କୋରାପୁଟ,୨୧।୨(ଅମିତାଭ ବେହେରା ): ଶୁକ୍ରବାର କୋରାପୁଟ ଜିଲାପ୍ରଶାସନ ପକ୍ଷରୁ ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ସେମିଳିଗୁଡା ବ୍ଲକର ଖୁଡି ପଞ୍ଚାୟତର ଦୁଇଟି ସ୍ଥାନରେ ଆଜି ଜିଲା ପ୍ରଶାସନର ଶିଶୁ ସୁରକ୍ଷା ଅଧିକାରୀ, ଚାଇଲ୍ଡ ଲାଇନ ଏବଂ ପୋଲିସ ଟିମ ପହଞ୍ଚି ବାଲ୍ୟ ବିବାହ ବନ୍ଦ କରିଥିବା ଜଣାପଡ଼ିଛି। ଶୁକ୍ରବାର ଗୋଟିଏ ସ୍ଥାନରେ ବାହାଘର ହେଉଥିବା ବେଳେ ଆଉ ଗୋଟିଏ ସ୍ଥାନରେ ଆସନ୍ତାକାଲି ବାହାଘର ହୋଇଥାନ୍ତା, ଏହି କାର୍ଯ୍ୟରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାଜର୍ଶୀ ଦାଶ, ଚାଇଲଡଲାଇନ ର ମଧୁସ୍ମିତା ପ୍ରଧାନ, ବିମଳା ପାଙ୍ଗି, ପଟାଙ୍ଗୀ ଥାନା ଅଧିକାରୀ ଚତୁର୍ଭୁଜ ନାୟକ ସଦଳ ବଳେ ଉପରୋକ୍ତ ଗ୍ରାମରେ ଚଢ଼ାଉ କରି ଏପରି ବେଆଇନ ଭାବେ କରାଯଉଥିବା ବାଲ୍ୟ ବିବାହକୁ ବନ୍ଦ କରିଥିବା ଜିଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

