Posted inଫୁରସତ

ବ୍ଲେଡ୍‌ ଯେଉଁ କମ୍ପାନୀର ହେଉନା କାହିଁକି ଡିଜାଇନ ସମାନ, ଏହା ପଛର କାରଣ ଜାଣିଲେ…

ଆମେ ଅନେକ ଜିନିଷ ବ୍ୟବହାର କରିଥାଉ। କିଛି ଜିନିଷ ଦେଖିଲେ ମନକୁ ବେଳେବେଳେ ପ୍ରଶ୍ନ ଆସେ ଏହା ଏପରି କାହିଁକି ତିଆରି ହୋଇଛି। ମାତ୍ର ଏହା ପଛର କାରଣ ଆମେ ଜାଣି ନ ଥାଉ। ମନେ କରନ୍ତୁ ବ୍ଲେଡ୍‌। ଆପଣ ନିଶ୍ଚିତ ଭାବରେ ଲକ୍ଷ୍ୟ କରିଥିବେ, ବ୍ଲେଡ୍‌ ଯେଉଁ କମ୍ପାନୀର ହେଉନା କାହିଁକି ଏହାର ଡିଜାଇନ ସମାନ ହୋଇଥାଏ। ଏହା ମଝିରେ ଖାଲି ସ୍ଥାନ ରହିଥାଏ। ବ୍ଲେଡ୍‌କୁ ଏପରି ଡିଜାଇନ୍‌ କାହିଁକି କରାଯାଇଥାଏ, ଏହାର କାରଣ କ’ଣ ବୋଲି ପ୍ରଶ୍ନ ଆସେ। ତେବେ ଜାଣନ୍ତୁ ଏ ସମ୍ପର୍କରେ…

Razor Blade - 3D Model by surf3d

୧୯୦୧ ମସିହାରେ ଓ୍ବିଲିୟମ ନିକର୍ସନଙ୍କ ସହାୟତାରେ କିଙ୍ଗ୍‌ କ୍ୟାମ୍ପ ଜିଲେଟ ଏହି ବ୍ଲେଡ୍‌ ତିଆରି କରିଥିଲେ। ଜିଲେ କମ୍ପାନୀ ମଧ୍ୟ ବ୍ଲେଡର ପେଟେଣ୍ଟ ନେଇ ୧୯୦୪ରୁ ଏହାକୁ ଉତ୍ପାଦନ ଆରମ୍ଭ କଲା। ସେ ହିଁ ଏହାର ପରିକଳ୍ପନା କରିଥିଲା। ସେହି ସମୟରେ ବ୍ଲେଡ୍‌ କେବଳ ସେଭିଂ ପାଇଁ ବ୍ୟବହୃତ ହେଉଥିଲା। ଖାଲି ସ୍ଥାନ ଏବଂ ଡିଜାଇନ ଏପରି ଭାବରେ ତିଆରି କରାଯାଇଥିଲା ଯେ, ଏହା ରେଜରର ବୋଲ୍ଟରେ ସଠିକ ଭାବରେ ଫିଟ୍‌ ହୁଏ। ସେହି ସମୟରେ ବଜାରରେ ଜିଲେଟ ବ୍ୟତୀତ ଅନ୍ୟ କୌଣସି କମ୍ପାନୀ ନ ଥିଲେ। ତେଣୁ ଏହି ଜିଲେ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା।

Safety Razor Blade Refill Pack – CaliWoods

ଯେତେବେଳେ ବ୍ଲେଡ୍‌ ବ୍ୟବସାୟ ଲାଭଜନକ ହେଲା, ଅନ୍ୟ ଅନେକ କମ୍ପାନୀ ମଧ୍ୟ ଏହି କ୍ଷେତ୍ରରେ ପ୍ରବେଶ କଲେ। ସେହି ସମୟ ମଧ୍ୟରେ କେବଳ ଜିଲେଟ ସେଭିଙ୍ଗ ରେଜର୍‌ ତିଆରି କରୁଥିଲା, ତେଣୁ କମ୍ପାନୀ ଯାହା ବି ହୋଇପାରେ, ରେଜର୍‌ ଅନୁଯାୟୀ ବ୍ଲେଡର ଡିଜାଇନ ସମାନ ରଖିବାକୁ ପଡ଼ିବ। ବର୍ତ୍ତମାନ ଦିନକୁ ଏକ ମିଲିୟନରୁ ଅଧିକ ବ୍ଲେଡ୍‌ ତିଆରି କରାଯାଉଛି ଏବଂ ରେଜରର ବ୍ୟବହାର ଏବଂ ଥ୍ରୋ ଡିଜାଇନ ମଧ୍ୟ ଆସିବା ଆରମ୍ଭ କଲା। କିନ୍ତୁ ସେବେଠାରୁ ବ୍ଲେଡର ଡିଜାଇନ ପରିବର୍ତ୍ତନ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri