ମତ ନେଇ ନେବାର ଥିଲା ନିଷ୍ପତ୍ତି

ଅମରପାଲି,୨୭ା୫(ଡି.ଏନ.ଏ.):ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଢାଞ୍ଚାରେ ପୁଣି ପରିବର୍ତ୍ତନ କରାଯାଇଛି। ଚଳିତ ଶିକ୍ଷାବର୍ଷ ଠାରୁ ଦୁଇଟି ସମ୍ମେଟିଭ ପରୀକ୍ଷା ବଦଳରେ ବର୍ଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ। ପରୀକ୍ଷାର୍ଥୀ ଥରକେ ୬୦୦ମାର୍କର ପରୀକ୍ଷା ଦେବେ। ଦଶମ ଶ୍ରେଣୀ ପିଲାଙ୍କୁ ସମ୍ମେଟିଭ ଆସେସମେଣ୍ଟ-୧ ଓ ଆସେସମେଣ୍ଟ-୨ ପରୀକ୍ଷା ଦେବାକୁ ପଡିବ ନାହିଁ। ଇଣ୍ଟରନାଲ ଆସେସମେଣ୍ଟରେ କୌଣସି ପରିବର୍ତ୍ତନ ହେବ ନାହିଁ। ପ୍ରତି ତିନି ମାସରେ ଥରେ ବିଦ୍ୟାଳୟରେ ଗୋଟିଏ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ହେବ। ବୋର୍ଡ ପରୀକ୍ଷାର ୬୦୦ ନମ୍ବରକୁ ୮୦% ଓ ଇଣ୍ଟରନାଲ ଆସେସମେଣ୍ଟର ନମ୍ବରକୁ ୨୦%ଆଧାରରେ ନମ୍ବର ପ୍ରଦାନ କରାଯିବ। ଯଦି କୌଣସି ଛାତ୍ରୀଛାତ୍ର ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ନ ଦେବେ ତେବେ ସଂପୃକ୍ତ ଛାତ୍ରୀଛାତ୍ର ଏହି ୨୦% ନମ୍ବର ପାଇବେ ନାହିଁ। ବାର୍ଷିକ ପରୀକ୍ଷାର ୮୦% ରୁ ଯେଉଁ ମାର୍କ ରହିବ ତାହାକୁ ଚୂଡାନ୍ତ ନମ୍ବର ଭାବେ ବିବେଚନା କରାଯିବ। ଶିକ୍ଷା ବିଭାଗ ତରଫରୁ ଏହି ଘୋଷଣା କରାଯିବା ପରେ ଛାତ୍ରୀଛାତ୍ର ଓ ଶିକ୍ଷାପ୍ରେମୀଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେହି କେହି ଏହାକୁ ସ୍ବାଗତ କରୁଥିବା ବେଳେ ଆଉ କେତେକ ପୂର୍ବ ପରୀକ୍ଷା ପଦ୍ଧତି ଠିକ୍‌ ଥିବା ପ୍ରକାଶ କରିଛନ୍ତି। ଆଉ କେତେକ ଉକ୍ତ ପ୍ରସଙ୍ଗକୁ ଛାତ୍ରୀଛାତ୍ର, ଶିକ୍ଷାବିତ୍‌ ଓ ଅଭିିଭାବକଙ୍କ ସହିତ ଆଲୋଚନା ପରେ ଶିକ୍ଷା ବିଭାଗ ଏହି ନିଷ୍କତ୍ତି ନେବାର ଆବଶ୍ୟକ ଥିଲା ବୋଲି ମତବ୍ୟକ୍ତ କରିଛନ୍ତି। ଏହାକୁ ନେଇ ଏକ ଉପସ୍ଥାପନା….।

ପୂର୍ବ ପରୀକ୍ଷା ପଦ୍ଧତି ଠିକ୍‌ ଥିଲା
ବର୍ତ୍ତମାନ ସରକାର ପ୍ରଚଳିତ ମାଟ୍ରିକ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରିଛନ୍ତି। ଏହାକୁ ନେଇ ଛାତ୍ରୀଛାତ୍ରମାନଙ୍କ ମନରେ ଆଶଙ୍କା ଦେଖାଦେଇଛି। ପୂର୍ବ ପ୍ରଚଳିତ ଶିକ୍ଷା ପଦ୍ଧତି ଅନୁସାରେ ପାଠ ପଢାପଢି ଆରମ୍ଭ କରିଦେଇଛୁ। ଏହି ପଦ୍ଧତି ଠିକ୍‌ ଥିଲା। ପୂର୍ବ ପଦ୍ଧତିରେ ଛାତ୍ରୀଛାତ୍ର ଚାପମୁକ୍ତ ରହୁଥିଲେ। ପରୀକ୍ଷା ପ୍ରସ୍ତୁତି ପାଇଁ ସୁବିଧା ଥିଲା। ତେଣୁ ଶିକ୍ଷା ଭଳି ଏକ ସମ୍ବେଦନଶୀଳ ବିଭାଗ ତରବରିଆ ଭାବେ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରିବା ଉଚିତ୍‌ ନ ଥିଲା। ଯଦି ପରିବର୍ତ୍ତନ ଜରୁରୀ ଥିଲା, ଆମେ ନବମ ଶ୍ରେଣୀରେ ପଢିବା ସମୟରୁ ଏପରି ପଦକ୍ଷେପ ନେବାର ଥିଲା।
-ସୁଚୀସ୍ମିତାରାଣୀ ଓତା, ଦଶମ ଶ୍ରେଣୀ, ବୀରମହାରାଜପୁର ସରକାରୀ ବାଳିକା ହାଇସ୍କୁଲ

ପରୀକ୍ଷା ଢାଞ୍ଚା ଦେଖି ପରିଶ୍ରମ କରିବାକୁ ପଡିବ
ନୂତନ ପରୀକ୍ଷା ପଦ୍ଧତିରେ ସମ୍ମେଟିଭ ପରୀକ୍ଷା ବ୍ୟବସ୍ଥା ଉଠିଯାଇଛି। ସମ୍ମେଟିଭ ବ୍ୟବସ୍ଥାରେ ପାଠପଢା ଟିକିଏ ସହଜ ଥିଲା। ବର୍ତ୍ତମାନ ଲାଗୁ ହୋଇଥିବା ଏକକ ବାର୍ଷିକ ପରୀକ୍ଷା ବ୍ୟବସ୍ଥା ଅପେକ୍ଷାକୃତ କଷ୍ଟସାଧ୍ୟ। ତେଣୁ ତାକୁ ଲକ୍ଷ୍ୟ କରି ପରିଶ୍ରମ କରିବାକୁ ପଡିବ।
-ଅଞ୍ଜଳୀ ସାହୁ, ଦଶମ ଶ୍ରେଣୀ,କେନଝିରିଆପାଲି ହାଇସ୍କୁଲ

ପରିବର୍ତ୍ତନର ଆବଶ୍ୟକ ନ ଥିଲା
ପୂର୍ବ ପରୀକ୍ଷା ଢାଞ୍ଚାରେ ପିଲା ଭଲ କରୁଥିଲେ। ଏହା ଛାତ୍ରୀଛାତ୍ରଙ୍କ ପାଇଁ ସୁବିଧା ଓ ସହଜ ଥିଲା। ପିଲାଏ ଆଗ୍ରହର ସହିତ ପଢୁଥିଲେ। ନିଜ ନିଜ ମଧ୍ୟରେ ପରୀକ୍ଷାରେ ପ୍ରସ୍ତୁତି ପାଇଁ ପାଠପଢାରେ ପ୍ରତିଦ୍ବନ୍ଦିତା ରହୁଥିଲା। ତେଣୁ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନର ଆବଶ୍ୟକ ନ ଥିଲା।
-ପରିଣିତା ଦାଶ, ଦଶମ ଶ୍ରେଣୀ,ସୁବଳୟା ହାଇସ୍କୁଲ

ସଂସ୍କାର ଆଣିବା ପାଇଁ ପରିବର୍ତ୍ତନ ଲୋଡ଼ା
ପରୀକ୍ଷାରେ ସଂସ୍କାର ଆଣିବା ପାଇଁ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନର ଆବଶ୍ୟକ ରହିଛି। ପରୀକ୍ଷାକୁ ନେଇ ଅନେକ ଛାତ୍ରୀଛାତ୍ର ଚାପରେ ରହନ୍ତି। କେତେକ ଏଥିରେ ବିଫଳ ହେଲେ ଆତ୍ମହତ୍ୟା କରିବା ଭଳି ପଦକ୍ଷେପ ନେବାର ନଜିର ରହିଛି। ପୂର୍ବ ପରୀକ୍ଷା ଢାଞ୍ଚା ପିଲାଙ୍କ ପାଇଁ ଏକ ପ୍ରକାର ସରଳ ଓ ସୁବିଧା ଥିଲା। ତରବର ଭାବେ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ନ କରି ଛାତ୍ରୀଛାତ୍ର, ଶିକ୍ଷାବିତ୍‌ ଓ ଅଭିଭାବକମାନଙ୍କ ମତାମତ ନେଇ ଆଲୋଚନା ପରେ ନିଷ୍ପତ୍ତି ନେବାର ଆବଶ୍ୟକ ଥିଲା।
-ବିଷ୍ଣୁ ଚରଣ ଧଳ, ଶିକ୍ଷାବିତ୍‌, ଅମରପାଲି

ପିଲାଙ୍କ ଜ୍ଞାନର ବିକାଶ ହେବ
ପରୀକ୍ଷା ଢାଞ୍ଚାରେ ସୁଧାର ଆଣିବା ପାଇଁ ପରିବର୍ତ୍ତନ କରାଯାଉଛି। ନୂତନ ଢାଞ୍ଚାରେ ପିଲାଏ ଏକାବେଳେ ବର୍ଷକର ପାଠ ପଢି ପରୀକ୍ଷା ଦେବେ। ଏହାଦ୍ବାରା ପିଲାଙ୍କ ବୌଦ୍ଧିକ ବିକାଶ ହେବ। ଶିକ୍ଷା ବିଭାଗ ଶିକ୍ଷାର ମାନ ବୃଦ୍ଧି ସହିତ ପିଲାଙ୍କ ଜ୍ଞାନର ବିକାଶ ପାଇଁ ନେଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ। ପିଲାଏ ନୂତନ ଢାଞ୍ଚାକୁ ଦେଖି ଭଲରେ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ।
-ଶାନ୍ତନୁ କୁମାର କୁମ୍ଭକାର, ବିଇଓ,ବୀରମହାରାଜପୁର

 

ରିପୋର୍ଟ: ପୀତାମ୍ବର ସାହୁ, ଅମରପାଲି


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

ପଦ୍ମନାଭପୁର ହାଇସ୍କୁଲର ବାର୍ଷିକୋତ୍ସବ: ନିଜର ଭବିଷ୍ୟତ ପାଇଁ କଠିନ ପରିଶ୍ରମ କରିବାକୁ…

ଦିଗପହଣ୍ଡି,୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟତ୍ରୀ ବିଦ୍ୟୁତଲତା ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri