ଏହି ଯୁବ ବିଡ଼ିଓଙ୍କୁ ନେଇ ବଢୁଛି ଚର୍ଚ୍ଚା: ଜନଜାତିଙ୍କ ଘରେ ଘରେ ପହଞ୍ଚି ବୁଝୁଛନ୍ତି ସମସ୍ୟା

ଦାରିଙ୍ଗବାଡି,୧।୮(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଯୁବ ପ୍ରଶାସକ ତଥା ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ ଏବେ ତାଙ୍କ କାର୍ଯ୍ୟଧାରକୁ ନେଇ ସାମାଜିକ ଗଣମାଧ୍ୟମରେ ବହୁ ପ୍ରଶଂସା ସାଉଁଟିଛନ୍ତି। ସମସ୍ତଙ୍କ ମୁହଁରେ ବିଡ଼ିଓ ହେବ ତ ଏମିତି ବୋଲି ଆଲୋଚନା ହେଉଛି।
ପ୍ରକାଶ ଯେ, ଗତ ଅକ୍ଟୋବରରେ ତତ୍କାଳ ବିଡ଼ିଓ ଗଦାଧର ପାତ୍ରଙ୍କ ପଦୋନ୍ନତି ପରେ ସେ ଅନ୍ୟତ୍ର ଯିବା ପରେ ତାଙ୍କ ସ୍ଥାନରେ ବିଡ଼ିଓ ଭାବେ ପ୍ରୀତିରଞ୍ଜନ ରଥ କାର୍ଯ୍ୟଭାର ନେଇଥିଲେ। ଦାୟିତ୍ୱ ନେବାର ସ୍ବଳ୍ପ ସମୟ ମଧ୍ୟରେ ରାଜ୍ୟସ୍ତରୀୟ ଶୀତ ମହୋତ୍ସବ କରି ଲୋକଙ୍କ ହୃଦୟ ଜିଣିଥିଲେ। ପରେ ପରେ ସେ ଦାରିଙ୍ଗବାଡିର ପ୍ରାଥମିକ ବିଦ୍ୟାଳୟର ରୂପାନ୍ତର କାର୍ଯ୍ୟ ସମେତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଘରେ ଘରେ ପହଞ୍ଚାଇବା ପାଇଁ ନିଜେ ବିଭିନ୍ନ ପଞ୍ଚାୟତର ଦୁର୍ଗମ ଗ୍ରାମକୁ ଯାଇ ସିଧା ଉପଭୋକ୍ତାମାନଙ୍କୁ ଭେଟି ଯୋଜନାର ସଫଳ ରୂପାୟନ ପାଇଁ କାର୍ଯ୍ୟ କରୁଛନ୍ତି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ନିକଟକୁ ଯିବା ସହ ଏହି ଯୋଜନାରୁ ବାଦ ପଡିଥିବା ହିତାଧିକାରୀଙ୍କ ନିକଟରେ ପହଞ୍ଚି ସେମାନେ ସରକାରଙ୍କ ଏହି ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଖୋଜି ବାହାର କରି ଏହି ଯୋଜନାରେ ସାମିଲ କରାଉଛନ୍ତି। ସେହିପରି ବିଧବା, ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଥିବା ଲୋକଙ୍କୁ ଏହି ଯୋଜନା ରେ ସାମିଲ କରାଇବା ଭଳି ପଦକ୍ଷେପକୁ ଲୋକମାନେ ପ୍ରଶଂସା କରୁଥିବା ଜଣାପଡିଛି। ଗୋଟିଏ ପଟେ ଭାଜପା ସରକାର ରହିଥିବା ବେଳେ ଦାରିଙ୍ଗବାଡି ବ୍ଲକରେ ବ୍ଲକ ଅଧ୍ୟକ୍ଷ ବିଜେଡିର ସୁଶାନ୍ତ ପ୍ରଧାନ ରହିଥିବାବେଳେ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଧାୟକ କଂଗ୍ରେସ ଏବଂ କନ୍ଧମାଳ ଏମପି ଭାଜପାର ରହିଛନ୍ତି। ତେବେ ସେ ୩ଟି ଦଳର ଲୋକପ୍ରତିନିଧି ରହିଥିଲେ ମଧ୍ୟ ରାଜନୈତିକ କୌଣସି ଚାପ ନ ଥିବା ଯୋଗୁ ସେ ଲୋକଙ୍କ କାର୍ଯ୍ୟକୁ ସୁନ୍ଦର ଓ ସହଜରେ ସମ୍ପାଦନା କରୁଥିବା କହିଛନ୍ତି।
ସୂଚନାଯୋଗ୍ୟ ଯେ,
ରାଜ୍ୟରେ ପ୍ରଥମଥର ପାଇଁ ବହୁମତରେ ଭାଜପାର ମୋହନ ସରକାର ଗଠନ ହେବାପରେ ସରକାର ରାଜ୍ୟର ପୋଲିସ ପ୍ରଶାସନ, ବିଡ଼ିଓ, ତହସିଲଦାର ସମସ୍ତଙ୍କୁ ନେଇ ଅଲଗା ଅଲଗା କର୍ମଶାଳା ମାଧ୍ୟମରେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ଓ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ପରାମର୍ଶ ଦେଇଥିଲେ ଏହାକୁ ସ୍ଥାନୀୟ ବିଡ଼ିଓ ପ୍ରୀତିରଞ୍ଜନ ରଥ ଦୈନିକ ଉକ୍ତ ବ୍ଲକର ୨୫ ପଞ୍ଚାୟତର ବିଭିନ୍ନ ପଞ୍ଚାୟତର ଦୁର୍ଗମ ଅଞ୍ଚଳ ପରିଦର୍ଶନ କରୁଥିବା ଚର୍ଚ୍ଚା ଜୋରଦାର ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

ଟି-୨୦ ବିଶ୍ୱକପ୍: ଆଇସିସି କ’ଣ ଭାରତକୁ ବାହାର କରିପାରିଥାନ୍ତା? ନାସର ହୁସେନ୍‌ଙ୍କ ମନ୍ତବ୍ୟକୁ ନେଇ ହଟଚମଟ

ନୂଆଦିଲ୍ଲୀ,୫।୨: ଥମିବାର ନା ନେଉନାହିଁ ଟି-୨୦ ବିଶ୍ୱକପ୍ ବିବାଦ। ଏହାରି ମଧ୍ୟରେ ଏହାକୁ ଆହୁରି ଜଟିଳ ଆତାକୁ ଟାଣି ନେଉଛି ବ୍ୟକ୍ତିବିଶେଷଙ୍କ ବୟାନ। ଏହାରି ମଧ୍ୟରେ ପୂର୍ବତନ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଭକ୍ତ: କଂଗ୍ରେସରୁ ନିଳମ୍ବିତ ହେଲେ ୩ ସରପଞ୍ଚଙ୍କ ସହ…

ରାୟଗଡା,୫।୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରି ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳା ଆଚରଣ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

ଯୌତୁକ ପାଇଁ ସ୍ବାମୀ ସାଜିଲା ପିଶାଚ, ସ୍ତ୍ରୀଙ୍କୁ ପିଆଇଦେଲେ ବିଷ, ଫେରାର୍‌ ହୋଇଗଲେ…

ଦିଗପହଣ୍ଡି, ୫।୨(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଅଧିକା ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀ(୨୩)ଙ୍କୁ ବୁଧବାର ସ୍ବାମୀ ଓ…

ସ୍କାଉଟ୍‌ସ ଓ ଗାଇଡ୍‌ସ ଶିବିର ଉଦ୍‌ଘାଟିତ: ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡି, ୫ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ୩ ଦିନିଆ ସ୍କାଉଟ୍‌ସ ଓ…

ପାଟଣାବାସୀଙ୍କ ଦୀର୍ଘଦିନର ଦାବି ହେଲା ପୂରଣ, ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ…

ପାଟଣା,୫।୨(ବୀର କିଶୋର ଦାଶ): ଓଡ଼ିଶାରେ ଗୁରୁବାର ୫୭ଟି ନୂତନ ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ ଓ “ଆମ ସାଥୀ “ୟୁନିଫାଏଡ ହ୍ବାଟସ ଆପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri