ଡେବ୍ୟୁ ଫିଲ୍ମରୁ ହୋଇଥିଲେ ବ୍ଲକ୍‌ବଷ୍ଟର, ଏବେ ମିଳୁନି ଦେଖା

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରତିଦିନ ନୂଆ ନୂଆ ଚେହେରା ଦେଖିବାକୁ ମିଳେ। ଏହି ଚେହେରାଗୁଡ଼ିକ ମଧ୍ୟରୁ କିଛି ଅଭିନେତ୍ରୀ ଅଭିନେତା ଦୀର୍ଘ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ରାଜ୍‌ କରିଥାନ୍ତି। ଆଉ କିଛି କଳାକାରଙ୍କର ଗୋଟିଏ ଦୁଇଟି ଫିଲ୍ମ ପରେ ଆଉ ଦେଖା ମିଳେନି। ଆଜି ଏମିତି ଜଣେ ବଲିଉଡ୍‌ ଅଭିନେତ୍ରୀଙ୍କ ବିଷୟରେ କହିବୁ, ଯିଏ କି ଡେବ୍ୟୁ ଫିଲ୍ମରୁ ହିଁ ବ୍ଲକବଷ୍ଟର ହୋଇଥିଲେ। ଏହି ଅଭିନେତ୍ରୀ ଏବେ ଲାଇମ୍‌ଲାଇଟ୍‌ରୁ ଦୂରରେ ଅଛନ୍ତି।

ଏହି ଅଭିନେତ୍ରୀଙ୍କ ନାଁ ଆସୀନ। ସେ ବଲିଉଡ୍‌ରେ ପାଦ ଦେବା ପୂର୍ବରୁ ତାମିଲ ଏବଂ ତେଲୁଗୁ ଫିଲ୍ମରେ ବେଶ୍‌ ସଫଳତା ହାସଲ କରିଥିଲେ। ଏହି ଅଭିନେତ୍ରୀ ୨୦୦୮ରେ ଅମୀର ଖାନଙ୍କ ସହ ବିପକ୍ଷରେ ‘ଗଜ୍‌ନୀ’ ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ପ୍ରଥମ ବଲିଉଡ୍‌ ଫିଲ୍ମରେ ହିଁ ଅସୀନ ତାଙ୍କ ଅଭିନୟ ସହିତ ସମସ୍ତଙ୍କ ହୃଦୟ ଜିତିଥିଲେ। ‘ଗଜ୍‌ନୀ’ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଥିଲା। ଏହି ଫିଲ୍ମ ସେତେବେଳେ ୧୦୦ କୋଟି ଟଙ୍କା ବ୍ୟବସାୟ କରିଥିଲା।

‘ଗଜ୍‌ନୀ’ର ଅଦ୍ଭୁତପୂର୍ବ ସଫଳତା ସହିତ ଆସୀନ ରାତାରାତି ଷ୍ଟାର୍‌ ପାଲଟି ଯାଇଥିଲେ। ଏହି ଅଭିନେତ୍ରୀଙ୍କ ପାଖରେ ହିନ୍ଦୀ ଫିଲ୍ମ ପାଇଁ ଏକ ଅଫର ଥିଲା। ଏହା ପରେ ସେ ବହୁ ବଲିଉଡ୍‌ ଅଭିନେତାଙ୍କ ସହ କାମ କରିଥିଲେ। ଅମୀରଙ୍କ ପରେ ସେ ସଲମାନ ଖାନ, ଅକ୍ଷୟ କୁମାର ଏବଂ ଅଭିଷେକ ବଚ୍ଚନଙ୍କ ପରି ଅଭିନେତାଙ୍କ ସହ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି।

ଆସୀନ ମାତ୍ର ୧୫ ବର୍ଷ ବୟସରେ ଫିଲ୍ମ ଜଗତରେ ପାଦ ଦେଇଥିଲେ। କେରଳର ଏହି ଅଭିନେତ୍ରୀ ମାଲାୟାଲମ ଫିଲ୍ମରୁ ନିଜ କ୍ୟାରିୟର୍‌ ଆରମ୍ଭ କରିଥିଲେ। ବଲିଉଡ୍‌କୁ ଆସିବା ପୂର୍ବରୁ ଆସୀନ ସାଉଥ ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାଁ ପାଲଟିଥିଲେ। ୨୧୦୬ରେ ସେ ମାଇକୋମାକ୍ସ ସହ ପ୍ରତିଷ୍ଠାତା ରାହୁଲ ଶର୍ମାଙ୍କୁ ବିବାହ କରିଥିଲେ। ଏହା ପରଠୁ ତାଙ୍କୁ ଆଉ କୌଣସି ଫିଲ୍ମରେ ଦେଖିବାକୁ ମିଳିନାହିଁ। ପାରିବାରିକ ଜୀବନରେ ବ୍ୟସ୍ତ ରହି ସବୁଦିନ ପାଇଁ ସେ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri