Posted inଫୁରସତ

ଗାଁ ଚାରିପାଖରେ ପାଣି, ହେଲେ ବିଶୁଦ୍ଧ ପାଣି ଟୋପେ ସାତସପନ…

ପ୍ରକୃତିର ଅମୂଲ୍ୟ ସମ୍ପଦ ଜଳ। କିନ୍ତୁ ଦିନକୁଦିନ କମି କମି ଚାଲିଛି ଭୂ-ତଳ ଜଳସ୍ତର। ବଢ଼ି ବଢ଼ି ଚାଲିଛି ପାନୀୟ ଜଳର ସଙ୍କଟ। ହେଲେ ମେଣ୍ଟିପାରୁନି ଚାହିଦା। ଅନେକ ସ୍ଥାନରେ ପାଣି ପାଇଁ ଲାଗୁଛି ଲମ୍ବା ଲାଇନ। ଯିବାକୁ ପଡ଼ୁଛି ମାଇଲ ମାଇଲ ଦୂର, ଯାହା ସୂଚାଇ ଦେଉଛି ଆଗାମୀ ଦିନରେ ଜଳର ଉତ୍କଟ ସମସ୍ୟା କେଉଁଭଳି ରହିବ? ତେବେ ଏମିତି ଏକ ଅଞ୍ଚଳ ଅଛି, ଯେଉଁଠି ଅଧିବାସୀମାନେ ଘରୁ ବାହାରକୁ ବାହାରିଲେ ପାଦ ଥାପିବାକୁ ପଡ଼େ ପାଣିରେ। ହେଲେ ଦିନେ, ମାସେ କିମ୍ବା ବର୍ଷେ ନୁହେଁ, ବରଂ ବର୍ଷ ବର୍ଷ ଧରି ଏଠାରେ ଲାଗି ରହିଛି ପାନୀୟଜଳ ସମସ୍ୟା। ସତେ ଯେମିତି ପାଣି ଥିଲେ ବି ପାଣି ମିଳୁନି! କାରଣ ଏଠାକାର ଅନେକ ସ୍ଥାନର ଭୂ-ତଳ ଜଳରେ ଭରି ରହିଛି ମାତ୍ରାଧିକ ଲୁଣିଭାଗ ତ ପୁଣି କେଉଁଠି କ୍ଷାରୀୟ ଆଉ କେଉଁଠି ଲୁହାଳିଆ ତ ପୁଣି କେଉଁ ସ୍ଥାନରୁ ବାହାରୁଛି ପଙ୍କମିଶ୍ରିତ ଜଳ। ତଥାପି ପୁରୁଷ ପୁରୁଷ ଧରି ଏପରି ଜଳକୁ ବ୍ୟବହାର କରିଆସୁଛନ୍ତି ଲୋକମାନେ। ବିଭିନ୍ନ ଦୁଃସାଧ୍ୟ ରୋଗରେ ପୀଡ଼ିତ ହୋଇ ନାନା ପ୍ରକାର ରୋଗ ଯନ୍ତ୍ରଣାର ପରିସ୍ଥିତିକୁ ସାମ୍ନା କରିବା ସେମାନଙ୍କର ଯେମିତି ଦେହସୁହା ହୋଇଗଲାଣି। କିନ୍ତୁ ବିଶୁଦ୍ଧ ପାନୀୟ ଜଳର ମୌଳିକ ଆବଶ୍ୟକତା ଏଯାଏ ମେଣ୍ଟୁନି। ସମସ୍ତଙ୍କୁ ମିଳିପାରୁନି ମଧୁରଜଳ, ସୁଧୁରିପାରୁନି ସମସ୍ୟା। କହିବାକୁ ଗଲେ ଏଠାରେ ପାଣି ଅଛି, ପାଣି ନାହିଁ! ଏହି ଅଞ୍ଚଳ ହେଲା ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ ଚିଲିକା-ସମୁଦ୍ର ଉପକୂଳବର୍ତ୍ତୀ ଏବଂ ଚିଲିକା ଭିତରେ ରହିଥିବା ଏକାଧିକ ଗାଁ। ଏଠାରେ ବାସିନ୍ଦାଙ୍କ ଜୀବନଧାରଣ ପାଇଁ ବିଶୁଦ୍ଧ ପାନୀୟଜଳ ମିଳିବା ସାତସପନ। ପାନୀୟ ଜଳାଭାବ ଯୋଗୁ ସବୁବେଳେ ଏଠାକାର ଅଧିକାଂଶ ଗାଁର ଲୋକେ ଭୋଗିଥାନ୍ତି ନାହିଁ ନ ଥିବା ସମସ୍ୟା।

ମାସ ମହାବିଷୁବ ସଂକ୍ରାନ୍ତି ଗୁରୁବାର ସକାଳୁ ସକାଳୁ ପହଞ୍ଚି ସାରିଥିଲୁ ଚିଲିକା ପାରିକୁଦ ଅଞ୍ଚଳରେ। ସମୟ ପ୍ରାୟ ୬ଟା ହେବ। ପ୍ରଥମେ ବଜ୍ରକୋଟ ଗ୍ରାମପଞ୍ଚାୟତର ଚିଲିକା କନ୍ଦାଖାଇ କଲେଜ ରାସ୍ତା ଦେଇ ପହଞ୍ଚତ୍ଥିଲୁ ତାଳତୋଳା ଗ୍ରାମରେ। ଏଠାରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ତରଫରୁ ଗୋଟିଏ ପାଣିଟାଙ୍କି ନିର୍ମାଣ କରାଯାଇଛି ା ଗାଁର ସଭାପତି ସୀମାଞ୍ଚଳ ଜେନା କୁହନ୍ତି- ”ଗାଁସାରା ପାଇପ୍‌ ବିଛା ହୋଇଛି, ହେଲେ କେତେକ ଟ୍ୟାପକୁ ଆଦୌ ପାଣି ଆସୁ ନ ଥିବାବେଳେ ଅନ୍ୟ କେତୋଟି ଟ୍ୟାପକୁ ଧୀରେ ଧୀରେ ପାଣି ଆସୁଛି ା ଲୋକମାନେ ନଳକୂପରୁ ଲୌହ ଗନ୍ଧଯୁକ୍ତ ପାଣିକୁ ବ୍ୟବହାର କରୁଥିବାବେଳେ ଘରୋଇ ଭାବେ ବୋରିଂ କରି ପାଣି ଉତ୍ସ କରିଥିବା ପାଣିଫ୍ୟାକ୍ଟ୍ରିରୁ ଦୈନିକ ଆବଶ୍ୟକ ପରିମାଣର ପାଣି କିଣି ବ୍ୟବହାର କରିଥାଉ।“ ସେଠାରୁ ମାଲୁଦ ଦେଇ ପ୍ରାୟ ୭ କି.ମି. ଦୂର ଶ୍ରୀରାମପୁର ଗାଁ ଭିତରକୁ ପ୍ରବେଶ କରିବାରେ ଦେଖିଲୁ ଗୋଟିଏ ପାଣିପାଇପ ଟ୍ୟାପ ପାଖରେ ଘେରି ରହିଥା’ନ୍ତି କେତେଜଣ ମହିଳା ଓ ବୟସ୍କ ପୁରୁଷ ଏବଂ ଛୋଟ ଛୋଟ ପିଲା। ପାଣିଯୋଗାଣ ପାଇଁ ପାଇପ୍‌ ବିଛାଯାଇଛି, ହେଲେ ପାଣି ଆସୁନାହିଁ। ଲୋକମାନେ ପୋଖରୀ ଏବଂ ନଳକୂପର ଲୁଣିପାଣିକୁ ବ୍ୟବହାର କରୁଛନ୍ତି ା ଏହି ଗ୍ରାମର ରଶ୍ମିତା ଟହଲ, ଶ୍ରୀମତୀ ଟହଲ ଏବଂ ପ୍ରଭାତୀ ବେହେରା ଏକପ୍ରକାର କଥା ଶୁଣାଇଥିଲେ- ”ଆମ ଗ୍ରାମରେ ପାଇପ୍‌ ବିଛାଯାଇଛି, ମାତ୍ର ପାଣି ଆସୁନାହିଁ। ନିକଟ ନଳକୂପରୁ ୧୦ରୁ ୧୫ ଜଣ ଲୋକ ପାଣି ନେଇସାରିବା ପରେ ସେଥିରୁ ଲୁଣିପାଣି ବାହାରୁଛି। ବାଧ୍ୟ ହୋଇ ପୋଖରୀରୁ ପାଣି ଆଣୁଛୁ ା ମାତ୍ର ଏହି ଗାଁଠାରୁ ପ୍ରାୟ ଅଳ୍ପ ଦୂରରେ ରହିଥିବା ପାଣି ଟିକେ ଭଲ ବୋଲି ସେମାନେ ସୂଚାଇଥିଲେ।“ କିଛି ସମୟ ପରେ ବଡ଼ଅଁଳ ଗ୍ରାମ ପଞ୍ଚାୟତ ଓ ଖଟିଆକୁଦି ଗ୍ରାମକୁ ଯାଇଥିଲୁ। ଘୋର ପାନୀୟ ଜଳର ସମସ୍ୟା ରହିଥିବା ଗ୍ରାମବାସୀଙ୍କଠାରୁ ଶୁଣିଲୁ। କୃଷ୍ଣପ୍ରସାଦ ଅଭିମୁଖେ ଯିବାବେଳେ ହରିପୁର ଗ୍ରାମଠାରେ ଟିକେ ଅଟକିଗଲୁ। ଏଠାରେ ମହିଳାମାନେ ଏକ ନଳକୂପ ନିକଟରେ ଲୁଗା ସଫା କରୁଥିଲେ। ସ୍ବପ୍ନାରାଣୀ ବେହେରା କୁହନ୍ତି – ”ଆମ ହରିପୁର ଗ୍ରାମରେ ପୋଖରୀଟିଏ ନାହିଁ ା ଆମେ ଏହି ନଳକୂପ ପାଖରେ ଲୁଗାସଫା, ଗାଧୁଆ, ପିଇବା ପାଇଁ ଏଥିରୁ ପାଣି ନେଇଥାଉ। ପାଣି ଅଳ୍ପ ଖାରିଆ ଲାଗୁଛି। ଏହି ପାଣିକୁ ବ୍ୟବହାର କରୁଛୁ ା“ ରାସ୍ତାରେ ଯାଉଥିବାବେଳେ ଆମର ନଜର ପଡ଼ିଲା ରାସ୍ତାର ଏକ କଡ଼ରେ ଗଦାହୋଇ ରହିଥିବା ପାଇପ୍‌ ଉପରେ। ସ୍ଥାନୀୟ ଲୋକଙ୍କଠାରୁ ଜାଣିବାକୁ ପାଇଲୁ ଏହି ଅଞ୍ଚଳରେ ମଧୁର ପାଣି ବଣ୍ଟନ ଉଦ୍ଦେଶ୍ୟରେ ପାଇପ୍‌ ଲଗାଯିବା ପାଇଁ ମହଜୁଦ ରଖାଯାଇଛି। କୃଷ୍ଣପ୍ରସାଦର ଇପିଙ୍ଗ- ବାଉରିପଲୀ ଗାଁରେ ପହଞ୍ଚତ୍ ଦେଖିଲୁ ପାଇପ୍‌ରେ ଗୋଳିଆ ପାଣି ଆସୁଛି। ତେଣୁ ଅଧିକାଂଶ ଲୋକ ନିକଟ ପୋଖରୀର ପାଣିକୁ ବ୍ୟବହାର କରିଥା’ନ୍ତି। ପୋଖରୀରେ ମଇଁଷି, ଗାଈ, ବଳଦ ଏବଂ ଲୋକମାନେ ଗାଧେଇବା ସହ ଏଠାର ପାଣିକୁ ଅନେକ ପିଇବାରେ ବ୍ୟବହାର କରୁଥିବା କୁହନ୍ତି ମାଳତୀ ପାହାଣ, କୁମୁନା ପାହାଣ, ସନାତନ ପାହାଣ ା କିନ୍ତୁ ଶୁଭେନ୍ଦୁ କୁମାର ମାନସିଂହ କୁହନ୍ତି, କୃଷ୍ଣପ୍ରସାଦ ଗ୍ରାମପଞ୍ଚାୟତ ଅଧୀନ ସାନଅଁଳ ଗାଁରେ ପାନୀୟଜଳ ପାଇଁ ପ୍ରାୟ ୩ ହଜାର ଲୋକ ଗଁାରେ ଥିବା ପ୍ରାୟ ୩ଟି ଟ୍ୟୁବ୍‌ଓ୍ବେଲ ଉପରେ ନିର୍ଭରଶୀଳ, ମାତ୍ର ସେଥିରେ ଖାରିଆପାଣି ବାହାରୁଛି। ପାଇକସାହିଠାରେ ପାନୀୟଜଳ ପାଇଁ ବୋରିଂ ପାଣି ଉତ୍ସର ପାଣିକୁ ଲୋକଙ୍କୁ ବଣ୍ଟାଯାଉଛି। ସେଥିରୁ କେତେବେଳେ ଲୁଣିଆ ତ ପୁଣି କେତେବେଳେ ଖାରିଆପାଣି ଆସୁଛି। ତାହାପୁଣି ଯଥେଷ୍ଟ ଲାଇନ୍‌ରେ ପ୍ରାୟ ଘଣ୍ଟେ ଦୁଇଘଣ୍ଟା ଅପେକ୍ଷା କରି ରହିବାକୁ ପଡ଼ିଥାଏ। ଯଦି ବିଦ୍ୟୁତ୍‌ କଟିଗଲା ହୁଏତ ପାଣି ମିଳିବା ବନ୍ଦ ରହିଥାଏ। ବାଧ୍ୟ ହୋଇ ନିକଟସ୍ଥ ଫାଣ୍ଡି ପୋଖରୀରୁ ପାଣି ଆଣିଥାଉ। ଅନ୍ୟପକ୍ଷେ ଗାଁର ଅଧିକାଂଶ ଲୋକ ପ୍ରତିଦିନ ଫିଲ୍‌ଟର ପାଣିକୁ କିଣିକି ବ୍ୟବହାର କରିଥା’ନ୍ତି। ଶୁଣୁଛୁ ପାଇପ୍‌ ଯୋଗେ ଆମ ଗାଁକୁ ରୁଷିକୂଲ୍ୟା ନଦୀରୁ ମଧୁର ଜଳ ଆସିବ। ପ୍ରାୟ ୪ବର୍ଷ ବିତିଗଲାଣି, ହେଲେ ଏଯାଏ ତାହା ସରିପାରି ନାହଁି। କେବଳ ଗାଁଗଣ୍ଡାରେ ପ୍ଲାଷ୍ଟିକ ପାଇପ୍‌ଗୁଡ଼ିକ ଏଣେତେଣେ ବିଛେଇ ହୋଇ ପଡ଼ିରହିଛି। କିନ୍ତୁ ଅଲଣ୍ଡା ଓ ପାଟଣା ଗାଁକୁ ଯାଇ ବୁଝିଲୁ ଏଠାରେ ବି ପାଣିରେ ବାହାରୁଛି ଖାରିଆ ଆଉ ପଙ୍କୁଆ ମିଶ୍ରିତ ଜଳ। ଅଲଣ୍ଡା ପାଟଣା ଗ୍ରାମପଞ୍ଚାୟତ ତିଛିଣ ଗ୍ରାମର ପବନା ବାରିକ କୁହନ୍ତି, ଆମେ ବାପ ଜେଜେ ଅମଳରୁ ଗାଁର ପୋଖରୀ ପାଣିକୁ ବ୍ୟବହାର କରିଆସୁଥିଲୁ। ମାତ୍ର ଅଳ୍ପ କେତେବର୍ଷ ଧରି ଗାଁରେ ୩ଟି ଟ୍ୟୁବ୍‌ଓ୍ବେଲରୁ ପ୍ରାୟ୧୪ଶହ ଲୋକଙ୍କ ପାଇଁ ପାଣି ମିଳୁଛି। ଗାଁର ଦକ୍ଷିଣପଟେ ଥିବା ସ୍କୁଲ ନିକଟରେ ଏକ ବୋରିଂ କରାଯାଇଛି, ସେଥିରୁ ବାହାରୁଥିବା ପାଣିକୁ ବଣ୍ଟାଯାଉଛି। ଏଠାରୁ ମିଳୁଥିବା ପାଣି ଅଳ୍ପ ପଙ୍କୁଆ ତ ଟିକେ ଲୁଣିଆ ରହୁଛି। ଆବଶ୍ୟକ ପରିମାଣର ପାଣିକୁ ଗାଡ଼ିଆ ପୋଖରୀ ଓ ତ୍ରିଲୋଚନ ଦେବଙ୍କ ମନ୍ଦର ପୋଖରୀରୁ ଆଣିଥାଉ। ସେହି ପାଣି ଟିକେ ମଣ୍ଡୁଆ ରହିଥାଏ। ଆମ ଅଞ୍ଚଳରେ ଟିକେ ଭଲ ପାଣି ମିଳେ। ସିଆଣ୍ଡି ଗ୍ରାମପଞ୍ଚାୟତର ଗୋପାଳପୁରରେ ଟିକେ ଭଲ ପାଣି ମିଳୁଛି। ସେହିପରି ଅଁଳାକୁଦା ଗାଁର ସୁକାନ୍ତ ଜେନା କୁହନ୍ତି- ଆମ ଗାଁରେ ୨ଟି ନଳକୂପ ରହିଛି, ମାତ୍ର ଲୁଣିପାଣି ବାହାରୁଛି। ଆଉ ଗୋଟିଏରୁ ଅଳ୍ପ ଖାରିପାଣି ବାହରୁଛି। ଏଠାରୁ ପ୍ରତିଦିନ ନୂଆପଡ଼ା ଯାଇ ସେଠାରୁ ମିଳୁଥିବା ପାନୀୟ ଜଳ ଆଣିଥାଉ। ଗାଁର ଅନେକ ଲୋକ ଘରପିଛା ୨୦ ଲିଟର ଲେଖାଏଁ ପିଇବା ପାଣି ଚାରିଛକରୁ କିଣିକି ଆଣିଥା’ନ୍ତି। ବଡ଼ଝାଡ଼ ଗ୍ରାମପଞ୍ଚାୟତ କୁରୁପାଳ ଗ୍ରାମର ସୁବାସ ଚନ୍ଦ୍ର ଜେନା କୁହନ୍ତି- ଗାଁରେ ଥିବା ପାଣି ଟ୍ୟାପରୁ ପ୍ରାୟ ଲୁଣା ଓ ଲୌହଗନ୍ଧ ଯୁକ୍ତ ପାଣି ବାହାରୁଛି। ବଡ଼ ପୋଖରୀ ପାଣିକୁ ଲୋକେ ବ୍ୟବହାର କରିଥା’ନ୍ତି। କେହିକେହି ଦୈନିକ ପ୍ରାୟ ୪/୫ କିମି ଦୂର ନୂଆପଡ଼ା ଓ କମଳେଶ୍ୱରଦେବଙ୍କ ପୀଠରୁ ପାଣି ଆଣିଥା’ନ୍ତି। ଚାରିଛକରେ ପହଞ୍ଚତ୍ ଦେଖିଲୁ ବହୁ କୋଟି ଟଙ୍କା ବ୍ୟୟ ବରାଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚ ପାଣିଟାଙ୍କିକୁ ତା୧୬.୧.୨୦୧୩ରିଖରେ ଶୁଭ ଉଦ୍‌ଘାଟନ କରିଥିଲେ। କିନ୍ତୁ ସେହି ପାଣିଟାଙ୍କିରୁ ଏଯାଏ ଲୋକଙ୍କ ନିକଟରେ ଜଳ ପହଞ୍ଚତ୍ ପାରିନାହିଁ ା ଏନେଇ କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରେଇ କୁହନ୍ତି- ଖୁବ୍‌ଶୀଘ୍ର ତଦନ୍ତକରି ସେଥିରୁ ପାଣି ଯୋଗାଇବାର ବ୍ୟବସ୍ଥା ହେବ। ଏହାପରେ ଚାରିଛକଠାରୁ ପ୍ରାୟ ୮ କି.ମି. ଦୂରଝାରକଟା ରାସ୍ତାଦେଇ ପହଞ୍ଚତ୍ଥିଲୁ ସମୁଦ୍ର ଓ ଚିଲିକାକୁ ଲାଗି ରହିଥିବା ଖିରିସାହିରେ। ଏହି ଗାଁର କାଳୁଚରଣ ବେହେରା କୁହନ୍ତି, ଆମ ଗାଁରେ ଏଯାଏ ପାଇପ୍‌ ପାଣି ପହଞ୍ଚତ୍ ପାରିନାହିଁ। ଆମେ ହେଲୁ ସାମୁଦ୍ରିକ ମତ୍ସ୍ୟଜୀବୀ। ସମୁଦ୍ର ବାଲିବନ୍ଧରେ ଗାତ ଖୋଳି ମଧୁର ପାଣି ସଂଗ୍ରହ କରିଥାଉ। ଅଧିକାଂଶ ଲୋକ ନଳକୂପ ଓ ତଣ୍ଡାକଡ଼ ବାଲିବନ୍ଧକୁ ଖୋଳି ମଧୁରପାଣି ସଂଗ୍ରହ କରିଥାନ୍ତି। ମାତ୍ର ଟ୍ୟୁବ୍‌ଓ୍ବେଲରୁ ଲୁଣିଆ ପାଣି ବାହାରୁଛି ସେଥିରେ ହିଁ ସବୁକାମ ଚଳେ। ପୋଖରୀରେ ଗାଧୋଉଛୁ ଏବଂ ପାଣି ମଧ୍ୟ ନେଉଛୁ। ଖରିସାହିଠାରୁ ଚାରିଛକକୁ ଫେରି ପ୍ରାୟ ୧୫ କି.ମି. ଦୂର ଜହ୍ନିକୁଦା ଘାଟକୁ ଯାଇଥିଲୁ। ଏଠାରୁ ଏକ ଡଙ୍ଗାରେ ବରହମ୍‌ପୁର ଗ୍ରାମପଞ୍ଚାୟତକୁ ଯାଇଥିଲୁ। ବରହମ୍‌ପୁର- ମହିଷା ଗାଁ ଭିତରକୁ ଯିବା ରାସ୍ତାରେ ରହିଛି ଏକ ମଶାଣି। ତା’ ନିକଟରେ ରହିଛି ଗୋଟିଏ ପୋଖରୀ, ତାପରେ ସୁଜନସାହି। ଯାହା ଜାଣିଲୁ, ସକାଳ ହେଲେ ଜାଲଡଙ୍ଗାକୁ ନେଇ ଏଠାର ଅଧିକାଂଶ ଲୋକଙ୍କ ଜୀବିକା ଚାଲେ। ଏହି ଗାଁରେ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ଲୋକ ଅଛନ୍ତି। ଗ୍ରାମବାସୀଙ୍କଠାରୁ ଶୁଣିଲୁ ୨ଟି ପାଣିପମ୍ପ୍‌ ହାଉସ ନିର୍ମାଣ ହୋଇସାରିଛି। କିନ୍ତୁ ଲୋକମାନେ ନଳକୂପ ପାଣିକୁ ବ୍ୟବହାର କରୁଛନ୍ତି। ଦାମୋଦର ଜେନା କୁହନ୍ତି, ଆମ ଗାଁର ଚାରିପଟକୁ ଚିଲିକା ଓ ସମୁଦ୍ରଜଳ ଘେରିଛି। ଚାରିପଟେ ପାଣି ଆଉ ପାଣି। ଲବଣାକ୍ତ ପାଣିରେ ଜୀବନ ବିତୁଥିଲେ ମଧ୍ୟ ଏଠି ମଧୁର ଜଳ ମିଳିବ କେମିତି। ଅନ୍ୟପକ୍ଷେ ଘରୋଇଭାବେ ଅନ୍ୟ ଗାଁରେ ଥିବା ବୋରିଂଜଳ ଫ୍ୟାକ୍‌ଟ୍ରିରୁ ଅନେକ ପାନୀୟଜଳ କିଣି ବ୍ୟବହାର କରିଥା’ନ୍ତି। ସେହିପରି ଗାଁ ଲୋକମାନେ ଟ୍ୟୁବ୍‌ଓ୍ବଲରୁ ବାହାରୁଥିବା ମାତ୍ରାଧିକ କ୍ଷାରି ପାଣିକୁ ବ୍ୟବହାର କରିଥା’ନ୍ତି। ଏପରି ଅସୁବିଧା ଆଜିକାଲିର ନୁହେଁ, ବର୍ଷବର୍ଷର। ଏହି ଅଞ୍ଚଳର ଏକାଧିକ ଗାଁର ଏମିତି ଅବସ୍ଥା, ଯାହା ଏଠାର ପରିବେଶରୁ ବେଶ ବାରି ହୋଇପଡ଼େ। କିନ୍ତୁ ଆଧୁନିକ ଯୁଗରେ ବିଜ୍ଞାନର ଅଗ୍ରଗତି ଯୋଗୁ ବୈଜ୍ଞାନିକ ପ୍ରଣାଳୀରେ ଲୁଣିଜଳରୁ ମିଳିପାରୁଛି ମଧୁରଜଳ। ତେବେ ଦେଶ ସ୍ବାଧୀନ ହେବାର ୭୫ ବର୍ଷ ବିତିସାରିଲାଣି, କିନ୍ତୁ ଏଠାର ବାସିନ୍ଦାଙ୍କ ପାଇଁ ମିଳିପାରି ନାହିଁ ବିଶୁଦ୍ଧ ପାନୀୟ ଜଳ। କେବେ ଲୋକଙ୍କ ପାଖରେ ସୁବିଧାରେ ତାହା ପହଞ୍ଚତ୍ବ, ସମୟ କହିବ।
– ବନବିହାରୀ ବେହେରା, କୈଳାସ ପଟ୍ଟନାୟକ କୃଷ୍ଣପ୍ରସାଦ ବ୍ଲକ ଅଧୀନରେ ରହିଥିବା ପ୍ରାୟ୨୧ଟି ଗ୍ରାମ ପଞ୍ଚାୟତ
– ସେଥିମଧ୍ୟରୁ ଗୋପୀନାଥପୁର, ଅରଖକୁଦା, ମାଣିକା, ପିରିଜିପୁର, ଗମ୍ଭାରୀ, ସାତପଡା ଏବଂ ପଣସପଦା ଆଦି ୭ଟି ଗ୍ରାମପଞ୍ଚାୟତ ଚିଲିକାକୂଳରେ ରହିଥିଲେ ମଧ୍ୟ ନିକଟରେ ଜାତୀୟ ରାଜପଥ ଯାଇଛି। ଅନ୍ୟପକ୍ଷେ ରାମଲେଙ୍କା, ବଜ୍ରକୋଟ, ମାଲୁଦ, ବୁଦ୍ଧିବର, ସିଆଣ୍ଡି, ସିଆଳ, ବଡ଼ଅଁଳ, କୃଷ୍ଣପ୍ରସାଦ, ଅଲଣ୍ଡା, ତିତିପ, ଗୋମୁଣ୍ଡିଆ, ବଡ଼ଝାଡ଼, ନୂଆପଡ଼ା ଓ ବ୍ରହ୍ମପୁର ଆଦି ୧୪ଟି ପଞ୍ଚାୟତର ୩ ପାର୍ଶ୍ୱକୁ ଘେରିଛି ଚିଲିକା ହ୍ରଦ। ଅନ୍ୟ ଏକ ପାର୍ଶ୍ୱରେ ରହିଛି ବଙ୍ଗୋପସାଗର।
ଅନ୍ୟପକ୍ଷେ ଚିଲିକା ହ୍ରଦର ଉପକୂଳବର୍ତ୍ତୀ ରମ୍ଭା, ଖଲ୍ଲିକୋଟ, ବ୍ରହ୍ମଗିରି, ଚିଲିକା, ଟାଙ୍ଗି ଓ ସତ୍ୟବାଦୀ ବ୍ଲକ ଅଧୀନ କେତେକ ଗାଁ ରହିଛି। ଯେମିତିକି ଭୁଷଣ୍ଡପୁର ମୁଣ୍ଡିଆସାହି, ମଙ୍ଗଳାସାହି, ବାଲୁଗାଁ, ଇଞ୍ଜନପୁର, ଖାରବନ୍ଧ, ବରକୁଳ, ସୋରଣ, ବାଲିଆ, ନିମନା, ଅମରଅଳି ଆଦି ଆହୁରି କେତେକ ଗାଁରେ କେତେକ ସ୍ଥାନରୁ ମିଳୁଥିବା ପାନୀୟଜଳରେ କ୍ଷାରୀୟ ଅଂଶ ରହିଛି।
– କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳର ପୋଖରୀ ଜଳକୁ ପାନୀୟଜଳ ଭାବେ ବ୍ୟବହୃତ କରୁଥିବା ଗ୍ରାମବାସୀ – ଖଟିଆକୁଦି, ଅଁଳାକୁଦା, ବାଉରୀପଲ୍ଲୀ, ବଡ଼ସାହି, ପାଇକସାହି, ସାନଅଁଳ, ବ୍ରାହ୍ମଣସାହି ଆଦି ଅନେକ ଗଁା ରହିଛି। ତେବେ ଏଯାଏ ସମସ୍ତଙ୍କ ଲାଗି ମଧୁରଜଳ ମିଳିବା ସମସ୍ୟା ସୁଧାରିପାରୁନି।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। ବଙ୍ଗଳାଗୁଡ଼ା ନିକଟରେ ଚବେରୀ ନଦୀ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri