ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହାୟତାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛ। ଶିବିରରେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲା ପରିଷଦ ସଦସ୍ୟ ନିରାକାର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଡମୋଳ ସରପଞ୍ଚ ସୁନୀଲ କୁମାର ଧଳ, ସମାଜସେବୀ ପ୍ରଶାନ୍ତ କୁମାର ଦଳବେହେରା, କାମାକ୍ଷାନଗରର ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକ, ସିଡିପିଓ ସ୍ବର୍ଣ୍ଣଲତା ମହାପାତ୍ର , ସହକାରୀ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ନନ୍ଦ ମଞ୍ଚାସୀନ ଅତିଥି ଜଗତରନାଥ ଜଗନ୍ନାଥଙ୍କ ନିକଟରେ ଧୂପଦୀପ ପ୍ରଜ୍ବଳନ ସହ ଶିବିରକୁ ଶୁଭ ଉଦ୍‌ଘାଟନ କରି ଦିବ୍ୟାଙ୍ଗମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ସହ ନିଜେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ଯୋଗ ଦେଇଥିବା ଅତିଥିମାନେ ମତ ପ୍ରକାଶ କରିଥିଲେ।

ଉକ୍ତ ଶିବିରରେ ମାନସିକ ଅନଗ୍ରସର, ଅସ୍ଥିଶଲ୍ୟଶ୍ରବଣ ବାଧିତ, ଦୃଷ୍ଟି ବାଧିତ, ଭେଷଜ ରୋଗ ଉପରେ ପଞ୍ଜୀକରଣ କାଉଣ୍ଟର କରାଯାଇଥିଲା। ବ୍ଲକ ବିଡିଓ ସୌଭାଗ୍ୟ କୁମାର ବେହେରାଙ୍କ ନେତୃତ୍ୱରେ ଶୃଙ୍ଖଳିତ ଭାବେ ଶିବିର ପରିଚାଳିତ ହୋଇଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀ ପ୍ରଭାସ କୁମାର ସାମନ୍ତସିଂହାର ଓ ବାନାମ୍ବର ନାୟକ ଶିବିର ଦାୟିତ୍ୱରେ ରହିଥିଲେ। ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଉକ୍ତ ଶିବିରକୁ ପୂର୍ଣ୍ଣ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily