Categories: ଫୁରସତ

କୁକୁର ପିଠି ଉପରେ ଚଢ଼ିଯାଇ ଫ୍ରିଜ୍‌ ଖୋଲିଲା ଛୁଆ କୁକୁର: ଆଉ ତାପରେ

ସୋସିଆଲ ମିଡିଆରେ ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆଶ୍ଚର୍ଯ୍ୟ ଲାଗିବା ସହ ଏକ କୁକୁରର ଅନ୍ୟ ଏକ କୁକୁର ପ୍ରତି ଥିବା ଭଲ ପାଇବାକୁ ଦେଖିପାରିବେ। ଏହି ଭିଡିଓରେ ଏକ କୁକୁର ଛୁଆକୁ ଭୋକ ଲାଗୁଥିବା ବେଳେ ସେ ବଡ଼ କୁକୁର ସାହାଯ୍ୟ ନେଇଛି। ବଡ଼ କୁକୁର ଫ୍ରିଜ୍‌ ପାଖରେ ଛିଡା ହୋଇଥିବା ବେଳେ ଛୋଟ କୁକୁର ତା ପିଠି ଉପରେ ଚଢ଼ି ଖାଦ୍ୟ ଖାଉଛି। ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନରେ ସେ ଲେଖିଛନ୍ତି, ମିଳିତ ଉଦ୍ୟୋଗ କମ୍ପାନୀ । ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି।

Share