ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରର ଲୋକଙ୍କ ଜୀବନଜୀବିକାରେ ସ୍ବାବଲମ୍ବୀ କରିବା ପାଇଁ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଜରୁରୀ। ତେଣୁ ପୂର୍ବରୁ ଦାରିଙ୍ଗବାଡିରେ ପର୍ଯ୍ୟଟନକ୍ଷେତ୍ର ଭରପୁର ରହିଛି। ଏହାର ବିକାଶ ଓ ଗାଁରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବାକୁ ବଡ଼ ଯୋଜନା କରାଯାଉଥିବା କନ୍ଧମାଳର ନୂତନ ଜିଲାପାଳ ଭାବେ ବେଦଭୂଷଣ ଦାୟିତ୍ୱ ନେବା ପରେ ଦାରିଙ୍ଗବାଡି ଗସ୍ତ କରିବା ସମୟରେ ଏକ ଖବରଦାତା ସମ୍ମିଳନୀରେ ଏହା ସେ ପ୍ରକାଶ କରିଛନ୍ତି।
ପର୍ଯ୍ୟଟନ କ୍ଷେତ୍ରକୁ ଉନ୍ନତି କରିବାକୁ ହେଲେ ପ୍ରଥମେ ପର୍ଯ୍ୟଟକଙ୍କୁ କିଭଳି ଦାରିଙ୍ଗବାଡିକୁ ଆଣିବା ଏବଂ ସେମାନଙ୍କ ରାତ୍ରିଯାପନ ବ୍ୟବସ୍ଥା କରାଇବାକୁ ଜିଲା ପ୍ରଶାସନ ଦୃଷ୍ଟି ଦେଉଛି। ରାଜ୍ୟ ସରକାରଙ୍କ ଆଇଟିଡିଏ ପକ୍ଷରୁ ଗାଁ ଗାଁରେ ପର୍ଯ୍ୟଟନର ବିକାଶ ସହ ଗାଁ ଭିତରେ ପର୍ଯ୍ୟଟକଙ୍କ ରାତ୍ରିଯାପନ ବ୍ୟବସ୍ଥା ସହ ସେଠାକାର ପାରମ୍ପରିକ ଖାଦ୍ୟ, ପାରମ୍ପରିକ ଚଳଣି ଓ ଗାଁର ଅନୁଭୂତିକୁ କିଭଳି ପର୍ଯ୍ୟଟକ ଉପଭୋଗ କରିପାରିବେ ସେନେଇ ଜିଲାପ୍ରଶାସନ ଗୁରୁତ୍ୱ ଦେଉଥିବା କହିଛନ୍ତି। ଏଥିପାଇଁ ବାଲିଗୁଡା ଏବଂ ଫୁଲବାଣୀ ଆଇଟିଡିଏ ପକ୍ଷରୁ ଗାଁ ଗାଁ ରେ ମିଳିତ ସର୍ଭେ କାର୍ଯ୍ୟ ମଧ୍ୟ କରାଯାଇଥିବା ସେ କହିଛନ୍ତି।
ସେହିପରି ଷ୍ଟ୍ରବେରୀ ଚାଷ, ହେଉ କି ଛୋଟ ଛୋଟ ଝରଣା ଆଦିର ବିକାଶ କରାଗଲେ ପର୍ଯ୍ୟଟକ ସେଠାରେ ସମୟ ବିତାଇ ପାରିବେ। ଫଳରେ ଆମେ ସେମାନଙ୍କୁ ଗୋଟିଏ ରାତି ବଦଳରେ ୨ ରୁ ୩ ଦିନ ପର୍ଯ୍ୟନ୍ତ ପର୍ଯ୍ୟଟନକ୍ଷେତ୍ର ବୁଲାଇପାରିବା। ଫଳରେ ଲୋକଙ୍କ ଜୀବନଜୀବିକା ସ୍ବାବଲମ୍ବୀ ହୋଇପାରିବ ବୋଲି କହିବା ସହ ଗାଁକୁ ରାସ୍ତା ଓ ମୋବାଇଲ ନେଟୱାର୍କ ବ୍ୟବସ୍ଥାକୁ ଆହୁରି ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଜିଲାପାଳ ବେଦଭୂଷଣ କହିଛନ୍ତି।


