କୁସଂସ୍କାର ବିରୋଧରେ ଲଢେଇ କରି ଚର୍ଚ୍ଚାକୁ ଆସିଥିବା ମହିଳାଙ୍କ ଦେହାନ୍ତ: ଖେଳିଗଲା ଶୋକର ଛାୟା

ଦାରିଙ୍ଗବାଡି, ୨୬।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାସିଙ୍ଗବାଡି ଗ୍ରାମର ବସ୍ତିନା ସିଂଙ୍କ ମଙ୍ଗଳବାର ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି। ସେ ହୃଦଘାତରେ ମୃତ୍ୟୁବରଣ କରିଥିବା ତାଙ୍କ ପୁଅ ସଦାନନ୍ଦ କହିଛନ୍ତି। ସେ ରବିବାର ହଠାତ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ଦାରିଙ୍ଗବାଡି ପରେ ଅଧିକା ଚିକିତ୍ସା ପାଇଁ ବ୍ରହ୍ମପୁର ଓ ଶେଷରେ ଭୁବନେଶ୍ୱର ନିଆଯାଇଥିଲା ତାଙ୍କ ଛାତିରେ କଫ ଜମିଥିଲା ଓ ପରେ ସେ ଅଧିକା ଅସୁସ୍ଥ ହୋଇପଡ଼ିଥିଲେ।

ସୂଚନାଯୋଗ୍ୟ ଯେ, ସେ ପ୍ରଥମେ ୯୦ ଦଶକରେ କୁସଂସ୍କାର ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ। ଅଞ୍ଚଳରେ ସଚେତନ ଅଭାବ ଯୋଗୁ ଅନେକ ଘରେ ପୁରୁଷମାନେ ମଦ ପିଇ ମହିଳାଙ୍କୁ ନିର୍ଯାତନା ଦେବା ସହ ପରିବାରର ଆର୍ଥିକ ମାନଦଣ୍ଡ ଭୁଶୁଡି ପଡୁଥିଲା। ସେହିପରି ଘରେ ଥିବା ପିଲାଙ୍କୁ ସ୍କୁଲ ପଠାଉ ନ ଥିଲେ। କମ ବୟସରୁ କିଶୋରୀକିଶୋରଙ୍କୁ ବିବାହ କରାଇ ଦେଉଥିଲେ। ଏସବୁକୁ ବାସ୍ତିନା ଦେଖି ସହି ପାରୁ ନ ଥିଲେ। ସେ ଭୋଗିଥିବା କଷ୍ଟ ଯେମିତି ଆଉ କେହି ନ ଭୋଗନ୍ତୁ, ସେଥିପାଇଁ ସେ ସମାଜ ସେବା ଆରମ୍ଭ କରିବା ସହ କୁସଂସ୍କାର ଦୂର କରିବାକୁ ଅଣ୍ଟା ଭିଡ଼ିଲେ। ସେ ସେତେବେଳେ କହୁଥିଲେ ଯେ, ସେହି ସମୟରେ ସଚେତନର ଅଭାବ ଯୋଗୁ ପରିବାର ଲୋକ ତାଙ୍କୁ ଅତି କମ ୧୬ ବର୍ଷ ବୟସରେ ବିବାହ କରିଦେଇଥିଲେ। ସେ ପରିସ୍ଥିତିରେ ପଡି ଗୃହିଣୀ ଭାବରେ ନିଜର ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିଲେ। ହେଲେ ସେ ଯେଉଁ ଭଳି ନାବାଳିକା ଅବସ୍ଥାରେ ବିବାହ କରିଥିଲେ ଓ ଏଥିପାଇଁ ସେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଆନ୍ଦୋଳନ ଆରମ୍ଭ କରି ପରେ ଅଞ୍ଚଳରେ ମହିଳା ନେତ୍ରୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ଏବଂ ଦେଶୀ ମଦ ବିକ୍ରିର କେନ୍ଦ୍ରବିନ୍ଦୁ ନିଜ ଗାଁ ଦସିଙ୍ଗବାଡି ଗ୍ରାମର ମହିଳାମାନଙ୍କୁ ସଂଗଠିତ କରିଥିଲେ। ଆନ୍ଦୋଳନ ତୀବ୍ର କରିଥିଲେ। ଏଥିପାଇଁ ତାଙ୍କୁ ନିଜ ସମ୍ପ୍ରଦାୟର ଲୋକଙ୍କ ସହ ବିରୋଧର ସାମ୍ନା କରିବାକୁ ପଡିଥିଲା। ବିରୋଧ ସତ୍ତ୍ୱେ ସେ ଡାସିଙ୍ଗବାଡି ପଞ୍ଚାୟତକୁ ଏକ ମଦମୁକ୍ତ ଗ୍ରାମ ପଞ୍ଚାୟତ କରିବା ପାଇଁ ଆଗକୁ ଅଣ୍ଟା ଭିଡି ସଫଳ ହୋଇଥିଲେ।

୧୯୯୫ରେ ମଦମୁକ୍ତ ଗ୍ରାମ ପଞ୍ଚାୟତ ଭାବରେ ଦାସିଙ୍ଗବାଡିକୁ ଗାନ୍ଧୀ ପୁରସ୍କାର ମିଳିଥିଲା। ଏହି ଆନ୍ଦୋଳନ ପାଇଁ ବସ୍ତିନାଙ୍କୁ ତତ୍କାଳ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ବଡ଼ ସହଯୋଗ ମିଳିଥିଲା। ସେ ଓ ତାଙ୍କ ମହିଳା ଦଳ ବିଜୁବାବୁଙ୍କୁ ଭୁବନେଶ୍ୱର ଯାଇ ଭେଟି ଅଞ୍ଚଳର ମଦ କାରବାର ଓ ବାଲ୍ୟ ବିବାହ ରୋକିବା ପାଇଁ ନିବେଦନ କରିବାରୁ ବସ୍ତିନାଙ୍କ ସହ ଯାଇଥିବା ମୋଟ ୧୨ ଜଣ ମହିଳାଙ୍କୁ ବିଜୁବାବୁ ସ୍ବତନ୍ତ୍ର ପୋଲିସ ପାୱାର ପ୍ରଦାନ କରିଥିଲେ ଓ ୧୨ଟି ବିଜୁ ଠେଙ୍ଗା ଯୋଗାଇଦେଇଥିଲେ। ଯାହା କି ସେହି ସମୟରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ବସ୍ତିନାଙ୍କ ଏହି ସ୍ଥାନକୁ ଆଉ କିଏ ଯିବା ମୁସ୍କିଲ ତାଙ୍କ ବିୟୋଗରେ ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟଙ୍କ ସମେତ ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଛନ୍ତି। ଗୁରୁବାର ବସ୍ତିନାଙ୍କ ଶେଷକୃତ୍ୟ କରାଯିବ ବୋଲି ତାଙ୍କ ପୁଅ ସଦାନନ୍ଦ ସିଂ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri