ପ୍ରେମରେ କଣ୍ଟା ସାଜିଲେ ବାପା, ପ୍ରେମିକ ସହ ମିଶି ଏସିଡ୍‌ ପକାଇ ମାରି ଦେବାକୁ ଉଦ୍ୟମ କଲେ ଝିଅ

ତୁମୁଡିବନ୍ଧ,୨୧ା୧୦(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ବୁଡ଼ା କୁନ୍ଦେଲ ଗ୍ରାମରେ ମୋହନ ପନ୍ଦର ଓ ତାଙ୍କ ପୁଅ ଅନୁଜଙ୍କୁ ଏସିଡ୍‌ ମାଡ଼ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ମୋହନଙ୍କ ଝିଅ ଓ ତାଙ୍କ ପ୍ରେମିକ ମିଶି ଏଭଳି କାଣ୍ଡ ଘଟାଇଛନ୍ତି। ଗୋଟିଏ ପଟେ ପ୍ରେମରେ ବାଧା, ଅନ୍ୟପଟେ ଗୁଣିଗାରେଡ଼ି ସନ୍ଦେହ ଯୋଗୁ ସେମାନେ ମୋହନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ପୋଲିସ ଅଭିଯୁକ୍ତା ଝିଅ ପୁଷ୍ପାଞ୍ଜଳି ପନ୍ଦର ଓ ତାଙ୍କ ପ୍ରେମିକ ସେହି ଗ୍ରାମର ବିଜୟ ମାଝୀଙ୍କୁ ରବିବାର ଅପରାହ୍ନରେ ଗିରଫ କରି କୋର୍ଟ ଚାଲାଣ କରିଛି। ସେପଟେ ଏସିଡ୍‌ ମାଡ଼ରେ ଗୁରୁତର ମୋହନ ଓ ତାଙ୍କ ପୁଅ ଅନୁଜଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି।

ସୂଚନା ଅନୁଯାୟୀ, ପୁଷ୍ପାଞ୍ଜଳିଙ୍କ ମା’ଙ୍କ ମୃତ୍ୟୁ ପରେ ମୋହନ ଦ୍ୱିତୀୟ ବିବାହ କରିଥିଲେ। ଏହାପରେ ଘରେ ଅଶାନ୍ତି ଲାଗି ରହିବାରୁ ପୁଷ୍ପାଞ୍ଜଳି ଓ ତାଙ୍କ ଭାଇ ଗାଁରେ ଏକ ଅଲଗା ଘରେ ରହୁଥିଲେ। ଇତିମଧ୍ୟରେ ବିଜୟଙ୍କ ସହ ପୁଷ୍ପାଞ୍ଜଳି ପ୍ରେମ ସମ୍ପର୍କ ଗଢ଼ି ଉଠିଥିବାରୁ ମୋହନ ଏହାକୁ ଗ୍ରହଣ କରି ପାରୁ ନ ଥିଲେ। ତେଣୁ ବାପାଝିଅଙ୍କ ମଧ୍ୟରେ ମନୋମାଳିନ୍ୟ ଥିଲା। ଅପରପକ୍ଷରେ ଅସୁସ୍ଥତାରୁ ଦେଢ଼ମାସ ପୂର୍ବେ ବିଜୟଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା। ତେବେ ମୋହନ ଗୁଣିଗାରେଡି କରି ମା’ଙ୍କୁ ମାରିଦେଇଥିବା ବିଜୟଙ୍କ ସନ୍ଦେହ ହୋଇଥିଲା। ତେଣୁ ସେ ପୁଷ୍ପାଞ୍ଜଳିଙ୍କ ସହ ମିଶି ମୋହନଙ୍କୁ ରାସ୍ତାରୁ ହଟାଇଦେବାକୁ ଯୋଜନା କରିଥିଲେ। ସେମାନେ ଏସିଡ୍‌ ପିଙ୍ଗି ମୋହନଙ୍କୁ ଜୀବନରେ ମାରିଦେବାକୁ ନିଷ୍ପତ୍ତି ନେଇଥିଲେ। ଏସିଡ୍‌ କେଉଁଠୁ ଆସିବ, ଆଉ କିପରି ଫିଙ୍ଗାଯିବ ତାହା ମଧ୍ୟ ଯୋଜନା ହୋଇଥିଲା । ବିଜୟ କୋଲକତାରୁ ଏସିଡ୍‌ ଆଣି ପୁଷ୍ପାଞ୍ଜଳିଙ୍କୁ ଦେଇଥିଲେ। ପୁଷ୍ପାଞ୍ଜଳି ସୁଯୋଗ ଦେଖି ଗତ ଶୁକ୍ରବାର ରାତି ପ୍ରାୟ ୨ଟାରେ ବାପା ତାଙ୍କ ପାଖରେ ଶୋଇଥିବା ସାବତ ଭାଇ ଅନୁଜଙ୍କ ଉପରେ ପୂର୍ବ ଯୋଜନା ପ୍ରକାରେ ଏସିଡ୍‌ ଫିଙ୍ଗି ଦୌଡ଼ି ପଳାଇ ଯାଇଥିଲେ। ଏସିଡ୍‌ ଆକ୍ରମଣ ନେଇ ମୋହନଙ୍କ ଦ୍ୱିତୀୟ ସ୍ତ୍ରୀ ରୁକ୍ମଣୀ ପନ୍ଦର ଦେଇଥିବା ଏତଲା ଆଧାରରେ ତୁମୁଡିବନ୍ଧ ପୋଲିସ ୧୩୪/୨୪ ନମ୍ବରରେ ମାମଲା ରୁଜୁ କରିଥିଲା।

ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱର ସହ ନେଇ କନ୍ଧମାଳ ଡିଏସ୍‌ପି କମଳ କୁମାର ପଣ୍ଡା, ଅତିରିକ୍ତ ଏସ୍‌ପି ବଳଭଦ୍ର ଦୀପ ଓ ତୁମୁଡିବନ୍ଧ ଭାରପ୍ରାପ୍ତ ଥାନାଧିକାରୀ ଆଶୁତୋଷ ଜେନା ତଦନ୍ତ ଆରମ୍ଭ କରିଥିଲେ। ସେମାନେ ଶନିବାର ସନ୍ଦେହରେ ବିଜୟଙ୍କୁ ଘରୁ ଉଠାଇ ନେଇ ପଚରାଉଚରା କରିବା ପରେ ସେ ଗୋଟିଏ ପରେ ଗୋଟିଏ ଘଟଣା କହିଥିଲେ। ରବିବାର ପୁଷ୍ପାଞ୍ଜଳିଙ୍କୁ ଥାନାକୁ ଆଣି ଜେରା କରାଯିବା ପରେ ସମସ୍ତ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ବୌଦ୍ଧରୁ ୬ ଜଣିଆ ସାଇଣ୍ଟିଫିକ ଟିମ୍‌ ତୁମୁଡିବନ୍ଧ ଥାନାକୁ ଆସି ଘଟଣାସ୍ଥଳରେ ତଦନ୍ତ କରିଛନ୍ତି। ଘର ନିକଟରେ ମାଟିତଳେ ପୋତା ଯାଇଥିବା ବଳକା ଏସିଡ୍‌ ବୋତଲ , ମୋହନ ଶୋଇଥିବା ଖଟରେ ଏସିଡ୍‌ ମାଡ଼ରେ ପୋଡିଯାଇ ପଡି ରହିଥିବା ଚଦର ଓ କମ୍ବଳଗୁଡିକୁ ଜବତ କରାଯାଇ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri