କୃଷି ବିଭାଗ କୋମାରେ

ସାତମାଇଲ, ୬ା୫ ଅକ୍ଷୟତୃତୀୟାରେ ସରିଛି ଅଖିମୁଠି ଅନୁକୂଳ। ବିହନ ବୁଣି ଚାଷ ପାଇଁ ପାଗ ଭିଡ଼ିଲେଣି ଚାଷୀ। ଚଳିତ ବର୍ଷ ମୌସୁମୀ ବର୍ଷା ସ୍ବାଭାବିକ ହେବ ବୋଲି ପାଣିପାଗ ବିଭାଗ କରିଥିବା ଅନୁମାନ ସେମାନଙ୍କ ମଧ୍ୟରେ ଖେଳାଇ ଦେଇଛି ଉଲ୍ଲାସ। କରୋନା ମହାମାରୀ, ଅନାବୃଷ୍ଟି ଏବଂ ଅତିବୃଷ୍ଟି ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଦୁଇବର୍ଷ ହେଲା ଚାଷକାର୍ଯ୍ୟ ପ୍ରଭାବିତ ହୋଇଥିବାବେଳେ ଚଳିତବର୍ଷ ଏଥିରୁ ମୁକୁଳିବାକୁ ଆଶା ବାନ୍ଧିଛି ଚାଷୀ ପରିବାର। ତେବେ କୋମାରେ ଥିବା କୃଷି ବିଭାଗ ପାଇଁ ଚିନ୍ତାରେ ପଡ଼ିଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଅଞ୍ଚଳର ଚାଷୀ। ଯୋଜନାର ସଫଳ ରୂପାୟନରେ ଅଧିକାରୀଙ୍କ ଆନ୍ତରିକତା ଅଭାବ, ଫସଲ ବୀମା ଟଙ୍କା ନ ମିଳିବା ସର୍ବୋପରି ହାତରେ ଅର୍ଥ ନ ଥିବାରୁ ଖରିଫ୍‌ ଚାଷ କେମିତି ଆରମ୍ଭ ହେବ ତାହାକୁ ନେଇ ବ୍ୟସ୍ତବିବ୍ରତ ହୋଇପଡ଼ିଛନ୍ତି ସେମାନେ।
ଢେଙ୍କାନାଳ ଜିଲାର ବୃହତ୍ତମ ବ୍ଲକ ହିନ୍ଦୋଳ ୩୫ ପଞ୍ଚାୟତକୁ ନେଇ ଗଠିତ। ବ୍ଲକ ଏବଂ ୧୬ ଓ୍ବାର୍ଡବିଶିଷ୍ଟ ଏନ୍‌ଏସିର ଅଧିକାଂଶ ପରିବାର କୃଷି ଉପରେ ନିର୍ଭରଶୀଳ। ହିନ୍ଦୋଳ ସଦରରେ ଚାଷୀଙ୍କ ପରାମର୍ଶ ପାଇଁ କାର୍ଯ୍ୟାଳୟ ରହିଛି। ଚାଷଜନିତ ସମସ୍ୟାର ସମାଧାନ କରିବା ପାଇଁ ଏଠାରେ କାର୍ଯ୍ୟ କରୁଛନ୍ତି କୃଷି ଅଧିକାରୀ, ସରକାରୀ କୃଷି ଅଧିକାରୀ, କୃଷି ଅଧିଦର୍ଶକ। ଏଥିସହ କୃଷି ଯୋଜନାର ସଫଳ ରୂପାୟନ ପାଇଁ କ୍ଷେତ୍ରସ୍ତରରେ ୧୦ ଭିଏଡବ୍ଲ୍ୟୁ ଏବଂ କୃଷକ ସାଥୀ ନିଯୁକ୍ତି ପାଇଛନ୍ତି। ତେବେ ଅଧିକାଂଶ ସମୟରେ କାର୍ଯ୍ୟାଳୟରେ କାହାରି ଦେଖାମିଳୁନାହିଁ। ଅଫିସ୍‌ରେ ତାଲା ଝୁଲୁଛି। ତେଣୁ ଉଚିତ ପରାମର୍ଶ ନ ପାଇ ଚାଷୀ ବାଟବଣା ହେଉଥିବା ଅଭିଯୋଗ ହେଉଛି।
ଚାଷୀଙ୍କ କହିବା କଥା, ମରୁଡ଼ି କାରଣରୁ ଗତ ଖରିଫ୍‌ ଋତୁରେ ବ୍ୟାପକ ଫସଲ ନଷ୍ଟ ହୋଇଥିଲା। ପ୍ରିମିୟମ ପୈଠ ସତ୍ତ୍ୱେ ଫସଲ କ୍ଷତିଜନିତ ବୀମାଟଙ୍କା ଅଦ୍ୟାବଧି ମିଳିନାହିଁ। ଏ ନେଇ ବୀମା କମ୍ପାନୀ କୌଣସି ସ୍ପଷ୍ଟୀକରଣ ଦେଉନାହିଁ। କେନ୍ଦ୍ର ସରକାରଙ୍କ ‘ପିଏମ୍‌-କିଷାନ’ ଏବଂ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାରେ ଶତାଧିକ ଅଣଚାଷୀ ସାମିଲ ହୋଇଛନ୍ତି। ତେଣୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ସୁବିଧା ପହଞ୍ଚତ୍ ପାରୁନାହିଁ। ଉକ୍ତ ଯୋଜନାରେ ସାମିଲ ହୋଇଥିବା କେତେଜଣ ଚାଷୀ ପ୍ରଥମ, ଦ୍ୱିତୀୟ କିସ୍ତି ଟଙ୍କା ପାଇବା ପରେ ଜମାଖାତାକୁ ଅର୍ଥ ଆସୁନାହିଁ। ବିହନ ଓ କୃଷି ଉପକରଣ ବଣ୍ଟନରେ ପାତର ଅନ୍ତର କରାଯାଉଛି। ଅଧିକାରୀମାନେ ନିୟମିତ କାର୍ଯ୍ୟାଳୟକୁ ଆସୁନାହାନ୍ତି। ଚାଷୀଙ୍କ ସହିତ ସମ୍ପର୍କ ରଖୁ ନ ଥିବାରୁ ଉଚିତ ପରାମର୍ଶ ମିଳିପାରୁନାହିଁ। ଏହାର ସମାଧାନ ନିମନ୍ତେ ଚାଷୀମାନେ କୃଷି କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ ଅଧିକାରୀମାନେ ଅଣଦେଖା କରୁଛନ୍ତି। ତେଣୁ କୃଷକ କଲ୍ୟାଣ ଯୋଜନା ବାଟ ହୁଡ଼ିଥିବା ସେମାନେ କହିଛନ୍ତି। ତଳରୁ ଉପର ଯାଏ ଦୁର୍ନୀତି ଚରମସୀମାରେ ପହଞ୍ଚତ୍ଛି। ଏକ ଉଚ୍ଚସ୍ତରୀୟ କମିଟି ଦ୍ୱାରା ତଦନ୍ତ କରାଗଲେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମୁଖା ଖୋଲିବ ବୋଲି ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri