Categories: କୋରାପୁଟ

କରୋନାର ଭୟଙ୍କର ରୂପ: ଗାଇଡ୍‌ଲାଇନ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଜିଲାପାଳଙ୍କ ନିର୍ଦ୍ଦେଶ

କୋରାପୁଟ,୨।୫(ସ୍ବ.ପ୍ର): କରୋନାର ଦ୍ୱିତୀୟ ଲହର ଦେଶସାରା ତାହାର ଭୟଙ୍କର ରୂପ ଦେଖାଉଥିବା ବେଳେ ରାଜ୍ୟରେ ମଧ୍ୟ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଛି। କୋରାପୁଟ ଜିଲାରେ ରବିବାର ଦିନକରେ ସର୍ବାଧିକ ୧୨୭ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜିଲାରେ ବର୍ତ୍ତମାନ କରୋନାକୁ ନେଇ ସପ୍ତାହାନ୍ତ ଶଟଡାଉନ ଓ ନାଇଟ କର୍ଫ୍ୟୁ ଚାଲିଥିବା ସତ୍ତ୍ୱେ କରୋନାର ଏପରି ଦ୍ରୁତଗତିରେ ବୃଦ୍ଧି ଜିଲା ପ୍ରଶାସନକୁ ଚିନ୍ତାରେ ପାକାଇଛି। ଏ ନେଇ ଜିଲାପାଳ ଅବ୍‌ଦୁଲ ମହମ୍ମଦ ଅଖତାର ସମସ୍ତ ପୋଲିସ ପ୍ରଶାସନ ଓ ବ୍ଲକ, ପୌରାଞ୍ଚଳର ପ୍ରଶାସନିକ ଅଧିକାରୀଙ୍କୁ କରୋନା ଗାଇଡ୍‌ଲାଇନ ପାଳନ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।