ଅମ୍ଫନ ପ୍ରକଳ୍ପ ଚୟନ ତାଲିକାରେ ଚଞ୍ଚକତା: ବିପର୍ଯ୍ୟସ୍ତ ହୋଇଥିବା ରାସ୍ତା ବାଦ୍‌

ନାଉଗାଁ,୨୫।୧(ସ୍ବ.ପ୍ର.): ଅମ୍ଫନ ବାତ୍ୟାରେ କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକୁ ମରାମତି ପାଇଁ ନିର୍ଦ୍ଦେଶ ଆସିଥିଲା। ସେହି ଅନୁସାରେ ନାଉଗାଁ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଅମ୍ଫନରେ ବିପର୍ଯ୍ୟସ୍ତ ହୋଇଥିବା ରାସ୍ତା ଚିହ୍ନଟ କରାଯାଇ ଜିଲା ଗ୍ରାମ ଉନ୍ନୟନ ସଂସ୍ଥାର କାର୍ଯ୍ୟାଳୟକୁ ତାଲିକା ପଠାଯାଇଥିଲା। ମାତ୍ର ମରାମତି ପାଇଁ ଦିଆଯାଇଥିବା ତାଲିକାରେ ଅନିୟମିତତା ହୋଇଛି। ତାଲିକାରେ ବାତ୍ୟା ବିପର୍ଯ୍ୟସ୍ତ ରାସ୍ତାକୁ ବାଦ ଦିଆଯାଇଥିବା ବେଳେ ରାସ୍ତା ନ ଥିବା ସ୍ଥାନକୁ ଦର୍ଶାଯାଇଛି। ସେହିପରି ଅମ୍ଫନରେ କ୍ଷତିଗ୍ରସ୍ତ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ର ମରାମତି ପାଇଁ ନିର୍ଦ୍ଦେଶ ଥିବାବେଳେ ଅନେକ ତାଲିକାରେ ସ୍ଥାନ ପାଇନାହିଁ। ବ୍ଲକ କାର୍ଯ୍ୟାଳୟ ସୂଚନା ଅନୁସାରେ, ବିଭିନ୍ନ ପଞ୍ଚାୟତର ୧୦୬ ପ୍ରକଳ୍ପ ତାଲିକାରେ ସ୍ଥାନ ପାଇଛି। ସେଥିରୁ ୧୧ ଅଙ୍ଗନଓ୍ବାଡି କେନ୍ଦ୍ର ଓ ବିଦ୍ୟାଳୟ ଥିବାବେଳେ ୯୫ ରାସ୍ତା ରହିଛି। ଏସବୁ ପ୍ରକଳ୍ପର ମରାମତି ପାଇଁ ୧ କୋଟି ୬୪ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟବରାଦ କରାଯାଇଛି। ମାତ୍ର ବାତ୍ୟାରେ କ୍ଷତିଗ୍ରସ୍ତ ବହୁ ପ୍ରକଳ୍ପ ସ୍ଥାନ ପାଇ ନାହିଁ।
ନାଉଗାଁ ବ୍ଲକ ଡେରିକି ପଞ୍ଚାୟତ ଗଙ୍ଗଦାହାଟ-ତିରୁଣା ଗ୍ରାମରାସ୍ତା ଓ ଡେରିକି ପଞ୍ଚାୟତର ପାଇକସାହିରୁ ମଝିପଡା ଦେଇ ବାଲିଗଁାକୁ ସଂଯୋଗ କରୁଥିବା ଗ୍ରାମ ରାସ୍ତା ଅମ୍ଫନ ବାତ୍ୟାରେ ଶୋଚନୀୟ ହୋଇଥିଲା। ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ରାସ୍ତାକୁ ଅମ୍ଫନ ଯୋଜନାରେ ସାମିଲ କରାଯାଇ ମରାମତି କରାଯିବ ବୋଲି ସୂଚନା ଦିଆଯାଇଥିଲା। ମାତ୍ର ପ୍ରକଳ୍ପ ମଞ୍ଜୁରୀ ତାଲିକାରେ ଏହି ରାସ୍ତା ନ ଥିବା ଜଣାପଡିଛି। ଅପରପକ୍ଷେ ଅମ୍ଫନରେ ମରାମତି ପାଇଁ ମଞ୍ଜୁରୀ ହୋଇଥିବା ବହୁ ରାସ୍ତା ପୂର୍ବରୁ ନ ଥିବା ଜଣାପଡ଼ିଛି। ମାତ୍ର ଏଠାରେ ପୂର୍ବରୁ ରାସ୍ତାଥିବା ଦର୍ଶାଯାଇ ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ଉଲ୍ଲେଖ କରାଯାଇଛି। ଏହାର ଉଦାହରଣ ଡେରିକି ପଞ୍ଚାୟତରେ ଦେଖିବାକୁ ମିଳିଛି। ଏହି ପଞ୍ଚାୟତର ପାଇକସାହି କଂକ୍ରିଟ ରୋଡଠାରୁ ତ୍ରିଲୋଚନ ପାଳଙ୍କ ଘର ପର୍ଯ୍ୟନ୍ତ ସରକାରୀ ରାସ୍ତା ନ ଥିବା ବେଳେ ଏହାକୁ ତାଲିକାରେ ଉଲ୍ଲେଖ କରାଯାଇଛି। କେବଳ ଏହି ପ୍ରକଳ୍ପ ନୁହେଁ ବ୍ଲକର ୧୬ଟି ପଞ୍ଚାୟତରେ ପ୍ରଦାନ କରାଯାଇଥିବା ତାଲିକାରେ ତାଳ ମେଳ ରହୁ ନଥିବା ଜଣାପଡ଼ିଛି। ଏହି ତାଲିକା ପ୍ରସ୍ତୁତ ପାଇଁ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ବିଡିଓ ରଶ୍ମିରେଖା ମଲ୍ଲିକଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ। ଅନିୟମିତତା ସମ୍ପର୍କରେ ବ୍ଲକ ସହକାରୀ ଯନ୍ତ୍ରୀ କୈଳାସ ବେହେରାଙ୍କୁ ପଚରାଯିବାରୁ ପ୍ରକଳ୍ପଗୁଡିକ ଠିକ୍‌ ରହିଛି। ଏଥିରେ କୌଣସି ତ୍ରୁଟି ନାହିଁ ବୋଲି କହି ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ। ତୁରନ୍ତ ଏହି ତାଲିକାର ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କ ଚାଞ୍ଚଲ୍ୟକର ବୟାନ: ପ୍ରେମିକ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ…

ଭଦ୍ରକ,୨୬।୧୨(ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିଠାରେ ବୁଧବାର ସନ୍ଧ୍ୟାରେ ଜଣେ ନାବାଳିକା ବୈତରଣୀ ନଦୀକୁ ଡେଇଁବା ଘଟଣା ଗୁରୁବାର ନୂଆ ମୋଡ଼ ନେଇଛି। ଭଦ୍ରକ ଜିଲା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଆଜିଠାରୁ ମହଙ୍ଗା ହେବ ଟ୍ରେନ ଯାତ୍ରା, ୨୧୫ କିମି ମଧ୍ୟରେ ଯାତ୍ରା କରୁଥିଲେ ଭଡା….

ନୂଆଦିଲ୍ଲୀ,୨୬।୧୨: ଆଜି, ଶୁକ୍ରବାର ଠାରୁ ଟ୍ରେନ ଯାତ୍ରା ମହଙ୍ଗା ହୋଇଯାଇଛି। ରେଳ ମନ୍ତ୍ରଣାଳୟ ଭଡା ବୃଦ୍ଧି ଘୋଷଣା କରିଛି, ଯାହା ଆଜି ଠାରୁ ଲାଗୁ ହେବ...

ISIS ଆତଙ୍କବାଦୀ ଆଡ୍ଡା ଉପରେ ଟ୍ରମ୍ପଙ୍କ ଆକ୍ରମଣ, ମୃତ ଆତଙ୍କୀଙ୍କୁ ବଡଦିନର ଦେଲେ ଶୁଭେଚ୍ଛା

ନୂଆଦିଲ୍ଲୀ,୨୬।୧୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଉତ୍ତର-ପଶ୍ଚିମ ନାଇଜେରିଆରେ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ ଏକ ଘାତକ ଆକ୍ରମଣ ଆରମ୍ଭ କରିଛନ୍ତି। ଟ୍ରୁଥ୍ ସୋସିଆଲ...

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri