ସେବାୟତଙ୍କ ପାଇଁ ଲାଗୁ ହେଲା ଡ୍ରେସ୍‌ କୋଡ୍‌

ପୁରୀ ଅଫିସ, ୨୨।୧୦: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା ତଥା ଗର୍ଭଗୃହକୁ ପ୍ରବେଶ କରୁଥିବା ସେବାୟତଙ୍କ ପାଇଁ ଡ୍ରେସ୍‌ କୋଡ୍‌ ଲାଗୁ ହୋଇଛି। ପାରମ୍ପରିକ ବସ୍ତ୍ର ପରିଧାନ କରି ସେବାୟତମାନେ ଗୁରୁବାରଠାରୁ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିଛନ୍ତି। ସେହିପରି ଆସନ୍ତା ଦୀପାବଳି ପରଦିନଠାରୁ ଶ୍ରୀମନ୍ଦିର ଭିତରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ ଡ୍ରେସ୍‌କୋଡ୍‌ ଲାଗୁ କରାଯିବ। ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହେବା ପରେ ଏହାକୁ ଶ୍ରୀମନ୍ଦିର ପ୍ରଶାସନ ଲାଗୁ କରିଛି। ଏହି ଡ୍ରେସକୋଡ ବ୍ୟବସ୍ଥା ଦ୍ୱାରା ସେବାୟତଙ୍କ ଗାରିମା ବଢିବା ସହ ଶ୍ରୀମନ୍ଦିର ପରିସର ମଧ୍ୟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ ବୋଲି କୁହାଯାଇଛି। ଆଗାମୀ ଦିନରେ ଶ୍ରୀମନ୍ଦିର ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ପାରମ୍ପରିକ ପୋଷାକ ପରିଧାନ ଲାଗୁ ନେଇ ବିଚାରବିମର୍ଶ ଚାଲିଛି। ଗତ ଛତିଶା ନିଯୋଗ ବୈଠକରେ ଏହି ଡ୍ରେସକୋଡ୍‌ ବ୍ୟବସ୍ଥା ଲାଗୁ ନେଇ ନିଷ୍ପତ୍ତି ହୋଇଥିଲା। ଅନେକ ସମୟରେ ସେବାୟତମାନେ ପାରମ୍ପରିକ ପୋଷାକ ନ ପିନ୍ଧି ଗର୍ଭଗୃହକୁ ପ୍ରବେଶ କରୁଥିବାରୁ ମନ୍ଦିର ଭିତରେ ଆଧ୍ୟାତ୍ମିକ ବାତାବରଣ ଭଙ୍ଗ ହେଉଥିବା ଅଭିଯୋଗ ହୋଇଆସୁଥିଲା। ମୁଖ୍ୟତଃ ସେବାୟତମାନଙ୍କ ପାଳି ନ ଥିବା ସମୟରେ ସେବାୟତମାନେ ସାଧାରଣ ଡ୍ରେସ ପରିଧାନ କରି ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ମନ୍ଦିର ମଧ୍ୟକୁ ଯାଇ ଗର୍ଭଗୃହ ମଧ୍ୟକୁ ଯାଉଥିଲେ। ସେବାୟତମାନେ ପରିଧାନ କରିଥିବା ସାଧାରଣ ଡ୍ରେସ ପବିତ୍ରତା ବଜାୟ ରହୁ ନ ଥିଲା। ଅନ୍ୟପକ୍ଷରେ ସେବାୟତମାନଙ୍କୁ ସାଧାରଣ ଲୋକ ନ ଜାଣି ପାରି ଅଭିଯୋଗ କରୁଥିଲେ ଯେ, ଅନ୍ୟମାନେ ମହାପ୍ରଭୁଙ୍କ ନିକଟରେ ଦର୍ଶନ କରୁଥିବାବେଳେ ସେମାନଙ୍କୁ କାହିଁକି ମହାପ୍ରଭୁଙ୍କ ନିକଟକୁ ଛଡ଼ାଯାଉନାହିଁ। ସେହିପରି ସେବାୟତଙ୍କୁ ନ ଜାଣି ପାରି କର୍ମଚାରୀମାନେ ଅଟକାଊଥିଲେ। ଫଳରେ ଅନେକ ସମୟରେ କଥା କଟାକଟି ହେଉଥିଲା। ସେହିଭଳି ଅନେକ ପୁରୁଖା ସେବାୟତ ସାଧାରଣ ଡ୍ରେସ ପିନ୍ଧି ଗର୍ଭ ଗୃହକୁ ଯିବା କଥାକୁ ନାପସନ୍ଦ କରୁଥିଲେ। ତେଣୁ ମହାପ୍ରଭୁଙ୍କ ନିକଟକୁ ଯିବା ପାଇଁ ସମସ୍ତ ସେବାୟତ ପାରମ୍ପରିକ ବସ୍ତ୍ର ପରିଧାନ କରି ଯିବା ପାଇଁ ମତ ରଖି ଆସୁଥିଲେ। ପୂର୍ବ ସମୟରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସେବାୟତମାନେ ପାରମ୍ପରିକ ବସ୍ତ୍ର ପରିଧାନ କରିବାର ବ୍ୟବସ୍ଥା ଥିଲା। କାଳକ୍ରମେ ଏହା ବନ୍ଦ ହୋଇଯାଇଥିଲା। ତେବେ ପ୍ରଶାସନ ପକ୍ଷରୁ ଡ୍ରେସ କୋର୍ଡ ଲାଗୁ ନିଷ୍ପତ୍ତିକୁ ସମସ୍ତ ସେବାୟତ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦନ୍ତାକୁ ଟ୍ରାଙ୍କୁଲାଇଜ ପାଇଁ ୩ ଟିମ୍‌

ଭୁବନେଶ୍ୱର,୧୯ା୧୨: ଚନ୍ଦକାର ଅସୁସ୍ଥ ଦନ୍ତାହାତୀକୁ ଉଦ୍ଧାର ଓ ଟ୍ରାଙ୍କୁଲାଇଜ ପାଇଁ ୩ଟି ଟିମ୍‌ ଗଠନ କରାଯାଇଛି। ଭାଲୁଙ୍କା ଜଙ୍ଗଲର ଆଖପାଖ ଅଞ୍ଚଳରେ ଅସୁସ୍ଥ ଦନ୍ତା ବୁଲୁଛି।...

ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ପ୍ରେମ ସମ୍ପର୍କକୁ ନେଇ…

ବଲାଙ୍ଗୀର,୧୯।୧୨ : ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଅନତି ଦୂରରେ ଥିବା ଏକ କୁକୁଡା ଫାର୍ମର ପଛପଟ ଏକ ଗଛରେ ଜଣେ ଯୁବକଙ୍କର...

ଖେଳ ଜଗତରେ ଶୋକର ଛାୟା: ବିମାନ ଦୁର୍ଘଟଣାରେ ଚାଲିଗଲା ଏହି ଖେଳାଳିଙ୍କ ଜୀବନ, ସ୍ତ୍ରୀ ପିଲା ବି…

ନୂଆଦିଲ୍ଲୀ,୧୯।୧୨: ରେସିଂ ଜଗତରୁ ଏକ ଦୁଃଖଦ ଖବର ଆସିଛି। ଉତ୍ତର କାରୋଲିନାର ଷ୍ଟେଟସଭିଲ ଆଞ୍ଚଳିକ ବିମାନବନ୍ଦର ନିକଟରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ...

ଭୁବନେଶ୍ବରରେ ଜରୁରୀ ଅବତରଣ କଲା ବିମାନ, ଜାଣନ୍ତୁ କାରଣ

ଭୁବନେଶ୍ବର,୧୯।୧୨:  ଭୁବନେଶ୍ବରରେ ଜରୁରୀ ଅବତରଣ କଲା ବିମାନ । ବାରଣାସୀ ଯାଉଥିବା ବିମାନ ଭୁବନେଶ୍ବରରେ ଜରୁରୀ ଅବତରଣ କରିଛି । ଖରାପ ପାଗ ଯୋଗୁଁ ବିମାନ...

ଆଶ୍ଚର୍ଯ୍ୟ ହେଲେ ବି ସତ: ୬ ମାସରେ ୪ ଥର କାମୁଡ଼ିଛି ସାପ, ଦେଶୀ ଚିକିତ୍ସା କରି ବଞ୍ଚାଇଛନ୍ତି ଜୀବନ

ଦାରିଙ୍ଗବାଡି, ୧୯।୧୨ (ଅରୁଣ ସାହୁ ):୬ ମାସ ରେ ୪ ଥର ସାପ କାମୁଡ଼ିବା ଓ କାମୁଡ଼ିବା ପରେ ବଞ୍ଚିବା ତାହା ପୁଣି ଦେଶୀ ଚିକିତ୍ସା...

କଟକରେ ମା’ହେଲେ ଦଶମ ଶ୍ରେଣୀ ଛାତ୍ରୀ: ବଳାତ୍କାର ପରେ…

କଟକ,୧୯।୧୨: କଟକ ଜିଲା ମାଣିଆବନ୍ଧ ଥାନା ଅନ୍ତର୍ଗତ ଖୁଣ୍ଟକଟା ଅଞ୍ଚଳର ଜଣେ ୧୪ ବର୍ଷୀୟ ଦଶମ ଶ୍ରେଣୀ ଛାତ୍ରୀ ବଳାତ୍କାର ଶିକାର ହେବା ପରେ ଏକ...

ଟୋକନ ସମସ୍ଯାକୁ ନେଇ ଚାଷୀଙ୍କ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ବାଦ୍ ପଡ଼ିଛି ଜାତୀୟ ରାଜପଥ ଓ ରେଳ ରୋକ

ସମ୍ବଲପୁର,୧୯।୧୨(ପ୍ରମୋଦ ବହିଦାର): ଟୋକନ ସମସ୍ୟାକୁ ନେଇ ଶୁକ୍ରବାର ଚାଷୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଜାରି ରହିଛି । ଚାଷୀମାନେ ସକାଳ ୬ଟାରୁ ସହରର...

ଦୁଇଦିନ ପରେ ଜି.ଉଦୟଗିରିରେ ପୁଣି ତଳମୁହାଁ ପାରଦ, ଜାଡ଼ରେ ଥରୁଛି ସମଗ୍ର ଅଞ୍ଚଳ

ଜି.ଉଦୟଗିରି,୧୯/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ଜି.ଉଦୟଗିରିରେ ରାଜ୍ୟର ସବୁଠାରୁ ଅଧିକ ଶୀତ ଅନୁଭୂତ ହେଉଛି । ଦୀର୍ଘ ଏକ ମାସରୁ ଉର୍ଦ୍ଧ ହେବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri