ସୀମା ଟପିଲା ବୋହୂ, ପୁଅଙ୍କ ନିର୍ଯାତନା : ପଡ଼ୋଶୀଙ୍କ ଗୁହାଳରେ ଝୁଲି ପଡ଼ିଲେ ବାପା

ଭୋଗରାଇ, ୨୭l୧୧( ପ୍ରଦୀପ ଦାସ):ବହୁ ଦୁଃଖ କଷ୍ଟ ସହି ଦୁଇ ପୁଅଙ୍କୁ ବଡ଼ କରିଥିଲେ। ଭାବିଥିଲେ ପରିଣତ ବୟସରେ ସାହାରା ହେବେ। ହେଲେ ସେ ଅଲୋଡ଼ା ହୋଇଗଲେ। ବୋହୂ, ପୁଅଙ୍କ ନିର୍ଯାତନା ସହି ନ ପାରି ଶେଷରେ ୭୨ବର୍ଷୀୟ ବୃଦ୍ଧ ବାପା ପଡୋଶୀଙ୍କ ଗୁହାଳରେ ବେକରେ ରଶି ଲଗାଇ ଝୁଲିପଡିଲେ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ଚଣ୍ଡିପୁର ଗ୍ରାମରେ। ମୃତ ବୃଦ୍ଧ ହେଲେ ନିରଞ୍ଜନ କର। ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ୍‌ ଜବତ ହୋଇଛି। ଏଥିରେ ୧୦ଡିସମିଲ ଜାଗା ଗ୍ରାମବାସୀଙ୍କୁ ଦାନ କରିଥିବା ଉଲ୍ଲେଖ କରିଛନ୍ତି। ମୃତ୍ୟୁପରେ ସାନ ପୁଅ ବୋହୂ ମୃତଦେହ ଛୁଇଁବେ ନାହିଁ କିମ୍ବା ସତ୍କାର କରିବେ ନାହିଁ। ଗ୍ରାମବାସୀ ମୁଖାଗ୍ନି ଦେବା ସହ ମୃତଦେହ ସତ୍କାର କରିବା ପାଇଁ ଉକ୍ତ ସୁଇସାଇଡ୍‌ ନୋଟରେ ଲେଖାଯାଇଛି। ଭୋଗରାଇ ପୋଲିସ ପହଞ୍ଚି ପଡୋଶୀ ଅରୁଣ କୁମାର ମହାନ୍ତିଙ୍କ ଗୁହାଳ ଘରୁ ବୃଦ୍ଧଙ୍କ ମୃତଦେହ ଜବତ କରିଛି। ଏଥିସହିତ ୫ବର୍ଷ ଧରି ଏକୁଟିଆ ରହୁଥିବା ଏକ କୁଡ଼ିଆରେ ତକିଆ ତଳୁ ୨୩ହଜାର ୪୨୦ଟଙ୍କା ଉଦ୍ଧାର କରିଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ. ୩୫/୨୪) ରୁଜୁ ହୋଇଛି।
ସୂଚନା ଅନୁଯାୟୀ, କୌଣସି ରୋଗରେ ସ୍ତ୍ରୀ ଆଖିବୁଜିବା ପରେ ନିରଞ୍ଜନ ପୁଅ, ବୋହୂଙ୍କ ପାଖରେ ରହୁଥିଲେ। ବଡପୁଅ ରାଜେଶ ୨୦୧୯ରୁ ନିଖୋଜ ହୋଇଯିବା ପରେ ତାଙ୍କ ସ୍ତ୍ରୀ କୌଶଲ୍ୟା ବାପଘରକୁ ପଳାଇ ଯାଇଥିଲେ। ନିରଞ୍ଜନ ସାନପୁଅ ସୁରେଶ ଓ ବୋହୂଙ୍କ ପାଖରେ ରହିଆସୁଥିଲେ। ଦିନକୁ ଦିନ ସାନ ପୁଅ, ବୋହୂଙ୍କ ଅତ୍ୟାଚାର ବଢିଚାଲିଲା। ବୃଦ୍ଧ ବାପାଙ୍କୁ ମାଡ଼ ମାରି ଘରୁ ବାହାର କରିଦେଇଥିଲେ। ନିରଞ୍ଜନ ଅନ୍ୟ ଏକ କୁଡ଼ିଆରେ ରହି ପଡୋଶୀଙ୍କ ଘରୁ ଖାଦ୍ୟ ସଂଗ୍ରହ କରି ଜୀବନ ବଞ୍ଚାଉଥିଲେ। ଶେଷରେ ଅତିଷ୍ଠ ହୋଇ ଆତ୍ମହତ୍ୟା ଭଳି ଚରମ ପନ୍ଥା ବାଛିନେଲେ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଭୋଗରାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବୃଦ୍ଧଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ଆତ୍ମୀୟ ସ୍ବଜନଙ୍କୁ ହସ୍ତାନ୍ତର କରାଯାଇଛି। ଗ୍ରାମବାସୀ ଓ ଆତ୍ମୀୟସ୍ବଜନମାନେ ମିଳିତ ହୋଇ ଗାଁ ଶ୍ମଶାନରେ ବୃଦ୍ଧଙ୍କ ମୃତଦେହ ଦାହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଏହି ଜିଲାରେ ପ୍ରଥମ ପୋଷ୍ୟ ସନ୍ତାନ ଗ୍ରହଣ

ନୂଆପଡ଼ା,୬ା୧୨ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାର ପ୍ରଥମଥର ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଜିଲା ଶିଶୁ ସୁରକ୍ଷା ବିଭାଗ ଓ ସ୍ବତନ୍ତ୍ର...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri