ଆସୁ ଆସୁ ବଡ଼ ପ୍ରତିଶ୍ରୁତି ଦେଲେ ଜିଲାପାଳ: ଲୋକଙ୍କ ଜୀବନଜୀବିକା ସୁଧାରିବା ଲକ୍ଷ୍ୟ

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରର ଲୋକଙ୍କ ଜୀବନଜୀବିକାରେ ସ୍ବାବଲମ୍ବୀ କରିବା ପାଇଁ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଜରୁରୀ। ତେଣୁ ପୂର୍ବରୁ ଦାରିଙ୍ଗବାଡିରେ ପର୍ଯ୍ୟଟନକ୍ଷେତ୍ର ଭରପୁର ରହିଛି। ଏହାର ବିକାଶ ଓ ଗାଁରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବାକୁ ବଡ଼ ଯୋଜନା କରାଯାଉଥିବା କନ୍ଧମାଳର ନୂତନ ଜିଲାପାଳ ଭାବେ ବେଦଭୂଷଣ ଦାୟିତ୍ୱ ନେବା ପରେ ଦାରିଙ୍ଗବାଡି ଗସ୍ତ କରିବା ସମୟରେ ଏକ ଖବରଦାତା ସମ୍ମିଳନୀରେ ଏହା ସେ ପ୍ରକାଶ କରିଛନ୍ତି।
ପର୍ଯ୍ୟଟନ କ୍ଷେତ୍ରକୁ ଉନ୍ନତି କରିବାକୁ ହେଲେ ପ୍ରଥମେ ପର୍ଯ୍ୟଟକଙ୍କୁ କିଭଳି ଦାରିଙ୍ଗବାଡିକୁ ଆଣିବା ଏବଂ ସେମାନଙ୍କ ରାତ୍ରିଯାପନ ବ୍ୟବସ୍ଥା କରାଇବାକୁ ଜିଲା ପ୍ରଶାସନ ଦୃଷ୍ଟି ଦେଉଛି। ରାଜ୍ୟ ସରକାରଙ୍କ ଆଇଟିଡିଏ ପକ୍ଷରୁ ଗାଁ ଗାଁରେ ପର୍ଯ୍ୟଟନର ବିକାଶ ସହ ଗାଁ ଭିତରେ ପର୍ଯ୍ୟଟକଙ୍କ ରାତ୍ରିଯାପନ ବ୍ୟବସ୍ଥା ସହ ସେଠାକାର ପାରମ୍ପରିକ ଖାଦ୍ୟ, ପାରମ୍ପରିକ ଚଳଣି ଓ ଗାଁର ଅନୁଭୂତିକୁ କିଭଳି ପର୍ଯ୍ୟଟକ ଉପଭୋଗ କରିପାରିବେ ସେନେଇ ଜିଲାପ୍ରଶାସନ ଗୁରୁତ୍ୱ ଦେଉଥିବା କହିଛନ୍ତି। ଏଥିପାଇଁ ବାଲିଗୁଡା ଏବଂ ଫୁଲବାଣୀ ଆଇଟିଡିଏ ପକ୍ଷରୁ ଗାଁ ଗାଁ ରେ ମିଳିତ ସର୍ଭେ କାର୍ଯ୍ୟ ମଧ୍ୟ କରାଯାଇଥିବା ସେ କହିଛନ୍ତି।
ସେହିପରି ଷ୍ଟ୍ରବେରୀ ଚାଷ, ହେଉ କି ଛୋଟ ଛୋଟ ଝରଣା ଆଦିର ବିକାଶ କରାଗଲେ ପର୍ଯ୍ୟଟକ ସେଠାରେ ସମୟ ବିତାଇ ପାରିବେ। ଫଳରେ ଆମେ ସେମାନଙ୍କୁ ଗୋଟିଏ ରାତି ବଦଳରେ ୨ ରୁ ୩ ଦିନ ପର୍ଯ୍ୟନ୍ତ ପର୍ଯ୍ୟଟନକ୍ଷେତ୍ର ବୁଲାଇପାରିବା। ଫଳରେ ଲୋକଙ୍କ ଜୀବନଜୀବିକା ସ୍ବାବଲମ୍ବୀ ହୋଇପାରିବ ବୋଲି କହିବା ସହ ଗାଁକୁ ରାସ୍ତା ଓ ମୋବାଇଲ ନେଟୱାର୍କ ବ୍ୟବସ୍ଥାକୁ ଆହୁରି ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଜିଲାପାଳ ବେଦଭୂଷଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ସରକାରଙ୍କ ‘ମାଷ୍ଟରପ୍ଲାନ୍‌’! ବିନା ଡିଲ୍‌, ବିନା ଟୋଲ୍‌ରେ ହର୍ମୁଜରୁ ବାହାରିଲା ଭାରତୀୟ ଜାହାଜ; ସାରା ବିଶ୍ୱ ଚକିତ

ନୂଆଦିଲ୍ଲୀ,୨୦।୩: ଇରାନ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ମାର୍ଗ ‘ହର୍ମୁଜ ପ୍ରଣାଳୀ’ (Strait of Hormuz) ଏବେ…

ଥୁଆମୂଳରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳରାମପୁର, ୨୦ା୩ (ଦୁର୍ଗା ଦୁର୍ଗା): କଳାହାଣ୍ଡି ଜିଲା  ଥୁଆମୂଳରାମପୁର ବ୍ଲକ ଅଞ୍ଚଳରେ ଗତ ମଙ୍ଗଳବାରଠାରୁ ଜାରି ରହିଥିବା ପ୍ରଳୟଙ୍କରୀ କାଳବୈଶାଖୀ ଜନଜୀବନକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ତୁହାକୁ…

ଜମିପଟ୍ଟା ପ୍ରଦାନ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ: ବିକ୍ଷୋଭ

ମୋହନା,୨୦ା୩(ମନ୍ମଥ ମିଶ୍ର): ବିଭିନ୍ନ ଦାବି ନେଇ ଶୁକ୍ରବାର ଅଲ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ମୋହନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହାଇସ୍କୁଲ ଛକରୁ ମୁଖ୍ୟ ବଜାର…

ଆଇପିଏଲ୍‌ ୨୦୨୬: ଚାମିରା, ନିସାଙ୍କା, କାମିନ୍ଦୁ ମେଣ୍ଡିସଙ୍କୁ ମିଳିଲା ଏନ୍‌ଓସି

କଲମ୍ବୋ, ୨୦ା୩: ଆଇପିଏଲ୍‌-୨୦୨୬ରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀଲଙ୍କା କ୍ରିକେଟ(ଏସ୍‌ଏଲ୍‌ସି) ଶୁକ୍ରବାର ଦୁଷ୍ମନ୍ତ ଚାମିରା, ପାଥୁମ ନିସାଙ୍କା ଓ କାମିନ୍ଦୁ ମେଣ୍ଡିସଙ୍କୁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ (ଏନ୍‌ଓସି)…

ଠାକୁର ମଦନ ମୋହନଙ୍କ ଜାଗା ଜବର ଦଖଲ: ଦୁଇବର୍ଷ ପରେ ଆସିଲା ରାୟ

ଗଞ୍ଜାମ,୨୦ା୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ବ୍ରାହ୍ମଣ ଢମଣା ସାହିରେ ପୂୂଜା ପାଉଥିବା ଶ୍ରୀମଦନ ମୋହନଙ୍କ ବଡ଼ବଜାରଠାରେ ଥିବା ଜାଗାକୁ ଦୀର୍ଘବର୍ଷ ହେଲା ଏକ ପରିବାର ଜବରଦଖଲ କରି…

ମହିଳା ବିଶ୍ୱକପ୍‌ ପାଇଁ ଫିଫାର ଆସିଲା ନୂଆ ନିୟମ, ଜାଣନ୍ତୁ…

ଜୁରିଚ୍‌,୨୦ା୩: ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ‘ଫିଫା’ର ଏକ ନୂଆ ନିୟମ ଅନୁମୋଦନ ଲାଭ କରିଛି। ଏଣିକି ମହିଳା ବିଶ୍ୱକପ୍‌ ଓ ଅନ୍ୟ ଟୁର୍ନାମେଣ୍ଟଗୁଡ଼ିକରେ ମହିଳା ଫୁଟ୍‌ବଲ…

ତୃତୀୟ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ

ଅକ୍‌ଲାଣ୍ଡ,୨୦ା୩: ଶୁକ୍ରବାର ଖେଳାଯାଇଥିବା ତୃତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ଟମ୍‌ ଲଥାମ(୬୩)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ…

ରୁଷିଆରେ ଡିଜିଟାଲ୍‌ ଷ୍ଟ୍ରାଇକ୍‌: ଡ୍ରୋନ୍‌ ମାଡ଼ ଭୟରେ ଇଣ୍ଟରନେଟ୍‌ ସେବା ବନ୍ଦ, ପୁଟିନଙ୍କୁ ଘାରିଛି ଅଜଣା ଭୟ?

ନୂଆଦିଲ୍ଲୀ,୨୦।୩: ବର୍ତ୍ତମାନ ସାରା ବିଶ୍ୱ ଏକ ଅସ୍ଥିର ପରିସ୍ଥିତି ଦେଇ ଗତି କରୁଛି। ଗୋଟିଏ ପଟେ ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ବେଳେ ଅନ୍ୟପଟେ ଇରାନ, ଇସ୍ରାଏଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri