ବିପର୍ଯ୍ୟୟ ନେଇଛି ୨୧୬ ପ୍ରାଣ

ଅନୁଗୋଳ ଅଫିସ, ୧୪ା୮ କେତେବେଳେ ପାଣି ତ ଆଉ କେବେ ମାରୁଛି ବଜ୍ରପାତ। ସାପ କାମୁଡ଼ାରେ ମଧ୍ୟ ଯାଉଛି ଅନେକଙ୍କ ଜୀବନ। ଗତ ୬ ବର୍ଷ ମଧ୍ୟରେ ଅନୁଗୋଳ ଜିଲାରେ ୨୧୬ ଜଣଙ୍କ ପ୍ରାଣ ନେଇଛି ଏପରି ପ୍ରାକୃତିକ ବିପର୍ଯ୍ୟୟ। ସରକାରଙ୍କ ପକ୍ଷରୁ ଏ ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଗଣମାଧ୍ୟମ ଜରିଆରେ ଲୋକଙ୍କୁ ବାରମ୍ବାର ସତର୍କ କରାଯାଉଛି। ହେଲେ ପ୍ରତିବର୍ଷ ଘଟୁଥିବା ବିପର୍ଯ୍ୟୟଜନିତ ମୃତ୍ୟୁକୁ ରୋକାଯାଇପାରୁ ନାହିଁ।
ସରକାରୀ ତଥ୍ୟ ଅନୁଯାୟୀ, ଅନୁଗୋଳ ଜିଲାରେ ୨୦୧୫ ମାର୍ଚ୍ଚରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ପାଣିରେ ବୁଡ଼ି ସର୍ବାଧିକ ଲୋକଙ୍କ ଜୀବନହାନି ଘଟିଛି। ଖାମଖିଆଲ କାରଣରୁ ହେଉ କି ଅସାବଧାନତା, ଏହି ୬ ବର୍ଷ ମଧ୍ୟରେ ଜିଲାର ମୋଟ୍‌ ୯୭ ଜଣଙ୍କ ମୃତ୍ୟୁ ଜଳଜନିତ ବୋଲି ଜଣାପଡ଼ିଛି। ସେହିପରି ସର୍ପାଘାତରେ ୯୧ ଜଣଙ୍କ ପ୍ରାଣହାନି ଘଟିଛି। ବିଶେଷକରି ଗୁଣିଗାରେଡି ଉପରେ ବିଶ୍ୱାସ କାରଣରୁ ବହୁ ସାପ କାମୁଡ଼ା ରୋଗୀଙ୍କ ମୃତ୍ୟୁ ହୋଇଥିବା ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ କୁହାଯାଇଛି। ଏପରି ରୋଗୀଙ୍କୁ ଅଯଥାରେ ଗୋଟିଏ ପରେ ଗୋଟିଏ ଗୁଣିଆଙ୍କ ନିକଟକୁ ନ ନେଇ ତୁରନ୍ତ ଡାକ୍ତରଖାନା ଅଣାଯାଇପାରିଥିଲେ ଜୀବନ ରକ୍ଷା ହୋଇପାରନ୍ତା। କିନ୍ତୁ ଅନେକ ଲୋକ ଏବେ ମଧ୍ୟ ଗୁଣିଗାରେଡି ଉପରେ ଅଗାଧ ବିଶ୍ୱାସ ରଖିଛନ୍ତି। ଏପରି କି ଅତୀତରେ ମେଡିକାଲ ବେଡ୍‌ରେ ମଧ୍ୟ କେତେଜଣ ସାପ କାମୁଡ଼ା ରୋଗୀଙ୍କୁ ସେମାନେ ଝଡ଼ାଫୁଙ୍କା କରାଇଛନ୍ତି। ବର୍ଷ ବର୍ଷ ଧରି ସଚେତନ କରାଯାଉଥିଲେ ମଧ୍ୟ ବହୁ ସମୟରେ ସାପ କାମୁଡ଼ା ରୋଗୀଙ୍କୁ ଅତି ଗୁରୁତର ଅବସ୍ଥାରେ ମେଡିକାଲ ଅଣାଯାଉଥିବାରୁ ସେମାନଙ୍କ ଜୀବନ ରକ୍ଷା କରିବା ସମ୍ଭବ ହୋଇପାରୁ ନାହିଁ। ସେହିଭଳି ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗତ ୬ ବର୍ଷ ମଧ୍ୟରେ ଜିଲାରେ ମୋଟ ୨୧ ଜଣଙ୍କ ଜୀବନ ଏହି କାରଣରୁ ଯାଇଛି। ଏହି ସମୟ ମଧ୍ୟରେ ଅଗ୍ନିକାଣ୍ଡରେ ୭ ଜଣ ଦଗ୍ଧ ହୋଇଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏପରି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଉଥିବା ଲୋକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଯୋଗାଇ ଦେବାକୁ ୨୦୧୫ ଏପ୍ରିଲ ୮ ତାରିଖରୁ ଓଡ଼ିଶା ରିଲିଫ କୋଡର୍ର୍ ଅନୁଯାୟୀ ରାଜ୍ୟ ସରକାର ଘୋଷଣା କରିଥିଲେ। କିନ୍ତୁ ଏହି ବ୍ୟବସ୍ଥାର ସୁଫଳ ଏଯାଏ ଅନେକ ମୃତକଙ୍କ ପରିବାର ପାଇପାରି ନ ଥିବା ଅଭିଯୋଗ ହେଉଛି। ଏହି ସହାୟତା ରାଶି ପାଇଁ ପରିବାର ଲୋକେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ସହ ମୃତ ବ୍ୟକ୍ତିଙ୍କ ପରିଚୟପତ୍ର, ଆରଆଇ ଓ ତହସିଲଦାରଙ୍କ ରିପୋର୍ଟ ଅନ୍‌ଲାଇନ୍‌ରେ ଦାଖଲ କରି ଆବେଦନ କରିବାର ବ୍ୟବସ୍ଥା ରହିଛି। ହେଲେ ସଚେତନତା ଅଭାବରୁ ବହୁ ଆବେଦନକାରୀ ଦଲାଲଙ୍କ ହାବୁଡ଼ରେ ପଡ଼ୁଛନ୍ତି। ଅନ୍‌ଲାଇନ୍‌ ଯୋଗେ ଆବେଦନ କଲେ ସିଧାସଳଖ ସରକାରୀ ଅର୍ଥ ସେମାନଙ୍କ ଆକାଉଣ୍ଟରେ ଜମା ହେବ। କିନ୍ତୁ ଏ ସମ୍ପର୍କରେ ସଚେତନ ନ ଥିବା ଲୋକେ ଜିଲା କାର୍ଯ୍ୟାଳୟକୁ ବର୍ଷ ବର୍ଷ ଧରି ଧାଉଁଛନ୍ତି। କେତେଜଣ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ ମଧ୍ୟ ତଥ୍ୟରେ ତ୍ରୁଟି ରଖୁଛନ୍ତି। ତେଣୁ ସରକାରୀ ସହାୟତା ମିଳିବା ସମ୍ଭବ ହୋଇପାରୁ ନ ଥିବା ଜିଲା ଆପାତକାଳୀନ ବିଭାଗ ପକ୍ଷରୁ କୁହାଯାଇଛି।
ନିୟମ ପାଳନ କରୁନାହାନ୍ତି
ପ୍ରାକୃତିକ ବିପର୍ଯ୍ୟୟରୁ ଲୋକେ କିପରି ଜୀବନ ବଞ୍ଚାଇବେ ସେ ନେଇ ସଚେତନ କରାଯାଉଥିଲେ ମଧ୍ୟ ଅନେକେ ଏହାକୁ ପାଳନ କରୁନାହାନ୍ତି। ଏହାଛଡ଼ା ଏହି ବିପର୍ଯ୍ୟୟର ଶିକାର ବ୍ୟକ୍ତିଙ୍କ ପରିବାର ଠିକ୍‌ ଭାବେ ଆବେଦନ କରୁନାହାନ୍ତି। ଦଲାଲମାନଙ୍କ ପ୍ରଲୋଭନ ଓ ତ୍ରୁଟିପୂର୍ଣ୍ଣ ଆବେଦନ ପ୍ରକ୍ରିୟାକୁ ବିଳମ୍ବିତ କରୁଛି।
-ବଇତୁରା ଦୀପ, ଆପାତକାଳୀନ ଅଧିକାରୀ, ଅନୁଗୋଳ
ଦଲାଲଙ୍କ ହାବୁଡ଼ରେ ପଡ଼ୁଛନ୍ତି
ସରକାରଙ୍କ ସହାୟତା ରାଶି ମୃତକଙ୍କ ପରିବାର ନିକଟରେ ପହଞ୍ଚତ୍ବା ପୂର୍ବରୁ ବାଟମାରଣା ହେଉଛି। ଅନେକ ସମୟରେ ଲୋକେ ଦଲାଲଙ୍କ ହାବୁଡ଼ରେ ପଡ଼ୁଛନ୍ତି। କିଛି ଟଙ୍କା ମିଳିବାକୁ ହେଲେ କିଛି ଦେବାକୁ ପଡ଼ିବ ବୋଲି ସେମାନଙ୍କ ଧାରଣା ରହିଛି। ଏହାର ସୁଯୋଗ ଦଲାଲମାନେ ନେଉଛନ୍ତି।
-ଅଭୟ ରାୟ, ବୁଦ୍ଧିଜୀବୀ
ଅନୁଗୋଳ
କ୍ଷତିଗ୍ରସ୍ତଙ୍କୁ ସହଯୋଗ ମିଳୁନି
ପ୍ରାକୃତିକ ବିପର୍ଯ୍ୟୟରେ ଅନେକ ଲୋକଙ୍କ ଜୀବନ ଯାଉଛି। କିନ୍ତୁ ସହାୟତା ରାଶି ପାଇଁ ସମ୍ପୃକ୍ତ ପରିବାର ଆବେଦନ କରିବାକୁ ଗଲାବେଳେ ପ୍ରଶାସନ ପକ୍ଷରୁ ଆବଶ୍ୟକ ସହଯୋଗ ମିଳୁନାହିଁ। ଆର୍‌ଆଇ୍‌, ତହସିଲକୁ ରିପୋର୍ଟ ପାଇଁ ବାରମ୍ବାର ଧାଇଁବା ପରେ ସେମାନେ ଶେଷରେ ଦଲାଲଙ୍କ ଆଶ୍ରୟ ନେଇ ଶୋଷଣର ଶିକାର ହେଉଛନ୍ତି।
-ଘନଶ୍ୟାମ ବେହେରା, ଆଇନଜୀବୀ, ବଇଣ୍ଡା
ପ୍ରଶାସନ ବୁଝୁନି ସମସ୍ୟା
ପ୍ରାକୃତିକ ବିପର୍ଯ୍ୟୟର ଶିକାର ବ୍ୟକ୍ତିଙ୍କ ପରିବାରକୁ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ କୁହାଯାଉଛି। ଏଥିପାଇଁ ଥାନାଠାରୁ ଆରମ୍ଭ କରି ତହସିଲ କାର୍ଯ୍ୟାଳୟରୁ ରିପୋର୍ଟ ଆଣିବାକୁ ପଡ଼ୁଛି। ଗ୍ରାମାଞ୍ଚଳର ଗରିବ ଲୋକେ ଅନ୍‌ଲାଇନ୍‌ କ’ଣ ଜାଣି ନ ଥିବାବେଳେ ପ୍ରଶାସନ ସେମାନଙ୍କ ଅସୁବିଧାକୁ ବୁଝିପାରୁ ନାହିଁ।
-ତନୁଜ କୁମାର ପ୍ରଧାନ, ସାମାଜିକ କର୍ମୀ, ପବିତ୍ରନଗର
ବ୍ୟାପକ ସଚେତନତା ଆବଶ୍ୟକ
ସରକାର ଗଣମାଧ୍ୟମରେ କେବଳ ବିଜ୍ଞାପନ ଦେଇ ଚୁପ୍‌ ବସିଯାଉଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଜନିତ ମୃତ୍ୟୁ ଓ କ୍ଷୟକ୍ଷତିର ମୁକାବିଲା କରିବାକୁ ହେଲେ ଲୋକେ କିପରି ଠିକ୍‌ ଭାବେ ସଚେତନ ହେବେ, ସେ ବିଷୟରେ ସରକାରଙ୍କୁ ଅଧିକ ଚିନ୍ତା କରିବାକୁ ପଡ଼ିବ। ସଚେତନତାକୁ ଅଧିକ ବ୍ୟାପକ କରିବାକୁ ହେବ।
-ନଗେନ ନନ୍ଦ, ଆଇନଜୀବୀ, ଛେଣ୍ଡିପଦା


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri