ଟ୍ରକ୍‌ରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଚାଳକ ଉଦ୍ଧାର

ଛେଣ୍ଡିପଦା,୧୦ା୧୧(ସ୍ବ.ପ୍ର.): ଅନୁଗୋଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର ଛେଣ୍ଡିପଦା ଥାନା କୋଶଳା ଗ୍ରାମ ଅରୁଣ ଶହୀଦ ସ୍ତମ୍ଭ ନକଟରେ ଥିବା ଏକ ଟ୍ରକ୍‌ ଭିତରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଚାଳକଙ୍କୁ ଉଦ୍ଧାର କରାଯାଇଛି। ସମ୍ପକ୍ତ ଚାଳକ ହେଲେ କଟକ ଜିଲା ବଡମ୍ବା କ୍ରିଷ୍ଣପୁର ଅଞ୍ଚଳର ଉମେଶ ସିଂଙ୍କ ପୁତ୍ର ଚନ୍ଦନ ସିଂ(୨୧)। କୋଶଳା ଡ୍ରାଇଭର ସଂଘ ପକ୍ଷରୁ ଚାଳକଙ୍କୁ ଉଦ୍ଧାର କରାଯାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି।

ଟ୍ରକ୍‌ ଚାଳକଙ୍କ କହିବା ମୁତାବକ, କଟକ ଅଞ୍ଚଳର ଉକ୍ତ ଟ୍ରକ୍‌ (ନଂ. ଓଡି୦୫ଭି- ୧୩୯୭) କଟକ ବୋର୍ଡ ଅଫିସରୁ ପ୍ରଶ୍ନପତ୍ର ନେଇ ସମ୍ବଲପୁର ଯାଇଥିଲା। ସେଠାରୁ ରସୁଣ ବୋଝେଇ କରି କଟକ ଅଭିମୁଖେ ଫେରୁଥିବାବେଳେ ରିଆମାଳ ଅଞ୍ଚଳରୁ ୨ଜଣ ଯୁବକ ଟ୍ରକ୍‌ରେ ଆସିଥିଲେ। ପରେ ଅନ୍ୟ ୨ ଯୁବକ ଟ୍ରକ୍‌ରେ ଚଢ଼ିଥିଲେ। ଏହାପରେ ସମ୍ପୃକ୍ତ ୪ ଯୁବକ ମିଶି ଚାଳକ ଚନ୍ଦନଙ୍କୁ ମାରପିଟ କରି ୬ହଜାର ଟଙ୍କା ଲୁଟି ନେବା ସହ ହାତ, ଗୋଡ ଓ ମୁହଁ ଗାମୁଛାରେ ବାନ୍ଧି ଦେଇଥିଲେ। ତେବେ ତେଲ ସରିଯିବାରୁ ଗାଡ଼ିକୁ ଛେଣ୍ଡିପଦା କୋଶଳା ଗ୍ରାମ ମୁଣ୍ଡରେ ରଖି ସେମାନେ ଫେରାର ହୋଇଯାଇଥିଲେ। ସେହି ରାସ୍ତା ଦେଇ ଯାଉଥିବା ଏକ କୋଇଲା ବୋଝେଇ ଗାଡି ଚାଳକ ରସୁଣ ବୋଝେଇ ଟ୍ରକ୍‌ ନିକଟକୁ ଆସିବା ସହ ଚାଳକଙ୍କୁ ଏପରି ଅବସ୍ଥାରେ ଦେଖି କୋଶଳା ଡ୍ରାଇଭର ସଂଘକୁ ଖବର ଦେଇଥିଲେ। ସଂଘ କର୍ମକର୍ତ୍ତାମାନେ ପହଞ୍ଚି ଚାଳକଙ୍କୁ ଉଦ୍ଧାର କରିଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ଛେଣ୍ଡିପଦା ଥାନା ପୋଲିସ ରସୁଣ ବୋଝେଇ ଟ୍ରକ୍‌କୁ ଜବତ କରିବା ସହ ଚାଳକଙ୍କୁ ପଚରାଉଚରା ଚଳାଇଛି। ଅନ୍ୟପକ୍ଷରେ ଉକ୍ତ ଟ୍ରକ୍‌ ନିଖୋଜ ଥିବାନେଇ ମାଲିକ ପ୍ରଶାନ୍ତ କୁମାର ପାଣି କଟକ ସଦର ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

ଶୈବପୀଠ ନିକଟରେ ଅଘଟଣ, ବଜ୍ରପାତରେ ଚାଲିଗଲା ଯୁବତୀଙ୍କ ଜୀବନ, ହଠାତ ଘରୁ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗ୍ରାମର ଜଣେ ଯୁବତୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବତୀଜଣକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri