯାଏ ବିନା ରୋଗରେ ବଞ୍ଚତ୍ ରହୁଥିଲେ। କିନ୍ତୁ ଆଜିର ମନୁଷ୍ୟର ଚିନ୍ତାଧାରା, ଆଳସ୍ୟପଣିଆ ଆଦିର ପ୍ରଭାବ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ପଡୁଛି। ଆବଶ୍ୟକତାଠାରୁ ଅଧିକ ପରିମାଣରେ ରାସାୟନିକ ସାରର ପ୍ରୟୋଗ ହେତୁ ଖାଦ୍ୟଶସ୍ୟ ଉତ୍ପାଦନର ମାତ୍ରା ବଢୁଛି, କିନ୍ତୁ ଉକ୍ତ ଖାଦ୍ୟ ଖାଇବା ହେତୁ ଆମ ଶରୀରରେ ବହୁ ଜଟିଳ ରୋଗ ସୃଷ୍ଟି ହେଉଛି। ଏଥିସହ ବହୁ ବ୍ୟକ୍ତି ହୋଟେଲ ଜଳଖିଆ, ହୋଟେଲ ପ୍ରସ୍ତୁତ ଖାଦ୍ୟ, ପିଜା, ବର୍ଗର, ଚାଉମିନ୍‌, ନୁଡୁଲ୍‌ସ, ଖାଇବାକୁ ପସନ୍ଦ କରୁଛନ୍ତି। କମ୍‌ ଦାମର ଅଧିକ ତେଲରେ ପ୍ରସ୍ତୁତ ଅତ୍ୟଧିକ ମସଲା, ରାଗ ଆଦି ଖାଇବା ହେତୁ ବିଭିନ୍ନ ରୋଗର ଶିକାର ମଧ୍ୟ ହେଉଛନ୍ତି। ପୂର୍ବରୁ ଲୋକଙ୍କୁ ଜ୍ୱର, କାଶ, ଝାଡ଼ା, କୁଣ୍ଡିଆ ଆଦି ରୋଗ ହେଉଥିବା ବେଳେ ସାଂଘାତିକ ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ଅତି ନଗଣ୍ୟ ଥିଲା। କିନ୍ତୁ ଆଜିର ସମାଜରେ ଉଚ୍ଚ ରକ୍ତଚାପ, ମଧୁମେହ, କ୍ୟାନ୍‌ସର, କିଡ୍‌ନୀ ସମସ୍ୟା, ହୃଦ୍‌ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି।
ପ୍ରକୃତିଦତ୍ତ ଯେଉଁ ସବୁ ବୃକ୍ଷଲତା ରହିଛି ସେଥିରୁ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ ହୋଇଥାଏ। ଏପରି କିଛି ବୃକ୍ଷ ରହିଛି ଯାହାର ଡାଳ, ପତ୍ର, ଚେର, ଛାଲି, ଓ ଫଳକୁ ଖାଇ ଆମେ ବହୁତ ଜଟିଳ ତଥା ଦୁରାରୋଗ୍ୟ ରୋଗରୁ ସମୂଳେ ଉପଶମ ହେବା ସହ ରୋଗରୁ ଆରୋଗ୍ୟ ହୋଇପାରିବା। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଦୀର୍ଘାୟୁ ଭାବେ ବଞ୍ଚତ୍ପାରିବାର ସରଳ ଉପାୟ ରହିଛି। ସେଥିମଧ୍ୟରୁ ସଜନା ଛୁଇଁ ଗଛର ପତ୍ରକୁ ଆମେ ଖାଦ୍ୟ ଭାବେ ଏବଂ ଔଷଧ ଭାବେ ଖାଇ ବହୁ ଜଟିଳ ରୋଗରୁ ରକ୍ଷା ପାଇପାରିବା।
ସଜନା ଛୁଇଁ
ସଜନା ଛୁଇଁ ବ୍ୟତୀତ ଏହି ଗଛର ପତ୍ରରେ ବହୁ ଔଷଧୀୟ ଗୁଣ ରହିଛି। ଏହାର କଞ୍ଚା ପତ୍ରକୁ ବାଟି ରସକୁ ସେବନ କରିବା ସହ ଶାଗକୁ ଖାଦ୍ୟ ରୂପେ ଗ୍ରହଣ କରାଯାଇଥାଏ। ଏହି ବୃକ୍ଷ ବିନା ରାସାୟନିକ ସାର ପ୍ରୟୋଗରେ ହୋଇଥାଏ। ଏହାର ପତ୍ର, ଫୁଲ ଓ ଫଳକୁ ଭଜା ଓ ତରକାରି କରି ଖିଆଯାଉଥିବା ବେଳେ ଏହାର ପତ୍ରରେ ପର୍ଯ୍ୟାପ୍ତ ପରିମାଣରେ କ୍ୟାଲ୍‌ସିୟମ, ଆଇରନ, ପୋଟାସିୟମ, ଫସ୍‌ଫରସ୍‌, ପ୍ରୋଟିନ, ଭିଟାମିନ ଏ,ସି,ଡି,କେ ଭଳି ପୋଷକତତ୍ତ୍ୱ ଭରପୂର ରହିଥାଏ।
ସଜନା ଗଛର ଅଗପତ୍ରକୁ ବାଟି ୨-୩ ଚାମଚ ୫ ରୁ ୭ ଦିନ ସକାଳୁ ଖାଲି ପେଟରେ ସେବନ କରିବା ଦ୍ୱାରା ଉଚ୍ଚ ରକ୍ତଚାପକୁ ପ୍ରତିରୋଧ କରାଯାଇ ପାରିଥାଏ। ଏପରିକି କଅଁଳିଆ ପତ୍ରକୁ ଚୋବାଇ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପକୁ ହ୍ରାସ କରାଇବାରେ ସାହାଯ୍ୟ କରିଥାଏ। ଏହା ସହ ସଜନା ପତ୍ରରେ ବହୁ ପୋଷକତତ୍ତ୍ୱ ରହିଛି। ଏହି ପତ୍ର ଖାଇବା ଦ୍ୱାରା ଆମ ଶରୀରରେ ଦୁର୍ବଳତା ଦୂର ହେବା ସହ ଶକ୍ତି ବୃଦ୍ଧି ପାଇବା, ଦୃଷ୍ଟିଶକ୍ତି ବୃଦ୍ଧି ପାଇଥାଏ। ତା’ ସହ ରକ୍ତହୀନତାକୁ ଦୂର କରିଥାଏ। ଏହାବ୍ୟତୀତ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ସାହାଯ୍ୟ କରିଥାଏ।
ସଜନା ଗଛର କଅଁଳିଆ ପତ୍ରକୁ ସିଝାଇ ସେହି ଜଳକୁ ସେବନ କରିବା ଦ୍ୱାରା ମଧୁମେହ ବା ଡାଇବେଟିସ୍‌ ପରି ଜଟିଳ ରୋଗ ସନ୍ତୁଳିତ ରହିଥାଏ। ଏହାର କାରଣ ହେଲା ସଜନା ପତ୍ରରେ ‘ଫାଇଟୋକେମିକାଲ୍‌ସ’ ନାମକ ଏକ ରାସାୟନିକ ତତ୍ତ୍ୱ ରହିଛି। ଏହା ଆମ ଶରୀରର ରକ୍ତରେ ସୁଗାର ସ୍ତରକୁ ସନ୍ତୁଳିତ ରଖିଥାଏ। ଏହି ସିଝା ପାଣି ଆମ ଶରୀରର ଖରାପ କୋଲେଷ୍ଟରଲ, ଲିପିଡ଼ ଓ ଅକ୍ସିଡେଟିଭକୁ ନିୟନ୍ତ୍ରିତ କରିଥାଏ।
ପସାରୁଣୀ ପତ୍ର
ଆମ ହାତ ପାହାନ୍ତାରେ ବାଡ଼ି ବଗିଚାରେ ଦୃଷ୍ଟିଗୋଚର ହୋଉଥିବା ବୃକ୍ଷଲତା ମଧ୍ୟରୁ ପସାରୁଣୀ ନାମକ ଲତା ଆମ ସ୍ବାସ୍ଥ୍ୟ ନିମନ୍ତେ ବହୁ ଉପକାରୀ। ଏହାକୁ ହାତରେ ଘଷିବା ଦ୍ୱାରା ଏକ ଗନ୍ଧ ବାହାରିଥାଏ। ତେଣୁ ଏହାକୁ ‘ଗନ୍ଧ ପସାରୁଣୀ’ ବୋଲି ମଧ୍ୟ କୁହାଯାଏ, ଏଥିରେ ଗ୍ଲୁକୋସାଇଡ୍ସ, ଅଲକକ୍ଲୋଏଡ୍‌ସ, ଫଟିଏସିଡ, ଭଲାଇନ ନାମକ ରାସାୟନିକ ପଦାର୍ଥ ସହ ଭିଟାମିନ-ସି ରହିଛି। ଏହା ବେଦନା ସାମକ, ଆଣ୍ଟିଅକ୍ସିଡେଣ୍ଟ, ଜୀବାଣୁନାଶକ ସହ ରକ୍ତ ପରିଷ୍କାର କରାଇବା, ଜୀର୍ଣ୍ଣ ଶକ୍ତି ବୃଦ୍ଧି କରାଇବା ସହ ଶ୍ୱାସନଳୀକୁ ସତେଜ ରଖିଥାଏ। ଥଣ୍ଡା, କଫ, ଆଜ୍‌ମା ଆଦିକୁ ପ୍ରତିରୋଧ କରିବାର କ୍ଷମତା ମଧ୍ୟ ରହିଛି। ପସାରୁଣୀ ଲତାରେ ଏପରି ଔଷଧୀୟ ପୋଷକତତ୍ତ୍ୱ ଭରି ରହିଛି ଯାହା ଶରୀର ପାଇଁ ବେଶ୍‌ ଉପକାରୀ। ପସାରୁଣୀ ପତ୍ରକୁ ପରିଷ୍କାର ଭାବେ ଧୋଇ ସେଥିରେ କିଛି ରସୁଣ, ଆଦା, ଗୋଲମରିଚ, ପିପଳି, ଡାଳଚିନି, ଧନିଆକୁ ମିଶାଇ ଭଲଭାବେ ସିଝାଇ ଦିଅନ୍ତୁ। ଏହାକୁ ଉଷୁମ ଥିବା ଅବସ୍ଥାରେ ସେବନ କଲେ ଥଣ୍ଡା, କାଶରୁ ତୁରନ୍ତ ଉପଶମ ମିଳିଥାଏ। ମାତୃତ୍ୱ ସମୟରେ କିଛି ପରିମାଣର କଅଁଳିଆ ପସାରୁଣୀ ପତ୍ର, କିଛି ଅରୁଆ ଚାଉଳକୁ ବାଟି ପାଣିରେ ସିଝାଇ ଜାଉ କରି ୫ ରୁ ୭ ଦିନ ସେବନ କରିବା ଦ୍ୱାରା ଏହା ମା’ର କ୍ଷୀର ବୃଦ୍ଧି ହୋଇଥାଏ।
କଅଁଳିଆ ପସାରୁଣୀ ପତ୍ରକୁ ସିଝାଇ ସମ ପରିମାଣର ଦେଶୀ ଗାଈ କ୍ଷୀର, ଏକ ଚତୁର୍ଥାଂଶ ଜଡ଼ା କିମ୍ବା ରାଶି ତେଲ ମିଶାଇ ଏହି ମିଶ୍ରଣକୁ ଶରୀରରେ ମାଲିସ କରିବା ଦ୍ୱାରା ଯନ୍ତ୍ରଣା ଦୂର ହୋଇଥାଏ। ଶରୀରରେ ଦୀର୍ଘ ଦିନ ଧରି ଆମ ବାତ ଓ ଖଞ୍ଜା ଯନ୍ତ୍ରଣାରୁ ଉପଶମ ନିମନ୍ତେ କଅଁଳିଆ ପସାରୁଣୀ ପତ୍ରକୁ ଅଳ୍ପ ପାଣିରେ ସିଝାଇ ସେଥିରେ କିଛି ପୁରୁଣା ଗୁଡ଼, ସମପରିମାଣର ଚୋପାଛଡ଼ା ରସୁଣ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ଏକ ମାଟି ପାତ୍ରରେ ଘୋଡ଼ାଇ ୭ ଦିନ ପର୍ଯ୍ୟନ୍ତ ରଖନ୍ତୁ। ତା’ପରେ ସେଥିରେ ପିପଳି, ଚାଇଁ କାଠ, ଚିତା ପାରୁ, ସୁଣ୍ଠି (ପ୍ରତ୍ୟେକଟିରୁ ଏକ-ଦେଢ଼ ଗ୍ରାମ୍‌) ଓଜନର ପାଉଡ଼ର କରି ଭଲ ଭାବେ ମିଶାଇ ଏହି ମିଶ୍ରଣକୁ ୭ ରୁ ୮ ଦିନ ୧ରୁ୨ ଚାମଚ ଲେଖାଏଁ ଦିନକୁ ଥରେ ସେବନ କରିବା ଦ୍ୱାରା ବହୁ ଉପକାର ମିଳିଥାଏ। ପସାରୁଣୀ ପତ୍ର ରସ ଏକ କପ୍‌, ଅଳ୍ପ ଗୋଲମରିଚ ଗୁଣ୍ଡ, ମିଶାଇ ଖାଲି ପେଟରେ ୧୦ ରୁ ୧୫ ଦିନ ସେବନ କଲେ ଅଜୀର୍ଣ୍ଣ, ଆମ୍ବିଳି ହାକୁଟି ଆଦି ଦୂର ହୋଇଥାଏ।
ଉପରୋକ୍ତ ସମସ୍ତ ବିଷୟକୁ ଅନୁଧ୍ୟାନ କଲେ ଜଣାଯାଏ କି ଆମ ବାଡ଼ି ବଗିଚାରେ ତଥା ଅତି ନିକଟରେ ରହିଥିବା ବୃକ୍ଷଲତା କେତେ ଉପକାରୀ। ଡାକ୍ତରଙ୍କୁ ପରାମର୍ଶ କରି ସ୍ବାସ୍ଥ୍ୟ ଉପଯୋଗୀ ବୃକ୍ଷଲତାରୁ ପ୍ରସ୍ତୁତ ଔଷଧ ଆମେ ସେବନ କରିବା ଦ୍ୱାରା ବହୁ ଜଟିଳ ରୋଗକୁ ପ୍ରତିରୋଧ କରିବା ସହ ନୀରୋଗ ଭାବେ ଦୀର୍ଘାୟୁ ହୋଇ ବଞ୍ଚତ୍ ରହିପାରିବା।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଆଲୋଭେରା ଗଛ ଲଗାଇବାରେ କରନ୍ତୁନି ଏପରି ଭୁଲ, ନ ହେଲେ ଘରକୁ ମାଡ଼ିଆସିବ…

ଆଲୋଭେରାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଯଥେଷ୍ଟ ରହିଥିବା ହେତୁ ଅନେକେ ଏହାକୁ ଘରେ ଲଗାଇଥାନ୍ତି। ହେଲେ ଜାଣନ୍ତି କି ବାସ୍ତୁ ଅନୁଯାୟୀ, ଯଦି ଏହି ଗଛକୁ ଠିକ୍‌ ଦିଗରେ…

ବିଶ୍ୱର ସବଠୁ ଖୁସି ଦେଶ କିଏ ଜାଣନ୍ତି: ଏହି ସ୍ଥାନରେ ଅଛି ଭାରତ

ଲଣ୍ଡନ,୨୦ା୩:ଫିନ୍‌ଲାଣ୍ଡ ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର ଭାବେ ନିଜର ମାନ୍ୟତା ବଜାୟ ରଖିଛି। କ୍ରମାଗତ ଭାବେ ୯ମ ଥର ପାଇଁ ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର ସୂଚୀ…

ଶରୀର ପାଇଁ ଉପକାରୀ ପଖାଳ: ମିଳିବ ଏସବୁ ଫାଇଦା

‘ପଖାଳ’ କେବଳ ଏକ ଖାଦ୍ୟ ନୁହେଁ, ବରଂ ଓଡ଼ିଆଙ୍କ ସହ ଜଡ଼ିତ ଏକ ଭାବପ୍ରବଣତା। ସାରା ବିଶ୍ୱରେ ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ ପ୍ରତି…

ଅଧିକ ଚା’ ପିଉଛନ୍ତି କି, ହୋଇପାରେ…

ଚା’ ଓ କଫି ଅମ୍ଳୀୟ। ତେଣୁ ଖାଲି ପେଟରେ ଏହାକୁ ପିଇଲେ ଅମ୍ଳ ବୃଦ୍ଧି ପାଇଥାଏ। ସକାଳେ ପାକସ୍ଥଳୀ ଭିତରେ କୌଣସି ଖାଦ୍ୟ ନ ଥାଏ। ବିଶେଷକରି…

କୁମ୍ଭ ରାଶିରେ ସୃଷ୍ଟି ହେବ ଚତୁର୍ଗ୍ରହୀ ଯୋଗ, ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ପ୍ରଚୁର ଟଙ୍କା!

୧୬ ମାର୍ଚ୍ଚ ସନ୍ଧ୍ୟାରେ କୁମ୍ଭ ରାଶିରେ ଚତୁର୍ଗ୍ରହୀ ଯୋଗ ସୃଷ୍ଟି ହେବ । ରାହୁ, ମଙ୍ଗଳ ଏବଂ ବୁଧ ଗ୍ରହ କୁମ୍ଭ ରାଶିରେ ପୂର୍ବରୁ ଅବସ୍ଥିତ ରହିଛନ୍ତି…

ନବରାତ୍ରୀ ପୂର୍ବରୁ ସୃଷ୍ଟି ହେଉଛି ରାଜଯୋଗ, ମେଷ-ମିଥୁନ ସମେତ ଏହି ରାଶିର ବ୍ୟକ୍ତି ହେବେ ମାଲାମାଲ୍!

ରାଜଯୋଗ ଏବଂ ଧନ ଯୋଗର ଗ୍ରହ ସୂର୍ଯ୍ୟ, ଏହି ମାସର ୧୫ ତାରିଖରେ ନିଜର ରାଶି ପରିବର୍ତ୍ତନ କରିବେ। ପ୍ରାୟ ୧ଟା୦୮ ସମୟରେ, ସୂର୍ଯ୍ୟ କୁମ୍ଭ ରାଶିରୁ…

ମାର୍ଚ୍ଚ ୨୧ରୁ ଏହି ୭ ରାଶିର ବ୍ୟକ୍ତି ହୋଇଯିବେ ମାଲାମାଲ: ବୁଧ ଗ୍ରହ….

ପ୍ରତି ମାସରେ ବ୍ରହ୍ମାଣ୍ଡରେ ଗ୍ରହ ପରିବର୍ତ୍ତନ ଘଟେ, ଯାହା ଲୋକଙ୍କ ଜୀବନକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରେ। ଯେଉଁମାନେ ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ କରନ୍ତି, ସେମାନେ ଏହି…

ଖରାଦିନେ ଫ୍ରିଜରେ ଥିବା ଥଣ୍ଡା ପାଣି ପିଉଛନ୍ତି କି? ଜାଣନ୍ତୁ ଶରୀର ଉପରେ କେଉଁ ପ୍ରଭାବ ପଡେ

ଗ୍ରୀଷ୍ମ ଋତୁରେ ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ପାଇଁ ସମସ୍ତେ ଇଚ୍ଛା ପ୍ରକାଶ କରିଥାନ୍ତି । କିନ୍ତୁ ଏହା ଶରୀର ଉପରେ ସକରାତ୍ମକ ବଦଳରେ ନକାରାତ୍ମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri