୬ ବର୍ଷ ହେଲା ମିଳିନି ଦରମା, ଆମରଣ ଅନଶନରେ ବସିଲେ ପମ୍ପ୍‌ ଡ୍ରାଇଭର

ସିମୁଳିଆ,୨୧ା୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକରେ କାର୍ଯ୍ୟରତ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ(ଆରଡବ୍ଲ୍ୟୁଏସ୍‌ଏସ୍‌)ର ଜଳ ଯୋଗାଣ କର୍ମଚାରୀ(ପମ୍ପ ଡ୍ରାଇଭର)ମାନଙ୍କୁ ଗତ ୬ବର୍ଷ ହେଲା ଦରମା ମିଳିନାହିଁ ା ଏହାକୁ କେନ୍ଦ୍ରକରି ସିମୁଳିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ୧୬ ଜଣ ପମ୍ପ ଡ୍ରାଇଭର ବୁଧବାର ପୂର୍ବାହ୍ନରୁ ସପରିବାର ବ୍ଲକ କାର୍ଯ୍ୟାଳୟ ଫାଟକ ନିକଟରେ ଆମରଣ ଅନଶନରେ ବସିଛନ୍ତି ା ଏଥର ପ୍ରତିଶ୍ରୁତି ନୁହେଁ ପୂର୍ଣ୍ଣ ଦରମା ନ ମିଳିଲେ ଅନଶନ ଚାଲୁ ରହିବ ବୋଲି ପମ୍ପ ଡ୍ରାଇଭର ସଂଘର ସଭାପତି ହରେକୃଷ୍ଣ ଦାସ ଓ ସମ୍ପାଦକ ବିବେକାନନ୍ଦ ବିଶ୍ୱାଳ ସୂଚନା ଦେଇଛନ୍ତି ା
ପ୍ରକାଶ ଯେ, ଗତ୧୭.୯.୨୦୦୯ରୁ ୧୬ ଜଣ ପମ୍ପ ଡ୍ରାଇଭର ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରତିଷ୍ଠିତ ଉଠା ଜଳସେଚନ ବିଭାଗରେ କାର୍ଯ୍ୟ କରି ଆସୁଥିଲେ। ଗତ ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ସେମାନଙ୍କୁ ଦରମା ମିଳିଥିଲା ା ତେବେ ଗତ ୨୦୧୫ ପରଠାରୁ ବ୍ଲକ କର୍ତ୍ତୃପକ୍ଷ ସେମାନଙ୍କୁ କୌଣସି ଦରମା ପ୍ରଦାନ ନ କରି କେବଳ ପ୍ରତିଶ୍ରୁତି ଦେଇଆସୁଥିଲେ ା ଏହାକୁ କେନ୍ଦ୍ରକରି ଗତ ୫.୪.୨୧ରେ ବ୍ଲକ ଫାଟକ ନିକଟରେ ଏହି ପମ୍ପ୍‌ ଡ୍ରାଇଭରମାନେ ଅନଶନରେ ବସିଥିଲେ। ପରେ ପର୍ଯ୍ୟଟନ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଫୋନ୍‌ ଯୋଗେ ଅନଶନକାରୀମାନଙ୍କ ସହିତ କଥା ହେବା ସହିତ ବ୍ଲକ ଅଧ୍ୟକ୍ଷା ଧରିତ୍ରୀ ମହାରଣାଙ୍କ ପ୍ରତିନିଧି ଧେଇମନ ମହାରଣା ଓ ବିଡିଓ ସୁଧୀର ସିଂ ଅନଶନକାରୀଙ୍କ ନିକଟରେ ପହଞ୍ଚି ଆଲୋଚନା କରିଥିଲେ ା ୧ ମାସ ମଧ୍ୟରେ ଏହାର ସମାଧାନ କରିବାର ପ୍ରତିଶ୍ରୁତି ଦେବା ପରେ ଅନଶନକାରୀମାନେ ଅନଶନରୁ ଓହରିଥିଲେ ା ଅପରପକ୍ଷେ ଡ୍ରାଇଭର ସଂଘ ପକ୍ଷରୁ ମାନ୍ୟବର ହାଇକୋର୍ଟରେ ଦରମା ନ ମିଳିବା ସମ୍ପର୍କରେ ମାମଲା ପରିଚାଳିତ ହେବା ପରେ ଗତ ୧୪.୯.୨୦୨୦ରେ ଡବ୍ଲ୍ୟୁପି(ସି) ୨୩୭୪୧ ଅନୁଯାୟୀ ଏହି ଡ୍ରାଇଭରମାନଙ୍କୁ ଦରମା ଦିଆଯିବା ସମ୍ପର୍କରେ ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ଅଦ୍ୟାବଧି ଏହା ସେମାନଙ୍କୁ ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri