ବଢ଼ୁଛି କେନ୍ଦୁଝର ଆମ୍ବର ଚାହିଦା

କେନ୍ଦୁଝର,୨୨ା୫ (ସ୍ବ.ପ୍ର): ଏକଦା କେନ୍ଦୁଝରବାସୀ କଲମି ସୁସ୍ବାଦୁ ଆମ୍ବ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରୁଥିଲେ। ଏବେ ଚିତ୍ର ବଦଳି ଯାଇଛି, କେନ୍ଦୁଝର ଆମ୍ବ ବାହାର ରାଜ୍ୟକୁ ଚାଲାଣ ହେଉଛି। ମାତ୍ର ଏଥିରେ ବାହାର ରାଜ୍ୟର ବ୍ୟବସାୟୀ ଲାଭବାନ ହେଉଥିବା ବେଳେ ଚାଷୀ ତା’ର ପରିଶ୍ରମର ଉଚିତ ମୂଲ୍ୟ ପାଇ ପାରୁନାହିଁ। କୃଷି ବିଭାଗ ପକ୍ଷରୁ ଉନ୍ନତ କିସମର ଚାରା ଯୋଗାଯାଉଛି। କିନ୍ତୁ ଉପଯୁକ୍ତ ବଜାର ବ୍ୟବସ୍ଥା ଏବଂ ସାଇତି ରଖିବାକୁ ଗୋଦାମ ଘର ବା ଶୀତଳଭଣ୍ଡାର ନ ଥିବାରୁ ଚାଷୀ ବାଧ୍ୟ ହୋଇ ବର୍ଷ ଆରମ୍ଭରୁ ଅର୍ଥାତ୍‌ ଆମ୍ବ ବଉଳ ହେବାଠାରୁ ଆମ୍ବ ବାଗାନକୁ ବାହାର ବ୍ୟବସାୟଙ୍କ ହାତକୁ ଶାଗମାଛ ଦରରେ ଟେକି ଦେଉଛି। ଫଳରେ ବ୍ୟବସାୟୀ କେନ୍ଦୁଝର ଜିଲାର ଭଲ କିସମର ଆମ୍ବ ବାହାରକୁ ଚାଲାଣ କରି ଲାଭବାନ ହେଉଥିବା ବେଳେ ଚାଷୀମାନେ ଆର୍ଥିକ ସଙ୍କଟରେ ଥିବା କହିଛନ୍ତି।
କେନ୍ଦୁଝର ଜିଲାର ତେଲକୋଇ, ସଦର, ହରିଚନ୍ଦନପୁର, ଘଟଗାଁ, ବାଂଶପାଳ, ଝୁମ୍ପୁରା ଆଦି ବ୍ଲକ୍‌ରେ ଉତ୍କୃଷ୍ଟ ଜଳବାୟୁ ହେତୁ ବହୁ ପରିମାଣରେ ଆମ୍ବ ଚାଷ କରାଯାଇଛି। ଆମ୍ବ ଚାଷ ଲାଭପ୍ରଦ ହେଉଥିବାରୁ ଅଞ୍ଚଳରେ ଏଥିପ୍ରତି ଆଗ୍ରହ ପ୍ରକାଶ ପାଉଛି। ଜିଲାରେ ଏବେ ପାଖାପାଖି ୧୦୦ ଏକର ଜମିରେ ଆମ୍ବ ଚାଷ ହୋଇଛି। ବିଭିନ୍ନ ପ୍ରକାର ସୁ-ସ୍ବାଦୁ ଦେଶୀବିଦେଶୀ କିସମର ତଥା ଦୋଶରି, ବାଇଗଣପଲେଇ, କ୍ଷୀର ସାଗର, ହେମ ସାଗର, ଆମ୍ବ୍ରପଲ୍ଲି, ଲେଙ୍ଗଡ଼ା, ଲାଟ ସୁନ୍ଦରୀ, ନିଲମ ଆଦି ଉନ୍ନତ କିସମର ଆମ୍ବ ଚାଷ କରାଯାଇଛି। ଜିଲାରୁ ମିଠା ଆମ୍ବ ନୂଆଦିଲ୍ଲୀ, ବନାରସ, କୋଲକାତା, ବିହାର, ରାୟପୁର, ରାଉରକେଲା, ଭୁବନେଶ୍ୱର ଓ କଟକ ଆଦି ଅଞ୍ଚଳରୁ ଚାଲାଣ ହୋଇଥାଏ। ଚଳିତବର୍ଷ ଭଲ ଆମ୍ବ ଚାଷ ହୋଇଥିବାରୁ ବ୍ୟବସାୟୀମାନେ ବେଶ୍‌ ଖୁସି କିନ୍ତୁ ଚାଷୀମାନେ ସେଭଳି ଲାଭବାନ ହୋଇପାରୁ ନ ଥିବା ମତବ୍ୟକ୍ତ କରିଛନ୍ତି। ତେଲକୋଇ ଗୋଲାବନ୍ଧ ଅଞ୍ଚଳର ଚାଷୀ ସାବିତ୍ରୀ ନାୟକ କହିଛନ୍ତି, ଆମ୍ବ ଗଛରୁ ତୋଳି ସାଇତି ରଖିବା ଓ ବିକ୍ରି କରିବା ପାଇଁ ବ୍ୟବସ୍ଥା ନାହିଁ। ହାତୀ ଓ ବାତ୍ୟା ଭୟ ରହୁଛି। ଏଣୁ ବାହାର ବ୍ୟବସାୟୀଙ୍କୁ କମ ଦରରେ ବିକ୍ରି କରିଦେଉଛୁ। ଅନ୍ୟଜଣେ ଚାଷୀ ମୁରଲୀ ନାଏକ କହିଛନ୍ତି, ଅନେକ ସମୟରେ ଆମ୍ବ ବିକ୍ରି ହୋଇ ନ ପାରି ନଷ୍ଟ ହେଉଛି। ଏଣୁ ବ୍ୟବସାୟୀଙ୍କୁ ତାଙ୍କ ଭଳି ଅନେକ ଚାଷୀ ଗଛ ହିସାବ କରି ବର୍ଷେରୁ ଦୁଇ ବର୍ଷ ପାଇଁ ନିଲାମ ଦେଇଦେଉଛନ୍ତି। ବ୍ୟବସାୟୀ ଜଗାରଖା କରୁଛନ୍ତି, ଲାଭ କ୍ଷତି ତାଙ୍କର ବୋଲି କହିଥିଲେ। ବୟୋଜ୍ୟେଷ୍ଠ ଫକୀର ଚରଣ ମିଶ୍ର କହିଛନ୍ତି, ସରକାର ଆମ୍ବ ଚାଷ କରିବା ପାଇଁ ପ୍ରୋତ୍ସାହନ ଦେଉଛନ୍ତି। ଅଧିକ ଲାଭ ଆଶାରେ ଚାଷୀ ଆମ୍ବ ଚାଷ କରୁଛନ୍ତି, କିନ୍ତୁ ବଜାର ବ୍ୟବସ୍ଥା ନ ଥିବାରୁ ଉଚିତ ମୂଲ୍ୟ ମିଳୁନି। ପ୍ରଶାସନ କେବଳ ଆମ୍ବ ମେଳା କରି ଦାୟିତ୍ୱ ଶେଷ କରିଦେଉଛି। ଆମ୍ବ ରଖିବା ଏବଂ କିସମ ଅନୁଯାୟୀ ମୂଲ୍ୟ ନିର୍ଦ୍ଧାରଣ କଲେ ଚାଷୀ ଉପକୃତ ହୁଅନ୍ତେ ବୋଲି କହିଥିଲେ।
ଅବସରପ୍ରାପ୍ତ ଅଧିକାରୀ ଅଲେଖ ଚନ୍ଦ୍ର ପାତ୍ର କହିଛନ୍ତି, କେନ୍ଦୁଝର ସ୍ବାଦିଷ୍ଟ ଆମ୍ବ ବାହାରକୁ ଚାଲାଣ ହେଉଥିବାରୁ ସ୍ଥାନୀୟ ଲୋକମାନେ ଆମ୍ବ ଖାଇବାକୁ ପାଉନାହାନ୍ତି। ବରଂ ବାହାର ରାଜ୍ୟର ଆମ୍ବକୁ ଚଢ଼ା ଦରରେ କିଣି ଖାଇବାକୁ ବାଧ୍ୟ ହେଉଛନ୍ତି ବୋଲି କହିଥିଲେ।
ଓରମାସ କାର୍ଯ୍ୟନିର୍ବାହୀ ସପନ ଗୋସ୍ବାମୀ କହିଛନ୍ତି, ଜିଲାରେ ବହୁତ ଆମ୍ବ ବାହାର ରାଜ୍ୟକୁ ଚାଲିଯାଉଛି। ଏପରିକି ବାତ୍ୟା ଭୟରେ ବହୁ ଚାଷୀ କମ୍‌ ଦାମ୍‌ରେ ବିକ୍ରି କରିଦେଉଛନ୍ତି। ପ୍ରଶାସନ ପକ୍ଷରୁ ତେଲକୋଇ ଅଞ୍ଚଳରେ ୬ଟି ଗ୍ରୁପ୍‌ କରାଯାଇଛି। ପ୍ରତ୍ୟେକ ଗ୍ରୁପରେ ୪୦ ଚାଷୀ ଅଛନ୍ତି। କିନ୍ତୁ କମ୍ପାନୀ ଗଠନ କରାଯାଇନାହିଁ। କେନ୍ଦୁଝରର ଗୋଟିଏ ସ୍ଥାନରେ ଆମ୍ବ ବିକ୍ରି ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ରାଉରକେଲାରେ ମଧ୍ୟ ଆମ୍ବ ମେଳା କରାଯିବ। ଚାଷୀମାନେ ଓରମାସ ଜରିଆରେ ସେଠାକୁ ଯିବେ। ଧୀରେ ଧୀରେ ଚାଷୀଙ୍କ ସୁବିଧା ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଉଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ବାର୍‌ ଆସୋସିଏଶନ ନିର୍ବାଚନ: ସଭାପତି ଭାବେ ନିର୍ବାଚିତ ହେଲେ ସନ୍ତୋଷ ନାୟକ, ଧୀରେନ ସ୍ବାଇଁ…

ଭଞ୍ଜନଗର,୨୮।୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏସନ ନିର୍ବାଚନ ଶନିବାର ସରିଛି। ଏଥିରେ ସଭାପତି ଭାବେ ସନ୍ତୋଷ ନାୟକ ନିର୍ବାଚିତ ହୋଇଛନ୍ତି । ଏଥିସହ ସାଧାରଣ ସମ୍ପାଦକ…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ: ଭୀଷ୍ମଦେବ ପୁଣି ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ଭୀଷ୍ମଦେବ ସରାଫ ପୁଣିଥରେ ସଭାପତି ନିର୍ବାଚିତ ହୋଇଛନ୍ତି। ସେହିପରି…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri