ମତ ନେଇ ନେବାର ଥିଲା ନିଷ୍ପତ୍ତି

ଅମରପାଲି,୨୭ା୫(ଡି.ଏନ.ଏ.):ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଢାଞ୍ଚାରେ ପୁଣି ପରିବର୍ତ୍ତନ କରାଯାଇଛି। ଚଳିତ ଶିକ୍ଷାବର୍ଷ ଠାରୁ ଦୁଇଟି ସମ୍ମେଟିଭ ପରୀକ୍ଷା ବଦଳରେ ବର୍ଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ। ପରୀକ୍ଷାର୍ଥୀ ଥରକେ ୬୦୦ମାର୍କର ପରୀକ୍ଷା ଦେବେ। ଦଶମ ଶ୍ରେଣୀ ପିଲାଙ୍କୁ ସମ୍ମେଟିଭ ଆସେସମେଣ୍ଟ-୧ ଓ ଆସେସମେଣ୍ଟ-୨ ପରୀକ୍ଷା ଦେବାକୁ ପଡିବ ନାହିଁ। ଇଣ୍ଟରନାଲ ଆସେସମେଣ୍ଟରେ କୌଣସି ପରିବର୍ତ୍ତନ ହେବ ନାହିଁ। ପ୍ରତି ତିନି ମାସରେ ଥରେ ବିଦ୍ୟାଳୟରେ ଗୋଟିଏ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ହେବ। ବୋର୍ଡ ପରୀକ୍ଷାର ୬୦୦ ନମ୍ବରକୁ ୮୦% ଓ ଇଣ୍ଟରନାଲ ଆସେସମେଣ୍ଟର ନମ୍ବରକୁ ୨୦%ଆଧାରରେ ନମ୍ବର ପ୍ରଦାନ କରାଯିବ। ଯଦି କୌଣସି ଛାତ୍ରୀଛାତ୍ର ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ନ ଦେବେ ତେବେ ସଂପୃକ୍ତ ଛାତ୍ରୀଛାତ୍ର ଏହି ୨୦% ନମ୍ବର ପାଇବେ ନାହିଁ। ବାର୍ଷିକ ପରୀକ୍ଷାର ୮୦% ରୁ ଯେଉଁ ମାର୍କ ରହିବ ତାହାକୁ ଚୂଡାନ୍ତ ନମ୍ବର ଭାବେ ବିବେଚନା କରାଯିବ। ଶିକ୍ଷା ବିଭାଗ ତରଫରୁ ଏହି ଘୋଷଣା କରାଯିବା ପରେ ଛାତ୍ରୀଛାତ୍ର ଓ ଶିକ୍ଷାପ୍ରେମୀଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେହି କେହି ଏହାକୁ ସ୍ବାଗତ କରୁଥିବା ବେଳେ ଆଉ କେତେକ ପୂର୍ବ ପରୀକ୍ଷା ପଦ୍ଧତି ଠିକ୍‌ ଥିବା ପ୍ରକାଶ କରିଛନ୍ତି। ଆଉ କେତେକ ଉକ୍ତ ପ୍ରସଙ୍ଗକୁ ଛାତ୍ରୀଛାତ୍ର, ଶିକ୍ଷାବିତ୍‌ ଓ ଅଭିିଭାବକଙ୍କ ସହିତ ଆଲୋଚନା ପରେ ଶିକ୍ଷା ବିଭାଗ ଏହି ନିଷ୍କତ୍ତି ନେବାର ଆବଶ୍ୟକ ଥିଲା ବୋଲି ମତବ୍ୟକ୍ତ କରିଛନ୍ତି। ଏହାକୁ ନେଇ ଏକ ଉପସ୍ଥାପନା….।

ପୂର୍ବ ପରୀକ୍ଷା ପଦ୍ଧତି ଠିକ୍‌ ଥିଲା
ବର୍ତ୍ତମାନ ସରକାର ପ୍ରଚଳିତ ମାଟ୍ରିକ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରିଛନ୍ତି। ଏହାକୁ ନେଇ ଛାତ୍ରୀଛାତ୍ରମାନଙ୍କ ମନରେ ଆଶଙ୍କା ଦେଖାଦେଇଛି। ପୂର୍ବ ପ୍ରଚଳିତ ଶିକ୍ଷା ପଦ୍ଧତି ଅନୁସାରେ ପାଠ ପଢାପଢି ଆରମ୍ଭ କରିଦେଇଛୁ। ଏହି ପଦ୍ଧତି ଠିକ୍‌ ଥିଲା। ପୂର୍ବ ପଦ୍ଧତିରେ ଛାତ୍ରୀଛାତ୍ର ଚାପମୁକ୍ତ ରହୁଥିଲେ। ପରୀକ୍ଷା ପ୍ରସ୍ତୁତି ପାଇଁ ସୁବିଧା ଥିଲା। ତେଣୁ ଶିକ୍ଷା ଭଳି ଏକ ସମ୍ବେଦନଶୀଳ ବିଭାଗ ତରବରିଆ ଭାବେ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରିବା ଉଚିତ୍‌ ନ ଥିଲା। ଯଦି ପରିବର୍ତ୍ତନ ଜରୁରୀ ଥିଲା, ଆମେ ନବମ ଶ୍ରେଣୀରେ ପଢିବା ସମୟରୁ ଏପରି ପଦକ୍ଷେପ ନେବାର ଥିଲା।
-ସୁଚୀସ୍ମିତାରାଣୀ ଓତା, ଦଶମ ଶ୍ରେଣୀ, ବୀରମହାରାଜପୁର ସରକାରୀ ବାଳିକା ହାଇସ୍କୁଲ

ପରୀକ୍ଷା ଢାଞ୍ଚା ଦେଖି ପରିଶ୍ରମ କରିବାକୁ ପଡିବ
ନୂତନ ପରୀକ୍ଷା ପଦ୍ଧତିରେ ସମ୍ମେଟିଭ ପରୀକ୍ଷା ବ୍ୟବସ୍ଥା ଉଠିଯାଇଛି। ସମ୍ମେଟିଭ ବ୍ୟବସ୍ଥାରେ ପାଠପଢା ଟିକିଏ ସହଜ ଥିଲା। ବର୍ତ୍ତମାନ ଲାଗୁ ହୋଇଥିବା ଏକକ ବାର୍ଷିକ ପରୀକ୍ଷା ବ୍ୟବସ୍ଥା ଅପେକ୍ଷାକୃତ କଷ୍ଟସାଧ୍ୟ। ତେଣୁ ତାକୁ ଲକ୍ଷ୍ୟ କରି ପରିଶ୍ରମ କରିବାକୁ ପଡିବ।
-ଅଞ୍ଜଳୀ ସାହୁ, ଦଶମ ଶ୍ରେଣୀ,କେନଝିରିଆପାଲି ହାଇସ୍କୁଲ

ପରିବର୍ତ୍ତନର ଆବଶ୍ୟକ ନ ଥିଲା
ପୂର୍ବ ପରୀକ୍ଷା ଢାଞ୍ଚାରେ ପିଲା ଭଲ କରୁଥିଲେ। ଏହା ଛାତ୍ରୀଛାତ୍ରଙ୍କ ପାଇଁ ସୁବିଧା ଓ ସହଜ ଥିଲା। ପିଲାଏ ଆଗ୍ରହର ସହିତ ପଢୁଥିଲେ। ନିଜ ନିଜ ମଧ୍ୟରେ ପରୀକ୍ଷାରେ ପ୍ରସ୍ତୁତି ପାଇଁ ପାଠପଢାରେ ପ୍ରତିଦ୍ବନ୍ଦିତା ରହୁଥିଲା। ତେଣୁ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନର ଆବଶ୍ୟକ ନ ଥିଲା।
-ପରିଣିତା ଦାଶ, ଦଶମ ଶ୍ରେଣୀ,ସୁବଳୟା ହାଇସ୍କୁଲ

ସଂସ୍କାର ଆଣିବା ପାଇଁ ପରିବର୍ତ୍ତନ ଲୋଡ଼ା
ପରୀକ୍ଷାରେ ସଂସ୍କାର ଆଣିବା ପାଇଁ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନର ଆବଶ୍ୟକ ରହିଛି। ପରୀକ୍ଷାକୁ ନେଇ ଅନେକ ଛାତ୍ରୀଛାତ୍ର ଚାପରେ ରହନ୍ତି। କେତେକ ଏଥିରେ ବିଫଳ ହେଲେ ଆତ୍ମହତ୍ୟା କରିବା ଭଳି ପଦକ୍ଷେପ ନେବାର ନଜିର ରହିଛି। ପୂର୍ବ ପରୀକ୍ଷା ଢାଞ୍ଚା ପିଲାଙ୍କ ପାଇଁ ଏକ ପ୍ରକାର ସରଳ ଓ ସୁବିଧା ଥିଲା। ତରବର ଭାବେ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ନ କରି ଛାତ୍ରୀଛାତ୍ର, ଶିକ୍ଷାବିତ୍‌ ଓ ଅଭିଭାବକମାନଙ୍କ ମତାମତ ନେଇ ଆଲୋଚନା ପରେ ନିଷ୍ପତ୍ତି ନେବାର ଆବଶ୍ୟକ ଥିଲା।
-ବିଷ୍ଣୁ ଚରଣ ଧଳ, ଶିକ୍ଷାବିତ୍‌, ଅମରପାଲି

ପିଲାଙ୍କ ଜ୍ଞାନର ବିକାଶ ହେବ
ପରୀକ୍ଷା ଢାଞ୍ଚାରେ ସୁଧାର ଆଣିବା ପାଇଁ ପରିବର୍ତ୍ତନ କରାଯାଉଛି। ନୂତନ ଢାଞ୍ଚାରେ ପିଲାଏ ଏକାବେଳେ ବର୍ଷକର ପାଠ ପଢି ପରୀକ୍ଷା ଦେବେ। ଏହାଦ୍ବାରା ପିଲାଙ୍କ ବୌଦ୍ଧିକ ବିକାଶ ହେବ। ଶିକ୍ଷା ବିଭାଗ ଶିକ୍ଷାର ମାନ ବୃଦ୍ଧି ସହିତ ପିଲାଙ୍କ ଜ୍ଞାନର ବିକାଶ ପାଇଁ ନେଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ। ପିଲାଏ ନୂତନ ଢାଞ୍ଚାକୁ ଦେଖି ଭଲରେ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ।
-ଶାନ୍ତନୁ କୁମାର କୁମ୍ଭକାର, ବିଇଓ,ବୀରମହାରାଜପୁର

 

ରିପୋର୍ଟ: ପୀତାମ୍ବର ସାହୁ, ଅମରପାଲି


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri