ରାଜ୍ୟକୁ ଆସିବ ୧ ଲକ୍ଷ କୋଟିର ପୁଞ୍ଜି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮ା୧(ଅନୁରାଧା ମହାରଣା): କୋଲକାତାରେ ଅନୁଷ୍ଠିତ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ ରୋଡ୍‌ ଶୋ’ରୁ ଓଡ଼ିଶା ପାଇଁ ୧ଲକ୍ଷ କୋଟି ଟଙ୍କାର ନିବେଶ ସମ୍ଭାବନା ସୃଷ୍ଟି ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନେଶ୍ୱର ଫେରିବା ପରେ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ଏହି ରୋଡ୍‌ ଶୋ’ରେ ୫୦୦ରୁ ଅଧିକ ଉଦ୍ୟୋଗପତି, ବ୍ୟବସାୟ ସଂଘ ଓ ପ୍ରତିଷ୍ଠାନ ଅଂଶଗ୍ରହଣ କରିଥିଲାବେଳେ ୪ଟି ସେକ୍ଟରାଲ ରାଉଣ୍ଡ୍‌ଟେବଲ ସହ ୧୩୦ଟି ଉଚ୍ଚସ୍ତରୀୟ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଭିନ୍ନ ପ୍ରକଳ୍ପ ସ୍ଥାପନ ଓ ନିଯୁକ୍ତି ସୃଷ୍ଟି ନେଇ ୨୭ଟି ଏମ୍‌ଓୟୁ ହୋଇଛି। ଏବାବଦକୁ ମୋଟ ୮୧,୮୬୪ କୋଟି ଟଙ୍କାର ନିବେଶ ସହ ୬୩,୧୬୧ଟି ନିଯୁକ୍ତି ସୃଷ୍ଟିର ସମ୍ଭାବନା ରହିଛି। ଏହା ବ୍ୟତୀତ ୧୯ଟି ନିବେଶ ପ୍ରସ୍ତାବ ମଳିଥିବାବେଳେ ମୋଟ ୧୮,୪୫୩ କୋଟି ଟଙ୍କାର ନିବେଶ ଓ ୨୭,୫୯୧ଟି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହି ରୋଡ୍‌ ଶୋ’ରୁ ମୋଟ ୧ କୋଟିରୁ ଊର୍ଦ୍ଧ୍ୱ ପୁଞ୍ଜି ନିବେଶ ସହ ୯୦ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟିର ସମ୍ଭାବନା ଦେଖାଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ୱୋଦୟ ଦୃଷ୍ଟିକୋଣ ଅଧୀନରେ ଓଡ଼ିଶା ପୂର୍ୱ ଭାରତର ପରବର୍ତ୍ତୀ ଔଦ୍ୟୋଗିକ ବିକାଶର ସହ-ଆଙ୍କର ଭାବେ କାମ କରିବ। ଏହି ବିକାଶ ପ୍ରତିଯୋଗିତାମୂଳକ ନୁହେଁ ବରଂ ସହଯୋଗମୂଳକ ହେବ, ଯେଉଁଠାରେ ରାଜ୍ୟଗୁଡ଼ିକ ପରସ୍ପରର ଶକ୍ତିକୁ ପରିପୂରକ କରି ଏକ ଶକ୍ତିଶାଳୀ ପୂର୍ୱ ଔଦ୍ୟୋଗିକ କରିଡର୍‌ ଗଢ଼ିବେ।

ଓଡ଼ିଶା ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ଓ ସୁରକ୍ଷିତ ରହିଛି ଏବଂ ସମ୍ୱଳ ଆଧାରିତ ଅର୍ଥନୀତିରୁ ମୂଲ୍ୟ ସଂଯୋଜନ ଓ ଉନ୍ନତ ଉତ୍ପାଦନ କ୍ଷେତ୍ରକୁ ଦ୍ରୁତ ଗତିରେ ରୂପାନ୍ତରିତ ହେଉଛି। ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦର ପୋର୍ଟ-ଲେଡ୍‌ ଔଦ୍ୟୋଗିକୀକରଣର ମୁଖ୍ୟ ସହାୟକ ଭାବେ ପୂର୍ୱ ଓ ମଧ୍ୟ ଭାରତକୁ ସେବା ଯୋଗାଇ ଦେଉଛନ୍ତି। ସମୃଦ୍ଧ ଓଡ଼ିଶା ୨୦୩୬ ଦୃଷ୍ଟିକୋଣ ଉପସ୍ଥାପନ କରି ନବୀକରଣଯୋଗ୍ୟ ଶକ୍ତି ଉପକରଣ, ଟେକ୍ସଟାଇଲ, ଫାର୍ମାସ୍ୟୁଟିକାଲ୍ସ, ଇଲେକ୍ଟ୍ରୋନିକ୍ସ, ଆଇଟି, ଡାଟା ସେଣ୍ଟର ଓ ଉନ୍ନତ ଉତ୍ପାଦନ କ୍ଷେତ୍ରରେ ବିପୁଳ ସୁଯୋଗ ସମ୍ପର୍କରେ ମୁଖ୍ୟ ମନ୍ତ୍ରୀ କହିଛନ୍ତି। ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଉତ୍ତର-ପୂର୍ୱ ରାଜ୍ୟଗୁଡ଼ିକର ଉଦ୍ୟୋଗପତିମାନଙ୍କୁ ଓଡ଼ିଶା ସହ ବିସ୍ତାର ଓ ବିବିଧିକରଣ କରିବାକୁ ଆମନ୍ତ୍ରଣ ଜଣାଇଛନ୍ତି।
ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, ଓଡ଼ିଶା ପୂର୍ୱୋଦୟରେ ପୂର୍ୱ ଭାରତର ପ୍ରାକୃତିକ ବିସ୍ତାର ହବ୍‌ର ଭୂମିକା ନେବ। ଶକ୍ତିଶାଳୀ ଅବସଂରଚନା, ବନ୍ଦର-ଆଧାରିତ ଲଜିଷ୍ଟିକ୍ସ, ସ୍ଥିର ନୀତି, ଦ୍ରୁତ ପ୍ରକଳ୍ପ କାର୍ଯ୍ୟକାରୀ ଓ ଦକ୍ଷ ମାନବ ସମ୍ୱଳ ବିକାଶ ମାଧ୍ୟମରେ ୨୦୩୬ରେ ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ରେ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଅଗ୍ରସର ହେବ।
ରୋଡ୍‌ ଶୋ’ର ଏହି ସଫଳତା ପରେ ରାଜ୍ୟ ସରକାର ଜାନୁଆରୀ ୨୭ ଓ ୨୮ ରାଉରକେଲାରେ ହେବାକୁ ଥିବା ‘ଏଣ୍ଟରପ୍ରାଇଜ୍‌ ଓଡ଼ିଶା’ ଇଭେଣ୍ଟ ପାଇଁ ପ୍ରସ୍ତୁତି କରୁଛନ୍ତି। ଏହି ଇଭେଣ୍ଟ ଓଡ଼ିଶାର ଔଦ୍ୟୋଗିକ କ୍ଷମତା, ଏମ୍‌ଏସ୍‌ଏମ୍‌ଇ ଶକ୍ତି, ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ଓ ନିବେଶ ପ୍ରସ୍ତୁତ ଅବସଂରଚନାକୁ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

‘ଶିକ୍ଷକଙ୍କ ହାତରେ ରହିଛି ଉତ୍ତମ ଶିଶୁ ଗଠନର ଦାୟିତ୍ୱ’

ଭୁବନେଶ୍ୱର,୫ା୯: ବାଲିପୁଟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ୍‌ ଜାଭିଅର କିଡ୍ସରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଗୁରୁଦିବସ। ବିଦ୍ୟାଳୟର ପ୍ରାର୍ଥନା ପର୍ବ ପରେ ପୂର୍ବତନ ରାଷ୍ଟ୍ରପତି ତଥା…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri