Posted inଖେଳ

ଜିତିଲା ଟିମ୍‌ ଇଣ୍ଡିଆ; ଚମକିଲେ ପଦାର୍ପଣକାରୀ ଖେଳାଳି

ପୁଣେ,୨୩।୩: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ବିଜୟ ସହ ଦିନିକିଆ ସିରିଜ୍‌ ଆରମ୍ଭ କରିଛି। ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ କ୍ରିକେଟରେ ଖେଳାଯାଇଥିବା ପ୍ରଥମ ଦିନିକିଆକୁ ୬୬ ରନ୍‌ରେ ଜିତି ନେଇଛି ଭାରତୀୟ ଦଳ। ଏଥି ସହିତ ଘରୋଇ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ର ଅଗ୍ରଣୀ ହାସଲ କରିଛି । ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା ଟିମ୍‌ ଇଣ୍ଡିଆ ପକ୍ଷରୁ ପଦାର୍ପଣ କରିଥିବା ଦୁଇ ଖେଳାଳିଙ୍କ ଚମକ। ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ରେକର୍ଡ ଭଙ୍ଗକାରୀ ଅର୍ଦ୍ଧଶତକ ସହ ଗୋଟିଏ ଉଇକେଟ ନେଇଥିଲେ। ଆଉ ପ୍ରସିଦ୍ଧ କ୍ରିଷ୍ଣା ହାତେଇଥିଲେ ସର୍ବାଧିକ ୪ ଉଇକେଟ।

ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆକୁ ୬୪ ରନ୍‌ ଆରମ୍ଭ ଦେଇଥିଲା ରୋହିତ ଶର୍ମା ଓ ଶିଖର ଧାଓ୍ବନଙ୍କ ଓପନିଂ ଯୋଡ଼ି। ରୋହିତ (୨୮) ଆଉଟ୍‌ ହେବା ପରେ ଧାଓ୍ବନ ଓ କୋହଲି ଦ୍ୱିତୀୟ ଉଇକେଟ ପାଇଁ ଯୋଡ଼ିଥିଲେ ୧୦୫ ରନ୍‌। କୋହଲି(୫୬) ଅର୍ଦ୍ଧଶତକ ପୂରଣ କରି ଆଉଟ୍‌ ହୋଇଥିବାବେଳେ ଦୁର୍ଭାଗ୍ୟବଶତଃ ଧାଓ୍ବନ (୯୮) ଅଳ୍ପକେ ହାତଛଡ଼ା କରିଥିଲେ ଶତକ। ଏହାପରେ ପଦାର୍ପଣକାରୀ କ୍ରୁନାଲ (୫୮*) ଓ ଲୋକେଶ ରାହୁଲ (୬୨*) ୬ଷ୍ଠ ଉଇକେଟ ବିସ୍ଫୋରକ ୧୧୨ ରନ୍‌ କରିଥିଲେ। ଫଳରେ ଟିମ୍‌ ଇଣ୍ଡିଆ ଧାର୍ଯ୍ୟ ୫୦ ଓଭରରେ ୫ ଉଇକେଟ ହରାଇ ୩୧୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଜବାବରେ ଇଂଲଣ୍ଡକୁ ବିସ୍ଫୋରକ ଆରମ୍ଭ ଦେଇଥିଲେ ଜନ୍ନି ବେଆରଷ୍ଟୋ ଓ ଜାସନ ରୟ। ଦୁହେଁ ମାତ୍ର ୧୪ ଓଭରରେ ୧୩୫ ରନ୍‌ କରିଥିଲେ। ଲାଗୁଥିବା ଟିମ୍‌ ଇଣ୍ଡିଆ ପକ୍ଷରୁ ଧାର୍ଯ୍ୟ ଟାର୍ଗେଟ ଇଂଲଣ୍ଡର ବ୍ୟାଟ୍ସମ୍ୟାନଙ୍କ ଆଗରେ କମ୍‌ ପଡ଼ିବ। ମାତ୍ର ଏହି ଯୋଡ଼ି ଭାଙ୍ଗିବା ପରେ ଭାରତୀୟ ବୋଲରଙ୍କ ସମ୍ମୁଖରେ ଛିଡ଼ା ହୋଇ ପାରି ନ ଥିଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ। ଫଳରେ ୪୨.୧ ଓଭରରେ ୨୫୧ ରନ୍‌ରେ ସୀମିତ ରହିଥିଲା ଇଂଲଣ୍ଡ ଦଳ। ବେଆରଷ୍ଟୋ ୯୪, ଜାସନ ରୟ ୪୬ ଓ ମୋଏନ ଅଲି ୩୦ ରନ୍‌ କରିଥିଲେ। ପ୍ରସିଦ୍ଧ ସର୍ବାଧିକ ୪ ଉଇକେଟ ନେଇଥିବାବେଳେ ଶାର୍ଦ୍ଦୁଳ ଠାକୁର ୩ ଓ ଭୁବନେଶ୍ୱର କୁମାର ୨ ସଫଳତା ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଭୟଙ୍କର ଦୁର୍ଘଟଣା: ୨୭୦ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା, ଏବେ ବି ଜାରିରହିଛି…

ଆଙ୍କରା,୩୦ା୮: ଉତ୍ତର ସାଇପ୍ରସ ଉପକୂଳରେ ଏକ ଭୟଙ୍କର ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ ଉତ୍ତର ସାଇପ୍ରସର କାଇରେନିଆ ବନ୍ଦରରୁ ତୁର୍କୀର ମର୍ସିନ ପ୍ରଦେଶସ୍ଥିତ ତାସୁକୁ…

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

ଲଘୁଚାପ ଆଣିଲା ଆଶଙ୍କା: ପୁଣି ଭୟଙ୍କର ବର୍ଷା, ଏହି ୩ ଜିଲାକୁ ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ…

ଭୁବନେଶ୍ୱର,୩୦ା୮: ବଙ୍ଗୋପସାଗରରେ ସୃଷ୍ଟି ସକ୍ରିୟ ଲଘୁଚାପ ବଳୟ ପ୍ରଭାବରେ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ବର୍ଷାର ତାଣ୍ଡବ। ଅବିଶ୍ରାନ୍ତ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ସ୍ଥିତି ସମ୍ପୂର୍ଣ୍ଣ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri