ବାନ୍ଧବୀଙ୍କ ସହ ଟ୍ରେନ୍‌ରେ ଖସି ପଳାଉଥିଲେ ଦିଲ୍ଲୀ ଅଭିଯୁକ୍ତ, ଧରିଲା ଆର୍‌ପିଏଫ୍‌

କଟକ,୨୪ା୧(କାର୍ତ୍ତିକ ସାହୁ): ଦିଲ୍ଲୀରେ ଘଟିଥିବା ୫୦ ଲକ୍ଷ ଟଙ୍କା ଚୋରି ମାମଲାର ଓ୍ବାଣ୍ଟେଡ୍‌ ଅଭିଯୁକ୍ତଙ୍କୁ କଟକ ରେଳଷ୍ଟେଶନରେ ବୁଧବାର ଗିରଫ କରିଛି ଆର୍‌ପିଏଫ୍‌। ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସ୍‌ରୁ ଅତ୍ୟନ୍ତ ସନ୍ତର୍ପଣରେ ଅଭିଯୁକ୍ତଙ୍କୁ ତାଙ୍କ ବାନ୍ଧବୀ ସହ ଠାବ କରିବାରେ ସଫଳ ହୋଇଛି ଆରପିଏଫ୍‌। ଏନେଇ ଦିଲ୍ଲୀ ପୋଲିସ ସୂଚନା ପାଇବା ପରେ ବିମାନ ଯୋଗେ ଦିଲ୍ଲୀରୁ ଆସି ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଦିଲ୍ଲୀ ପୋଲିସ କାର୍ଯ୍ୟରତ ସମୟ ସିଂହ(୩୭)। ଦିଲ୍ଲୀର ପଶ୍ଚିମ ବିହାର ଅଞ୍ଚଳରେ ହୋଇଛି ଏହି ଚୋରି ଘଟଣା।
ସୂଚନାନୁସାରେ, ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ପକ୍ଷରୁ କଟକ ଆରପିଏଫ୍‌ର ଆଇଆଇସିଙ୍କୁ ମୋଟା ଅଙ୍କର ଚୋରି ମାମଲାର ଓ୍ବାଣ୍ଟେଡ୍‌ ଅଭିଯୁକ୍ତଙ୍କ ସନ୍ଦେହଜନକ ଗତିବିଧି ସଂକ୍ରାନ୍ତରେ ପ୍ରାରମ୍ଭିକ ସୂଚନା ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଦିଲ୍ଲୀ ପୋଲିସର କେତେକ ଅଧିକାରୀ ଟ୍ରେନ୍‌ ନଂ- ୨୦୮୧୮, ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ରେ ଅଭିଯୁକ୍ତ ଯାତ୍ରା କରୁଥିବା ନେଇ ଆରପିଏଫ୍‌କୁ ସ୍ପଷ୍ଟ ସୂଚନା ଦେଇଥିଲେ। ଆଇଆଇସି ଅନୀଲ ସିଂହ ଅଭିଯୁକ୍ତଙ୍କୁ ଧରିବା ନିମନ୍ତେ କଟକ ଆରପିଏଫ୍‌ର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ନେଇ ଏକ ଉତ୍ସର୍ଗୀକୃତ ଦଳ ଗଠନ କରିଥିଲେ। ଅଭିଯୁକ୍ତ ଜଣକ ଅତ୍ୟନ୍ତ ଚତୁର ଓ ସେ ଖସି ପଳାଇବାର କୌଶଳ ଭଲ ଭାବେ ଜାଣେ ବୋଲି ସୂଚନା ରହିଥିଲା। ଟିମ୍‌ର ସମସ୍ତ ସଦସ୍ୟ ସାଦା ପୋଷାକ ପରିଧାନ କରି ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ରାଜଧାନୀ ଏକ୍ସପ୍ରେସ୍‌ କଟକ ରେଳଷ୍ଟେଶନର ୩ ନମ୍ବର ପ୍ଲାଟଫର୍ମରେ ପହଞ୍ଚତ୍ବା କ୍ଷଣି ଟିମ୍‌ର ସଦସ୍ୟମାନେ ଅଭିଯୁକ୍ତକୁ ତୁରନ୍ତ ଖୋଜିବା ଆରମ୍ଭ କରିଦେଇଥିଲେ। ଏସି ଟୁ-ଟାୟାର ଏ-୨ କୋଚ୍‌ରେ ଅଭିଯୁକ୍ତ ତାଙ୍କ ବାନ୍ଧବୀଙ୍କ ସହ ଧରାପଡ଼ିଥିଲେ। ଆର୍‌ପିଏଫ୍‌ ପକ୍ଷରୁ ସୂଚନା ପାଇ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍‌ ବିମାନ ଯୋଗେ ଆସି କଟକରେ ପହଞ୍ଚତ୍ଥିଲେ। କଟକ ଆର୍‌ପିଏଫ୍‌ ପକ୍ଷରୁ ଉଭୟଙ୍କୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ନିଜେ ପୋଲିସ ଚାକିରିରେ ଥାଇ ବାହାରେ ଥିବା ତାଙ୍କର ସହଯୋଗୀମାନଙ୍କ ସହ ବହୁ ଯୋଜନାବଦ୍ଧ ଅପରାଧରେ ସାମିଲ ଅଛନ୍ତି। ପ୍ରାଥମିକ ଅବସ୍ଥାରେ ପୋଲିସ ବିଭାଗ ଏ ବାବଦରେ ଜାଣିପାରିନଥିଲେ। ମାତ୍ର ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ଉପଯୋଗରେ ଦିଲ୍ଲୀ ପୋଲିସ ଅଭିଯୁକ୍ତଙ୍କ ସମ୍ପୃକ୍ତି ବାବଦରେ ଅବଗତ ହୋଇପାରିଛନ୍ତି। ତେବେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ କଟକ ଆରପିଏଫ୍‌ର କାର୍ଯ୍ୟକୁ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀମାନେ ବେଶ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମିଗଲା ସୁନା ରେଟ୍‌: ଜାଣନ୍ତୁ ୧୦ ଗ୍ରାମକୁ କେତେ

ନୂଆଦିଲ୍ଲୀ,୨୧।୧: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ନିରନ୍ତର ବୃଦ୍ଧି ପାଉଥିଲା ଏବଂ ପ୍ରତିଦିନ ଏକ ପ୍ରବଳ ବୃଦ୍ଧି ସହିତ ନୂଆ...

‘ହଁ ମୁଁ ଏକଛତ୍ରବାଦୀ’, ଡାଭୋସରେ ଏମିତି ବୟାନ ଦେଲେ ଟ୍ରମ୍ପ, ସାରା ବିଶ୍ୱରେ ହେଉଛି ଚର୍ଚ୍ଚା

ଡାଭୋସ,୨୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଏବଂ ତାଙ୍କ ଆକ୍ରମଣାତ୍ମକ ଶୈଳୀ ବିରୁଦ୍ଧରେ ବିଶ୍ୱ ସ୍ତରରେ ପ୍ରତିବାଦର ସ୍ବର ବଢ଼ୁଛି। ଭେନେଜୁଏଲା ଏବଂ ଗ୍ରୀନଲାଣ୍ଡ...

ରବି ଧାନ ଚାଷ ପ୍ରଭାବିତ ଆଶଙ୍କା: ଡ୍ୟାମ୍‌ରୁ ପାଣି ଛାଡ଼ିଦେଲା ଏମ୍‌ଆଇପି ବିଭାଗ

ଅମରପାଲି, ୨୨ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ଗ୍ରାମରେ ଘୁଙ୍ଗିନାଳ ଉପରେ ନିର୍ମାଣ ହୋଇଥିବା ଡ୍ୟାମରୁ ମଙ୍ଗଳବାର ରାତିରେ ବିନା ସୂଚନାରେ ଏମ୍‌ଆଇପି ବିଭାଗ...

୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୧: ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫେବୃଆରୀ ପ୍ରଥମ ସପ୍ତାହରେ ତାଙ୍କର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨ ତାରିଖରୁ ସେ ୫...

ହେବନି ଗାଡ଼ିର ପଞ୍ଜୀକରଣ, ଆସିଲା କଡ଼ା ନିୟମ

ନୂଆଦିଲ୍ଲୀ,୨୨।୧: ଚାଲାଣ ନ ଭରିଲେ ହେବନି ଗାଡ଼ି ପଞ୍ଜୀକରଣ । ମୋଟର ଯାନ ନିୟମରେ ସଂଶୋଧନ କରି ଏଭଳି କଠୋର ନିୟମ ଜାରି କରିଛନ୍ତି କେନ୍ଦ୍ର...

ବିଳମ୍ବିତ ରାତିରେ ଅଜଣା ବ୍ୟକ୍ତିଙ୍କୁ ନେଇ ସିମନବାଡିରେ ଆତଙ୍କ, ଧରା ପକାଇଲା ସିସି କ୍ୟାମେରା

ଦାରିଙ୍ଗବାଡି,୨୨।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଏବେ ଆସାମଜିକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ଅସୁରକ୍ଷିତ ମଣୁଛନ୍ତି ଗ୍ରାମବାସୀ। ଅଞ୍ଚଳରେ ଚୋରା...

ଦେଖା ହୋଇପାରିଲାନି, ଯୁବତୀଙ୍କ ଘର ଆଗରେ ଦେହକୁ କାଟି ପକାଇଲେ

ଢେଙ୍କିକୋଟ,୨୧ା୧(ନୀଳମଣି ମଣ୍ଡଳ):  କେନ୍ଦୁଝର ଜିଲା ଢେଙ୍କିକୋଟ ପୋଲିସ ବିଟ୍‌ ହାଉସ ଅନ୍ତର୍ଗତ ବଡ଼ମସିଣାବିଲା ପଞ୍ଚାୟତ ସାନମସିଣାବିଲା ଗ୍ରାମରେ ବୁଧବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯୁବତୀଙ୍କୁ...

କ୍ରିକେଟ ମ୍ୟାଚ ଦେଖିବାକୁ ଯାଇ ନିଖୋଜ ଥିବା ୪ ନାବାଳକ ସୁରକ୍ଷିତ ଉଦ୍ଧାର

ଦେବଗଡ଼,୨୨।୧(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଜିଲାର ନିଖୋଜ ୪ ନାବାଳକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ରିଆମାଳ ଥାନା ଟିଙ୍କବୀର ଗ୍ରାମର ୪ ଜଣ ପଞ୍ଚମ ଶ୍ରେଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri