ନବଜାତକର ମୃତଦେହ ଝୁଣି ଖାଇଲେ କୁକୁର

ଆନନ୍ଦପୁର,୨୪ା୬(ସନ୍ତୋଷ ରାଉତ): ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅଧୀନ ବଡ଼ରମ୍ପାସ ଓ ବରିଡ଼ି ରାସ୍ତାର ଚାରିମାଣିଆ ଛକ ନିକଟ ରାସ୍ତା ପାର୍ଶ୍ୱ ପଡ଼ିଆରେ ଏକ ନବଜାତକର ମୃତଦେହ ପଡ଼ିଥିବାର ଲୋକେ ଦେଖିବାକୁ ପାଇଥିଲେ। ଶନିବାର ସକାଳେ କେତେକ ପଥଚାରୀ ସେହି ରାସ୍ତାରେ ଆସିବା ସମୟରେ ଚାରିମାଣିଆ ନିକଟରେ ନବଜାତକର ମୃତଦେହକୁ କିଛି କୁକୁର ଖାଉଥିବା ଦେଖିବାକୁ ପାଇଥିଲେ। ଘଟଣା ପ୍ରଚାର ହେବା ପରେ ଘଟଣାସ୍ଥଳରେ ଲୋକେ ରୁଣ୍ଡ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଘଟଣାକୁ ନେଇ ପୋଲିସକୁ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନବଜାତକର ମୃତଦେହ ଜବତ କରିଛି। ଏଭଳି ଘଟଣାକୁ ନେଇ କେହି ଅବୈଧ ଶିଶୁ ଜନ୍ମ କରି ରାସ୍ତାକଡ଼ରେ ପକାଇ ଥାଇପାରେ ବୋଲି ଆଲୋଚନା ହେଉଛି।