କୁସଂସ୍କାର ବିରୋଧରେ ଲଢେଇ କରି ଚର୍ଚ୍ଚାକୁ ଆସିଥିବା ମହିଳାଙ୍କ ଦେହାନ୍ତ: ଖେଳିଗଲା ଶୋକର ଛାୟା

ଦାରିଙ୍ଗବାଡି, ୨୬।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାସିଙ୍ଗବାଡି ଗ୍ରାମର ବସ୍ତିନା ସିଂଙ୍କ ମଙ୍ଗଳବାର ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି। ସେ ହୃଦଘାତରେ ମୃତ୍ୟୁବରଣ କରିଥିବା ତାଙ୍କ ପୁଅ ସଦାନନ୍ଦ କହିଛନ୍ତି। ସେ ରବିବାର ହଠାତ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ଦାରିଙ୍ଗବାଡି ପରେ ଅଧିକା ଚିକିତ୍ସା ପାଇଁ ବ୍ରହ୍ମପୁର ଓ ଶେଷରେ ଭୁବନେଶ୍ୱର ନିଆଯାଇଥିଲା ତାଙ୍କ ଛାତିରେ କଫ ଜମିଥିଲା ଓ ପରେ ସେ ଅଧିକା ଅସୁସ୍ଥ ହୋଇପଡ଼ିଥିଲେ।

ସୂଚନାଯୋଗ୍ୟ ଯେ, ସେ ପ୍ରଥମେ ୯୦ ଦଶକରେ କୁସଂସ୍କାର ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ। ଅଞ୍ଚଳରେ ସଚେତନ ଅଭାବ ଯୋଗୁ ଅନେକ ଘରେ ପୁରୁଷମାନେ ମଦ ପିଇ ମହିଳାଙ୍କୁ ନିର୍ଯାତନା ଦେବା ସହ ପରିବାରର ଆର୍ଥିକ ମାନଦଣ୍ଡ ଭୁଶୁଡି ପଡୁଥିଲା। ସେହିପରି ଘରେ ଥିବା ପିଲାଙ୍କୁ ସ୍କୁଲ ପଠାଉ ନ ଥିଲେ। କମ ବୟସରୁ କିଶୋରୀକିଶୋରଙ୍କୁ ବିବାହ କରାଇ ଦେଉଥିଲେ। ଏସବୁକୁ ବାସ୍ତିନା ଦେଖି ସହି ପାରୁ ନ ଥିଲେ। ସେ ଭୋଗିଥିବା କଷ୍ଟ ଯେମିତି ଆଉ କେହି ନ ଭୋଗନ୍ତୁ, ସେଥିପାଇଁ ସେ ସମାଜ ସେବା ଆରମ୍ଭ କରିବା ସହ କୁସଂସ୍କାର ଦୂର କରିବାକୁ ଅଣ୍ଟା ଭିଡ଼ିଲେ। ସେ ସେତେବେଳେ କହୁଥିଲେ ଯେ, ସେହି ସମୟରେ ସଚେତନର ଅଭାବ ଯୋଗୁ ପରିବାର ଲୋକ ତାଙ୍କୁ ଅତି କମ ୧୬ ବର୍ଷ ବୟସରେ ବିବାହ କରିଦେଇଥିଲେ। ସେ ପରିସ୍ଥିତିରେ ପଡି ଗୃହିଣୀ ଭାବରେ ନିଜର ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିଲେ। ହେଲେ ସେ ଯେଉଁ ଭଳି ନାବାଳିକା ଅବସ୍ଥାରେ ବିବାହ କରିଥିଲେ ଓ ଏଥିପାଇଁ ସେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଆନ୍ଦୋଳନ ଆରମ୍ଭ କରି ପରେ ଅଞ୍ଚଳରେ ମହିଳା ନେତ୍ରୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ଏବଂ ଦେଶୀ ମଦ ବିକ୍ରିର କେନ୍ଦ୍ରବିନ୍ଦୁ ନିଜ ଗାଁ ଦସିଙ୍ଗବାଡି ଗ୍ରାମର ମହିଳାମାନଙ୍କୁ ସଂଗଠିତ କରିଥିଲେ। ଆନ୍ଦୋଳନ ତୀବ୍ର କରିଥିଲେ। ଏଥିପାଇଁ ତାଙ୍କୁ ନିଜ ସମ୍ପ୍ରଦାୟର ଲୋକଙ୍କ ସହ ବିରୋଧର ସାମ୍ନା କରିବାକୁ ପଡିଥିଲା। ବିରୋଧ ସତ୍ତ୍ୱେ ସେ ଡାସିଙ୍ଗବାଡି ପଞ୍ଚାୟତକୁ ଏକ ମଦମୁକ୍ତ ଗ୍ରାମ ପଞ୍ଚାୟତ କରିବା ପାଇଁ ଆଗକୁ ଅଣ୍ଟା ଭିଡି ସଫଳ ହୋଇଥିଲେ।

୧୯୯୫ରେ ମଦମୁକ୍ତ ଗ୍ରାମ ପଞ୍ଚାୟତ ଭାବରେ ଦାସିଙ୍ଗବାଡିକୁ ଗାନ୍ଧୀ ପୁରସ୍କାର ମିଳିଥିଲା। ଏହି ଆନ୍ଦୋଳନ ପାଇଁ ବସ୍ତିନାଙ୍କୁ ତତ୍କାଳ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ବଡ଼ ସହଯୋଗ ମିଳିଥିଲା। ସେ ଓ ତାଙ୍କ ମହିଳା ଦଳ ବିଜୁବାବୁଙ୍କୁ ଭୁବନେଶ୍ୱର ଯାଇ ଭେଟି ଅଞ୍ଚଳର ମଦ କାରବାର ଓ ବାଲ୍ୟ ବିବାହ ରୋକିବା ପାଇଁ ନିବେଦନ କରିବାରୁ ବସ୍ତିନାଙ୍କ ସହ ଯାଇଥିବା ମୋଟ ୧୨ ଜଣ ମହିଳାଙ୍କୁ ବିଜୁବାବୁ ସ୍ବତନ୍ତ୍ର ପୋଲିସ ପାୱାର ପ୍ରଦାନ କରିଥିଲେ ଓ ୧୨ଟି ବିଜୁ ଠେଙ୍ଗା ଯୋଗାଇଦେଇଥିଲେ। ଯାହା କି ସେହି ସମୟରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ବସ୍ତିନାଙ୍କ ଏହି ସ୍ଥାନକୁ ଆଉ କିଏ ଯିବା ମୁସ୍କିଲ ତାଙ୍କ ବିୟୋଗରେ ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟଙ୍କ ସମେତ ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଛନ୍ତି। ଗୁରୁବାର ବସ୍ତିନାଙ୍କ ଶେଷକୃତ୍ୟ କରାଯିବ ବୋଲି ତାଙ୍କ ପୁଅ ସଦାନନ୍ଦ ସିଂ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri