ଡିଇଓଙ୍କ କାର୍ଯ୍ୟାଳୟରେ ଝାଡୁ ମାରିଲେ ଶିକ୍ଷକ

ନବରଙ୍ଗପୁର,୨୩।୯(ବି.ପ୍ର.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଭେଣ୍ଡିଆ ୟୁଜି ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗଦିଶ ଗୌଡ଼ଙ୍କୁ ଏଡିଇଓ ରେଶମ ଲାଲ ନାୟକ ସ୍କୁଲରେ ୮ ତାରିଖ ଦିନ ଝାଡୁ କରିବାକୁ କହିବା ସହ ଏହାର ଭିଡିଓ ଉତ୍ତୋଳନ କରି ଭାଇରଲ କରିବାକୁ ନବରଙ୍ଗପୁର ଜିଲା ପ୍ରାଥମିକ ଶିକ୍ଷକ ସଂଘ (ଅନୁବନ୍ଧିତ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ) ବିରୋଧ କରିଛି। ଏହା ଜଣେ ଶିକକଙ୍କ ଆତ୍ମସମ୍ମାନ ପ୍ରତି କୋଠାରଘାତ। ଶିକ୍ଷକ ସମାଜ, ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ ଏହି ଘଟଣା ବ୍ୟଥିତ କରିଛି ବୋଲି ସଂଘ ପକ୍ଷରୁ କୁହାଯାଇଛି। ଗୁରୁବାର ଅପରାହ୍ନରେ ସଂଘ ସଦସ୍ୟମାନେ ଡିଇଓ ଅଫିସ ଓ ରାସ୍ତାରେ ଝାଡୁ ମାରିଥିଲେ। ଡିଇଓ ଅଫିସ ଉପର ମହଲା ପାହାଚରେ ଥିବା ଆବର୍ଜନା, ପାନ ଗୁଟ୍‌ଖା ଛେପ ସଫା କରିବା ସହ ଏଡିଇଓଙ୍କ ଚାମ୍ବରରେ ଝାଡୁ ମାରି ଚାହା କପି ଓ କାଗଜ ହଟାଇଥିଲେ। ଡିଇଓ ପ୍ରଦୀପ ନାଗ ଘଟଣା ସ୍ଥଳରେ ପହଞ୍ଚତ୍ ସେମାନଙ୍କ ସହ ଆଲେଚନା କରିବା ସହ କ୍ଷମା ମାଗିଥିଲେ। ତେବେ ଏଡିଇଓ କ୍ଷମା ନ ମାଗିବା ଯାଏ ଶିକ୍ଷକମାନେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଜିଦ୍‌ ଧରି ବସିଥିଲେ। ସନ୍ଧ୍ୟାରେ ଏଡିଇଓ ନାୟକ ଶିକ୍ଷକମାନଙ୍କୁ କ୍ଷମା ମାଗିବା ପରେ ସେମାନେ ଧାରଣାରୁ ହଟିଥିଲେ।
ଶିକ୍ଷକ ମାନଙ୍କୁ ପ୍ରତିଦିନ ଡାଟା ମଗା ଯାଉଛି। ବିଇଓ କାର୍ଯ୍ୟାଳୟରେ କର୍ମଚାରୀ ଅଛନ୍ତି ସେମାନେ ଡାଟା ଏଣ୍ଟ୍ରି କରନ୍ତୁ ପରେ ଆମକୁ ଅନ୍ୟ ତଥ୍ୟ ମଗାନ୍ତୁ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା। ବିଇଓମାନେ ମନଇଛା ଶିକ୍ଷକଙ୍କୁ ଡେପୁଟେଶନ କରୁଛନ୍ତି। ଜିଲାରେ ଶିକ୍ଷକ ଅଭାବ। ଶିକ୍ଷୟିତ୍ରୀ ଶିକ୍ଷକମାନେ ବିଦ୍ୟାଳୟରେ ଝାଡୁ ମାରିବା, ପାଇଖାନା ସଫା କରିବା, ପରିବେଶ ସଫାସୁତୁରା ରଖିବା, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ବୁଝିବା ସହ ଛାତ୍ରୀ ଛାତ୍ରଙ୍କୁ ପାଠ ପଢ଼ାଉଛନ୍ତି। ଏପରି କ୍ଷେତ୍ରରେ ଜଣେ ଶିକ୍ଷକଙ୍କୁ ଝାଡୁ କରାଇ ଏହାର ଭିଡିଓ ଭାଇରଲ କରାଯିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଥିଲା ସଂଘ। ଏଡିଇଓ କ୍ଷମା ମଗନ୍ତୁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଏହିଭଳି ଭୁଲ ଆଉ ହେବ ନାହିଁ ବୋଲି କହି କ୍ଷମା ମାଗିଥିଲେ। ଏଡିଇଓଙ୍କୁ ଡାକିଥିଲେ ମଧ୍ୟ ସେ ଆଲୋଚନାକୁ ଆସିନଥିଲେ। ଜିଲାରେ ଶିକ୍ଷକମାନେ ଠିକ କାମ କରୁଛନ୍ତି ସେଥିରେ କିଛି ଅସୁବିଧା ନାହିଁ। ଯେଉଁଠି ସିଙ୍ଗଲ ଶିକ୍ଷକ ଅଛନ୍ତି, ଅବସର ପରେ ଜିଲାପାଳଙ୍କ ଅନୁମୋଦନ କ୍ରମେ ସେଠାରେ ଅନ୍ୟ ବିଦ୍ୟାଳୟରୁ ଶିକ୍ଷକ ଡେପୁଟେଶନ କରାଯାଉଛି। ଶିକ୍ଷଙ୍କ ସମସ୍ୟା ନେଇ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ଡିଇଓ କହିଥିଲେ। ଶନିବାର ଦିନ ଶିକ୍ଷକଙ୍କ ସମସ୍ୟା ନେଇ ପ୍ରଶାସନ ପକ୍ଷରୁ ଆଲୋଚନା ହେବ। କିନ୍ତୁ ଏଡିଇଓ କ୍ଷମା ନ ମାଗିବା ଯାଏ ଏଠାରୁ ଯିବୁ ନାହିଁ ବୋଲି କହି ଶିକ୍ଷକ ସଂଘ ସଦସ୍ୟମାନେ ଅଡ଼ି ବସିଥିଲେ। କ୍ଷମା ନମାଗିଲେ ଆଗାମୀ ଦିନରେ ରାଜରାସ୍ତା ଝାଡୁ ମାରି ପ୍ରତିବାଦ କରିବା ସହ କାର୍ଯ୍ୟାଳୟ ଘେରାଉ କରିବୁ ବୋଲି ସଂଘ ଜିଲା ସମ୍ପାଦକ ରମଣୀ ରଞ୍ଜନ ତ୍ରିପାଠୀ ଚେତାବନୀ ଦେଇଥିଲେ। ଏହାପରେ କିନ୍ତୁ ଏଡିଇଓ ଆସି କ୍ଷମା ମାଗିଥିଲେ। ଏହି ସମୟରେ ରାଜ୍ୟ ଉପସଭାପତି ସନତ ପ୍ରହରାଜ, ଜିଲା ସଭାପତି ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, ଜିଲା ସଂଯୋଜିକା ପ୍ରତିମା ଯାଦବ, ସମ୍ପାଦକ ପ୍ରଦୀପ ସୁନା, ନନ୍ଦାହାଣ୍ଡି ସଭାପତି ଗଲତି ଶଗରିଆ, କୋଷାଗୁମୁଡା ବ୍ଲକ ସଭାପତି ଅଞ୍ଜନ ଖଟୁଆ, ପାପଡାହାଣ୍ଡି ବ୍ଲକ ସଭାପତି ରତିକାନ୍ତ ପଣ୍ଡାଙ୍କ ସମେତ ଜିଲାର ୧୦ ବ୍ଲକର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri