ଉଚ୍ଚ ଶିକ୍ଷା ବିଭାଗର ଇ-ମେଧାବୃତ୍ତି ଜାଲିଆତି: ଅବସରପ୍ରାପ୍ତ ଅନୁସଚିବ ପ୍ରକାଶ ଚନ୍ଦ୍ର ରଥ ଗିରଫ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ଉଚ୍ଚ ଶିକ୍ଷା ବିଭାଗର ଇ-ମେଧାବୃତ୍ତିରେ ବି ଦୁର୍ନୀତି। ଜାଲିଆତି କରାଯାଇ ଅଯୋଗ୍ୟ ଛାତ୍ରୀଛାତ୍ରଙ୍କୁ ଦିଆଯାଇଛି ମେଧାବୃତ୍ତି। ଏହି ଘଟଣାରେ ସମ୍ପୃକ୍ତ ଅବସରପ୍ରାପ୍ତ ଅନୁସଚିବ ପ୍ରକାଶ ଚନ୍ଦ୍ର ରଥଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ବାଲିଅନ୍ତାରୁ ଗିରଫ କରିଛି। ତାଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏଥିସହ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହାର ଖୋଳତାଡ଼ କରୁଛି ଇଓଡବ୍ଲ୍ୟୁ।
ସୂଚନା ଅନୁଯାୟୀ, ଉଚ୍ଚ ଶିକ୍ଷା ଅଧୀନରେ ବିଭିନ୍ନ କଲେଜରେ ପଢୁଥିବା ମେଧାବୀ ଛାତ୍ରୀଛାତ୍ରୀଙ୍କୁ ପ୍ରତିବର୍ଷ ଇ-ମେଧାବୃତ୍ତି (ଇ-ସ୍କଲାରଶିପ୍‌) ଜରିଆରେ ଆର୍ଥିକ ସହାୟତା ପ୍ରଦାନ କରାଯାଏ। ଛାତ୍ରୀଛାତ୍ରମାନେ ଅନ୍‌ଲାଇନ୍‌ରେ ଆବେଦନ କରିବା ପରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଆବେଦନକାରୀଙ୍କ ପତ୍ରକୁ ସରକାରଙ୍କୁ ପଠାଇଥାଏ। ପରେ ଆର୍ଥିକ ବର୍ଷରେ ମଞ୍ଜୁର ହୋଇଥିବା ଅର୍ଥରାଶିକୁ ଉଚ୍ଚ ଶିକ୍ଷା ବିଭାଗ ଯୋଗ୍ୟ ଛାତ୍ରୀଛାତ୍ରଙ୍କୁ ପ୍ରଦାନ କରିଥାଏ। ତେବେ ୨୦୧୪-୧୫ ଶିକ୍ଷା ବର୍ଷରେ ଏହି ମେଧାବୃତ୍ତି ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିଲା। ସେହି ସମୟରେ ଉଚ୍ଚ ଶିକ୍ଷା ବିଭାଗର ସ୍କଲାରସିପ୍‌ ସେକ୍ସନର ତତ୍‌କାଳୀନ ଇନ୍‌ଚାର୍ଜ ଥିଲେ ପ୍ରକାଶ। ସେ କଲେଜ କର୍ତ୍ତୃପକ୍ଷଙ୍କୁ ନ ଜଣାଇ ଯୋଗ୍ୟ ନ ଥିବା ୨୫୩ଜଣ ଛାତ୍ରୀଛାତ୍ରଙ୍କୁ ୩୬.୧୦ ଲକ୍ଷ ଟଙ୍କାର ମେଧାବୃତ୍ତି ପ୍ରଦାନ କରିଥିଲେ। ଏହା ଜଣାପଡିବା ପରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୨୦୧୭ରେ ଇଓଡବ୍ଲ୍ୟରେ ଅଭିଯୋଗ କରିଥିଲେ। ଇଓଡବ୍ଲ୍ୟୁ ଆଇପିସିର ଦଫା ୪୦୯/୪୦୬/୧୨୦-ବିରେ ମାମଲା (ନଂ-୨୦/୨୦୧୭) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୦ରେ ନୂଆଦିଲ୍ଲୀ ଯିବେ ନବୀନ: ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ…

ଭୁବନେଶ୍ୱର,୯।୪(ସୁନିତ୍‌ ମିଶ୍ର):ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ନୂଆଦିଲ୍ଲୀ ଗସ୍ତରେ ଯିବେ। ତାଙ୍କ ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ମଙ୍ଗଳବାର ଏକ…

ରାସ୍ତା କାମରେ ଅନିୟମିତତା ଅଭିଯୋଗ: ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକରେ ରାସ୍ତା ଓ କୋଠାବାଡି କାମ ହେଉଛି। ହେଲେ ଅଧିକାଂଶ ସମୟରେ…

କ୍ଷତିପୂରଣ ସହାୟତା ପାଇଁ ଦାବି: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼, ୯ା୪(ପ୍ରେମାନନ୍ଦ ଖମାରୀ):କାଳବୈଶାଖୀ ପ୍ରଭାବରେ ଗତ ସୋମବାର ଅପରାହ୍ନରେ ହୋଇଥିବା ଝଡ଼ବର୍ଷା, କରାମାଡ଼ରେ ବରଗଡ଼ ଜିଲାର ବିଭିନ୍ନ ବ୍ଲକରେ ଚାଷୀଙ୍କ ଫସଲ କ୍ଷତି ହୋଇଛି। ପ୍ରାରମ୍ଭିକ ଭାବେ…

ଦୁର୍ଘଟଣାଗ୍ରସ୍ତ ଗାଡିରୁ ଚାଉଳ ଚୋରି: ଥାନାରେ ପହଞ୍ଚିଲା ମାମଲା

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ବ୍ଲକ ଛକ ଅଞ୍ଚଳରେ ଏକ ଦୁର୍ଘଟଣାଗ୍ରସ୍ତ ବୋଲେରୋ ପିକଅପ ଗାଡିରୁ ଚାଉଳ ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା…

ଆହୁରି ବଢିିବ ପେଟ୍ରୋଲ-LPG ଦର! ସାରା ବିଶ୍ୱକୁ ବଡ଼ ଝଟ୍‌କା ଦେଲା ଇରାନ

ତେହରାନ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପରେ, ଇରାନ ସମଗ୍ର ବିଶ୍ୱକୁ ଏକ ବଡ଼ ଝଟକା ଦେବାକୁ ପ୍ରସ୍ତୁତ ହେଉଛି। ଇରାନ ହର୍ମୁଜ ପ୍ରଣାଳୀ ଦେଇ…

ଜୀବନ୍ତ ମାଛ ଗିଳି ଦେଲେ ବର୍ଷକର ଶିଶୁ: ତା’ପରେ ଯାହା ଘଟିଲା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୯।୨: ମଧ୍ୟପ୍ରଦେଶର ସର୍ବବୃହତ ସରକାରୀ ହସ୍ପିଟାଲ ମହାରାଜା ଯଶୱନ୍ତରାଓ ହସ୍ପିଟାଲ (MYH)ରେ ଡାକ୍ତରମାନେ ଏକ ଚିକିତ୍ସା ସଫଳତା ହାସଲ କରିଛନ୍ତି। ହସ୍ପିଟାଲର ENT ବିଭାଗର ବିଶେଷଜ୍ଞମାନେ ଜଣେ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

ଇରାନ ସହ ଯୁଦ୍ଧବିରତି ଭିତରେ ଟ୍ରମ୍ପଙ୍କ ଟାର୍ଗେଟରେ ଏହି ଦେଶ! ୬୭ ବର୍ଷର ଶତ୍ରୁତାର ନେବେ ପ୍ରତିଶୋଧ

ଓ଼୍ବାଶିଂଟନ,୯।୪: ଇରାନ ସହିତ ଯୁଦ୍ଧବିରତି ପରେ ତୁରନ୍ତ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପରବର୍ତ୍ତୀ ମିଶନର ସଙ୍କେତ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri