ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଦୀଘା-ଜଳେଶ୍ୱର ରେଳପଥ

ଭୋଗରାଇ, ୩୦ା୫(ଡି.ଏନ.ଏ.): ଓଡ଼ିଶା-ପଶ୍ଚିମବଙ୍ଗ ଲୋକପ୍ରତିନିଧିଙ୍କ ଦୀର୍ଘଦିନର ଦାବି ହୋଇଆସୁଥିବା ଦୀଘା-ଜଳେଶ୍ୱର ବ୍ରଡ଼ଗେଜ ରେଳପଥ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଦକ୍ଷିଣପୂର୍ବ ରେଳ ଡିଭିଜନ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ରେଳଷ୍ଟେଶନରେ ବିଭାଗୀୟ କର୍ମଚାରୀ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି।
୧୯୯୪ ମସିହାରୁ ବାଲେଶ୍ୱର ଜିଲା ଜନପ୍ରତିନିଧିଙ୍କ ଏହି ରେଳପଥ ପାଇଁ ଦାବି ହୋଇଆସୁଥିବା ବେଳେ ୨୦୦୫ରେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ଉଦ୍ୟମରେ ବିଧାନସଭା ଷ୍ଟାଣ୍ଡିଂ କମିଟି ଉକ୍ତ ରେଳପଥକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ। ତାଙ୍କ ନେତୃତ୍ୱରେ ବିଧାନସଭାର ଏକ ପ୍ରତିନିଧି ଦଳ ଏନ୍‌ଡିଏ ସରକାରଙ୍କ ପୂର୍ବତନ ରେଳମନ୍ତ୍ରୀ ଥିବା ସୁଶ୍ରୀ ମମତା ବାନାର୍ଜୀଙ୍କୁ ଭେଟି ରେଳପଥ ସମ୍ପର୍କରେ ଅବଗତ କଲା ପରେ ୨୦୦୯-୧୦ ମସିହାରେ ରେଳ ପ୍ରକଳ୍ପ ନିମନ୍ତେ ୬୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ୨୦୧୦-୧୧ ମସିହା ଆର୍ଥିକ ବର୍ଷରେ ଦୀଘା-ଜଳେଶ୍ୱର ୪୫କି.ମି. ରେଳପଥ ପାଇଁ ୩୫୨.୬୫ କୋଟି ଟଙ୍କା ମଞ୍ଜୁର ରେଳମନ୍ତ୍ରୀ ଘୋଷଣା କଲା ପରେ କାର୍ଯ୍ୟାରମ୍ଭ ନିମନ୍ତେ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଥିଲା। ଏହି ରେଳପଥ ଦୈର୍ଘ୍ୟ ଜଳେଶ୍ୱର ଏବଂ ଭୋଗରାଇ ବ୍ଲକର ୩୪କି.ମି. ରହିଥିବା ବେଳେ ପଶ୍ଚିମବଙ୍ଗର ୭କି.ମି. ରହିଛି।
ଆରମ୍ଭ ହେଉଥିବା ଏହି ରେଳପଥ ୭କି.ମି. ବ୍ୟବଧାନରେ ୫ହଜାର ଜମି ମାଲିକଙ୍କଠାରୁ ୧୩୭.୨୬ ଏକର ଜମି ଅଧିଗ୍ରହଣରେ ବାଧା ଉପୁଜିଥିବାରୁ ରେଳପଥ କାର୍ଯ୍ୟ ଆଗେଇ ପାରୁ ନ ଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ କ୍ରମାଗତ ଭାବେ ଏହି ରେଳପଥ ପାଇଁ ଅର୍ଥ ମଞ୍ଜୁର ନିମ୍ନମୁଖୀ ହେବାରୁ ଦୀର୍ଘ ବର୍ଷ ଧରି ଏହି ରେଳପଥ କାର୍ଯ୍ୟ ଶୀତଳଭଣ୍ଡାରରେ ରହିଆସୁଥିଲା। ୨୦୨୧-୨୨ରେ ଦୀଘା-ଜଳେଶ୍ୱର ରେଳପଥ ନିମନ୍ତେ ୫କୋଟି ଟଙ୍କା ମଞ୍ଜୁର ହୋଇଥିବାରୁ କେବଳ ସର୍ଭେ ବାବଦରେ ଖର୍ଚ୍ଚ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଆସନ୍ତା ୩୧ ତାରିଖରେ ସାରା ଦେଶରେ ୨୮ଟି ରେଳ ଷ୍ଟେଶନରେ ଲୋକଙ୍କ ସମସ୍ୟା ଓ ସୁବିଧା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ୍‌ ହେବାକୁ ନେଇ ଦୀଘା ରେଳଷ୍ଟେଶନ କର୍ମଚାରୀଙ୍କ ସହିତ ସୀମାନ୍ତବାସୀଙ୍କ ଉତ୍କଣ୍ଠା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍‌ରେ ଦୀଘା-ଜଳେଶ୍ୱର ରେଳପଥ ରୂପରେଖ ବଦଳିବ ବୋଲି ସମସ୍ତେ ଆଶାବ୍ୟକ୍ତ କରିଛନ୍ତି। ଏଥିପାଇଁ ଆସନ୍ତା ଜୁନ୍‌ ୨୨ରେ ରେଳମନ୍ତ୍ରୀ ଦୀଘାକୁ ଆସି ଏହି ରେଳପଥକୁ ଉଦ୍‌ଘାଟନ କରିବାର ସମ୍ଭାବନା ଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri