Posted inଖେଳ

ଫୁଟବଲ ରେଫରି ଶିବପ୍ରସାଦଙ୍କ ପରଲୋକ

ଭୁବନେଶ୍ୱର(ସ୍ପୋଟର୍‌ସ ବ୍ୟୁରୋ)/କଟକ ଅଫିସ,୨୫ା୯:
ସୁନାମଧନ୍ୟ ଜାତୀୟ ସ୍ତରୀୟ ଫୁଟବଲ ରେଫରି, ପୂର୍ବତନ ଖେଳାଳି ତଥା ଇଷ୍ଟକୋଷ୍ଟ ରେଲୱେ ଦଳର କୋଚ୍‌ ଶିବପ୍ରସାଦ ଦାସଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ବର୍ଷ ବୟସ ହୋଇଥିଲା। ଫୁଟବଲ ସହିତ ତାଙ୍କର ସମ୍ପୂର୍ଣ୍ଣ ପରିବାର ନିବିଡ଼ ଭାବେ ଜଡ଼ିତ। ପିତା ଭଗବାନ ପ୍ରସାଦ ଦାସ ମଧ୍ୟ ଜଣେ ରେଫରି ଥିଲେ। ଏହାଛଡ଼ା ଶିବପ୍ରସାଦଙ୍କ ପୁଅ ଦିଗବିଜୟ ଦାସ ଏବେ ରେଫରି ଦାୟିତ୍ୱ ତୁଲାଉଛନ୍ତି। ରାଜ୍ୟ ଫୁଟବଲ କ୍ରୀଡ଼ା ଜଣେ ଦକ୍ଷ କୋଚ୍‌ ଓ ସଙ୍ଗଠକଙ୍କୁ ହରାଇଲା ବୋଲି ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ)ର ସମ୍ପାଦକ ଆଶୀର୍ବାଦ ବେହେରା କହିଛନ୍ତି। ଫାଓ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି ।
ଶିବପ୍ରସାଦଙ୍କ ଅକାଳ ବିୟୋଗରେ ୟୁନିଟ-୬ ଆଥଲେଟିକ ଆସୋସିଏଶନ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି। ଆସୋସିଏଶନ ସଭାପତି ତପନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ଜରୁରୀ ବୈଠକରେ ସମ୍ପାଦକ ଦିଲୀପ ଦାସ ଶିବପ୍ରସାଦଙ୍କ ସ୍ମୃତି ଚାରଣ କରି ଆସୋସିଏଶନର ଫୁଟବଲ ପ୍ରଚାର ପ୍ରସାର ଅନ୍ତର୍ଗତ ପ୍ରତିଟି କାର୍ଯ୍ୟକ୍ରମରେ ଜଡିତ ରହୁଥିଲେ ବୋଲି କହିଥିଲେ। ଉପସଭାପତି ପ୍ରଫୁଲ ମିଶ୍ର ଟାଟା-ଉତ୍କଳିକା ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଆରମ୍ଭ ବେଳେ ଶିବଙ୍କ ସୁନ୍ଦର ମ୍ୟାଚ ପରିଚାଳନା କଥା ମନେ ପକାଇ ତାଙ୍କ ମୃତ୍ୟୁରେ ଦୁଃଖପ୍ରକାଶ କରିଥିଲେ l ଅନ୍ୟତମ ଉପସଭାପତି ନବରଞ୍ଜନ ପଟ୍ଟନାୟକ ଶିବଙ୍କୁ ଜଣେ ଦକ୍ଷ ସଂଗଠକ ବୋଲି କହିଥିଲେ l ବରିଷ୍ଠ ଉପସଭାପତି ଅକ୍ଷୟ ଦାସ ଶିବଙ୍କ ବିୟୋଗ ଦ୍ୱାରା ଓଡିଶା ଫୁଟବଲରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି କହିଥିଲେ। ସଭାପତି ତପନ ମହାନ୍ତି ଶିବଙ୍କ ଅକାଳ ମୃତ୍ୟୁ ଯୋଗୁ ଓଡିଶା ଫୁଟବଲ ତଥା ୟୁନିଟ-୬ ଆଥଲେଟିକ ଆସୋସିଏଶନର ଅପୂରଣୀୟ କ୍ଷତି ହେଲା କହିଥିଲେ l ଶିବପ୍ରସାଦଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା ସହିତ ଦିବଂଗତ ପରିବାରକୁ ଆସୋସିଏଶନ ପକ୍ଷରୁ ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା। କାଯ୍ୟକାରୀ ସଭ୍ୟ ଗିରିଜା ଦାସ, ପ୍ରଦୀପ ଦାସ, ଚିତ୍ତରଞ୍ଜନ ପାତ୍ର ଓ ମହେଶ୍ୱର ସିଂ ଉପସ୍ଥିତ ରହି ଦାସଙ୍କ ସ୍ମୃତିଚାରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

T20 ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ: ମ୍ୟାଚ୍‌ ଜିତି ମଧ୍ୟ ସେମିଫାଇନାଲରୁ ବାହାର, ଏମିତି ବିଗିଡ଼ି ଗଲା…

ନୂଆଦିଲ୍ଲୀ,୨୮।୨: ପାକିସ୍ତାନ କ୍ରିକେଟ ଦଳ ପାଇଁ ଟି-୨୦ ବିଶ୍ୱକପ ୨୦୨୬ର ଯାତ୍ରା ଶେଷ ହୋଇଛି। ସୁପର-୮ ର ନିଜର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

SL vs PAK: ସବୁଠୁ ବଡ଼ ମ୍ୟାଚ୍‌ରୁ ବାବରଙ୍କୁ ବାଦ ଦେଲା ପାକିସ୍ତାନ, ସେମିଫାଇନାଲ ଖେଳିବା ପାଇଁ ଦଳର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୨: ଟି-୨୦ ବିଶ୍ୱକପ ୨୦୨୬ର ସେମିଫାଇନାଲ ଦୌଡ଼ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗ୍ରୁପ-୨ରୁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରୁ କିଏ ଶେଷ୍ଠ ୪ରେ ସ୍ଥାନ ପାଇବ,…

ଭାରତ-ପାକିସ୍ତାନ ମଧ୍ୟରେ ହେବ T20 World Cup 2026 ଫାଇନାଲ? ଜାଣନ୍ତୁ ସମ୍ପୂର୍ଣ୍ଣ ଗଣିତ

ନୂଆଦିଲ୍ଲୀ,୨୮।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ନେଇ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ଏହି ଦୁଇ ଦଳ ୨୦୨୬ ଟି୨୦ ବିଶ୍ୱକପର ଗ୍ରୁପ…

ଟି-୨୦ ବିଶ୍ୱକପ୍‌ରୁ ବିଦା ହୋଇଯିବ ପାକିସ୍ତାନ! କେବଳ ବିଜୟ ନୁହେଁ…

ନୂଆଦିଲ୍ଲୀ,୨୮।୨: ୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ ପାଇଁ ପ୍ରତିଯୋଗିତା ବହୁତ ରୋମାଞ୍ଚକର ହୋଇଗଲାଣି। ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ସହିତ ଇଂଲଣ୍ଡ ଗ୍ରୁପ ୨ରେ ଶୀର୍ଷ ସ୍ଥାନ ପକ୍କା…

କୋହଲିଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ରଶ୍ମିକା ମନ୍ଦାନା, ଫ୍ୟାନ ଫଲୋଇଙ୍ଗରେ ପଛରେ ପକାଇଲେ…

ମୁମ୍ୱାଇ: ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ବିବାହ କରିଛନ୍ତି। ଫେବୃଆରୀ ୨୬ ତାରିଖରେ ଏହି ଦମ୍ପତି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ, ଏବଂ ପ୍ରଥମ ବିବାହ…

ଭାରତ ଯଦି ସେମିଫାଇନାଲ୍‌ରେ ପହଞ୍ଚେ, ଏହି ଟିମ୍‌ ସହ ହେବ ମୁକାବିଲା

ନୂଆଦିଲ୍ଲୀ,୨୮।୨: ୨୦୨୬ ଟି୨୦ ବିଶ୍ୱକପ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦକ୍ଷିଣ ଆଫ୍ରିକା ସୁପର ୮ ପର୍ଯ୍ୟାୟର ଗ୍ରୁପ ୧ରୁ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିସାରିଛି। ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri