ସେବାୟତଙ୍କ ପାଇଁ ଲାଗୁ ହେଲା ଡ୍ରେସ୍‌ କୋଡ୍‌

ପୁରୀ ଅଫିସ, ୨୨।୧୦: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା ତଥା ଗର୍ଭଗୃହକୁ ପ୍ରବେଶ କରୁଥିବା ସେବାୟତଙ୍କ ପାଇଁ ଡ୍ରେସ୍‌ କୋଡ୍‌ ଲାଗୁ ହୋଇଛି। ପାରମ୍ପରିକ ବସ୍ତ୍ର ପରିଧାନ କରି ସେବାୟତମାନେ ଗୁରୁବାରଠାରୁ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିଛନ୍ତି। ସେହିପରି ଆସନ୍ତା ଦୀପାବଳି ପରଦିନଠାରୁ ଶ୍ରୀମନ୍ଦିର ଭିତରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ ଡ୍ରେସ୍‌କୋଡ୍‌ ଲାଗୁ କରାଯିବ। ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହେବା ପରେ ଏହାକୁ ଶ୍ରୀମନ୍ଦିର ପ୍ରଶାସନ ଲାଗୁ କରିଛି। ଏହି ଡ୍ରେସକୋଡ ବ୍ୟବସ୍ଥା ଦ୍ୱାରା ସେବାୟତଙ୍କ ଗାରିମା ବଢିବା ସହ ଶ୍ରୀମନ୍ଦିର ପରିସର ମଧ୍ୟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ ବୋଲି କୁହାଯାଇଛି। ଆଗାମୀ ଦିନରେ ଶ୍ରୀମନ୍ଦିର ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ପାରମ୍ପରିକ ପୋଷାକ ପରିଧାନ ଲାଗୁ ନେଇ ବିଚାରବିମର୍ଶ ଚାଲିଛି। ଗତ ଛତିଶା ନିଯୋଗ ବୈଠକରେ ଏହି ଡ୍ରେସକୋଡ୍‌ ବ୍ୟବସ୍ଥା ଲାଗୁ ନେଇ ନିଷ୍ପତ୍ତି ହୋଇଥିଲା। ଅନେକ ସମୟରେ ସେବାୟତମାନେ ପାରମ୍ପରିକ ପୋଷାକ ନ ପିନ୍ଧି ଗର୍ଭଗୃହକୁ ପ୍ରବେଶ କରୁଥିବାରୁ ମନ୍ଦିର ଭିତରେ ଆଧ୍ୟାତ୍ମିକ ବାତାବରଣ ଭଙ୍ଗ ହେଉଥିବା ଅଭିଯୋଗ ହୋଇଆସୁଥିଲା। ମୁଖ୍ୟତଃ ସେବାୟତମାନଙ୍କ ପାଳି ନ ଥିବା ସମୟରେ ସେବାୟତମାନେ ସାଧାରଣ ଡ୍ରେସ ପରିଧାନ କରି ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ମନ୍ଦିର ମଧ୍ୟକୁ ଯାଇ ଗର୍ଭଗୃହ ମଧ୍ୟକୁ ଯାଉଥିଲେ। ସେବାୟତମାନେ ପରିଧାନ କରିଥିବା ସାଧାରଣ ଡ୍ରେସ ପବିତ୍ରତା ବଜାୟ ରହୁ ନ ଥିଲା। ଅନ୍ୟପକ୍ଷରେ ସେବାୟତମାନଙ୍କୁ ସାଧାରଣ ଲୋକ ନ ଜାଣି ପାରି ଅଭିଯୋଗ କରୁଥିଲେ ଯେ, ଅନ୍ୟମାନେ ମହାପ୍ରଭୁଙ୍କ ନିକଟରେ ଦର୍ଶନ କରୁଥିବାବେଳେ ସେମାନଙ୍କୁ କାହିଁକି ମହାପ୍ରଭୁଙ୍କ ନିକଟକୁ ଛଡ଼ାଯାଉନାହିଁ। ସେହିପରି ସେବାୟତଙ୍କୁ ନ ଜାଣି ପାରି କର୍ମଚାରୀମାନେ ଅଟକାଊଥିଲେ। ଫଳରେ ଅନେକ ସମୟରେ କଥା କଟାକଟି ହେଉଥିଲା। ସେହିଭଳି ଅନେକ ପୁରୁଖା ସେବାୟତ ସାଧାରଣ ଡ୍ରେସ ପିନ୍ଧି ଗର୍ଭ ଗୃହକୁ ଯିବା କଥାକୁ ନାପସନ୍ଦ କରୁଥିଲେ। ତେଣୁ ମହାପ୍ରଭୁଙ୍କ ନିକଟକୁ ଯିବା ପାଇଁ ସମସ୍ତ ସେବାୟତ ପାରମ୍ପରିକ ବସ୍ତ୍ର ପରିଧାନ କରି ଯିବା ପାଇଁ ମତ ରଖି ଆସୁଥିଲେ। ପୂର୍ବ ସମୟରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସେବାୟତମାନେ ପାରମ୍ପରିକ ବସ୍ତ୍ର ପରିଧାନ କରିବାର ବ୍ୟବସ୍ଥା ଥିଲା। କାଳକ୍ରମେ ଏହା ବନ୍ଦ ହୋଇଯାଇଥିଲା। ତେବେ ପ୍ରଶାସନ ପକ୍ଷରୁ ଡ୍ରେସ କୋର୍ଡ ଲାଗୁ ନିଷ୍ପତ୍ତିକୁ ସମସ୍ତ ସେବାୟତ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

ଶେଖ ହାସିନାଙ୍କୁ ପ୍ରତ୍ୟର୍ପଣ କର: ଭାରତରେ ପହଞ୍ଚି ଏମିତି କହିଲେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ, ମିଳିଲା ଏମିତି ଜବାବ

ଢାକା,୯।୪: ଗତ ବର୍ଷ ଭାରତ-ବାଂଲାଦେଶ ସମ୍ପର୍କରେ ଉତ୍ତେଜନା ଶୀର୍ଷରେ ପହଞ୍ଚିବା ପରେ ବାଂଲାଦେଶ ଏବେ ସମ୍ପର୍କ ଉନ୍ନତ କରିବା ପାଇଁ ପଦକ୍ଷେପ ନେଉଛି। ଏହି ପରିପ୍ରେକ୍ଷୀରେ ବାଂଲାଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri