ମହାପ୍ରଭୁଙ୍କ ଦର୍ଶନ ପାଇଁ ଯନ୍ତ୍ରଣା ଭୋଗୁଛନ୍ତି ଭକ୍ତ

ପୁରୀ, ୨୧ା୧୧(ଅଜିତ୍‌ ମହାନ୍ତି):ସମ୍ପ୍ରତି ପବିତ୍ର କାର୍ତ୍ତିକ ମାସ ଚାଲିଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ହେଉଛି। ଶ୍ରୀମନ୍ଦିର ଏବଂ ବଡ଼ଦାଣ୍ଡରେ ଭକ୍ତ ଓ ହବିଷିଆଙ୍କ ଗହଳି ଅଧିକ ରହୁଛି। ଭକ୍ତମାନେ ଘଣ୍ଟ ଘଣ୍ଟା ଧରି ବ୍ୟାରିକେଡରେ ଠିଆହୋଇ ରହୁଛନ୍ତି। ଶ୍ରୀମନ୍ଦିର ଭିତରେ ଅତ୍ୟଧିକ ଗହଳି ଯୋଗୁ ଠେଲାପେଲା ପରିସ୍ଥିତି ଉପୁଜୁଛି। ବେଳେବେଳେ ଶିଶୁ ଓ ବୟସ୍କ ବ୍ୟକ୍ତି ଅଣନିଃଶ୍ୱାସୀ ଅନୁଭବ କରିବା ସହ ଅଚେତ ହୋଇପଡୁଛନ୍ତି। ଏପରିକି ଅନେକ ସମୟରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇ ଭକ୍ତଙ୍କୁ ନିରାଶରେ ଫେରିବାକୁ ପଡୁଛି। ଗତ କିଛିଦିନ ହେଲା କ୍ରମାଗତ ଭାବେ ଏଭଳି ଚିତ୍ର ଦେଖିବାକୁ ମିଳୁଛି।
ଅନୁଯାୟୀ, ସୋମବାର ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ହରିହର ବେଶ ଥିବାରୁ ଦାରୁଦିଅଁଙ୍କ ଦର୍ଶନ କରିବା ପାଇଁ ସିଂହଦ୍ୱାର ସମ୍ମୁଖରୁ ବଡ଼ଦାଣ୍ଡର ମରିଚିକୋଟ ଛକ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଲମ୍ବାଧାଡ଼ି ଲାଗିଥିଲା। ଏହି ସମୟରେ କେହି ବ୍ୟାରିକେଡ୍‌ ଭିତରେ ଅଚେତ ହୋଇଯାଇଥିବାବେଳେ ଆଉ କେହି ଦୀର୍ଘ ସମୟ ଠିଆ ହେବାର ଯନ୍ତ୍ରଣା ସହି ନ ପାରି କାନ୍ଦି କାନ୍ଦି ନିରାଶରେ ଫେରିଆସୁଥିବା ଦେଖିବାକୁ ମିଳିଥିଲା। ଅନେକ ଭକ୍ତ ଶ୍ରୀମନ୍ଦିର ଯାଇ ନ ପାରି ବାହାରୁ ପତିତପାବନଙ୍କ ଦର୍ଶନ କରି ଫେରିଥିଲେ। ଗଞ୍ଜାମ ଜିଲାରୁ ପରିବାର ସହ ଆସିଥିବା ଜଣେ ନାବାଳିକା ଅଣନିଃଶ୍ୱାସୀ ହୋଇ ବ୍ୟାରିକେଡ୍‌ ଭିତରେ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ଜଗନ୍ନାଥ ମନ୍ଦିର ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୀର୍ଘ ସମୟ ଧରି ବ୍ୟାରିକେଡ଼ ଭିତରେ ଠିଆ ହୋଇଥିବାରୁ ସେ ଅଣନିଃଶ୍ୱାସୀ ହୋଇ ବେହୋସ୍‌ ହୋଇପଡ଼ିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେହିପରି ଜଣେ ବୃଦ୍ଧା ଦୀର୍ଘ ସମୟ ଧରି ଧାଡ଼ିରେ ଠିଆ ହୋଇ ଯନ୍ତ୍ରଣା ଭୋଗିବା ପରେ ଶେଷରେ କାନ୍ଦି କାନ୍ଦି ଆଉ ଦର୍ଶନ ପାଇଁ ଆସିବେ ନାହିଁ ବୋଲି କହିଥିଲେ। ତେବେ ପୋଲିସ ତାଙ୍କୁ ବୁଝାଶୁଝା କରି ମହାପ୍ରଭୁଙ୍କ ଦର୍ଶନ କରାଇଦେବାକୁ ନେଇଥିଲେ। ଏହିପରି ଅନେକ ଭକ୍ତ ତିକ୍ତ ଅନୁଭୂତି ନେଇ ଫେରିଥିଲେ। ଯଦି ସିଂହଦ୍ୱାର ସମେତ ଅନ୍ୟ ତିନିଦ୍ୱାର ଦେଇ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ାଯାଉଥାନ୍ତା, ତେବେ ଏପରି ସ୍ଥିତି ସୃଷ୍ଟି ହୁଅନ୍ତା ନାହିଁ ବୋଲି ଭକ୍ତମାନେ କହିଛନ୍ତି। ଆଗକୁ ପଞ୍ଚକ ଆସୁଥିବାରୁ ଭକ୍ତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ। ତେଣୁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବାକୁ ଦାବି ହେଉଛି। ବ୍ୟାରିକେଡ୍‌ ଭିତରେ ଘଣ୍ଟା ଘଣ୍ଟା ଧରି ଭକ୍ତ ଠିଆ ହୋଇ ରହୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା କରାଯାଉ ନ ଥିବା ଅନେକ ଭକ୍ତ ଅଭିଯୋଗ ଆଣିଛନ୍ତି।

‘ବୟସାଧିକ ତଥା ଅସୁସ୍ଥ ବ୍ୟକ୍ତି ଆସନ୍ତୁ ନାହିଁ’

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, ଗତ ଦୁଇଦିନ ହେଲା ଭକ୍ତଙ୍କ ଅହେତୁକ ଗହଳି ପରିଲକ୍ଷିତ ହେଉଛି। ଗହଳି ପରିଚାଳନା ପାଇଁ ଜିଲା ପୋଲିସ ପ୍ରସ୍ତୁତ ରହିଛି। ଏନେଇ ମଙ୍ଗଳବାର ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। କିପରି ନୀତି ଓ ଦର୍ଶନ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରାଯାଇପାରିବ ସେ ନେଇ ଆଲୋଚନା କରାଯିବ। ଛତିଶା ନିଯୋଗର ବିଭିନ୍ନ ନିଯୋଗ ସହ ଆଲୋଚନା କରାଯାଇଛି, ଯେପରି ନୀତି ଠିକ୍‌ ଭାବେ ହେବ। ଫଳରେ ଭକ୍ତଙ୍କୁ ବେଶୀ ସମୟ ଠିଆ ହେବାକୁ ପଡ଼ିବ ନାହିଁ। ଶ୍ରୀମନ୍ଦିରଠାରୁ ମରିଚିକୋଟ ପର୍ଯ୍ୟନ୍ତ ସାଉଣ୍ଡ ସିଷ୍ଟମ ଦ୍ୱାରା ଭକ୍ତଙ୍କୁ ସ୍ଥିତି ସମ୍ପର୍କରେ ସୂଚନା ଦିଆଯିବ। ତେବେ ଯେଉଁମାନେ ବୟସାଧିକ ତଥା ଶାରୀରିକ ଅସୁସ୍ଥତା କାରଣରୁ ଅଧିକ ସମୟ ଧରି ଠିଆ ହୋଇପାରିବେ ନାହିଁ ବୋଲି ଭାବୁଛନ୍ତି, ସେମାନେ ଅତ୍ୟଧିକ ଗହଳି ଭିତରକୁ ପ୍ରବେଶ ନ କରନ୍ତୁ। ମହାପ୍ରଭୁଙ୍କୁ ଯେଉଁଠାରେ ଡାକିବେ ସେ ଶୁଣିବେ। ତେଣୁ ଅତ୍ୟଧିକ ଗହଳିରେ ପ୍ରବେଶ ନ କରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି। ଯଦି ଆସିବାକୁ ଚାହଁୁଛନ୍ତି ତା’ହେଲେ ଯେଉଁ ସମୟରେ ଗହଳି କମ୍‌ ଥିବ, ସେହି ସମୟରେ ଆସନ୍ତୁ। ମଙ୍ଗଳବାର ହେବାକୁ ଥିବା ବୈଠକରେ ଆଲୋଚନା ପରେ ଭକ୍ତଙ୍କ ପାଇଁ କ’ଣ ସବୁ ବ୍ୟବସ୍ଥା କରାଯାଇପାରିବ ସେ ନେଇ ସୂଚନା ଦିଆଯିବ। ପାନୀୟଜଳ, ବାୟୋ ଟଏଲେଟ୍‌ ପ୍ରଭୃତି ବ୍ୟବସ୍ଥା କରିବାକୁ କୁହାଯାଇଛି। ସେହିପରି ଖରାବେଳେ ପାଣି ସିଞ୍ଚନ କରାଯିବ ବୋଲି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri