ଧିମେଇ ଚାଲିଛି ନୂଆଗାଁ ବ୍ଲକର ବିକାଶ

ନୂଆଗାଁ, ୪।୫(ଡି.ଏନ.ଏ.): ଗାଁଠୁ ସହର ଯାଏ ସବୁର ଉନ୍ନତି ପାଇଁ ସରକାର ଅନୁଦାନ ଦେଉଛନ୍ତି। ହେଲେ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେହି ଅନୁଦାନକୁ ସଠିକ ଭାବେ ବିନିଯୋଗ କରାଯାଉନାହିଁ। ପ୍ରକଳ୍ପଗୁଡିକୁ ସମ୍ପୂର୍ଣ୍ଣ କରି ଗାଁର ବିକାଶ କରିବାରେ ଅସଫଳ ହୋଇଛନ୍ତି ବିଭାଗୀୟ ଅଧିକାରୀ। ଏପରି ଅଭିଯୋଗ ନୟାଗଡ଼ ଜିଲା ନୂଆଗାଁ ବ୍ଲକ୍‌ରୁ ଆସିଛି। ବହୁ ପ୍ରକଳ୍ପ ଅର୍ଦ୍ଧ ନିର୍ମିତ ହୋଇ ପଡିଥିବା ବେଳେ ତାହାକୁ ସମ୍ପୂର୍ଣ୍ଣ କରିବାର ନାଁ ଧରୁନାହାନ୍ତି ସ୍ଥାନୀୟ ଜନ ପ୍ରତିନିଧି କିମ୍ବା ପ୍ରଶାସନିକ ଅଧିକାରୀ। ଫଳରେ ନୂଆଗାଁ ବ୍ଲକର ବିକାଶ ଧିମେଇ ଚାଲିଛି ବୋଲି ଅଭିଯୋଗ ହେଉଛି।
ନୂଆଗାଁ ବ୍ଲକର ବିକାଶ ପାଇଁ ସରକାର ଅନୁଦାନ ପ୍ରଦାନ କରିଛନ୍ତି। ସେଥିମଧ୍ୟରୁ ଅନେକ ପ୍ରକଳ୍ପର କାମ ଅଧପନ୍ତରିଆ ଭାବେ ପଡି ରହିଛି ତ ଆଉ କିଛି ପ୍ରକଳ୍ପ ପାଇଁ ଅନୁଦାନ ଥାଇ ମଧ୍ୟ କାମ ଆରମ୍ଭ ହୋଇ ନାହିଁ। କେଉଁ ପ୍ରକଳ୍ପ ଅର୍ଥାଭାବରୁ ଅଧା ଗଢା ହୋଇ ରହିଛି ତ ଆଉ କେଉଁଠି ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମନମାନି ଯୋଗୁଁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁନି। ଆଉ କିଛି ପ୍ରକଳ୍ପ ନେତାଙ୍କ ଇଙ୍ଗିତରେ ମଧ୍ୟ ବନ୍ଦ ରହିଥିବା ଅଭିଯୋଗ ହେଉଛି। ଚାହାଳି ପଞ୍ଚାୟତରେ ମାର୍କେଟ କମ୍ପ୍ଳେକ୍ସ ନିର୍ମାଣ କରିବା ପାଇଁ ୨୦୧୭-୧୮ ଆର୍ଥିକ ବର୍ଷରେ ୧୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିଲା। ଉକ୍ତ ପ୍ରକଳ୍ପ ନିର୍ମାଣ ପାଇଁ ଅକ୍ଟୋବର ୨୦୨୧ରେ ଦଶପଲ୍ଲା ବିଧାୟକଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିଲା। ନିର୍ମାଣ ପାଇଁ ବ୍ଲକ୍‌ ତରଫରୁ ଫାଇଲ ଖୋଲାଯାଇଥିଲେ ମଧ୍ୟ ଅଦ୍ୟାବଧି ତାହାର ନିର୍ମାଣ କାମ ଆରମ୍ଭ କରାଯାଉନାହିଁ। ନୂଆଗାଁ ବ୍ଲକର ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସ୍ବାର୍ଥ ଦୃଷ୍ଟିରୁ ମାଇଛେଳି ପଞ୍ଚାୟତରେ ଶିକ୍ଷକ ଭବନ ନିର୍ମାଣ ପାଇଁ ନଭେମ୍ବର ୨୦୨୧ରେ ଶିଳାନ୍ୟାସ କରାଯାଇ କାମ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ କେବଳ ପିଲର କାମ ହୋଇ ଦୀର୍ଘ ମାସ ହେଲା ପଡି ରହିଛି। ସେହିପରି ନୂଆଗାଁ ପଞ୍ଚାୟତରେ କଲ୍ୟାଣ ମଣ୍ଡପ କାମ ଆରମ୍ଭ ହୋଇଥିଲେ ମଧ୍ୟ ତାହା ଅଧପନ୍ତରିଆ ଭାବେ ପଡି ରହିଛି। ଗୁମୀ ପଞ୍ଚାୟତ ଡିମିରିପଲି ସାଂସ୍କୃତିକ ମଣ୍ଡପ ନିର୍ମାଣ ପାଇଁ ଆମ ଗାଁ ଆମ ବିକାଶ ଯୋଜନାରେ ୨୦୧୮-୧୯ ଆର୍ଥତ୍କ ବର୍ଷରେ ଅନୁଦାନ ଦିଆଯାଇଥିଲେ ମଧ୍ୟ ତାହା ଅସମ୍ପୂର୍ଣ୍ଣ ହୋଇ ପଡି ରହିଛି। ବାହାଡ଼ାଝୋଲା ଦଧିବାମନ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୁସ୍ତକାଗାର ଗୃହ ନିର୍ମାଣ ପାଇଁ ବିଧାୟକ ପାଣ୍ଠିରୁ ୧୦ ଲକ୍ଷ ପ୍ରଦାନ କରାଯିବା ସହ ମେ ୨୦୨୨ରେ ଶିଳାନ୍ୟାସ କରି କାର୍ଯ୍ୟାରମ୍ଭ କରାଯାଇଥିଲା। ସେହି କାମ ମଧ୍ୟ ପ୍ଳିନ୍ଥ ଲେବୁଲରେ ଅଟକି ରହିଛି। ସମସ୍ତ ଲୋକ ପ୍ରତିନିଧି ଓ ଉନ୍ନୟନ ବିଭାଗର ସରକାରୀ ଅଧିକାରୀମାନଙ୍କୁ ଏ ନେଇ ସମିତି ବୈଠକ ଆଲୋଚନା ହେଉଥିଲେ ମଧ୍ୟ ପ୍ରକଳ୍ପଗୁଡିକର ପୂର୍ଣ୍ଣାଙ୍ଗ ବାବଦରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି। ତେବେ କେଉଁ କାରଣରୁ କିମ୍ବା କାହା ନିର୍ଦ୍ଦେଶରେ ଉନ୍ନୟନମୂଳକ କାମକୁ ଅଣଦେଖା କରାଯାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସମିତି ବୈଠକରେ ଉନ୍ନୟନ କାର୍ଯ୍ୟ ବିଷୟରେ ଆଲୋଚନା ନ ହେବା ବାବଦରେ ନୂଆଗାଁ ବିଡିଓ ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରେ କାହିଁକି ଆଲୋଚନା କରାଗଲା ନାହିଁ ତାହା ବି ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ସମସ୍ତେ ମିଳିମିଶି ଉନ୍ନତିରେ ବାଧା ସୃଷ୍ଟି କରୁଛନ୍ତି। ସେଥିପ୍ରତି ମୁଁ ଧ୍ୟାନ ଦେବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri