ଶିବଲିଙ୍ଗ ଉପରେ ପୂଜକଙ୍କ ମୃତଦେହ, ତା’ପରେ ଯାହା ଘଟିଲା…

ଜଗତ୍‌ସିଂହପୁର,୧୮ା୧(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଥାନା ପୁନଙ୍ଗସ୍ଥିତ ପୁନେଶ୍ୱର ମହାଦେବ ମନ୍ଦିରରେ ଶନିବାର ଅଭାବନୀୟ ଘଟଣା ଘଟିଛି। ମନ୍ଦିରର ପାତାଳଫୁଟା ଶିବଲିଙ୍ଗ ଉପରୁ ମନ୍ଦିର ପୂଜକ ଓମ୍‌ପ୍ରକାଶ ପଣ୍ଡା ଓରଫ ଶିବୁନା (୨୪)ଙ୍କ ମୃତଦେହ ମିଳିଛି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ। ଖବରପାଇ ଜଗତ୍‌ସିଂହପୁର ଥାନା ପୋଲିସ ମନ୍ଦିରରେ ପହଞ୍ଚତ୍ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ପୁନେଶ୍ୱର ମହାଦେବଙ୍କ ଅବସ୍ଥିତି ଯୋଗୁ ଉକ୍ତ ଗ୍ରାମର ନାମ ପୂର୍ଣ୍ଣଗ୍ରାମ ତଥା ପୁନଙ୍ଗ ବୋଲି କୁହାଯାଉଛି। ଏହାକୁ ପାତାଳଫୁଟା ଶିବ ମନ୍ଦିର ବୋଲି କୁହାଯାଏ। ଗର୍ଭଗୃହ ଅଥଳ ଜଳରେ ଶିବଲିଙ୍ଗ ବୁଡ଼ି ରହିଛନ୍ତି। କିନ୍ତୁ ତା’ଚାରିପଟେ ସିମେଣ୍ଟ ଚଟାଣ ରହିଛି। ଏହି ମନ୍ଦିର ପୂଜକ ହେଲେ ଦୁଇ ଭାଇ କେଶବ ଚରଣ ପଣ୍ଡା ଓ ଭଗବାନ ପଣ୍ଡା। ଭଗବାନ ଭୁବନେଶ୍ୱରରେ ରହୁଛନ୍ତି। ତେଣୁ କେଶବ ମନ୍ଦିର ପୂଜକ ଭାବେ ଦାୟିତ୍ୱ ତୁଲାଉଥିଲେ। ମନ୍ଦିର ଗୋଟେ ପଟେ ଥିବାବେଳେ ଗ୍ରାମ୍ୟ ରାସ୍ତାର ଆରପଟେ କେଶବଙ୍କ ଘର। ଅତୀତରେ କେଶବଙ୍କ ସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ନାନା କଥା ଉଠିଥିଲା। ପରେ କେଶବଙ୍କ ମୃତ୍ୟୁ ଘଟିଥିଲା। ଏ ପରିସ୍ଥିତିରେ ସେମାନଙ୍କର ଏକମାତ୍ର ପୁଅ ଶିବୁନା ମନ୍ଦିରର ପୂଜା ଦାୟିତ୍ୱ ସମ୍ଭାଳିଥିଲେ। ପ୍ରତିଦିନ ପରି ଶନିବାର ସକାଳୁ ସେ ମନ୍ଦିରରେ ପୂଜା କରିଥିଲେ। ଅପରାହ୍ନ ପ୍ରାୟ ୧ଟା ବେଳେ ମନ୍ଦିର ଭିତରେ ପୂଜକଙ୍କ ମୃତଦେହ ଭାସୁଥିବା ଶୁଣିବାକୁ ମିଳିଥିଲା। ଖବର ପ୍ରଚାରିତ ହେବା ପରେ ମନ୍ଦିର ପରିସର ଲୋକାରଣ୍ୟ ହୋଇଯାଇଥିଲା। ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଦେଖିଥିଲା ଯେ, ପୂଜକ ଶିବୁନାଙ୍କ ଗୋଡ ଭାସୁଥିବାବେଳେ ମୁଣ୍ଡ ପାଣିରେ ବୁଡ଼ି ରହିଛି। ଅପରପକ୍ଷେ ଶିବଲିଙ୍ଗ ଥିବା ଜଳରାଶି ରକ୍ତରଞ୍ଜିତ ହୋଇଯାଇଥିଲା। ଏହି ମୃତ୍ୟୁକୁ ନେଇ ଏବେ ନାନା କଥା ଆଲୋଚନା ଚାଲିଛି। କେତେଜଣ କହୁଛନ୍ତି, ଶିବୁନା ମନ୍ଦିର ଭିତରକୁ ଯାଇଥିବାବେଳେ କାନ୍ଥରେ ମୁଣ୍ଡ ପିଟି ହୋଇ ଶିବ ଲିଙ୍ଗ ଥିବା ଜଳ ରାଶିରେ ମୁହଁ ମାଡି ପଡିଯିବାରୁ ତାଙ୍କ ମୃତ୍ୟୁ ଘଟିଛି। ଅନ୍ୟ କେତେଜଣ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ତେବେ ଅଧିକାଂଶ ସମୟରେ ଶିବୁନା ନିଶାସକ୍ତ ଅବସ୍ଥାରେ ରହୁଥିବା ଶୁଣିବାକୁ ମିଳିଛି। ଅଧିକ ତଦନ୍ତ ପରେ ପୂଜକଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି।
ଅନ୍ୟପଟେ ଶିବୁନାଙ୍କ ଦାଦା ପୁଅ ଭାଇ ଆମେରିକାରେ ବୈଜ୍ଞାନିକ ଅଛନ୍ତି। ଗତ ୧୬ ତାରିଖରେ ବ୍ରହ୍ମପୁରରେ ତାଙ୍କର ବାହାଘର ହୋଇଥିଲା। ବୋହୂ ଓ ପୁଅ ଶନିବାର ଭୁବନେଶ୍ୱର ଫେରିଛନ୍ତି। ସେମାନେ ଭୁବନେଶ୍ୱରସ୍ଥିତ ଘର ଭିତରକୁ ପ୍ରବେଶ କରିବା ପୂର୍ୱରୁ ଶିବୁନାଙ୍କ ମୃତ୍ୟୁ ଖବର ପାଇଥିଲେ। ଏହା ଶୁଣିବା ପରେ ଦାଦା ଭଗବାନ ପଣ୍ଡା ଚେତାଶୂନ୍ୟ ହୋଇଯାଇଥିଲେ। ଏନେଇ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏକ ଶିବ ମନ୍ଦିରରେ ପୂଜକଙ୍କ ମୃତ୍ୟୁ ଖବର ହିନ୍ଦୁ ଧର୍ମାବଲମ୍ୱୀମାନଙ୍କୁ ଦୁଃଖ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସେକ୍ଟର-୬ ଆନନ୍ଦ ମାର୍ଗ ବସ୍ତିରେ ଗୋଷ୍ଠୀ ସଂଘର୍ଷ: ୭ ଆହତ, ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

ରାଉରକେଲା, ୪।୩(ସଂଗୀତା ଜେନା): ଆନନ୍ଦ ମାର୍ଗ ବସ୍ତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଏକ ସାମାନ୍ୟ ବିବାଦ ପରେ ବୁଧବାର ରାଉରକେଲାର ସେକ୍ଟର-୬ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।…

ବ୍ରିଜ ତଳକୁ ଖସିଲା ପିକଅପ୍‌: ୬ ଆହତ

ନନ୍ଦପୁର, ୫/୩(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଥାନା ଅଧୀନ କୁମାରଗନ୍ଧନା ପଞ୍ଚାୟତର ହଣ୍ଡାଲତୋଟା ନିକଟ ବ୍ରିଜ ତଳକୁ ଏକ ପିକଅପ ଗାଡ଼ି ଖସି ପଡ଼ିବାରୁ ୬ ଜଣ…

ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଆଖିବୁଜିଲେ ଶିବ

ଦିଗପହଣ୍ଡି,୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ପେଟ୍ରୋଲ ପମ୍ପ ସମ୍ମୁଖ ୧୭ନଂ ରାଜ୍ୟ ରାଜପଥରେ ବୁଧବାର ଅପରାହ୍ନରେ ସ୍କୁଟି (ନଂ. ଓଡ଼ି୦୭ ବିଏ…

ଖରସ୍ରୋତା ନଦୀରେ ଗାଧୋଉଥିଲେ ଶୁଭ ସଂକଳ୍ପ: ହଠାତ୍‌ ବୁଡ଼ିଗଲେ, ତା’ପରେ…

ଆଳି, ୪/୩(ବନମାଳୀ ସେନାପତି):ରଙ୍ଗର ପର୍ବ ହୋଲି ପାଇଁ ଗାଁଠୁ ସହର ଉତ୍ସବମୁଖର ଥିବାବେଳେ ହୋଲି ଖେଳି ସାରି ନଦୀରେ ସାଙ୍ଗ ପିଲାଙ୍କ ସହ ନଦୀରେ ଗାଧୋଉଥିବା ବେଳେ…

ହୋଲିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅନଲାଇନରୁ ବନ୍ଧୁକ କିଣି…

ବଲାଙ୍ଗୀର/ଦେଓଗାଁ,୪ା୩( ସୁନୀଲ କୁମାର ମହାନ୍ତି /କୃଷ୍ଣ ପ୍ରସାଦ ପାଣିଗ୍ରାହୀ ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ଲୁହାଖାନ ଗାଁରେ ପବିତ୍ର…

ହୋଲି ଭୋଜି ସାରି ଫେରୁଥିଲେ ଏସବିଆଇ ଶାଖା ପରିଚାଳକ: ବାଟରେ ଛକିଥିଲା ଯମ, ଆଉ ତା’ପରେ..

ଭଞ୍ଜନଗର,୪/୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡହ ରାସ୍ତାରେ ବୁଧବାର ଅପରାହ୍ନ ୫ ଟାରେ ଏକ କାର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସୋରଡ଼ା ଷ୍ଟେଟ…

ହୋଲିରେ ବଡ଼ ଦୁର୍ଘଟଣା: ଦୁଇ ବାଇକ ମୁହାଁମୁହିଁ ଧକ୍କା, ଶିଶୁ ସମେତ ୪ ମୃତ

ଫୁଲବାଣୀ, ୪ା୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇ ବାଇକ…

ପ୍ରଥମ ସେମିଫାଇନାଲରୁ ୪ ଖେଳାଳି ବାଦ୍‌, ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୪।୩: T୨୦ ବିଶ୍ୱକପ୍‌ ୨୦୨୬ର ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ ଜିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri