Posted inଫୁରସତ

ମାଲିକଙ୍କୁ ଟିଫିନ୍‌ ଦେବା ପାଇଁ ପ୍ରତିଦିନ ୨ କିଲୋମିଟର ଯାଏ ଏହି କୁକୁର

କୁକୁରକୁ ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ବୋଲି କୁହାଯାଏ। ତେଣୁ କୁକୁର ଓ ମଣିଷର ସମ୍ପର୍କ ଅତ୍ୟନ୍ତ ନିବିଡ଼। ସେମାନେ ନିଜ ମାଲିକଙ୍କ ପାଇଁ କିଛି ବି କରିବାକୁ ପଛାନ୍ତିନାହିଁ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବ୍ୟସ୍ତବହୁଳ ଜୀବନରେ ଚାଲିବାକୁ କଷ୍ଟ ହୁଏ ବୋଲି ମଣିଷ କାର୍‌ ଓ ବାଇକ୍‌ ବ୍ୟବହାର କରୁଥିବାବେଳେ ସାମାନ୍ୟ କୁକୁରଟି ନିଜ ମାଲିକଙ୍କ ପାଇଁ ୨ କିଲୋମିଟର ଚାଲିଚାଲି ଟିଫିନ୍‌ ଦେବାକୁ ଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଯାହା ଅତ୍ୟନ୍ତ ହୃଦୟସ୍ପର୍ଶୀ।

ଭାଇରାଲ ହେଉଥିବା ଭିଡିଓରେ ଗୋଟିଏ କୁକୁର ରାସ୍ତାରେ ପାଟିରେ ମଧ୍ୟାହ୍ନ ଭୋଜନ ବାକ୍ସ ନେଇ ଯାଉଥିବାର ଦେଖିବାକୁ ପାଇବେ। ସେ ରାସ୍ତା ମଝିରେ କିଛି ସମୟ ପାଇଁ ଅଟକି ଯାଉଛି। ପରେ ଉଭୟ ପାର୍ଶ୍ୱକୁ ଚାହୁଁଛି। ଏକ ଟ୍ରକ୍‌ଟି ଚାଲିଯିବା ପରେ କୁକୁରଟି ପୁଣି ରାସ୍ତାରେ ଚାଲିବା ଆରମ୍ଭ କରୁଛି।

ତେବେ ଏହି ଜର୍ମାନ ସେଫର୍ଡ କୁକୁରଟିର ନାମ ସିରୋ ବୋଲି ଭିଡିଓରୁ ଜଣା ପଡ଼ିଛି। ସେ ପ୍ରତ୍ୟେକ ଦିନ ୨ କିଲୋମିଟର ଦୂର ନିଜ ମାଲିକଙ୍କ ଅଫିସକୁ ଚାଲି ଚାଲି ଖାଦ୍ୟ ଦେବାକୁ ଯାଇଥାଏ। ଭିଡିଓଟି ଦେଖିଲେ ଏହା କେଉଁ ଏକ ପାହାଡ଼ଆ ଅଞ୍ଚଳର ବୋଲି ଜଣାପଡ଼େ। ତେବେ କୁକୁରଟି ଏତେ ବୁଦ୍ଧିମାନ ଯେ, ସେ ରାସ୍ତାରେ ଚାଲୁଥାଏ ।କୌଣସି ଗାଡ଼ିମୋଟର ଆସୁଥିବାର ଦେଖିଲେ ଅଟକି ଯାଏ। ନଚେତ୍‌ ରାସ୍ତା ପାର୍ଶ୍ୱରେ ଯାଇ ଠିଆ ହୋଇଯାଏ। ଗାଡ଼ି ଯିବା ପରେ ପୁଣି ସେ ତା’ର ଗନ୍ତବ୍ୟ ପଥରେ ଆଗେଇ ଚାଲେ। ନିଜ ମାଲିକଙ୍କ ପ୍ରତି କୁକୁରର ଭଲପାଇବା ଦେଖି ଲୋକେ ଭାବପ୍ରବଣ ହୋଇଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri