Posted inଖେଳ

ଫୁଟବଲ ରେଫରି ଶିବପ୍ରସାଦଙ୍କ ପରଲୋକ

ଭୁବନେଶ୍ୱର(ସ୍ପୋଟର୍‌ସ ବ୍ୟୁରୋ)/କଟକ ଅଫିସ,୨୫ା୯:
ସୁନାମଧନ୍ୟ ଜାତୀୟ ସ୍ତରୀୟ ଫୁଟବଲ ରେଫରି, ପୂର୍ବତନ ଖେଳାଳି ତଥା ଇଷ୍ଟକୋଷ୍ଟ ରେଲୱେ ଦଳର କୋଚ୍‌ ଶିବପ୍ରସାଦ ଦାସଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ବର୍ଷ ବୟସ ହୋଇଥିଲା। ଫୁଟବଲ ସହିତ ତାଙ୍କର ସମ୍ପୂର୍ଣ୍ଣ ପରିବାର ନିବିଡ଼ ଭାବେ ଜଡ଼ିତ। ପିତା ଭଗବାନ ପ୍ରସାଦ ଦାସ ମଧ୍ୟ ଜଣେ ରେଫରି ଥିଲେ। ଏହାଛଡ଼ା ଶିବପ୍ରସାଦଙ୍କ ପୁଅ ଦିଗବିଜୟ ଦାସ ଏବେ ରେଫରି ଦାୟିତ୍ୱ ତୁଲାଉଛନ୍ତି। ରାଜ୍ୟ ଫୁଟବଲ କ୍ରୀଡ଼ା ଜଣେ ଦକ୍ଷ କୋଚ୍‌ ଓ ସଙ୍ଗଠକଙ୍କୁ ହରାଇଲା ବୋଲି ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ)ର ସମ୍ପାଦକ ଆଶୀର୍ବାଦ ବେହେରା କହିଛନ୍ତି। ଫାଓ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି ।
ଶିବପ୍ରସାଦଙ୍କ ଅକାଳ ବିୟୋଗରେ ୟୁନିଟ-୬ ଆଥଲେଟିକ ଆସୋସିଏଶନ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି। ଆସୋସିଏଶନ ସଭାପତି ତପନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ଜରୁରୀ ବୈଠକରେ ସମ୍ପାଦକ ଦିଲୀପ ଦାସ ଶିବପ୍ରସାଦଙ୍କ ସ୍ମୃତି ଚାରଣ କରି ଆସୋସିଏଶନର ଫୁଟବଲ ପ୍ରଚାର ପ୍ରସାର ଅନ୍ତର୍ଗତ ପ୍ରତିଟି କାର୍ଯ୍ୟକ୍ରମରେ ଜଡିତ ରହୁଥିଲେ ବୋଲି କହିଥିଲେ। ଉପସଭାପତି ପ୍ରଫୁଲ ମିଶ୍ର ଟାଟା-ଉତ୍କଳିକା ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଆରମ୍ଭ ବେଳେ ଶିବଙ୍କ ସୁନ୍ଦର ମ୍ୟାଚ ପରିଚାଳନା କଥା ମନେ ପକାଇ ତାଙ୍କ ମୃତ୍ୟୁରେ ଦୁଃଖପ୍ରକାଶ କରିଥିଲେ l ଅନ୍ୟତମ ଉପସଭାପତି ନବରଞ୍ଜନ ପଟ୍ଟନାୟକ ଶିବଙ୍କୁ ଜଣେ ଦକ୍ଷ ସଂଗଠକ ବୋଲି କହିଥିଲେ l ବରିଷ୍ଠ ଉପସଭାପତି ଅକ୍ଷୟ ଦାସ ଶିବଙ୍କ ବିୟୋଗ ଦ୍ୱାରା ଓଡିଶା ଫୁଟବଲରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି କହିଥିଲେ। ସଭାପତି ତପନ ମହାନ୍ତି ଶିବଙ୍କ ଅକାଳ ମୃତ୍ୟୁ ଯୋଗୁ ଓଡିଶା ଫୁଟବଲ ତଥା ୟୁନିଟ-୬ ଆଥଲେଟିକ ଆସୋସିଏଶନର ଅପୂରଣୀୟ କ୍ଷତି ହେଲା କହିଥିଲେ l ଶିବପ୍ରସାଦଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା ସହିତ ଦିବଂଗତ ପରିବାରକୁ ଆସୋସିଏଶନ ପକ୍ଷରୁ ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା। କାଯ୍ୟକାରୀ ସଭ୍ୟ ଗିରିଜା ଦାସ, ପ୍ରଦୀପ ଦାସ, ଚିତ୍ତରଞ୍ଜନ ପାତ୍ର ଓ ମହେଶ୍ୱର ସିଂ ଉପସ୍ଥିତ ରହି ଦାସଙ୍କ ସ୍ମୃତିଚାରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri