ଅଞ୍ଚଳବାସୀଙ୍କ ବିକାଶ ମୋର ପ୍ରାଥମିକ ଦାୟିତ୍ୱ

ଭୁବନେଶ୍ୱର ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାଜପାର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି ପ୍ରିୟଦର୍ଶୀ ମିଶ୍ର। ୨୦୧୪-୧୯ ପର୍ଯ୍ୟନ୍ତ ସେ ବିଜେଡିରୁ ଉତ୍ତର ଭୁବନେଶ୍ୱରର ବିଧାୟକ ଥିଲେ। ଚଳିତ ନିର୍ବାଚନରେ ପ୍ରିୟଦର୍ଶୀ ଦଳୀୟ ଟିକେଟ୍‌ ପାଇଁ ଆଶାବାଦୀ ଥିଲେ। ତେବେ ଦଳ ତାଙ୍କୁ ଭରସା ନ କରିବାରୁ ଅବହେଳାର ଶିକାର ହେଉଥିବା ଦର୍ଶାଇ ସେ ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି। ଦୀର୍ଘ ବର୍ଷଧରି ସେ ରାଜନୈତିକ ଜୀବନରେ ଅଛନ୍ତି। ତେଣୁ ଲୋକଙ୍କ ସେବା କରିବା ତାଙ୍କର ପ୍ରାଥମିକତା ରହିଆସିଛି। ଚଳିତ ନିର୍ବାଚନରେ ଜିତିବା ପରେ ସେ ଅଞ୍ଚଳବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଏକ ସାକ୍ଷାତ୍‌କାରରେ କହିଛନ୍ତି।

ନିର୍ବାଚନୀ ପ୍ରସଙ୍ଗ କ’ଣ ରହିଛି?
୨୫ବର୍ଷର ବିଜେଡି ଶାସନରେ କେବଳ ଦୁର୍ନୀତି, ଭ୍ରଷ୍ଟାଚାର ମାଡ଼ି ଚାଲିଛି। ସେହିପରି ଉତ୍ତର ନିର୍ବାଚନମଣ୍ଡଳୀରେ କୌଣସି ବିକାଶ ହୋଇନାହିଁ। ଲୋକମାନେ କେତେବେଳେ ଭିଏସ୍‌ଏସ୍‌ ନଗର ଖରାପ ରାସ୍ତା ପାଇଁ ତ ଆଉ କେତେବେଳେ ଡମ୍ପିଂୟାର୍ଡରୁ ନିର୍ଗତ ଦୁର୍ଗନ୍ଧ ପାଇଁ ହନ୍ତସନ୍ତ ହେଉଛନ୍ତି। ଭାଜପା ସରକାରକୁ ଆସିବା ପରେ କେବଳ ଉତ୍ତର ନିର୍ବାଚନ ମଣ୍ଡଳୀ ନୁହେଁ, ବରଂ ରାଜ୍ୟର ବିକାଶ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସମଗ୍ର ଦେଶରେ ବିକାଶର ଡବଲ ଇଞ୍ଜିନ୍‌ ଚାଲିବ।
ନିଜ ସପକ୍ଷରେ କ’ଣ କହିବାକୁ ଚାହୁଁଛନ୍ତି?
କେବଳ ନିର୍ବାଚନ ନୁହେଁ, ଏହା ପରେ ମଧ୍ୟ ମୁଁ ଅଞ୍ଚଳବାସୀଙ୍କ ସୁଖଦୁଃଖରେ ସାମିଲ ହୋଇ ରହିବି। ଅଞ୍ଚଳବାସୀଙ୍କ ବିକାଶ ମୋର ପ୍ରାଥମିକ ଦାୟିତ୍ୱ ହେବ। ଅନ୍ୟ ରାଜନେତାଙ୍କ ଭଳି କେବଳ ପ୍ରତିଶ୍ରୁତି ଦେଇ ବସିବି ନାହିଁ ବରଂ ତାକୁ ପୂରଣ ମଧ୍ୟ କରିବି।
କ’ଣ ପ୍ରତିଶ୍ରୁତି ଦେବେ?
ଉତ୍ତର ନିର୍ବାଚନମଣ୍ଡଳୀର ସବୁଠାରୁ ବଡ଼ ସମସ୍ୟା ହେଉଛି ସୈନିକ ସ୍କୁଲ ନିକଟସ୍ଥ ଡମ୍ପିଂୟାର୍ଡ। ତେଣୁ ନିର୍ବାଚନ ଜିତିବା ପରେ ୬ମାସ ମଧ୍ୟରେ ଡମ୍ପିଂୟାର୍ଡ ହଟାଇବି। ସେହିପରି ପ୍ରତି ବସ୍ତିବାସିନ୍ଦାଙ୍କୁ ୬ଶହ ବର୍ଗଫୁଟ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ, ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀରେ ଥିବା ୫ଟି ଗ୍ରାମରେ ଶୀତଳ ଭଣ୍ଡାର ସ୍ଥାପନ କରିବା, ପଞ୍ଚାୟତରେ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ଏବଂ ଉଠାଦୋକାନୀଙ୍କ ସ୍ଥାୟିତ୍ୱ ମୋର ପ୍ରଥମ ଦାୟିତ୍ୱ ହେବ।
ଭୋଟର କାହିଁକି ଆପଣଙ୍କୁ ସମର୍ଥନ କରିବେ ବୋଲି ଭାବୁଛନ୍ତି?
ବିଜେଡି ଶାସନରେ ଯେଉଁ ସ୍ବେଚ୍ଛାଚାରିତା ବଢ଼ିଚାଲିଛି, ସେନେଇ ସାଧାରଣ ଲୋକଙ୍କ ଆଖି ଖୋଲି ଗଲାଣି। ଯିଏ ସେମାନଙ୍କ ଭଲମନ୍ଦରେ ଠିଆହେବେ, ସେମାନଙ୍କ ସହିତ ଜଡ଼ିତ ହୋଇ ରହିବେ, ଲୋକମାନେ ସେଭଳି ଜଣେ ନେତାଙ୍କୁ ଚାହଁୁଛନ୍ତି। ଆଉ ଭାଜପା ସର୍ବଦା ଲୋକଙ୍କ ସହିତ ସାମିଲ ହୋଇ ରହୁଛି। ତେଣୁ ଲୋକମାନଙ୍କ ସମର୍ଥନ ନିଶ୍ଚିତ ଭାବେ ମୋ ସହ ରହିବ।
ସହିତ କାହାର ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଭାବୁଛନ୍ତି?
ରାଜନୈତିକ ଦଳ ବ୍ୟତୀତ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ଏହି ନିର୍ବାଚନମଣ୍ଡଳୀରୁ ଲଢୁଛନ୍ତି। କିନ୍ତୁ ମଁୁ କାହାକୁ ନିଜର ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରୁନାହିଁ। ଲୋକମାନେ ଏବେ ପରିବର୍ତ୍ତନ ଚାହଁୁଛନ୍ତି, ସେମାନେ ଭାଜପାକୁ ସ୍ବତଃଭାବେ ସମର୍ଥନ ଜଣାଉଛନ୍ତି। ତେଣୁ ଚଳିତ ନିର୍ବାଚନରେ ଭାଜପା ନିଶ୍ଚିତ ଭାବେ ସରକାର ଗଠନ କରିବ ବୋଲି ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri