ଧନ୍‌ତେରସ୍‌ କାରବାର ଉତ୍ସାହଜନକ

ଭୁବନେଶ୍ୱର, ୧୧।୧୧, (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଧନ୍‌ତେରସ ଉପଲକ୍ଷେ ସାରା ରାଜ୍ୟରେ ଏକ ପ୍ରକାର ଉତ୍ସବ ପାଳିତ ହେଉଥିଲା। ବିଶେଷକରି ଧନ୍‌ତେରସରେ ଧନ କ୍ରୟ (ମୂଲ୍ୟବାନ୍‌ ଅଳଙ୍କାର) ସବୁ କ୍ଷେତ୍ର ପାଇଁ ସୁଫଳ ଦେଇଥାଏ ବୋଲି କାହିଁ କେଉଁ କାଳରୁ ଲୋକକଥା ରହିଆସିଛି। ଏପରିକି ଗଁାଠୁ ସହର ସବୁ ସ୍ଥାନରେ ଅଳଙ୍କାର ପ୍ରତିଷ୍ଠାନଗୁଡିକ ଧନ୍‌ତେରସ ପାଇଁ ଆକର୍ଷଣୀୟ ଅଫର ଓ ସୁବିଧା ଗ୍ରାହକମାନଙ୍କୁ ଯୋଗାଇ ଦେଇଛନ୍ତି। ଅପରପକ୍ଷରେ ଧନ୍‌ତେରସର କାରବାର ବେଶ୍‌ ଉତ୍ସାହଜନ ରହିଥିଲାବେଳେ ଅଳଙ୍କାର ପ୍ରତିଷ୍ଠାନଗୁଡିକ ପକ୍ଷରୁ ବ୍ୟାପକ ନୂତନ କଲେକ୍ସନର ସମ୍ଭାର ସାଙ୍ଗକୁ ଆକର୍ଷଣୀୟ ରିହାତି ଅଫର ଗ୍ରାହକଙ୍କୁ ଯୋଗାଇ ଦିଆଯାଇଛି। ଚଳିତ ବର୍ଷ ରାଜ୍ୟରେ ଧନ୍‌ତେରସ କାରବାର ୧୦୦ରୁ କୋଟି ଅଧିକ ଟଙ୍କା ହୋଇଥିବା ଓଡ଼ିଶାର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ଓ ସଂଘଗୁଡିକ ପକ୍ଷରୁ ଆକଳନ କରାଯାଇଛି। ସେହିଭଳି ଗତ ବର୍ଷ ଅପେକ୍ଷା ଚଳିତ ବର୍ଷର ଭିଡ଼ କାରବାରକୁ କିଛି ମାତ୍ରାରେ ସୁହାଇଛି ବୋଲି ବ୍ୟବସାୟୀମାନେ ସୁନା ବଜାରର ସମ୍ଭାବ୍ୟ ଭିଡ଼ରୁ ଅନୁମାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷର ଧନ୍‌ତେରସ ଉପଲକ୍ଷେ ସାରା ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଯଥା- ଲାଲ୍‌ଚାନ୍ଦ୍‌ ଜୁଏଲର୍ସ, ଖିମ୍‌ଜୀ ଜୁଏଲର୍ସ, କଲ୍ୟାଣ ଜୁଏଲର୍ସ, ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସ, ଜୟ ଆଲୁକ୍କାସ, ତନିସ୍କ, ରିଲାଏନ୍ସ ଜୁଏଲର୍ସ, ପି.ସି.ଚନ୍ଦ୍ରା ଜୁଏଲର୍ସ, ଅରୁନ୍ଧତୀ ଜୁଏଲର୍ସ, ପ୍ରୀତମ ଜୁଏଲର୍ସ, ଭବାନୀ ଅଳଙ୍କାର, ଲୋକନାଥ ଜୁଏଲର୍ସ, ହିନ୍ଦୁସ୍ଥାନ ଜୁଏଲର୍ସ, ମା ଗୌରୀ ଜୁଏଲର୍ସ, ଜେ.କେ ଜୁଏଲର୍ସ, ଜାଭେରୀ ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସ, ରୀତା ଜୁଏଲର୍ସ, କଳାମନ୍ଦିର ଜୁଏଲର୍ସ, ସ୍ମାଇଲ ଗୋଲ୍‌ଡ ଜୁଏଲର୍ସ, ସେନ୍‌କୋ ଗୋଲ୍‌ଡ ଆଣ୍ଡ ଡାଇମଣ୍ଡ, ରୀତା ଆଣ୍ଡ ସନ୍ସ ଭଳି ଗହଣା ଦୋକାନଗୁଡିକରେ ସମ୍ଭାବ୍ୟ ଭିଡ଼ ସାଙ୍ଗକୁ ଆକର୍ଷଣୀୟ ରିହାତି ଅଫର ଗ୍ରାହକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା। ଅପରପକ୍ଷରେ ଧନ୍‌ତେରସର ଶୁଭ ଅବସରରେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଅଫର ସାଙ୍ଗକୁ ନୂତନ କଲେକ୍ସନର ବୃହତ୍‌ ସମ୍ଭାରକୁ ଉନ୍ମୋଚନ କରାଯାଇଥିଲା। ବିଶେଷ କରି ପ୍ରତି ଗ୍ରାମ ପିଛା ୬୨୫ଟଙ୍କାର ମୂଲ୍ୟରେ ସମସ୍ତ ଏଚ୍‌ୟୁଆଇଡି ହଲ୍‌ମାର୍କଯୁକ୍ତ ସୁନା ଗହଣାର ଗଢା ମୂଲ୍ୟ ଦିଆଯାଉଥିବାବେଳେ ପ୍ରତି କ୍ୟାରେଟ ହୀରା ମୂଲ୍ୟ ଉପରେ ଫ୍ଳାଟ୍‌ ୨୦,୦୦୦ ଟଙ୍କାର ରିହାତି ଏବଂ ରୁପା ଗହଣାର ଗଢା ମୂଲ୍ୟ ଉପରେ ଫ୍ଲାଟ ୫୦% ରିହାତି ଗ୍ରାହକମାନଙ୍କୁ ଯୋଗାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri