Categories: ଫୁରସତ

ମହିଳାଙ୍କଠାରୁ ଲୁଟ୍‌ ସମୟରେ କୁକୁର କଲା ଏମିତି, ଆଉ ତା ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ମହିଳା ରାସ୍ତାରେ ଯାଉଥିବା ବେଳେ ଜଣେ ଲୁଟେରା ତାଙ୍କ ପଛରେ ଆସି ଲୁଟ୍‌ କରିବାକୁ ଚେଷ୍ଟା କରୁଛନ୍ତି। ପରେ କୁକୁରଟି ଏହା ଦେଖି ଲୁଟେରାଙ୍କୁ ଗୋଡ଼ାଉଛି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।

Share