ଦୀର୍ଘାୟୁ ହେବାର ସରଳ ଉପାୟ

ଆମ ଭାରତୀୟ ସଂସ୍କୃତି, ପରମ୍ପରା ଅତି ମହାନ୍‌। ଆମ ପୂର୍ବ ପୁରୁଷମାନେ ନିଜ ନିଜର କୌଳିକ, ଆଧ୍ୟାତ୍ମିକ ଚିନ୍ତାଧାରା ସହ ଦୈନନ୍ଦିନ ନିଜ ସ୍ବାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ଆମ ଭାରତୀୟ ଆୟୁର୍ବେଦରେ ଉଲ୍ଲେଖ କରାଯାଇଥିବା ବିଭିନ୍ନ ବୃକ୍ଷଲତା, ଗୁଳ୍ମର ଚେର, ଡାଳ, ପତ୍ର, ଫୁଲ, ଫଳ, ବୃକ୍ଷର ଛାଲିକୁ ଔଷଧ ଭାବେ ବ୍ୟବହାର କରୁଥିଲେ। ଫଳରେ ସେମାନେ ସୁସ୍ଥ, ଆରୋଗ୍ୟ ରହିବା ସହ ଦୀର୍ଘାୟୁ ହୋଇ ପାରୁଥିଲେ। କେବଳ ସେତିକି ନୁହେଁ, ଦୈନନ୍ଦିନ ପରିଶ୍ରମ କରିବା ସହ ବିନା ରାସାୟନିକ ସାର ପ୍ରୟୋଗରୁ ଉତ୍ପାଦିତ ଧାନ, ମୁଗ, ବିରି, କୋଳଥ, କାନ୍ଦୁଲ ଏବଂ ବିଭିନ୍ନ ପନିପରିବାକୁ ଖାଇ ବହୁବର୍ଷ ଯାଏ ବିନା ରୋଗରେ ବଞ୍ଚତ୍ ରହୁଥିଲେ। କିନ୍ତୁ ଆଜିର ମନୁଷ୍ୟର ଚିନ୍ତାଧାରା, ଆଳସ୍ୟପଣିଆ ଆଦିର ପ୍ରଭାବ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ପଡୁଛି। ଆବଶ୍ୟକତାଠାରୁ ଅଧିକ ପରିମାଣରେ ରାସାୟନିକ ସାରର ପ୍ରୟୋଗ ହେତୁ ଖାଦ୍ୟଶସ୍ୟ ଉତ୍ପାଦନର ମାତ୍ରା ବଢୁଛି, କିନ୍ତୁ ଉକ୍ତ ଖାଦ୍ୟ ଖାଇବା ହେତୁ ଆମ ଶରୀରରେ ବହୁ ଜଟିଳ ରୋଗ ସୃଷ୍ଟି ହେଉଛି। ଏଥିସହ ବହୁ ବ୍ୟକ୍ତି ହୋଟେଲ ଜଳଖିଆ, ହୋଟେଲ ପ୍ରସ୍ତୁତ ଖାଦ୍ୟ, ପିଜା, ବର୍ଗର, ଚାଉମିନ୍‌, ନୁଡୁଲ୍‌ସ, ଖାଇବାକୁ ପସନ୍ଦ କରୁଛନ୍ତି। କମ୍‌ ଦାମର ଅଧିକ ତେଲରେ ପ୍ରସ୍ତୁତ ଅତ୍ୟଧିକ ମସଲା, ରାଗ ଆଦି ଖାଇବା ହେତୁ ବିଭିନ୍ନ ରୋଗର ଶିକାର ମଧ୍ୟ ହେଉଛନ୍ତି। ପୂର୍ବରୁ ଲୋକଙ୍କୁ ଜ୍ୱର, କାଶ, ଝାଡ଼ା, କୁଣ୍ଡିଆ ଆଦି ରୋଗ ହେଉଥିବା ବେଳେ ସାଂଘାତିକ ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ଅତି ନଗଣ୍ୟ ଥିଲା। କିନ୍ତୁ ଆଜିର ସମାଜରେ ଉଚ୍ଚ ରକ୍ତଚାପ, ମଧୁମେହ, କ୍ୟାନ୍‌ସର, କିଡ୍‌ନୀ ସମସ୍ୟା, ହୃଦ୍‌ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି।
ପ୍ରକୃତିଦତ୍ତ ଯେଉଁ ସବୁ ବୃକ୍ଷଲତା ରହିଛି ସେଥିରୁ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ ହୋଇଥାଏ। ଏପରି କିଛି ବୃକ୍ଷ ରହିଛି ଯାହାର ଡାଳ, ପତ୍ର, ଚେର, ଛାଲି, ଓ ଫଳକୁ ଖାଇ ଆମେ ବହୁତ ଜଟିଳ ତଥା ଦୁରାରୋଗ୍ୟ ରୋଗରୁ ସମୂଳେ ଉପଶମ ହେବା ସହ ରୋଗରୁ ଆରୋଗ୍ୟ ହୋଇପାରିବା। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଦୀର୍ଘାୟୁ ଭାବେ ବଞ୍ଚତ୍ପାରିବାର ସରଳ ଉପାୟ ରହିଛି। ସେଥିମଧ୍ୟରୁ ସଜନା ଛୁଇଁ ଗଛର ପତ୍ରକୁ ଆମେ ଖାଦ୍ୟ ଭାବେ ଏବଂ ଔଷଧ ଭାବେ ଖାଇ ବହୁ ଜଟିଳ ରୋଗରୁ ରକ୍ଷା ପାଇପାରିବା।
ସଜନା ଛୁଇଁ
ସଜନା ଛୁଇଁ ବ୍ୟତୀତ ଏହି ଗଛର ପତ୍ରରେ ବହୁ ଔଷଧୀୟ ଗୁଣ ରହିଛି। ଏହାର କଞ୍ଚା ପତ୍ରକୁ ବାଟି ରସକୁ ସେବନ କରିବା ସହ ଶାଗକୁ ଖାଦ୍ୟ ରୂପେ ଗ୍ରହଣ କରାଯାଇଥାଏ। ଏହି ବୃକ୍ଷ ବିନା ରାସାୟନିକ ସାର ପ୍ରୟୋଗରେ ହୋଇଥାଏ। ଏହାର ପତ୍ର, ଫୁଲ ଓ ଫଳକୁ ଭଜା ଓ ତରକାରି କରି ଖିଆଯାଉଥିବା ବେଳେ ଏହାର ପତ୍ରରେ ପର୍ଯ୍ୟାପ୍ତ ପରିମାଣରେ କ୍ୟାଲ୍‌ସିୟମ, ଆଇରନ, ପୋଟାସିୟମ, ଫସ୍‌ଫରସ୍‌, ପ୍ରୋଟିନ, ଭିଟାମିନ ଏ,ସି,ଡି,କେ ଭଳି ପୋଷକତତ୍ତ୍ୱ ଭରପୂର ରହିଥାଏ।
ସଜନା ଗଛର ଅଗପତ୍ରକୁ ବାଟି ୨-୩ ଚାମଚ ୫ ରୁ ୭ ଦିନ ସକାଳୁ ଖାଲି ପେଟରେ ସେବନ କରିବା ଦ୍ୱାରା ଉଚ୍ଚ ରକ୍ତଚାପକୁ ପ୍ରତିରୋଧ କରାଯାଇ ପାରିଥାଏ। ଏପରିକି କଅଁଳିଆ ପତ୍ରକୁ ଚୋବାଇ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପକୁ ହ୍ରାସ କରାଇବାରେ ସାହାଯ୍ୟ କରିଥାଏ। ଏହା ସହ ସଜନା ପତ୍ରରେ ବହୁ ପୋଷକତତ୍ତ୍ୱ ରହିଛି। ଏହି ପତ୍ର ଖାଇବା ଦ୍ୱାରା ଆମ ଶରୀରରେ ଦୁର୍ବଳତା ଦୂର ହେବା ସହ ଶକ୍ତି ବୃଦ୍ଧି ପାଇବା, ଦୃଷ୍ଟିଶକ୍ତି ବୃଦ୍ଧି ପାଇଥାଏ। ତା’ ସହ ରକ୍ତହୀନତାକୁ ଦୂର କରିଥାଏ। ଏହାବ୍ୟତୀତ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ସାହାଯ୍ୟ କରିଥାଏ।
ସଜନା ଗଛର କଅଁଳିଆ ପତ୍ରକୁ ସିଝାଇ ସେହି ଜଳକୁ ସେବନ କରିବା ଦ୍ୱାରା ମଧୁମେହ ବା ଡାଇବେଟିସ୍‌ ପରି ଜଟିଳ ରୋଗ ସନ୍ତୁଳିତ ରହିଥାଏ। ଏହାର କାରଣ ହେଲା ସଜନା ପତ୍ରରେ ‘ଫାଇଟୋକେମିକାଲ୍‌ସ’ ନାମକ ଏକ ରାସାୟନିକ ତତ୍ତ୍ୱ ରହିଛି। ଏହା ଆମ ଶରୀରର ରକ୍ତରେ ସୁଗାର ସ୍ତରକୁ ସନ୍ତୁଳିତ ରଖିଥାଏ। ଏହି ସିଝା ପାଣି ଆମ ଶରୀରର ଖରାପ କୋଲେଷ୍ଟରଲ, ଲିପିଡ଼ ଓ ଅକ୍ସିଡେଟିଭକୁ ନିୟନ୍ତ୍ରିତ କରିଥାଏ।
ପସାରୁଣୀ ପତ୍ର
ଆମ ହାତ ପାହାନ୍ତାରେ ବାଡ଼ି ବଗିଚାରେ ଦୃଷ୍ଟିଗୋଚର ହୋଉଥିବା ବୃକ୍ଷଲତା ମଧ୍ୟରୁ ପସାରୁଣୀ ନାମକ ଲତା ଆମ ସ୍ବାସ୍ଥ୍ୟ ନିମନ୍ତେ ବହୁ ଉପକାରୀ। ଏହାକୁ ହାତରେ ଘଷିବା ଦ୍ୱାରା ଏକ ଗନ୍ଧ ବାହାରିଥାଏ। ତେଣୁ ଏହାକୁ ‘ଗନ୍ଧ ପସାରୁଣୀ’ ବୋଲି ମଧ୍ୟ କୁହାଯାଏ, ଏଥିରେ ଗ୍ଲୁକୋସାଇଡ୍ସ, ଅଲକକ୍ଲୋଏଡ୍‌ସ, ଫଟିଏସିଡ, ଭଲାଇନ ନାମକ ରାସାୟନିକ ପଦାର୍ଥ ସହ ଭିଟାମିନ-ସି ରହିଛି। ଏହା ବେଦନା ସାମକ, ଆଣ୍ଟିଅକ୍ସିଡେଣ୍ଟ, ଜୀବାଣୁନାଶକ ସହ ରକ୍ତ ପରିଷ୍କାର କରାଇବା, ଜୀର୍ଣ୍ଣ ଶକ୍ତି ବୃଦ୍ଧି କରାଇବା ସହ ଶ୍ୱାସନଳୀକୁ ସତେଜ ରଖିଥାଏ। ଥଣ୍ଡା, କଫ, ଆଜ୍‌ମା ଆଦିକୁ ପ୍ରତିରୋଧ କରିବାର କ୍ଷମତା ମଧ୍ୟ ରହିଛି। ପସାରୁଣୀ ଲତାରେ ଏପରି ଔଷଧୀୟ ପୋଷକତତ୍ତ୍ୱ ଭରି ରହିଛି ଯାହା ଶରୀର ପାଇଁ ବେଶ୍‌ ଉପକାରୀ। ପସାରୁଣୀ ପତ୍ରକୁ ପରିଷ୍କାର ଭାବେ ଧୋଇ ସେଥିରେ କିଛି ରସୁଣ, ଆଦା, ଗୋଲମରିଚ, ପିପଳି, ଡାଳଚିନି, ଧନିଆକୁ ମିଶାଇ ଭଲଭାବେ ସିଝାଇ ଦିଅନ୍ତୁ। ଏହାକୁ ଉଷୁମ ଥିବା ଅବସ୍ଥାରେ ସେବନ କଲେ ଥଣ୍ଡା, କାଶରୁ ତୁରନ୍ତ ଉପଶମ ମିଳିଥାଏ। ମାତୃତ୍ୱ ସମୟରେ କିଛି ପରିମାଣର କଅଁଳିଆ ପସାରୁଣୀ ପତ୍ର, କିଛି ଅରୁଆ ଚାଉଳକୁ ବାଟି ପାଣିରେ ସିଝାଇ ଜାଉ କରି ୫ ରୁ ୭ ଦିନ ସେବନ କରିବା ଦ୍ୱାରା ଏହା ମା’ର କ୍ଷୀର ବୃଦ୍ଧି ହୋଇଥାଏ।
କଅଁଳିଆ ପସାରୁଣୀ ପତ୍ରକୁ ସିଝାଇ ସମ ପରିମାଣର ଦେଶୀ ଗାଈ କ୍ଷୀର, ଏକ ଚତୁର୍ଥାଂଶ ଜଡ଼ା କିମ୍ବା ରାଶି ତେଲ ମିଶାଇ ଏହି ମିଶ୍ରଣକୁ ଶରୀରରେ ମାଲିସ କରିବା ଦ୍ୱାରା ଯନ୍ତ୍ରଣା ଦୂର ହୋଇଥାଏ। ଶରୀରରେ ଦୀର୍ଘ ଦିନ ଧରି ଆମ ବାତ ଓ ଖଞ୍ଜା ଯନ୍ତ୍ରଣାରୁ ଉପଶମ ନିମନ୍ତେ କଅଁଳିଆ ପସାରୁଣୀ ପତ୍ରକୁ ଅଳ୍ପ ପାଣିରେ ସିଝାଇ ସେଥିରେ କିଛି ପୁରୁଣା ଗୁଡ଼, ସମପରିମାଣର ଚୋପାଛଡ଼ା ରସୁଣ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ଏକ ମାଟି ପାତ୍ରରେ ଘୋଡ଼ାଇ ୭ ଦିନ ପର୍ଯ୍ୟନ୍ତ ରଖନ୍ତୁ। ତା’ପରେ ସେଥିରେ ପିପଳି, ଚାଇଁ କାଠ, ଚିତା ପାରୁ, ସୁଣ୍ଠି (ପ୍ରତ୍ୟେକଟିରୁ ଏକ-ଦେଢ଼ ଗ୍ରାମ୍‌) ଓଜନର ପାଉଡ଼ର କରି ଭଲ ଭାବେ ମିଶାଇ ଏହି ମିଶ୍ରଣକୁ ୭ ରୁ ୮ ଦିନ ୧ରୁ୨ ଚାମଚ ଲେଖାଏଁ ଦିନକୁ ଥରେ ସେବନ କରିବା ଦ୍ୱାରା ବହୁ ଉପକାର ମିଳିଥାଏ। ପସାରୁଣୀ ପତ୍ର ରସ ଏକ କପ୍‌, ଅଳ୍ପ ଗୋଲମରିଚ ଗୁଣ୍ଡ, ମିଶାଇ ଖାଲି ପେଟରେ ୧୦ ରୁ ୧୫ ଦିନ ସେବନ କଲେ ଅଜୀର୍ଣ୍ଣ, ଆମ୍ବିଳି ହାକୁଟି ଆଦି ଦୂର ହୋଇଥାଏ।
ଉପରୋକ୍ତ ସମସ୍ତ ବିଷୟକୁ ଅନୁଧ୍ୟାନ କଲେ ଜଣାଯାଏ କି ଆମ ବାଡ଼ି ବଗିଚାରେ ତଥା ଅତି ନିକଟରେ ରହିଥିବା ବୃକ୍ଷଲତା କେତେ ଉପକାରୀ। ଡାକ୍ତରଙ୍କୁ ପରାମର୍ଶ କରି ସ୍ବାସ୍ଥ୍ୟ ଉପଯୋଗୀ ବୃକ୍ଷଲତାରୁ ପ୍ରସ୍ତୁତ ଔଷଧ ଆମେ ସେବନ କରିବା ଦ୍ୱାରା ବହୁ ଜଟିଳ ରୋଗକୁ ପ୍ରତିରୋଧ କରିବା ସହ ନୀରୋଗ ଭାବେ ଦୀର୍ଘାୟୁ ହୋଇ ବଞ୍ଚତ୍ ରହିପାରିବା।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ରାଶି ଚକ୍ରରେ ଶୁକ୍ର ଚଳନ: ଆସନ୍ତା ୨୪ ଦିନ ଏହି ୫ ରାଶିର ବଢ଼ିବ ଧନ ଓ ଐଶ୍ୱର୍ଯ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୁଖ-ସୁବିଧା, ପ୍ରେମ ଏବଂ ଅପାର ଧନର କାରକ ଗ୍ରହ ‘ଶୁକ୍ର’ ଶନିବାର ଅର୍ଥାତ୍ ୨୦ ଡିସେମ୍ବର ସକାଳ ୭ଟା ୩୧ ମିନିଟରେ...

୨୦୨୬ ଏହି ୬ଟି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ସମୟ, ଫିଟିବ ବିବାହର ଯୋଗ!

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବିବାହ କେବଳ ବୟସ କିମ୍ବା ଇଚ୍ଛା ଉପରେ ନୁହେଁ, ବରଂ ଗ୍ରହମାନଙ୍କର ଗୋଚର, ଶୁକ୍ର-ଗୁରୁଙ୍କ ସ୍ଥିତି ଏବଂ ଶନିଙ୍କ ପ୍ରଭାବ ଉପରେ...

ଆଜି ୨୦୨୫ର ଶେଷ ୨୦ ତାରିଖ, ପଡୁଛି ଅଶୁଭ ଯୋଗ; ରାତି ଭିତରେ ଘଟିଯିବ…

ଏହି ବର୍ଷର ଶେଷ ୨୦ ତାରିଖ, ଅର୍ଥାତ ୨୦ ଡିସେମ୍ୱର, ୨୦୨୫ ରେ ଏକ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି, ଯାହା ଯୋଗୁଁ ଲୋକମାନଙ୍କୁ...

୩୦ବର୍ଷ ପରେ ବିରଳ ନବପଞ୍ଚମ ମହାଯୋଗ, ଶିନଙ୍କ କୃପାରେ ନୂଆବର୍ଷରେ ଧନୀ ହେବେ ମକର ସହ ଏହି ୨ରାଶି

ନୂଆବର୍ଷ ୨୦୨୬ର ଆରମ୍ଭ ଜ୍ୟୋତିର୍ବିଦମାନଙ୍କ ପାଇଁ ବହୁତ ଖାସ୍ ହବାକୁ ଯାଉଛି । ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପଡୁଥିବା ବେଳେ ଏହାର ପରଦିନ...

ବର୍ଷ ଶେଷରେ ଶତ୍ରୁ ବନେଇବେ ବୃଷ-ମକର, ହେବ ଆର୍ଥିକ କ୍ଷତି! ନୂଆବର୍ଷବେଳକୁ କାଙ୍ଗାଳ ହୋଇଯିବେ ୪ରାଶି

ଗ୍ରହମାନଙ୍କର ରାଜକୁମାର ବୁଧ ଡିସେମ୍ୱର ୨୯ ତାରିଖରେ ଧନୁ ରାଶିରେ ପ୍ରବେଶ କରୁଛନ୍ତି। ବୁଧ ଜାନୁଆରୀ ୧୭, ୨୦୨୬ ପର୍ଯ୍ୟନ୍ତ ସେଠାରେ ରହିବ। ବୁଧଙ୍କ ଭ୍ରମଣ...

ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ଛୋଟ ଅଳେଇଚ, ଶରୀରରେ ହେବ…

ଅଳେଇଚ ରୋଷେଇ ଘରେ ବ୍ୟବହୃତ ଏକ ବିଶେଷ ମସଲା। ଯାହା କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ ନାହିଁ ବରଂ ଅନେକ ସ୍ୱାସ୍ଥ୍ୟ ଲାଭ ମଧ୍ୟ...

ଆଜି ଏହି 3 ରାଶି ଉପରେ ରହିବ ଶନିଦେବଙ୍କ କୃପା, ଆସିବ ଖୁସିର ସମୟ

ନୂଆଦିଲ୍ଲୀ,୨୦ା୧୨: ଆଜି ଏକ ସ୍ପଷ୍ଟ ଭାବପ୍ରବଣ ଏବଂ ମାନସିକ ପରିବର୍ତ୍ତନର ସଙ୍କେତ ଦେଉଛି। ଶୁକ୍ର ଧନୁ ରାଶିରେ ପ୍ରବେଶ କରିବା ଏବଂ ଚନ୍ଦ୍ର ସେଠାରେ ପୂର୍ବରୁ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri