ଇ-ଯାନର ଚାହିଦା ବଢ଼ିବ: ଅଖିଳ ପୋଦ୍ଦାର

ଓଡ଼ିଶାରେ ଦୁଇଚକିଆ ଯାନର ବେଶ୍‌ ଆଦର ରହିଛି। ସହର ହେଉ କିମ୍ବା ଗ୍ରାମାଞ୍ଚଳ, ସବୁ ବର୍ଗର ଲୋକେ ଦୁଇଚକିଆ ଯାନ ଉପରେ ନିର୍ଭର କରିଥାଆନ୍ତି। ତେଣୁ ଏହା ଗମନାଗମନର ମୁଖ୍ୟ ମାଧ୍ୟମ ସାଜିଛି। ଟୁ ହ୍ବିଲର ବିକ୍ରି କ୍ଷେତ୍ରରେ ବଜାରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ‘ଉତ୍କଳ ଅଟୋ’ର ପରିଚାଳନା ଅଂଶୀଦାର ଅଖିଳ ପୋଦ୍ଦାରଙ୍କ ସହିତ ଧରିତ୍ରୀର ସ୍ବତନ୍ତ୍ର ଆଲୋଚନା।

ଆପଣଙ୍କ ପ୍ରାଥମିକ ଜୀବନ କିପରି ରହିଥିଲା?
ରାଞ୍ଚତ୍ସ୍ଥିତ ଇଂଲିଶ୍‌ ମାଧ୍ୟମ ବିକାଶ ବିଦ୍ୟାଳୟରୁ ଶିକ୍ଷା ଆରମ୍ଭ ହୋଇଥିଲା। ପରେ ସେଣ୍ଟ ଜାଭିୟର୍ସ ମହାବିଦ୍ୟାଳୟରୁ ବାଣିଜ୍ୟରେ ସମ୍ମାନ ସହ ରାଞ୍ଚତ୍ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିଲି। ମାତ୍ର ୧୮ ବର୍ଷ ବୟସରେ ଏକ ରୁଗ୍‌ଣ ଅଶୋକ ଲେ ଲ୍ୟାଣ୍ଡ୍‌ ଡିଲର୍‌ଶିପ୍‌ର ଦାୟିତ୍ୱ ଗ୍ରହଣ କରିଥିଲି।
ଅଟୋ ମୋବାଇଲ୍‌ ବ୍ୟବସାୟରେ କିପରି ପ୍ରବେଶ କଲେ?
ଜୀବନର ପ୍ରାରମ୍ଭରୁ ସ୍ବଳ୍ପ ପୁଞ୍ଜିରେ କିପରି ଦକ୍ଷ ପରିଚାଳନା ହୋଇପାରିବ, ତାହା ପ୍ରମାଣିତ କରିବା ପାଇଁ ଚାନ୍ଦମଲ୍‌ (ଏକ ରୁଗ୍‌ଣ ସଂସ୍ଥା)କୁ ପୁନଶ୍ଚ ଚଳଚଞ୍ଚଳ କରିପାରିଥିଲି। ଏହାପରେ ୮ବର୍ଷ ପର୍ଯ୍ୟନ୍ତ ଏହି ବାଣିଜି୍ୟକ ଯାନର ବିକ୍ରେତା ଭାବରେ ସଫଳତା ଅର୍ଜନ କରିଥିଲି। ମୋ ସମ୍ପର୍କୀୟ ଜେଜେଙ୍କ କଟକରେ ଥିବା ଉତ୍କଳ ଅଟୋ (ବଜାଜ୍‌ ବିକ୍ରେତା) ସଙ୍କଟରେ ପହଞ୍ଚତ୍ଥିଲା। ମୁଁ ଆଉ ଏକ ଆହ୍ବାନର ସାମ୍ନା କରି ୧୯୯୮ରେ ଉତ୍କଳ ଅଟୋର ପରିଚାଳନା ଭାର ଗ୍ରହଣ କଲି।
ଏହି ବ୍ୟବସାୟର ଭବିଷ୍ୟତ କିପରି ରହିବ, ନିଜ ଅନୁଭୂତିରୁ କିଛି କୁହନ୍ତୁ?
ଅଟୋମୋବାଇଲ୍‌ କ୍ଷେତ୍ରରେ ମୋ ୨୫ ବର୍ଷର ଅଭିଜ୍ଞତା ରହିଛି। ଦେଶର ଅର୍ଥନୈତିକ ଏବଂ ସାମାଜିକ ଉନ୍ନତିରେ ସବୁବେଳେ ଏହି ବ୍ୟବସାୟର ସହଭାଗିତା ରହିବ। ଆଗାମୀ ଦିନରେ ଏହାର ଆବଶ୍ୟକତା ସମୟାନୁଯାୟୀ ପରିବର୍ତ୍ତିତ ହୋଇପାରେ। ଭବିଷ୍ୟତରେ ଇନ୍ଧନ ଯାନ କିମ୍ବା ଇ-ଯାନର ବ୍ୟବହାର ବହୁଳ ହୋଇପାରେ। ତେବେ ପ୍ରତି ପରିବାରରେ ଦୁଇଚକିଆ ଯାନ ବ୍ୟବହାର ପ୍ରାୟତଃ ଦେଖିବାକୁ ମିଳିବ।
ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍କଳ ଅଟୋର ଯାତ୍ରା କିପରି ରହିଛି?
ଉତ୍କଳ ଅଟୋ ୧୯୭୦ ମସିହାରେ ଓଡ଼ିଶାର ପ୍ରଥମ ବଜାଜ୍‌ ୨ ଚକିଆ ଯାନ ବିକ୍ରେତା ଭାବରେ କାର୍ଯ୍ୟ ଆରମ୍ଭ କଲା। ସେହି ସମୟରେ ସ୍କୁଟରଟିଏ ପାଇବା ପାଇଁ ଅଗ୍ରିମ ଅର୍ଥ ଦେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିଲା। ହେଲେ ଆଜିକାଲି ଗ୍ରାହକଙ୍କ ପସନ୍ଦ ମୁତାବକ ବିଭିନ୍ନ ମଡେଲ ଯାନ ଯୋଗାଇଦେବା ପାଇଁ ଶୋ’ରୁମ୍‌ ପ୍ରସ୍ତୁତ ଅଛି। ପରେ ବଜାଜ୍‌ ଡିଲରଶିପ୍‌ ଛାଡ଼ି ହୋଣ୍ଡା ଦୁଇଚକିଆ ବିକ୍ରେତା ଭାବେ କାର୍ଯ୍ୟ ଆରମ୍ଭ କଲୁ। କେବଳ ବିକ୍ରି ନୁହେଁ, ବିକ୍ରି ପରବର୍ତ୍ତୀ ସେବାକୁ ଆମେ ଯଥେଷ୍ଟ ଗୁରୁତ୍ୱ ଦେଇଥାଉ। ଫଳରେ ଗ୍ରାହକମାନଙ୍କର ସନ୍ତୋଷ ଆମକୁ ଆଗକୁ ବଢ଼ାଇଛି। ଏହି ପରିପ୍ରେକ୍ଷୀରେ ଉତ୍କଳ ଅଟୋ ପୂର୍ବାଞ୍ଚଳରେ ଏକ ନମ୍ବର ହୋଣ୍ଡା ବିକ୍ରେତା ଭାବରେ ମାନ୍ୟତା ପାଇଛି।
ଭବିଷ୍ୟତକୁ ନେଇ ଆପଣଙ୍କର କି ଲକ୍ଷ୍ୟ ରହିଛି?
ଆଗାମୀ ଦିନରେ ଅଟୋମୋବାଇଲ୍‌ ଇଣ୍ଡଷ୍ଟ୍ରିରେ ଉତ୍କଳ ଅଟୋ କାର୍ଯ୍ୟ କରିବ। ଲୋକଙ୍କ ଚାହିଦା ଦେଖି ସବୁଠୁ ଭଲ ଇ-ଦୁଇଚକିଆ ଏବଂ ଚାରିଚକିଆର ବିକ୍ରେତା ହେବା ପାଇଁ ଚେଷ୍ଟା ଜାରି ରହିଛି।
ଅବସର ସମୟ କିପରି କଟାଇବାକୁ ଭଲ ପାଆନ୍ତି?
ଅବସର ସମୟରେ ପରିବାର ସହିତ ବିଭିନ୍ନ ସ୍ଥାନକୁ ବୁଲିଯିବାକୁ ଭଲ ପାଏ। ଆରମ୍ଭରୁ ମୋର ସମାଜସେବା ପ୍ରତି ରୁଚି ରହିଛି। ତେଣୁ ବହୁ ସାମାଜିକ ଅନୁଷ୍ଠାନ ଜରିଆରେ ନିଜକୁ ସାମାଜିକ କାର୍ଯ୍ୟରେ ନିୟୋଜିତ କରିଥାଏ। ଅବହେଳିତ ପିଲାଙ୍କ ଶିକ୍ଷା ଏବଂ ସେମାନଙ୍କ ଉନ୍ନତି ପାଇଁ ସହାୟତା ଯୋଗାଇ ଦେଇଥାଏ।
ଏହି ବ୍ୟବସାୟରେ କ’ଣ ସବୁ ଆହ୍ବାନ ରହିଛି?
ଏହି ବ୍ୟବସାୟରେ ବିକ୍ରେତାମାନେ କମ୍ପାନୀ ଉପରେ ଅଧିକ ନିର୍ଭରଶୀଳ ହୋଇଥାଆନ୍ତି। ଉଚିତ ସମୟରେ ଚାହିଦା ମୁତାବକ ଉତ୍ପାଦ ମିଳିବା ଏକ ଆହ୍ବାନରେ ପରିଣତ ହୋଇଛି। ପ୍ରତିଯୋଗିତାମୂଳକ ବଜାରରେ ଗ୍ରାହକଙ୍କ ଆବଶ୍ୟକତାକୁ ଦେଖି ଭିନ୍ନ ଭିନ୍ନ ଉତ୍ପାଦ ଉପଲବ୍ଧ କରାଇବା ଏକ ବଡ଼ ସମସ୍ୟା।
କୋଭିଡ୍‌ ସମୟରେ ବ୍ୟବସାୟ କିପରି ଥିଲା?
କୋଭିଡ୍‌ ସମୟ ବ୍ୟବସାୟୀମାନଙ୍କ ପରିଚାଳନା ଦକ୍ଷତାର ମାନଦଣ୍ଡ ମାପିବା ପାଇଁ ସୁଯୋଗ ଦେଇଥିଲା। ବିଭିନ୍ନ ସ୍ତରରୁ ସହଯୋଗ ପାଇ ବ୍ୟବସାୟ ତିଷ୍ଠି ପାରିଲା। ବିଶେଷକରି ଆମ କର୍ମଚାରୀମାନେ ଏକ ପରିବାର ଭଳି ସୁଖଦୁଃଖରେ ସହଭାଗୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ରିଆକ୍ଟର ପ୍ରସ୍ତୁତ କଲେ ୧୨ ବର୍ଷୀୟ ଛାତ୍ର: ରୁମ୍‌ରେ ୪ ବର୍ଷର ଗବେଷଣା ପରେ ସଫଳତା

ଟେକ୍ସାସ୍‌,୧୬ା୨:ଆମେରିକାର ଟେକ୍ସାସ୍‌ ରାଜ୍ୟସ୍ଥିତ ଡଲାସ୍‌ ସହରର ଜଣେ ୧୨ ବର୍ଷର ଛାତ୍ର ଯାହା କରିଛନ୍ତି ତାହା ବୈଜ୍ଞାନିକ ଏବଂ ଗବେଷକ ମହଲକୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଛାତ୍ର…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ପୋଲିସ ସାମ୍‌ନାରେ ଅବକାରୀ ବାବୁଙ୍କୁ ମାଡ଼: ନିୟମକୁ ଫୁ’, ନିଶାରେ ମତୁଆଲା ଯୁବତୀଯୁବକ

ଭୁବନେଶ୍ୱର,୧୬ା୨(ତ୍ରିନାଥ ମହାନ୍ତି):ଭାଲେଣ୍ଟାଇନ୍ସ ଡେ’ରେ ସବୁ ନିୟମ ଓ କଟକଣାକୁ ଫୁ’ କରି ବାର୍‌ରେ ଜମିଥିଲା ରଙ୍ଗିନ ରାତି। ଆଗରେ ଶଟର ପକାଇ ଭିତରେ ମତୁଆଲା ହେଉଥିଲେ ପୁରୁଷ…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ବ୍ୟାପୁଛି ନିଆଁ

ଜୟପୁର,୧୬ା୨(ପବନ ପାଣିଗ୍ରାହୀ): ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଚାରିଆଡ଼େ ନିଆଁ ବ୍ୟାପିଚାଲିଛି। ଏପରି ଅଭାବନୀୟ ଘଟଣା ଘଟିଛି ଜୟପୁର ସହରର ବିକ୍ରମଦେବ ବିଶବିଦ୍ୟାଳୟ…

ଜବରଦସ୍ତ ବିଜୟ ପରେ ଏମିତି କଥା କହିଦେଦେଲ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଲମ୍ବୋ,୧୬।୨: ICC T20 ବିଶ୍ୱକପର ଏକ ଗ୍ରୁପ ଏ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ୬୧ ରନର ଜବରଦସ୍ତ ବିଜୟ ସହିତ ସୁପର -୮ ପର୍ଯ୍ୟାୟ ପାଇଁ ଯୋଗ୍ୟତା…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri