ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଦୀଘା-ଜଳେଶ୍ୱର ରେଳପଥ

ଭୋଗରାଇ, ୩୦ା୫(ଡି.ଏନ.ଏ.): ଓଡ଼ିଶା-ପଶ୍ଚିମବଙ୍ଗ ଲୋକପ୍ରତିନିଧିଙ୍କ ଦୀର୍ଘଦିନର ଦାବି ହୋଇଆସୁଥିବା ଦୀଘା-ଜଳେଶ୍ୱର ବ୍ରଡ଼ଗେଜ ରେଳପଥ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଦକ୍ଷିଣପୂର୍ବ ରେଳ ଡିଭିଜନ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ରେଳଷ୍ଟେଶନରେ ବିଭାଗୀୟ କର୍ମଚାରୀ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି।
୧୯୯୪ ମସିହାରୁ ବାଲେଶ୍ୱର ଜିଲା ଜନପ୍ରତିନିଧିଙ୍କ ଏହି ରେଳପଥ ପାଇଁ ଦାବି ହୋଇଆସୁଥିବା ବେଳେ ୨୦୦୫ରେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ଉଦ୍ୟମରେ ବିଧାନସଭା ଷ୍ଟାଣ୍ଡିଂ କମିଟି ଉକ୍ତ ରେଳପଥକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ। ତାଙ୍କ ନେତୃତ୍ୱରେ ବିଧାନସଭାର ଏକ ପ୍ରତିନିଧି ଦଳ ଏନ୍‌ଡିଏ ସରକାରଙ୍କ ପୂର୍ବତନ ରେଳମନ୍ତ୍ରୀ ଥିବା ସୁଶ୍ରୀ ମମତା ବାନାର୍ଜୀଙ୍କୁ ଭେଟି ରେଳପଥ ସମ୍ପର୍କରେ ଅବଗତ କଲା ପରେ ୨୦୦୯-୧୦ ମସିହାରେ ରେଳ ପ୍ରକଳ୍ପ ନିମନ୍ତେ ୬୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ୨୦୧୦-୧୧ ମସିହା ଆର୍ଥିକ ବର୍ଷରେ ଦୀଘା-ଜଳେଶ୍ୱର ୪୫କି.ମି. ରେଳପଥ ପାଇଁ ୩୫୨.୬୫ କୋଟି ଟଙ୍କା ମଞ୍ଜୁର ରେଳମନ୍ତ୍ରୀ ଘୋଷଣା କଲା ପରେ କାର୍ଯ୍ୟାରମ୍ଭ ନିମନ୍ତେ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଥିଲା। ଏହି ରେଳପଥ ଦୈର୍ଘ୍ୟ ଜଳେଶ୍ୱର ଏବଂ ଭୋଗରାଇ ବ୍ଲକର ୩୪କି.ମି. ରହିଥିବା ବେଳେ ପଶ୍ଚିମବଙ୍ଗର ୭କି.ମି. ରହିଛି।
ଆରମ୍ଭ ହେଉଥିବା ଏହି ରେଳପଥ ୭କି.ମି. ବ୍ୟବଧାନରେ ୫ହଜାର ଜମି ମାଲିକଙ୍କଠାରୁ ୧୩୭.୨୬ ଏକର ଜମି ଅଧିଗ୍ରହଣରେ ବାଧା ଉପୁଜିଥିବାରୁ ରେଳପଥ କାର୍ଯ୍ୟ ଆଗେଇ ପାରୁ ନ ଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ କ୍ରମାଗତ ଭାବେ ଏହି ରେଳପଥ ପାଇଁ ଅର୍ଥ ମଞ୍ଜୁର ନିମ୍ନମୁଖୀ ହେବାରୁ ଦୀର୍ଘ ବର୍ଷ ଧରି ଏହି ରେଳପଥ କାର୍ଯ୍ୟ ଶୀତଳଭଣ୍ଡାରରେ ରହିଆସୁଥିଲା। ୨୦୨୧-୨୨ରେ ଦୀଘା-ଜଳେଶ୍ୱର ରେଳପଥ ନିମନ୍ତେ ୫କୋଟି ଟଙ୍କା ମଞ୍ଜୁର ହୋଇଥିବାରୁ କେବଳ ସର୍ଭେ ବାବଦରେ ଖର୍ଚ୍ଚ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଆସନ୍ତା ୩୧ ତାରିଖରେ ସାରା ଦେଶରେ ୨୮ଟି ରେଳ ଷ୍ଟେଶନରେ ଲୋକଙ୍କ ସମସ୍ୟା ଓ ସୁବିଧା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ୍‌ ହେବାକୁ ନେଇ ଦୀଘା ରେଳଷ୍ଟେଶନ କର୍ମଚାରୀଙ୍କ ସହିତ ସୀମାନ୍ତବାସୀଙ୍କ ଉତ୍କଣ୍ଠା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍‌ରେ ଦୀଘା-ଜଳେଶ୍ୱର ରେଳପଥ ରୂପରେଖ ବଦଳିବ ବୋଲି ସମସ୍ତେ ଆଶାବ୍ୟକ୍ତ କରିଛନ୍ତି। ଏଥିପାଇଁ ଆସନ୍ତା ଜୁନ୍‌ ୨୨ରେ ରେଳମନ୍ତ୍ରୀ ଦୀଘାକୁ ଆସି ଏହି ରେଳପଥକୁ ଉଦ୍‌ଘାଟନ କରିବାର ସମ୍ଭାବନା ଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

ବାଲେଶ୍ଵର ଅରଡ ବଜାରରେ ଗୁଳିକାଣ୍ଡ, ଦୁଇ ଯୁବକ…

ବାଲେଶ୍ଵର,୨୪।୩( ବାଞ୍ଛାନିଧି ଦେ): ଅଶାନ୍ତ ହୋଇପଡିଛି ବାଲେଶ୍ଵର ସହର । ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ଅଞ୍ଚଳରେ ପୁଣିଥରେ ଗୁଳିକାଣ୍ଡ ହୋଇଛି। ସୋମବାର ମଧ୍ୟରାତିରେ ଫୁଟିଲା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri