ତଥ୍ୟ ଠିକ୍‌, ବିଶ୍ଳେଷଣ ଭୁଲ୍‌

ଦିନେ ଜଣେ ବନ୍ଧୁ ମୋ ପାଖକୁ ଏକ ଭିଡିଓ ପଠାଇଥିଲେ। ଭିଡିଓରେ ଜଣେ ରାଜନେତା ହିସାବ ଦେଉଛନ୍ତି ଯେ ଉପା ସରକାର ଅମଳରେ ଓଡ଼ିଶାକୁ କେତେ ଅର୍ଥ କେନ୍ଦ୍ର ଦେଇଥିଲା ଓ ତାହାଠାରୁ ବର୍ତ୍ତମାନ ଭାଜପା ସରକାର ଅମଳରେ କେତେ ଅଧିକ ଦିଆଯାଇଛି। କିନ୍ତୁ ତଥ୍ୟ ଆପାତତଃ ଠିକ୍‌ ହୋଇପାରେ, କିନ୍ତୁ ବିଶ୍ଳେଷଣ ଭୁଲ୍‌। କାରଣ ସବୁ ରାଜ୍ୟକୁ ଅର୍ଥ କମିଶନର ସୁପାରିସ ଅନୁସାରେ ଦିଆଯାଏ। କେନ୍ଦ୍ର ମନକୁ ଦିଏ ନାହିଁ। ପୁନଶ୍ଚ କୌଣସି ସେପରି ଆର୍ଥିକ ବିପର୍ଯ୍ୟୟ ନ ଘଟିଲେ ନାମାଙ୍କନ ମୂଲ୍ୟରେ ସବୁ ବୃଦ୍ଧି ପାଇଥାଏ, ଯଦିଓ ମୁଦ୍ରାସ୍ଫୀତି ବୃଦ୍ଧି ସହିତ ଟଙ୍କାର କ୍ରୟ ଶକ୍ତି ହ୍ରାସ ପାଇଥାଏ। ଯେମିତି ଉପା ସରକାରଠାରୁ ବର୍ତ୍ତମାନର ଭାଜପା ସରକାର ସମୟରେ ଅଧିକ ଆସିଛି, ସେମିତି ବାଜପେୟୀଙ୍କ ୫ ବର୍ଷର ଶାସନ ଅମଳ ତୁଳନାରେ ଉପା ସରକାରଙ୍କ ୫ ବର୍ଷରେ ଅଧିକ ଆସିଛି। ସେହିପରି ପି. ଭି. ନରସିଂହ ରାଓ ସରକାର ତୁଳନାରେ ବାଜପେୟୀ ସରକାରଙ୍କ ସମୟରେ ଅଧିକ ଆସିଛି। ଏପରିକି ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଞ୍ଚ ବର୍ଷ ତୁଳନାରେ ଦ୍ୱିତୀୟ ୫ ବର୍ଷର ଶାସନ ଅବଧିରେ ମଧ୍ୟ ଅଧିକ ଆସିଛି। ଭବିଷ୍ୟତରେ ଯଦି କିଏ ନୂଆ ଶାସନ କରିବ, ସେତେବେଳେ ବର୍ତ୍ତମାନ ସରକାରଠାରୁ ତାଙ୍କ ଶାସନ ଅମଳରେ ଅଧିକ ଆସିବ।
ଅର୍ଥ କମିଶନ ରିପୋର୍ଟ ଅନୁଯାୟୀ ଓଡ଼ିଶା ବିଭାଜ୍ୟ ପାଣ୍ଠିରେ ଅଂଶ ବୃଦ୍ଧି ପାଉଛି ନା ତାହା ହ୍ରାସ ପାଉଛି, ତାହା ବିଚାର କରିବା ଉଚିତ। କିନ୍ତୁ ବାସ୍ତବରେ ଓଡ଼ିଶାର ଭାଗ କମି କମି ଯାଉଛି। ଉଦାହରଣ ସ୍ବରୂପ ଦ୍ୱାଦଶ ଅର୍ଥ କମିଶନ ରିପୋର୍ଟ ଅନୁଯାୟୀ ଓଡ଼ିଶାର ଅଂଶ ବିଭାଜିତ ପାଣ୍ଠିରେ ୫.୧୬% ଥିଲା। ଏହା ହ୍ରାସ ପାଇ ତ୍ରୟଦଶ ଅର୍ଥ କମିଶନରେ ୪.୭୮%ରେ ସ୍ଥିର ହୋଇଥିଲେ ମଧ୍ୟ ବାସ୍ତବରେ ଏହା ୪.୬୪% ହୋଇଥିଲା। ଏହା ପୁନଶ୍ଚ ଚତୁର୍ଦ୍ଦଶ ଅର୍ଥ କମିଶନରେ ୪.୬୪%କୁ ଓ ପଞ୍ଚଦଶ ଅର୍ଥ କମିଶନ (୨୦୨୦-୨୧ ରୁ ୨୦୨୫-୨୬)ରେ ୪.୬୩%କୁ ହ୍ରାସପାଇଛି। ଅପରପକ୍ଷରେ ବିହାର, ଛତିଶଗଡ଼, ଗୋଆ, ଗୁଜରାଟ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ରାଜସ୍ଥାନ, ସିକ୍କିମ, ତାମିଲନାଡୁ, ତ୍ରିପୁରା ଓ ଉତ୍ତରାଖଣ୍ଡ ରାଜ୍ୟର ଅଂଶ ବିଭାଜିତ ପାଣ୍ଠିରେ ବୃଦ୍ଧି ପାଇଛି। ଆଉ ଗୋଟିଏ କଥା ଓଡ଼ିଶା ପାଇଁ ଚିନ୍ତାଜନକ ହେଉଛି, କିଛି ରାଜ୍ୟ ରାଜସ୍ବ ନିଅଣ୍ଟ ଅନୁଦାନ ପାଇଲା ବେଳେ ଓଡ଼ିଶା ସମେତ କିଛି ରାଜ୍ୟ ମଧ୍ୟ ବଞ୍ଚିତ।
ଅନେକ ସମୟରେ କେନ୍ଦ୍ରର ଶାସକ ଶ୍ରେଣୀ କହିଥାନ୍ତି ଯେ, କେନ୍ଦ୍ର ଏତେ ରାଜ୍ୟକୁ ଦେଉଛି। କିନ୍ତୁ ସେମାନେ କହନ୍ତିନାହିଁ ଯେ, କେନ୍ଦ୍ର ରାଜ୍ୟବାସୀଙ୍କଠାରୁ ଯେଉଁ ଟିକସ ଆଦାୟ କରୁଛି, ସେଥିରୁହିଁ ଦେଉଛି। ବାସ୍ତବରେ କେନ୍ଦ୍ର ଦୟାକରି ଦେଇ ନ ଥାଏ କି ରାଜ୍ୟ ହାତରୁ ବ୍ୟୟ କରି ନଥାଏ। ସମସ୍ତେ ଲୋକଙ୍କ ଟିକସ ଅର୍ଥ ବ୍ୟୟ କରିଥାନ୍ତି। ପୁନଶ୍ଚ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ରାଜ୍ୟ ସରକାର କରିଥାନ୍ତି। ସ୍ବାସ୍ଥ୍ୟସେବା, ଶିକ୍ଷା ଏବଂ ଗ୍ରାମୀଣ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ସେବା ପାଇଁ ରାଜ୍ୟଗୁଡ଼ିକ ମୁଖ୍ୟତଃ ଦାୟୀ। କିନ୍ତୁ ଟିକସ ଆଦାୟ କରିବାର ଉତ୍ସ ରାଜ୍ୟ ସରକାରଙ୍କ ସୀମିତ। ୨୦୧୭ ମସିହାରେ ଜିଏସ୍‌ଟି ପ୍ରଚଳନ ପୂର୍ବରୁ ରାଜ୍ୟଗୁଡ଼ିକ ଭାଟ୍‌, ପ୍ରବେଶ କର ଏବଂ ଅନ୍ୟାନ୍ୟ ସ୍ଥାନୀୟ ଶୁଳ୍କ ସମେତ ମୋଟ କର ପ୍ରାୟ ୫୫% ସଂଗ୍ରହ କରୁଥିଲେ। ଜିଏସ୍‌ଟି ପ୍ରଚଳନ ପରେ ଏହା ୩୮%କୁ ହ୍ରାସ ପାଇଛି। ୨୦୨୨ ମସିହାରେ ଜିଏସ୍‌ଟି କ୍ଷତିପୂରଣ ଅବଧି ଶେଷ ହେବା ସହିତ, ରାଜ୍ୟଗୁଡ଼ିକ ହରାଇଥିବା ରାଜସ୍ବ ପୂରଣ କରିବାକୁ ସଂଘର୍ଷ କରିଛନ୍ତି। ମୋଟ ସରକାରୀ ଖର୍ଚ୍ଚରେ ସେମାନଙ୍କର ଅଂଶ ୨୦୧୪-୧୫ରେ ୫୨%ରୁ ବୃଦ୍ଧି ପାଇ ୨୦୨୨-୨୩ରେ ପ୍ରାୟ ୬୩% ହୋଇଛି।
ଯେହେତୁ କେନ୍ଦ୍ର ବେଶି ରାଜସ୍ବ ପାଏ ଏବଂ କମ୍‌ ବ୍ୟୟ କରେ, ତେଣୁ ସମ୍ବିଧାନର ଧାରା ୨୭୦ ଅନୁଯାୟୀ କେନ୍ଦ୍ର ଆଦାୟ କରୁଥିବା ଟିକସ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କିପରି ବଣ୍ଟନ କରାଯିବ ତାହାର ରୂପରେଖ ଅର୍ଥ କମିଶନ ସ୍ଥିର କରିଥାନ୍ତି। ସମ୍ବିଧାନର ଧାରା ୨୮୦ ଅନୁଯାୟୀ କେନ୍ଦ୍ର ଅର୍ଥ କମିଶନ ଗଠନ କରିଥାଏ ଏବଂ କେନ୍ଦ୍ର ଦ୍ୱାରା ସଂଗୃହୀତ କେଉଁ ଟିକସ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବଣ୍ଟନ ହେବ ତାହା ଅର୍ଥ କମିଶନ ସ୍ଥିର କରିଥାନ୍ତି। କେନ୍ଦ୍ରୀୟ ଟିକସରେ ରଜ୍ୟଗୁଡ଼ିକ ଅଂଶ ୧୧ଶ ଅର୍ଥ କମିଶନ ଅନୁସାରେ ୨୯.୫% ଥିଲା। ତାହା ବୃଦ୍ଧି ପାଇ ଦ୍ୱାଦଶ ଅର୍ଥ କମିଶନରେ ୩୦.୫% ହୋଇଥିଲା। ପୁନଶ୍ଚ ତ୍ରୟୋଦଶ ଅର୍ଥ କମିଶନରେ ୩୨ % ଓ ଚତୁର୍ଦ୍ଦଶ ଅର୍ଥ କମିଶନରେ ୪୨%କୁ ବୃଦ୍ଧି ପାଇଥିଲା। କିନ୍ତୁ ଏହି ବୃଦ୍ଧି ସତ୍ତ୍ୱେ ରାଜ୍ୟଗୁଡ଼ିକ ଅଧିକ ପାଉନଥିଲେ, କାରଣ ସରକାର ଅଧିକାଂଶ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ବାତିଲ କରିଥିଲେ। ପଞ୍ଚଦଶ ଅର୍ଥ କମିଶନ ଅବଧିରେ ୨୦୨୦-୨୧ରେ ଜମ୍ମୁ ଏବଂ କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କରିବା ପରେ ରାଜ୍ୟଗୁଡ଼ିକର ଅଂଶ ୪୨%ରୁ ସାମାନ୍ୟ ହ୍ରାସ ପାଇ ୪୧% ହୋଇଛି। କିନ୍ତୁ ପ୍ରକୃତରେ ରାଜ୍ୟଗୁଡ଼ିକ ବହୁତ କମ ପାଉଛନ୍ତି କାରଣ, ସରଚାର୍ଜ ଏବଂ ସେସ୍‌ରୁ ଯେଉଁ ରାଜସ୍ବ କେନ୍ଦ୍ରକୁ ପ୍ରାପ୍ତ ହୁଏ ସେଥିରୁ ରାଜ୍ୟଗୁଡ଼ିକୁ କିଛି ମିଳେ ନାହିଁ।
ଜିଏସ୍‌ଟି ଜନିତ କ୍ଷତିପୂରଣ ସେସ୍‌କୁ (ଯାହା ରାଜ୍ୟଗୁଡ଼ିକୁ ଦିଆଯାଏ) ବାଦ ଦେଲାପରେ ସେସ୍‌ ଏବଂ ସରଚାର୍ଜ ବାବଦରେ ୨୦୦୯-୧୦ରେ ୭୦,୫୫୯ କୋଟି ଟଙ୍କା ଆଦାୟ ହୋଇଥିଲାବେଳେ ୨୦୨୩-୨୪ ରେ ୫.୧ଲକ୍ଷ କୋଟି ଟଙ୍କା ଆଦାୟ ହୋଇଥଲା। ୨୦୨୪-୨୫ରେ ରେ ୫.୫ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଥିଲା। ୨୦୧୪-୧୫ରେ, ଏହି ଉତ୍ସଗୁଡ଼ିକରୁ ରାଜସ୍ବ ମୋଟ ରାଜସ୍ବର ୧୦% ଥିଲା ବେଳେ ୨୦୨୩-୨୪ସୁଦ୍ଧା ଏହା ୨୭%କୁ ବୃଦ୍ଧି ପାଇଥିଲା। ରାଜ୍ୟଗୁଡ଼ିକ ୪୧% ବଦଳରେ ପ୍ରାୟ ୩୩.୧% ପାଇଛନ୍ତି। ମୂଳତଃ ଏକ ସାମୟିକ ପଦକ୍ଷେପ ଭାବରେ ପ୍ରଚଳିତ ସରଚାର୍ଜ ଏବଂ ସେସ୍‌ ଭାରତର ଟିକସ ବ୍ୟବସ୍ଥାରେ ଏକ ସ୍ଥାୟୀ ନୀତି ପାଲଟିଛି।
ଏଣୁ ଅରବିନ୍ଦ ପାନଗାରିଆଙ୍କ ଅଧ୍ୟକ୍ଷତାରେ ଗଠିତ ଷୋଡ଼ଶ ଅର୍ଥ କମିଶନ ବିଭାଜ୍ୟ ପାଣ୍ଠିରେ ରାଜ୍ୟଗୁଡ଼ିକ ଅଂଶକୁ ୪୧% ରୁ ୫୦% କୁ ବୃଦ୍ଧି କରିବା ଉଚିତ। କିଛି ରାଜ୍ୟ ମଧ୍ୟ ଏହି ଅନୁରୋଧ କରିଛନ୍ତି। ଏହା ସହିତ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ସେସ୍‌ ଏବଂ ସରଚାର୍ଜ ବାବଦ ରାଜସ୍ବର ଏକ ପ୍ରମୁଖ ଅଂଶ ଦେବା ଉଚିତ। ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଓଡ଼ିଶା ଭଳି କିଛି ରାଜ୍ୟକୁ ସ୍ବତନ୍ତ୍ର ସହାୟତା ଦେବା ଉଚିତ। ତ୍ରୟୋଦଶ ଅର୍ଥ କମିଶନରେ ଆର୍ଥିକ ଶୃଙ୍ଖଳାକୁ ୧୭.୫%ର ଗୁରୁତ୍ୱ ଦିଆଯାଉଥିଲା। କିନ୍ତୁ ପରବର୍ତ୍ତୀ ଅର୍ଥ କମିଶନଙ୍କ ରିପୋର୍ଟରେ ଏହାକୁ ହଟାଇ ଦିଆଯାଇଥିଲା। କିନ୍ତୁ ଏହି କାର୍ଯ୍ୟକୁ ପୁରସ୍କୃତ କରାଯିବା ଉଚିତ। ନୀତି ଆୟୋଗର ବିତ୍ତୀୟ ସ୍ବାସ୍ଥ୍ୟ ସୂଚକାଙ୍କ ତାଲିକାରେ ଓଡ଼ିଶା ଶୀର୍ଷରେ ଥିବାରୁ ଓଡ଼ିଶାକୁ ମଧ୍ୟ ପୁରସ୍କୃତ କରାଯିବା ଉଚିତ। ଯେଉଁ ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ଅଧିକ ପ୍ରତିଶତ ଲୋକ ଅଛନ୍ତି ସେହି ରାଜ୍ୟକୁ ଅଧିକ ପାଣ୍ଠି ଦିଆଯିବା ଉଚିତ। ସେହିପରି, ଅଧିକ ଅନୁସୂଚିତ ଜାତି/ଜନସଂଖ୍ୟା ଥିବା ରାଜ୍ୟଗୁଡ଼ିକୁ ପାଣ୍ଠି ବଣ୍ଟନ ସମୟରେ ଗୁରୁତ୍ୱ ଦିଆଯିବା ଉଚିତ। ଯେଉଁ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡ଼ିକୁ ବନ୍ଦ ବା ସଙ୍କୁଚିତ କରାଯାଇଛି, ସେଗୁଡ଼ିକୁ ପୁନର୍ଜୀବିତ କରାଯିବା ଉଚିତ।

ଡ. ସନ୍ତୋଷ କୁମାର ମହାପାତ୍ର
ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…

ବାପାଙ୍କୁ ଥଣ୍ଡା ପାନୀୟରେ ପାଇଖାନା ସଫା ଏସିଡ୍‌ ମିଶାଇ ପିଇବାକୁ ଦେଲେ ପୁଅ, ପରେ ପନିକିରେ ଗଳାକାଟି…

ବିଷମକଟକ,୪ା୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ସହରର ବ୍ରାହ୍ମଣ ସାହି ଅଞ୍ଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ଚକିତ କରିଦେଇଛି। ନିଜ ବାପାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri